Excuse Me Odisha

ଯାହା କହିବୁ ସତ କହିବୁ

ଡିସେମ୍ବର ୨୯ ପର୍ଯ୍ୟନ୍ତ ସୂର୍ଯ୍ୟ ଓ ବୁଧ ଗ୍ରହର ପ୍ରଭାବ ପଡ଼ିବ ଏହି ରାଶି ଉପରେ ! ୪ ଦିନ ପର୍ଯ୍ୟନ୍ତ ଆସିବନି କିଛି ବି ସଙ୍କଟ !

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଓ ସୂର୍ଯ୍ୟ ଗ୍ରହକୁ ବିଶେଷ ସ୍ଥାନ ଦିଆଯାଇଛି। ସୂର୍ଯ୍ୟ ଗ୍ରହକୁ ଆତ୍ମା, ମାନସମ୍ମାନ, ସଫଳତା, ପ୍ରଗତିର କାରକ ବୋଲି ମାନା ଯାଇଛି। ବୁଧ ଗ୍ରହକୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା, ମିତ୍ରତା ଆଦିର କାରକ ମାନା ଯାଇଛି। ଏହି ସମୟରେ ସୂର୍ଯ୍ୟ ଓ ବୁଧ, ଧନୁ ରାଶିରେ ୨୦୨୧ ମସିହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଗୋଚର କରିବାକୁ ଯାଉଛନ୍ତି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି –

ସୂର୍ଯ୍ୟ ଓ ଧନୁ ରାଶିର ଗୋଚର ଯୋଗୁଁ ଏହି ରାଶି ଉପରେ ଉତ୍ତମ ପ୍ରଭାବ ପଡ଼ିବାକୁ ଯାଉଛି। ଏହାଦ୍ବାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ଅଚାନକ ଧନ ପ୍ରାପ୍ତି ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖରେ ଅତିବାହିତ ହେବ। ସମାଜରେ ହେଉଥିବା ଧାର୍ମିକ କାର୍ଯ୍ୟକ୍ରମରେ ଆପଣ ଯୋଗଦାନ କରିବେ।

ମିଥୁନ ରାଶି –

ଏହି ରାଶିର ଲୋକଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ। କୌଣସି ସ୍ଥାନରେ ନିବେଶ କଲେ, ନିଶ୍ଚିତ ଭାବରେ ଲାଭବାନ ହେବେ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ନୂଆ ବାହନ ବା ଜମିବାଡ଼ି କ୍ରୟ କରି ପାରନ୍ତି। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

କର୍କଟ ରାଶି –

ସୂର୍ଯ୍ୟ ଓ ଧନୁ ରାଶିର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆର୍ଥିକ ପକ୍ଷ ସୁଦୃଢ ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଖୁବ୍ ଶୀଘ୍ର ସଫଳତା ମିଳିବ।ବ୍ୟବସାୟରେ ଲାଭବାନ ହେବେ।

ସିଂହ ରାଶି –

ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି। ସମାଜ କଲ୍ୟାଣ ପାଇଁ ଆପଣ କରିଥିବା କାର୍ଯ୍ୟ ସମ୍ପନ୍ନ ହେବ ଏବଂ ଆପଣଙ୍କର ମାନସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *