ଏହାକୁ ପିନ୍ଧିବା ଦ୍ଵାରା ପତିପତ୍ନୀଙ୍କ ମଧ୍ୟରେ ସମାପ୍ତ ହୋଇଯାଇଥାଏ ସମସ୍ତ ଝଗଡ଼ା। ବୈବାହିକ ଜୀବନ ହୋଇଥାଏ ସୁଖମୟ ! ଆଜି ହିଁ ପିନ୍ଧିକି ଦେଖନ୍ତୁ !
ସମସ୍ତଙ୍କର ବୈବାହିକ ଜୀବନ ସୁଖମୟ ରହୁ ବୋଲି ଇଛା ରହିଥାଏ। ପରସ୍ପର ମଧ୍ୟରେ ବୁଝାମଣା ଓ ସ୍ନେହ ଭଲପାଇବା ରହିବା ଉଚିତ।କିନ୍ତୁ ଆଜିକାଲି ପ୍ରାୟତଃ ଦେଖିବାକୁ ମିଳୁଛି ଯେ, ବିବାହର କିଛିଦିନ ପରେ ସାମାନ୍ୟ କଥାରେ ଦମ୍ପତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି, ଏହାଦ୍ବାରା ଦମ୍ପତିଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୈବାହିକ ଜୀବନରେ ସମସ୍ୟା ଦୂର କରିବା ପାଇଁ ଓପଲ ଷ୍ଟୋନ ଧାରଣ କରିବା ପାଇଁ ପରାମର୍ଶ ଦିଆଯାଇଥାଏ।
– ଓପଲ ହୀରା ସବୁଠାରୁ ଉତ୍ତମ ଅଟେ। ଏହାକୁ ପରିଧାନ କଲେ, ଶୁକ୍ର ଗ୍ରହ ସୁଦୃଢ ହେବା ସହିତ ବୈବାହିକ ଜୀବନ ସୁଖମୟ ଓ ସୁଦୃଢ ହୋଇଥାଏ। ଏହାକୁ ରୂପା ଧାତୁ ସହିତ ବ୍ୟବହାର କଲେ, ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
– ଏହି ଓପଲ ହୀରାକୁ ପରିଧାନ କରିବା ଦ୍ଵାରା ପତିପତ୍ନୀଙ୍କ ବୈବାହିକ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଯଦି ବିବାହ ପରେ ବିବାହ ବିଚ୍ଛେଦ ହେବାର ପରିସ୍ଥିତି ଆସେ, ତାହେଲେ ସେହି ସମୟରେ ନିଶ୍ଚିତ ଭାବରେ ଓପଲ ହୀରା ଧାରଣ କରିବା ଉଚିତ।
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହର ଶୁଭ ପ୍ରଭାବକୁ ବୃଦ୍ଧି କରିବା ପାଇଁ ମଧ୍ୟ ଓପଲ ଧାରଣ କରାଯାଇଥାଏ। ତୁଳା ଓ ବୃଷ ରାଶିର ଲୋକେ ନିଶ୍ଚିତ ଭାବରେ ଓପଲ ହୀରା ଧାରଣ କରିବା ଉଚିତ। ଏହାସହିତ ଯେଉଁମାନଙ୍କର କୁଣ୍ଡଳୀରେ ବୃଷ ବା ତୁଳା ଲଗ୍ନ ରହିଥିବ, ସେମାନେ ମଧ୍ୟ ଓପଲ ଧାରଣ କରି ପାରିବେ।
– ଆପଣ କୌଣସି ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ଶୁକ୍ରବାର ଦିନ ଆପଣ ଓପଲ ରତ୍ନକୁ କ୍ଷୀର ବା ଗଙ୍ଗାଜଳରେ ବୁଡାଇ ପରିଧାନ କରନ୍ତୁ। ଏହାକୁ ଡାହାଣ ହାତର ମୁଦି ପିନ୍ଧା ଆଙ୍ଗୁଳିରେ ପିନ୍ଧି ପାରିବେ।
– ଶୁକ୍ର ଗ୍ରହ, କର୍କଟ ଓ ମକର ଲଗ୍ନର କାରକ ଗ୍ରହ ଅଟେ।ତେଣୁ ଏହି ରାଶିର ଲୋକେ ଓପଲ ରତ୍ନ ଧାରଣ କରିବା ଉଚିତ।