Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ କହିଥିଲେ ଏହି ୫ ଗୋଟି ସତ୍ୟ ବଚନ ! ଶୁଣିଲେ ବଦଳିଯିବ ଆପଣଙ୍କ ଜୀବନ ! ଆତ୍ମା ପବିତ୍ର ହୋଇଯିବ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଦ୍ଵାପର ଯୁଗ ପରେ କଳିଯୁଗର ଆରମ୍ଭ ହୋଇଥିଲା। ଏହି କଳିଯୁଗକୁ ନେଇ କୁନ୍ତୀଙ୍କ ପୁତ୍ରଗଣ ପାଣ୍ଡବ ମାନଙ୍କ ମନରେ ଅନେକ ପ୍ରଶ୍ନ ଆସିଥିଲା। କଳିଯୁଗରେ ମଣିଷର ଦିନ କିପରି କଟିବ, ମନୁଷ୍ୟଙ୍କ ମଧ୍ୟରେ କିପରି ସମ୍ପର୍କ ସ୍ଥାପନ ହେବ ଏଭଳି ଅନେକ ପ୍ରଶ୍ନ ସେମାନଙ୍କ ମନରେ ଆସିଥିଲା। ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଯାଇଥିଲେ। ଏହାପରେ ଭଗବାନ ଶ୍ରୀକୃଷ୍ଣ ହସିଦେଇ ପାଞ୍ଚ ଭାଇଙ୍କୁ ଜଙ୍ଗଲକୁ ପଠାଇ ଥିଲେ ଏବଂ ସେଠାରେ କଣ ଘଟଣା ଘଟିଲା ତାହା ଆସି ବର୍ଣ୍ଣନା କରିବା ପାଇଁ କହିଥିଲେ।

ଯୁଧିଷ୍ଠିର ଜଙ୍ଗଲରୁ ଆସି ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ! ମୁଁ ଏକ ବିଚିତ୍ର ଦୃଶ୍ୟ ଦେଖିଲି ଯେ ଅନେକ ପଶୁପକ୍ଷୀଙ୍କ ମଧ୍ୟରେ ଗୋଟେ ଦୁଇଟି ଶୁଣ୍ଢ ଥିବା ହାତୀ ଥିଲା।ଏଭଳି ହାତୀ ମୁଁ କେବେ ମଧ୍ୟ ଦେଖି ନଥିଲି। ଭଗବାନ ଶ୍ରୀକୃଷ୍ଣ ହସି ଦେଇ କହିଲେ, କଳିଯୁଗରେ ମଣିଷ ମଧ୍ୟ ଏଭଳି ଦୁଇଟି ମନ ବିଶିଷ୍ଟ ହୋଇ ଜନ୍ମ ହେବ। ମଣିଷ ମନରେ ଗୋଟେ କଥା ରଖି ମୁହଁରେ ଅନ୍ୟ କଥା କହିବ। ମନୁଷ୍ୟ ସର୍ବଦା ଜୀବନରେ ସନ୍ଦେହ ଘେରରେ ରହିବ।

ଭୀମ ଜଙ୍ଗଲରୁ ଆସି ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ! ମୁଁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିଲି।ଗୋଟିଏ ଗାଈ ତାର ବାଛୁରୀକୁ ବହୁତ ସ୍ନେହ କରୁଛି। ଏହାଦ୍ବାରା ଗାଈର କ୍ଷୀର ବଦଳରେ ରକ୍ତ ବାହାରୁଛି। ଏହାଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ପିତାମାତାଙ୍କର ଅତ୍ୟଧିକ ସ୍ନେହ ଯୋଗୁଁ ତାଙ୍କ ସନ୍ତାନ ମାନେ ବିକଶିତ ହୋଇ ପାରିବେ ନାହିଁ।

ପିତାମାତାଙ୍କର ଅଧିକ ସ୍ନେହ ସନ୍ତାନର ବିକାଶରେ ବାଧା ସୃଷ୍ଟି କରିବ। ଛୋଟ ଶିଶୁଟି ପରିବାର ଭିତରେ ରହି କେବେ ମଧ୍ୟ ଉନ୍ନତି କରି ପାରିବନାହିଁ। ଅନ୍ୟ କାହା ପୁଅ ସାଧୁ ହେଲେ, ସମସ୍ତେ ତାର ଦର୍ଶନ କରିବେ ଏବଂ ଜୁହାର କରିବେ। କିନ୍ତୁ ନିଜ ପୁଅ ସାଧୁ ହେଲେ ପିତାମାତା ଚିନ୍ତାରେ ଭାଙ୍ଗିଯିବେ।

ଜଙ୍ଗଲରୁ ଆସି ଅର୍ଜୁନ ତାଙ୍କ ସଖା ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ! ମୁଁ ଜଙ୍ଗଲରେ ଏକ ବିରଳ ଦୃଶ୍ୟ ଦେଖିଲି। ଗୋଟିଏ ପକ୍ଷୀର ଦେହରେ ବେଦ ମନ୍ତ୍ର ଲେଖା ହୋଇଛି,କିନ୍ତୁ ସେହି ପକ୍ଷୀ ମାଂସ ଭକ୍ଷଣ କରୁଛି। ଭଗବାନ ଶ୍ରୀକୃଷ୍ଣ କହିଲେ,କଳି ଯୁଗରେ ଏହା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟ ଜଣକ ଦୃଶ୍ୟ ଅଟେ। ମନୁଷ୍ୟର ସମ୍ପତି ବଢିବ, କିନ୍ତୁ ମନୁଷ୍ୟ ଅନ୍ୟମାନଙ୍କର ସଂପତ୍ତି ଲୁଣ୍ଠନ କରିବା ପାଇଁ ତାଙ୍କ ମୃତ୍ୟୁକୁ ଅପେକ୍ଷା କରିବ। ମନୁଷ୍ୟ ଧନ ପାଇଁ ଲୋଭୀ ହୋଇଯିବ

ଏହାପରେ ଜଙ୍ଗଲରୁ ଫେରି ନକୁଳ କହିଲେ, ପ୍ରଭୁ ମୁଁ ଗୋଟିଏ ଦୃଶ୍ୟ ଦେଖିଲି ଯେ, ପର୍ବତରୁ ପଥର ଖଣ୍ଡ ବିଖଣ୍ଡ ହୋଇ ତଳକୁ ଖସିଲା। କିନ୍ତୁ ଗଛ ସେହି ପଥରକୁ ଅଟକାଇ ପାରିଲା ନାହିଁ।ଅର୍ଥାତ୍ ଗୋଟେ ଛୋଟ ଗଛ ଏକ ବିରାଟ ପଥରକୁ ଅଟକାଇବାରେ ସକ୍ଷମ ହୋଇ ପାରିଛି।ଏହାଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ କଳିଯୁଗରେ ହରିନାମ ଏକ ବ୍ୟାପକ ଶବ୍ଦ ହେବ।

ମଣିଷ ବହୁତ ଜ୍ଞାନୀ ଓ ବୁଦ୍ଧିମାନ ହେବ। ମଣିଷର ଯଥେଷ୍ଟ କ୍ଷମତା ଥିଲେ ମଧ୍ୟ, ସେ ପତନ ରୂପକ ଶିଳାଖଣ୍ଡକୁ ଅଟକାଇ ପାରିବ ନାହିଁ। ଏକ ଛୋଟ ହରି ନାମ ହିଁ ତାର ଜୀବନର ପତନକୁ ଅଟକାଇ ପାରିବ। ହରିନାମ ଜପିବା ଦ୍ଵାରା ମଣିଷ ଜୀବନରେ ନୂତନ ଶକ୍ତି ସଞ୍ଚାରିତ ହେବ।

ଏହାପରେ ସହଦେବ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ହେ ପ୍ରଭୁ! ମୁଁ ଜଙ୍ଗଲରେ ଅନେକ କୂଅ ଦେଖିଲି। କିନ୍ତୁ ସେଥିମଧ୍ୟରୁ ଗୋଟିଏ କୂଅ ଦେଖିଲି, ଯାହା ଶୁଖିଲା ଓ ବହୁତ ଗଭୀର ଅଟେ।ଏହାଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ମଣିଷ ନିଜର ସୁବିଧା ପାଇଁ ବହୁତ ଖର୍ଚ୍ଚ କରିବ, ଉତ୍ସବରେ ଧନ ଖର୍ଚ୍ଚ କରିବ, କିନ୍ତୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବ ନାହିଁ। ଅନ୍ୟର ଭୋକର ଅଗ୍ନିକୁ କୌଣସି ଧନବାନ ଲୋକ ବୁଝିପାରିବ ନାହିଁ।

ତେବେ ବନ୍ଧୁଗଣ, ଏହି ୫ଟି ସତ୍ୟକୁ ଭଗବାନ ଶ୍ରୀକୃଷ୍ଣ କହିଥିଲେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *