Excuse Me Odisha

ଯାହା କହିବୁ ସତ କହିବୁ

କଦଳୀ ଗଛ ମୂଳରେ ପାଠ ପଢ଼ିଲେ ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ, ଜାଣନ୍ତୁ ଏହାର ଅସଲି ରହସ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆମେ ସମସ୍ତେ ଗଛଲତା ମାନଙ୍କ ଠାରୁ ଅନେକ ପ୍ରକାରର ଉପକାର ପାଇଥାଉ। ଏହି ଗଛଲତା ମାନଙ୍କ ଯୋଗୁଁ ଆମକୁ ନିଃଶ୍ୱାସ ନେବାକୁ ପାଇଁ ଅମ୍ଳଜାନ ମିଳିଥାଏ। ଏହାସହିତ ଗଛ ପାଖରୁ ଆମେ ଫୁଲ, ଫଳ, କାଠ ଆଦି ସଂଗ୍ରହ କରି ଜୀବନ ଅତିବାହିତ କରିଥାଉ। ଜଙ୍ଗଲ ରହିବା କାରଣରୁ ହିଁ ପ୍ରାଣୀ ଜଗତ ତିଷ୍ଠି ହୋଇ ରହିଛି।

ତେବେ ବନ୍ଧୁଗଣ ଗଛକୁ ନେଇ ଆଜି ଆମେ ଆପଣ ମାନଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ। ଆଜିକାଲି ଜଙ୍ଗଲ ଧ୍ବଂସ ହେବା ଯୋଗୁଁ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଅଦିନିଆ ବର୍ଷା ହେବା, ଓଜନ ସ୍ତର କଣା ହୋଇଯିବା ଆଦି ସମସ୍ୟା ସୃଷ୍ଟି ହେଲାଣି। ଯଦି ଜଙ୍ଗଲ ରହିବ ନାହିଁ, ତାହେଲେ ସମସ୍ତ ପ୍ରାଣୀ ଜଗତ ଧ୍ବଂସ ହୋଇଯିବ। ମଣିଷ ତାର ଆବଶ୍ୟକତା ମେଣ୍ଟାଇବା ପାଇଁ ପ୍ରକୃତିକୁ ଧ୍ବଂସ କରିବାକୁ ଲାଗିଛି।ଏହି କାରଣରୁ ଭବିଷ୍ୟତରେ ମଣିଷକୁ ପ୍ରକୃତିର ବହୁତ ବଡ଼ ଭୟଙ୍କର ସ୍ୱରପ ସହିତ ସମ୍ମୁଖୀନ ହେବାକୁ ପଡିପାରେ।

ମଣିଷ ନିଜେ ଚାହିଁଲେ ହିଁ ପ୍ରକୃତିକୁ ବଞ୍ଚାଇ ପାରିବ। ଜଙ୍ଗଲରୁ ଆମେ ବିଭିନ୍ନ ପ୍ରକାରର ପ୍ରାକୃତିକ ଜଡ଼ିବୁଟି କିମ୍ବା ଜରୁରୀ ପଦାର୍ଥ ପାଇଥାଉ। ଯଦି ଆପଣ ମାନେ ଗଛ ପାଖରୁ କିଛି ପାଇବା ପାଇଁ ଆଶା ରଖିଛନ୍ତି, ତାହେଲେ ଆପଣଙ୍କୁ କିଛି ଉପାୟ ମାନିବାକୁ ପଡ଼ିବ।

ପ୍ରଥମେ ଆପଣ ଗୋଟିଏ କଦଳୀ ଗଛ ମୂଳରେ କିଛି ଅରୁଆ ଚାଉଳ, ଗୋଟେ ଗୁଆ ଓ କିଛି ସିନ୍ଦୂର ଅର୍ପଣ କରନ୍ତୁ।ଏହାଦ୍ବାରା ଆପଣ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଯଦି ଆପଣ ଗୁରୁବାର ଦିନ କଦଳୀ ଚେର ସଂଗ୍ରହ କରି ଘରେ ରଖିବେ, ତାହେଲେ ଗୁରୁ ବୃହସ୍ପତିଙ୍କ ଆଶୀର୍ବାଦରୁ ଆପଣଙ୍କ ଘରେ କେବେ ମଧ୍ୟ ଧନର ଅଭାବ ରହିବ ନାହିଁ। କଦଳୀ ପତ୍ରକୁ ଆପଣ ସତ୍ୟନାରାୟଣ ପୂଜାରେ ବ୍ୟବହାର କଲେ, ଆପଣଙ୍କୁ ଅନେକ ଶୁଭ ଫଳ ମିଳିବ ଓ ସମସ୍ତ ମନସ୍କାମନା ପୂରଣ ହେବ।

କଥାରେ ଅଛି କଦଳୀ ଗଛ ଓ ତୁଳସୀ ଗଛକୁ ଘରର ଐଶାନ୍ୟ କୋଣରେ ଲଗାଇବା ଉଚିତ।ଏହାଦ୍ବାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।ଆହୁରି ମଧ୍ୟ ମାନ୍ୟତା ରହିଛି ଯେ କଦଳୀ ଗଛର ମୂଳର ବସି ପାଠ ପଢିଲେ, ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଦ୍ୟାର୍ଥୀ ସମସ୍ତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି।

ପୁରାତନ ଯୁଗରେ ଲୋକେ କଦଳୀ ଗଛ ମୂଳରେ ବସି ପାଠ ପଢୁଥିଲେ।ଆହୁରି ମଧ୍ୟ କଦଳୀ ଗଛର ଅନେକ ଉପକାରିତା ରହିଛି। କଦଳୀ ଗଛ ପ୍ରତ୍ୟେକ ପୂଜା ଓ ପର୍ବପର୍ବାଣୀରେ ବ୍ୟବହାର ହୋଇଥାଏ। କଦଳୀ ପତ୍ରରେ ଖାଦ୍ୟ ଖାଇବା, ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *