Excuse Me Odisha

ଯାହା କହିବୁ ସତ କହିବୁ

ଖାଲି ପେଟରେ ରସୁଣ ଖାଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖାଲି ପେଟରେ ରସୁଣ ଖାଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ରସୁଣ ଖାଇବାର ଫାଇଦା ବିଷୟରେ। ରସୁଣକୁ ଆମେ ବିଭିନ୍ନ ପ୍ରକାରର ମସଲା ରୂପେ ବ୍ୟବହୃତ କରିଥାଉ। ଆଉ ଖାଦ୍ୟରେ ଖାଇଥାଉ। ଆପଣ ଜାଣିଛନ୍ତି କି ଖାଲି ପେଟରେ ରସୁଣ ଖାଇଲେ ଏହା ଶରୀର ପାଇଁ କେତେ ହିତକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଖାଲି ପେଟରେ ରସୁଣ ଖାଇବାର ଫାଇଦା ବିଷୟରେ।

ରକ୍ତଚାପ ହ୍ରାସ କରେ। ରସୁଣରେ ବାୟଏକ୍ଟିଭସଲଫରକମ୍ପାଉଣ୍ଡ ରହିଥାଏ। ଯାହା ରକ୍ତଚାପକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀରରେ ସଲଫରର ଅଭାବ ରକ୍ତଚାପର ଅନ୍ୟତମ କାରଣ ହୋଇଥାଏ। ଯଦି ଆପଣ ରସୁଣର ସେବନ କରୁଛନ୍ତି ଏଥିରେ ଅର୍ଗାନର ସଲଫର ରହିଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

ହାର୍ଟଆଟାକରୁ ରକ୍ଷା କରିଥାଏ। ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡେ ଯେ ରସୁଣ ଶରୀରରେ ଥିବା L D L କଲେଷ୍ଟର ବା ଖରାପ ଚର୍ବିକୁ ହ୍ରାସ କରିଥାଏ। ତେଣୁ ରକ୍ତ ନଳୀରେ କଲେଷ୍ଟର ଜମିବାକୁ ଦେଇନଥାଏ। ଏହି କଲେଷ୍ଟର ରକ୍ତ ନଳୀରେ ଜମାଟ ବାନ୍ଧିଲେ ହୃଦଘାତର ମଧ୍ୟ ଭୟ ରହିଥାଏ। ତେଣୁ ସକାଳେ ଗୋଟେ କଲା ରସୁଣ ଖାଇଲେ ହୃଦଘାତର ଭୟ ରହିନଥାଏ।

ରସୁଣ ବେଡ଼ କଲେଷ୍ଟରକୁ କମ କରିବା ସହିତ Triglycerides କୁ ମଧ୍ୟ କମ କରିଥାଏ। ଏବଂ ରକ୍ତରେ ଆଣ୍ଟିଅକ୍ସିଡେଣ୍ଟ ଏକ୍ଟିଭିଟିକୁ ମଧ୍ୟବଢାଇଥାଏ। ତେଣୁ ଏହା ହୃତପିଣ୍ଡ ପାଇଁ ଏକ ଚମତ୍କାରି ଔଷଧ ରୂପେ କାର୍ଯ୍ୟ କରିଥାଏ। ଯଦି ଆପଣ ଖାଲି ପେଟରେ ରସୁଣର ସେବନ କରୁଛନ୍ତି ତେବେ ରସୁଣରେ ଥିବା ଆଣ୍ଟି ଫୋଜାଲ ଆଉ ଆଣ୍ଟିବ୍ୟାକ୍ଟେରିୟାଲ ପେଟ ଭିତରେ ଥିବା କ୍ଷତି କାରକ ବ୍ୟାକ୍ଟେରିୟାଲକୁ ମାରି ଦେଇଥାଏ। ପେଟ ଖାଲି ଥିବା କାରଣରୁ ଏହି ବ୍ୟାକ୍ଟେରିୟା ମାନଙ୍କୁ ଲୁଚିବା ପାଇଁ ଜାଗା ମିଳିନଥାଏ।

ଡାଇବେଟିସରୁ ରକ୍ଷା କରେ। ରସୁଣ ଇନ୍ସୟୁଲିଂସେନସିଟିଭିଟିକୁ ବଢାଇଥାଏ ଏବଂ ବ୍ଲଡ଼ରେ ଗ୍ଲୋକୋଜ ଲେବଲକୁ କମ କରିଥାଏ। ତେଣୁ ଡାଇବେଟିସରୁ ଦୁରେଇ ରହିବା ପାଇଁ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ କଲା ରସୁଣ ନିଶ୍ଚୟ ଖାଆନ୍ତୁ।

କ୍ୟାନ୍ସରରୁ ରକ୍ଷା କରିଥାଏ। ରସୁଣରେ ସେଲେୟନ ପ୍ରଚୁର ପରିମାଣରେ ଥାଏ। ସେଲେୟନ କ୍ୟାନ୍ସର ସହିତ ଲଢ଼ିବାର ଗୁଣ ଥାଏ। ଏହା ଗବେଷଣାରୁ ପ୍ରମାଣିତ ହୋଇସାରିଛି ଯେ ସେଲେୟନ ଟିୟୁମରକୁ ନଷ୍ଟ କରିଦେଇଥାଏ। ଆଉ ଏକ ରିସର୍ଚ୍ଚରୁ ଜଣାଯାଏ ଯେ ଯଦି ପ୍ରତିଦିନ ରସୁଣ ଖାଇବେ ତେବେ କ୍ୟାନ୍ସର ଯୁକ୍ତ ଟ୍ୟୁମାର ହେବାର ୩୦% କମ ହୋଇଯାଇଥାଏ ଏବଂ ଷ୍ଟମାକ କ୍ୟାନ୍ସରର ସମ୍ଭାବନା ୫୨% କମ ହୋଇଯାଇଥାଏ। ତେଣୁ ଯଦି ଆପଣ ଶରୀରରେ କ୍ୟାନ୍ସରର ରିକ୍ସ କମ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ରସୁଣର ସେବନ କରନ୍ତୁ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ରସୁଣରେ ହାଇଟ୍ରନ୍ୟୁଟ୍ରନ ଥାଏ। ଯାହାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ଯୋଗୁ ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ଗୁଡିକୁ ବାହାରକୁ ବାହାର କରିଦେଇଥାଏ ଏବଂ ଶରୀରରେ ସୃଷ୍ଟି ହେଉଥିବା ଅକ୍ସିଡେଟିଭ ଟିପ୍ସକୁ ମଧ୍ୟ ଦୂର କରିଦେଇଥାଏ। ତେଣୁ ଯଦି ଆପଣ ରସୁଣ ସେବନ କରିବେ ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବ ଏବଂ ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ।

ଯକୃତ ରୋଗରୁ ରକ୍ଷା କରେ। ଫଟିଲିଭର ଆଜିକା ଯୁଗରେ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଯଦି ଅତ୍ୟଧିକ ଚର୍ବି ଆପଣଙ୍କ ଲିଭରରେ ଡିପଜିଟ ହୋଇଯାଏ ତେବେ ଏହା ଦ୍ୱାରା ବହୁତ ଭୟଙ୍କର ଅବସ୍ଥା ହୋଇଯାଇଥାଏ। ରିସର୍ଚ୍ଚରେ ଦେଖାଯାଇଛି ଯେ ଗ୍ଲାରିକରେ ଏକ ଉପଦାନ ଥାଏ ଯାହା ଲିଭରର ଇଂଜୁରୀକୁ କମ କରିଥାଏ ଏବଂ ରସୁଣରେ ଥିବା ଆଣ୍ଟିଅକ୍ସିଡେଟିଭ ତତ୍ତ୍ୱ ଲିଭରକୁ ନନ୍ଆଲୋକହଲିକ ତତ୍ୱରୁ ରକ୍ଷା କରିଥାଏ।

ଏହାଥିଲା ସକାଳେ ଖାଲି ପେଟରେ ରସୁଣ ଖାଇବାର ଫାଇଦା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *