Excuse Me Odisha

ଯାହା କହିବୁ ସତ କହିବୁ

ମାତା ଲକ୍ଷ୍ମୀଙ୍କର ପ୍ରିୟ ଏହି ଗଛ। ଯେଉଁ ଘରେ ଏହି ଗଛ ନଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ପାଦ ରଖନ୍ତି ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାତା ଲକ୍ଷ୍ମୀଙ୍କର ପ୍ରିୟ ଏହି ଗଛ। ଯେଉଁ ଘରେ ଏହି ଗଛ ନଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ପାଦ ରଖନ୍ତି ନାହିଁ।

ବନ୍ଧୁଗଣ ଘରେ ଲଗାଯାଇଥିବା ଗଛ ଲତା ବାତାବରଣକୁ ଶୁଦ୍ଧି କରିବାରେ କାମରେ ଆସିଥାଏ କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଏହି ଗଛ ଲତା ମାନେ ମଧ୍ୟ ଆପଣଙ୍କର ଭାଗ୍ୟ ବଦଳାଇ ଦେଇପାରନ୍ତି। ବାସ୍ତୁ ଅନୁସାରେ କିଛି ଗଛ ଏମିତି ଥାନ୍ତି ଯାହାକୁ ଆପଣ ଘରେ ଲଗାଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମଧ୍ୟ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଆପଣ ନିଜ ଘରେ ଲଗାଇବା ଦ୍ୱାରା ଘରର ନକରାତ୍ମକ ଉର୍ଜାକୁ ଦୂରେଇବା ସହିତ ଘରୁ କେବେବି ଧନ ହାନି ହେବାକୁ ଦେବ ନାହିଁ।

ତୁଳସୀ ଗଛ। ବନ୍ଧୁଗଣ ଏହା ବିଷୟରେ ତ ଆପଣମାନେ ଜାଣିଥିବେ ଏବଂ ଏହା ତ ଆପଣଙ୍କର ଘରେ ନିଶ୍ଚୟ ଥିବ। ତେଣୁ ଏହି ତୁଳସୀ ଗଛ ହେଉଛି ହିନ୍ଦୁ ଧର୍ମରେ ଖାସ ଗଛ। ଏହା ସହିତ ଏହି ତୁଳସୀ ଗଛ ସମସ୍ତେ ନିଜ ନିଜ ଘରେ ମଧ୍ୟ ଲଗାଇଥାନ୍ତି। ଏହି ଗଛ କେବେବି ଧନର ଅଭାବ ହେବାକୁ ଦିଏ ନାହିଁ। ଏହି ଗଛକୁ ଘରେ ଲଗେଇଲେ ଘରୁ ନକରାତ୍ମକ ଉର୍ଜା ସବୁ ଦୂର ହୋଇଯାଇଥାଏ। ଏହି ଗଛକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ ଲଗାଇବା ଦରକାର।

ଅଁଳା ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ଘରେ ଲଗେବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏହା ବ୍ୟତୀତ ଆପଣ ଘରେ ଏହି ଗଛର ଚିତ୍ର ମଧ୍ୟ ଲଗାଇ ପାରିବେ। ଏହି ଗଛକୁ ଘରେ ଲଗାଇବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ।

ଗଙ୍ଗଶିଉଳି ଫୁଲ ଗଛ। ଏହି ଗଛକୁ ଘର ପାଖରେ ଲଗାବା ଦ୍ୱାରା ଘରେ କେବେବି ଦାରିଦ୍ର୍ୟତା ଆସିନଥାଏ। ଏହି ଗଙ୍ଗଶିଉଳି ଫୁଲ ଗଛ ଘରକୁ ସୁଗନ୍ଧିତ କରିବା ସହିତ ଘରେ ଧନ ଲାଭର କାରଣ ମଧ୍ୟ ହୋଇଥାଏ। ତେଣୁ ଏଥିପାଇଁ ପ୍ରତ୍ୟକ ଲୋକ ନିଜର ବାଡ଼ିରେ ବା ଗାଡେନରେ ଏହି ଗଛ ନିହାତି ଲଗାଇବା ଦରକାର।

ସମୀ ଗଛ। ଏହି ଗଛ ଘରର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହିତ ଏହି ଗଛର ଫୁଲ କେବେବି ଘରେ ଧନ ହାନି ହେବାକୁ ଦେଇନଥାଏ। ଆପଣ ଏହି ଗଛକୁ ନିଜ ଘରର ବାଲକୁନିରେ ମଧ୍ୟ ଲଗେଇ ପାରିବେ।

ଅପରାଜିତା ଫୁଲର ଗଛ। ଆପଣଙ୍କର ଗାଡେନରେ କିମ୍ବା ଘରେ ଏହି ଗଛ ଲଗାଇବା ଦ୍ୱାରା ଏହା ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଏହି ନୀଳ ରଙ୍ଗର ଫୁଲ ସବୁବେଳେ ଆର୍ଥିକ ସମସ୍ୟା ଦୂର କରିଥାଏ। ଏହାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମଧ୍ୟ କୁହାଯାଏ। ତେଣୁ ଏହି ଫୁଲ ପ୍ରତ୍ୟକ ଘରେ ହେବା ନିହାତି ଦରକାର। କାରଣ ଘରର ସୁଖ ଶାନ୍ତିକୁ ବଢ଼ାବା ପାଇଁ ଏହି ଗଛର ବହୁତ ବଡ଼ ମହତ୍ୱପୂର୍ଣ୍ଣ ଭୂମିକା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *