Excuse Me Odisha

ଯାହା କହିବୁ ସତ କହିବୁ

ଧନବାନ ହେବା ପୂର୍ବରୁ,ରାତି ଅଧରେ ଦେଖାଦିଏ ଏହି ସ୍ଵପ୍ନ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନବାନ ହେବା ପୂର୍ବରୁ ରାତି ଅଧରେ ଦେଖାଦିଏ ଏହିସବୁ ସ୍ୱପ୍ନ।

ବନ୍ଧୁଗଣ ଆସନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଜାଣିବା କେଉଁ ସବୁ ସ୍ୱପ୍ନ ଦେଖିଲେ କଣ ହୋଇଥାଏ। ରାତିରେ ଶୋଇଲା ପରେ ଆମେ କିଛି ନାଁ କିଛି ସ୍ୱପ୍ନ ଦେଖିଥାଉ। କିଛି ସ୍ୱପ୍ନ ଏମିତି ଥାଏ ଯାହାକୁ ଦେଖିବା ଦ୍ୱାରା ଆମକୁ ଆମ ଜୀବନରେ ଖୁସି ଏବଂ ଆନନ୍ଦ ମିଳିବାର ସୂଚନା ଦେଇଥାଏ। ତେବେ ଆସନ୍ତୁ ଆମେ ଏମିତି କିଛି ସ୍ୱପ୍ନର ଫଳ ବିଷୟରେ ଆଲୋଚନା କରିବା।ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ସ୍ୱପ୍ନରେ ଯଦି ମନ୍ଦିର କିମ୍ବା କୌଣସି ଠାକୁରଙ୍କ ମୂର୍ତ୍ତି ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଗ୍ରହ ପୀଡା ଦୂର ହେବାର ଏହା ସୂଚନା ଦେଇଥାଏ। ଯଦି ସ୍ୱପ୍ନରେ ନିଜେ ଧଳା ବସ୍ତ୍ର ପିନ୍ଧିଥିବାର କିମ୍ବା ଅନ୍ୟ କେହି ଧଳା ବସ୍ତ୍ର ପିନ୍ଧିଥିବାର ଦେଖିବେ ତାହେଲେ ଅତି ଶୀଘ୍ର କୌଣସି ଶୁଭ ଖବର ମିଳିବାର ସୂଚନା ଦେଇଥାଏ।

ଯଦି ସ୍ୱପ୍ନରେ ନିଜେ ସାପ ମାନଙ୍କୁ ଗଡାଉ ଥିବାର ଦେଖିବେ ତାହେଲେ ଆପଣଙ୍କର ଶତ୍ରୁ ମାନଙ୍କର ବିନାଶ ହେବାର ସୂଚନା ଅଟେ।

ଯଦି ସ୍ୱପ୍ନରେ ନିଜେ କୌଣସି ଭିକାରୀଙ୍କୁ ଭିକ ଦେଉଥିବାର ଦେଖିବେ ତାହେଲେ ଏହା ଦ୍ୱାରା ଆର୍ଥିକ ଲାଭ ସହିତ ସମାଜରେ ସମ୍ମାନ ମିଳିବାର ସୂଚନା ଅଟେ।

ଯଦି ସ୍ୱପ୍ନରେ କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ସାଧୁ ସନ୍ଥଙ୍କୁ ଦେଖିବେ ତେବେ ଭବିଷ୍ୟତରେ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଲାଭ ଏବଂ ସମ୍ମାନ ନିଶ୍ଚିତ ମିଳିବ।

ସ୍ୱପ୍ନରେ ଯଦି ନିଜେ କେଉଁଠି ଉଚ୍ଚ କୋଠା ଉପରେ ବସିଥିବାର ଦେଖିବେ ତାହାଲେ କର୍ମ କ୍ଷେତ୍ରରେ ଉଚ୍ଚ ସ୍ଥାନକୁ ଉଠିବାର ଏହା ସୂଚନା ଅଟେ।

ଯଦି ସ୍ୱପ୍ନରେ ବିବାହ ମଣ୍ଡପରେ ଥିବା ବର କନ୍ୟାଙ୍କୁ ଦେଖିବେ ତାହେଲେ ସେହି ବର୍ଷ ଆପଣଙ୍କର ବହୁତ ଶୁଭ ହେବ ବୋଲି ସୂଚନା ଦେଇଥାଏ।

ଯଦି ସ୍ୱପ୍ନରେ ନିଜେ ଘୋଡା ଗାଡ଼ିରେ ବସିଥିବାର ଦେଖିବେ ତେବେ ଏହା ଧନ ପ୍ରାପ୍ତିର ସୂଚନା ଅଟେ।

ଯଦି ସ୍ୱପ୍ନରେ ହାତୀ ପୋଲ କିମ୍ବା ଗୋଟିଏ ହାତୀ ଦେଖିବେ ତେବେ ତାହାର ଆର୍ଥିକ ସମସ୍ୟାର ସମାଧାନ ହୋଇଯିବାର ଏହା ସୂଚନା ହୋଇଥାଏ।

ସ୍ୱପ୍ନରେ ଯଦି ଚନ୍ଦ୍ର ଦେଖନ୍ତି ତାହେଲେ ଏହା ଆପଣଙ୍କୁ ସମ୍ମାନ ମିଳିବାର ସୂଚନା ଅଟେ।

ଯଦି କେହି ସ୍ୱପ୍ନରେ ଆକାଶରେ ତାରା ଦେଖନ୍ତି ତାହେଲେ ଏହା ଆପଣଙ୍କର ଜୀବନରେ ଥିବା ସମସ୍ତ ଦୁଃଖର ବିନାଶ ହୋଇ ସୌଭାଗ୍ୟ ଫେରି ପାଇବାର ସୂଚନା ଅଟେ।

ସ୍ୱପ୍ନରେ ରୁଦ୍ରାକ୍ଷ ମାଳ ବା ଗୋଟିଏ ରୁଦ୍ରାକ୍ଷ ଦେଖିଲେ ଆପଣଙ୍କୁ କିଛି ନାଁ କିଛି ଶୁଭ ସମାଚାର ମିଳିବ।

ଆପଣ ଯଦି ସ୍ୱପ୍ନରେ ନଦୀ ଦେଖନ୍ତି ତାହେଲେ ଏହା ଆପଣଙ୍କର ଜୀବନରେ ଥିବା ଦୁର୍ଦୋଷା ନଷ୍ଟ ହୋଇ ସୌଭାଗ୍ୟ ବୃଦ୍ଧି ହେବାର ସୂଚନା ଅଟେ।

ସ୍ୱପ୍ନରେ ଗାଇ ଦେଖିଲେ ପରିବାରର ସୁଖ ବଢିବା ସହିତ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ବୋଲି ବୁଝିବାକୁ ପଡ଼ିବ।

ଯଦି କେହି ସ୍ୱପ୍ନରେ ନେଉଳ ଦେଖନ୍ତି ତାହେଲେ ଏହା ଆମ ସହିତ ଯଦି କାହାର ଶତ୍ରୁତା ଥାଏ ତାହେଲେ ଶୀଘ୍ର ଏହି ଶତ୍ରୁତା ନଷ୍ଟ ହୋଇଯିବାର ସୂଚନା ହୋଇଥାଏ।

ସ୍ୱପ୍ନରେ ଟଙ୍କା ଦେଖିବା ଦ୍ୱାରା ଆମ ଜୀବନରେ ଅଚାନକ ଭାବେ ଅଜଣା ଜାଗାରୁ ଧନ ମିଳିବାର ସଂକେତ ଦେଇଥାଏ।

ସ୍ୱପ୍ନରେ ପାରା ଦେଖିବା ଦ୍ୱାରା ଆମକୁ ଯଦି କିଛି ରୋଗ ହୋଇଥାଏ ତାହେଲେ ସେହି ରୋଗ ଶୀଘ୍ର ଭଲ ହୋଇଯିବାର ଏହା ସୂଚନା ଅଟେ।

ସ୍ୱପ୍ନରେ ଯଦି କୌଣସି ପକ୍ଷୀଙ୍କୁ ଦେଖନ୍ତି ତାହେଲେ ଏହା ଦ୍ୱାରା ଆମକୁ ଆମ କର୍ମ କ୍ଷେତ୍ରରେ ସଫଳତା ମିଳିବାର ସୂଚନା ଅଟେ।

ଯଦି କେହି ସ୍ୱପ୍ନରେ ଶୁଆ ଦେଖନ୍ତି ତାହେଲେ ଏହା ଆମର ସୌଭାଗ୍ୟ ବୃଦ୍ଧିର ସୂଚନା ଦେଇଥାଏ।

ସ୍ୱପ୍ନରେ ଯଦି ଆପଣ କାହା ସହିତ ଜୁଆ ଖେଳିବାର ଦେଖନ୍ତି ତାହେଲେ ବ୍ୟବସାୟରେ ଲାଭ ହେବାର ଏହା ସୂଚନା ହୋଇଥାଏ।

ସ୍ୱପ୍ନରେ ଯଦି ଫଳ ଖାଉଥିବାର ଦେଖନ୍ତି ତାହେଲେ ଏହା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।

ଧଳା ସାପ କାମୁଡ଼ିବାର ସ୍ୱପ୍ନ ଦେଖିବା ଦ୍ୱାରା ଗୁପ୍ତ ଧନ ମିଳିବାର ସୂଚନା ଦେଇଥାଏ।

ସ୍ୱପ୍ନରେ ନଦୀରେ ପାଣି ପିଉଥିବାର ଦେଖିଲେ ରାଜକୋଷ ବା ସରକାରଙ୍କ ଠାରୁ ଧନ ମିଳିବାର ଏହା ସୂଚନା ଅଟେ।

ସ୍ୱପ୍ନରେ ଯଦି ଘର ତିଆରି କରିବାର ଦେଖନ୍ତି ତାହେଲେ ଏହା ସମାଜରେ ସମ୍ମାନ ମିଳିବାର ସୂଚନା ମିଳିଥାଏ।

ସ୍ୱପ୍ନରେ ଘୋଡା ଦେଖିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

ବହି ଯାଉଥିବା ଝରଣାକୁ ସ୍ୱପ୍ନରେ ଦେଖିଲେ ଜୀବନରେ ଭୋଗୁଥିବା ଦୁଃଖ ଯନ୍ତ୍ରଣାର ଶେଷ ହୋଇଗଲା ବୋଲି ବୁଝିବାକୁ ପଡ଼ିବ।

ସ୍ୱପ୍ନରେ କୂଅ ଦେଖିଲେ ସମ୍ମାନ ବୃଦ୍ଧି ହୋଇଥାଏ।

ଜଳୁ ଥିବା ଦୀପ ଯଦି ସ୍ୱପ୍ନରେ ଦେଖନ୍ତି ଆୟୁଷ ବୃଦ୍ଧି ହୋଇଥାଏ ବୋଲି ବୁଝିବାକୁ ପଡିଥାଏ।

ସ୍ୱପ୍ନରେ କୂଅ ଭିତରେ ପାଣି ଥିବାର ଦେଖିଲେ ଧନଲାଭ ହୋଇଥାଏ।

ସ୍ୱପ୍ନରେ ଆକାଶକୁ ଦେଖିଲେ ପୁତ୍ର ଲାଭ ହେବାର ସୂଚନା ଦେଇଥାଏ।

ସ୍ୱପ୍ନରେ ଯଦି କେହି ସୁନ୍ଦର ସ୍ତ୍ରୀକୁ ଦେଖନ୍ତି ତାହେଲେ ଏହା ପ୍ରେମର ସଫଳତା ମିଳିବାର ସୂଚନା ଦେଇଥାଏ।

ସ୍ୱପ୍ନରେ ଚୁଡ଼ି ଦେଖିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *