Excuse Me Odisha

ଯାହା କହିବୁ ସତ କହିବୁ

ଧଳା ବାଳକୁ କଳା କେମିତି କରିବେ ! କରନ୍ତୁ ଏହି ପ୍ରାକୃତିକ ଘରୋଇ ଉପଚାର !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିକାଲି ପ୍ରାୟତଃ ସମସ୍ତଙ୍କ ବାଳ ଧଳା ହୋଇ ଯାଉଛି।ଏହି ଧଳା ବାଳକୁ କଳା ରଙ୍ଗ କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ କରୁଛନ୍ତି। ସାଧାରଣତଃ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖା ଯାଉଛି। ଧଳା ବାଳ ସମସ୍ୟା ଦୂର କରିବା ପାଇଁ ଅନେକ ଲୋକେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। ଆଉକିଛି ଲୋକେ ଏହି ସମସ୍ୟାର ସମାଧାନ ପାଇଁ ଘରୋଇ ଉପଚାର ମଧ୍ୟ କରିଥାନ୍ତି। କିନ୍ତୁ କିଛି ସୁଫଳ ମିଳି ନଥାଏ

ସାଙ୍ଗମାନେ ଆପଣ ମାନେ ଜାଣିଥିବେ, ଏବେ ମାର୍କେଟରେ ଚୁଟି କଳା କରିବା ପାଇଁ ଅନେକ ପ୍ରକାରର ରାସାୟନିକ ପଦାର୍ଥ ଯେପରି ସେମ୍ପୋ ଓ ରଙ୍ଗ ଇତ୍ୟାଦି ମିଳୁଛି। ଏହାକୁ ଆପଣ ବାରମ୍ବାର ବ୍ୟବହାର କଲେ, ଆପଣଙ୍କ ଚୁଟି ଧଳାରୁ କଳା ରଙ୍ଗ ହୋଇଯିବ। କିନ୍ତୁ ଯଦି ଆପଣ ଏହାକୁ ଲଗାଇବା ଛାଡ଼ି ଦେବେ, ତାହେଲେ ଆପଣଙ୍କର ଚୁଟି ପୁଣିଥରେ ପୂର୍ବ ଅବସ୍ଥାକୁ ଫେରି ଆସିବ ଏବଂ ଏହାସହିତ ଆପଣଙ୍କର ଅଧିକ ପରିମାଣରେ ଚୁଟି ଝଡ଼ିବାକୁ ମଧ୍ୟ ଲାଗିବ।

ଧଳା ବାଳକୁ କଳା କରିବା ପାଇଁ ସମସ୍ତେ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି କିନ୍ତୁ କିଛି ଲାଭ ପାଇ ପାରନ୍ତି ନାହିଁ।ବିଜ୍ଞାନ ଅନୁସାରେ ଶରୀରରେ ମେଲାଲିନ କମିଗଲା, ଶରୀର ଧଳା ହେବାକୁ ଲାଗେ। ସେହି କାରଣରୁ ମୁଣ୍ଡରୁ ବାଳ ମଧ୍ୟ ପାଚି ଯାଇଥାଏ।

ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଖୁବ୍ ସହଜରେ ପ୍ରସ୍ତୁତ କରି ପାରିବେ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କର ବାଳ ଧଳାରୁ କଳା ହେବାକୁ ଲାଗିବ। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଆପଣଙ୍କୁ ସର୍ବଦା ସବୁଜ ପନିପରିବା ଓ ଫଳମୂଳ ସେବନ କରିବା ଉଚିତ। ଏହାଦ୍ବାରା ଆପଣଙ୍କର ଚୁଟି ଝଡ଼ିବା ଓ ଧଳା ହେବା ବନ୍ଦ ହୋଇଯିବ। ଦେଖିବେ କିଛିଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବା ଆରମ୍ଭ ହୋଇଯିବ।

୨/ ପ୍ରତ୍ୟେକଦିନ ଦୁଇଟି ଲେଖାଏଁ ଅଁଳାର ସେବନ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ଚୁଟି କଳା ଓ ଘନ ହୋଇଯିବ। ଏହାଦ୍ବାରା ଆପଣଙ୍କର ଚୁଟି ଲମ୍ବା ଓ ସୁସ୍ଥ ରହିବ।

ତେବେ ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *