ଯଦି କରଜ ସୁଝି ପାରୁ ନାହାନ୍ତି,ତା ହେଲେ ଆପଣାନ୍ତୁ ଏହି ଉପାୟ !! ଦ୍ୱିତୀୟ ଭାଗ !!
ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ କରଜ ସୁଝି ପାରୁନଥିଲେ କରନ୍ତୁ ଏହି ଉପାୟ।
ବନ୍ଧୁଗଣ ଏବେ କରନାର ମହାମାରିର ତାଣ୍ଡବ ଯୋଗୁ ଲୋକମାନେ କରଜରେ ବୁଡି ଗଲେଣି। ରୋଜଗାର ବ୍ୟବସାୟ ବନ୍ଦ ହୋଇଯାଇଛି। ଚଳିବା ପାଇଁ ଟଙ୍କାଟିଏ ବି ନାହିଁ। ତେଣୁ ସେମାନେ କିପରି କରଜ ସୁଝିବେ। କେଉଁଠୁ ଟଙ୍କା ଆସିବ କରଜ ଶୁଝିବା ପାଇଁ ବର୍ତ୍ତମାନର ପରିସ୍ଥିତି ଏପରି କି ଧନୀ ଗରିବ ସମସ୍ତଙ୍କର ଅବସ୍ଥା ଶୋଚନୀୟ ଅଟେ। ସମସ୍ତଙ୍କର ଏକ ପ୍ରକାରର ଅଣ୍ଟା ଭାଙ୍ଗି ଯାଇଛି ଓ ସେମାନେ ଅଣ୍ଟା ଶଳଖି ଛିଡା ହେବା ପାଇଁ ଚାହୁଁଛନ୍ତି। ଏହିପରି ପରିସ୍ଥିତିରେ କେବଳ ଧର୍ଯ୍ୟ ଧରି କେବଳ ସମୟକୁ ଅପେକ୍ଷା କରିବା ଉଚିତ ଏବଂ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ।
ଦୁଃଖର ଭବ ସାଗରରୁ ଉଧାର କରନ୍ତୁ ବୋଲି ପ୍ରାର୍ଥନା କରିବା ଉଚିତ। ଆମେ ଆଜି ଯେଉଁ ଉପାୟ ଜଣାଇବାକୁ ଯାଉଛୁ ତାହାକୁ ବିଶ୍ୱାସର ସହକାରେ କରନ୍ତୁ। ଏହି ଉପାୟକୁ କଲେ ବନ୍ଦ ପଡିଥିବା ବାଟ ଖୋଲିଯିବ। ଦୁଃଖର ଅଦ୍ଧକାର ଦୂର ହୋଇଯିବ। ସୁଖର ଆଲୋକ ମିଳିବାକୁ ଲାଗିବ। ତେଣୁ ଏହି ଉପାୟକୁ ବିଶ୍ୱାସର ସହିତ କରିଲେ ପରିବର୍ତ୍ତନ ଧୀରେ ଧୀରେ ହେବ। ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ କି କିପରି ଆପଣଙ୍କର ବାଟ ସୁଗମ ହେବାରେ ଲାଗିବ।
ପ୍ରଥମ ଉପାୟ। କିଛି ଘାଗଡା ଲୁଣ ସଂଗ୍ରହ କରନ୍ତୁ। ଯାହା ସମୁଦ୍ର ପାଣିରେ ଅବା ସମୁଦ୍ର ପାଣିକୁ ବନ୍ଧାଇ ଲୁଣ ପ୍ରସ୍ତୁତ କରାଯାଇଥାଏ। ସେହି ଘାଗଡା ଲୁଣକୁ ସଂଗ୍ରହ କରନ୍ତୁ। ଏହାର ଅଭାବରେ ସଦ୍ଧବ ଲୁଣ ନେଇ ପାରିବେ। ଏହି ଘାଗଡା ଲୁଣକୁ ନିଜର ଡାହାଣ ହାତରେ ମୁଠାଏ ଧରି ନିଅନ୍ତୁ ଏବଂ ହାତ ମୁଠାକୁ ଜୋରସେ ଚାପି ଧରନ୍ତୁ ଏବଂ ଏହା ପରେ ନିଜ ମୁଣ୍ଡ ଉପରେ ପଛ ପାଖରୁ ସାମ୍ନା ପାଖକୁ ଏବଂ ସାମ୍ନା ପାଖରୁ ପଛ ପାଖକୁ ଏହିପରି ବାମରୁ ଦକ୍ଷିଣ ପଟକୁ ୭ ଥର ବୁଲାଇ ନିଅନ୍ତୁ ଏବଂ ଯିଏ କରଜ କରିଛନ୍ତି କେବଳ ସେଇ ହିଁ ଏହି କାର୍ଯ୍ୟ କରିପାରିବେ ଅନ୍ୟ କେହି କରିବେ ନାହିଁ।
ହାତରେ ଲୁଣ ରଖି ମୁଣ୍ଡ ଉପରେ ବୁଲାଇ ସାରିବା ପରେ ଘରୁ ବାହାରକୁ ଚାଲିଯାନ୍ତୁ ଏବଂ ମାଟି ଉପରେ ସେହି ଲୁଣକୁ ପକାଇ ଦିଅନ୍ତୁ ଏହାକୁ ଢ଼ଳେଇ ରାସ୍ତାରେ କିମ୍ବା ପିଚୁ ରାସ୍ତାରେ କେବେବି ପକାନ୍ତୁ ନାହିଁ। କେବଳ ମାଟି ଜାଗାରେ ହିଁ ପକାଇଦିଅନ୍ତୁ ଅବା କୌଣସି ଗଛ ମୂଳରେ ଥିବା ମାଟି ଉପରେ ପକାଇ ଦିଅନ୍ତୁ। ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାରି ସହିତ କଥା ହେବେ ନାହିଁ କିମ୍ବା ପଛକୁ ବୁଲି ଚାହିଁବେ ନାହିଁ। ସିଧା ଘରୁ ବାହାରକୁ ଯିବେ ଏବଂ ଲୁଣ ପକାଇ ସିଧା ଘରକୁ ଆସିବେ। ଏହି ଉପାୟକୁ କେବଳ ଶନିବାର ଦିନ ହିଁ କରିବେ ଏବଂ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ହିଁ କରିବେ।
ଏହା କେବଳ ଗୋଟିଏ ଥର ହିଁ କରିବେ। ଏହିପରି ଉପାୟ କରୁଥିବା ସମୟରେ ବା ମୁଣ୍ଡ ଉପରେ ବୁଲାଉ ଥିବା ସମୟରେ ଭଗବାନଙ୍କୁ ସ୍ମରଣ କରନ୍ତୁ ଓ ପ୍ରାର୍ଥନା କରନ୍ତୁ ମୋର ଏହି କରଜର ବୋଝ ହଟି ଯାଉ ଏବଂ କରଜ ସୁଝିବାର ବାଟ ମିଳିଯାଉ ବୋଲି। ଏହିପରି ପ୍ରାର୍ଥନା କରନ୍ତୁ। ଘରକୁ ଆସିବା ପରେ ହାତ ମୁହଁ ଧୋଇ ଦିଅନ୍ତୁ।
ଦ୍ୱିତୀୟ ଉପାୟ। କିଛି ଗୋଲାପ ଜାମ୍ବୁ ନିଅନ୍ତୁ। ଯାହାକି କଳା ରଙ୍ଗର ହୋଇଥିବ। କିଛି ବ୍ରାଉନ ହୋଇଥାଏ ଆଉ କିଛି କଳା ରଙ୍ଗର ହୋଇଥାଏ। ଆପଣ କଳା ରଙ୍ଗର ଗୋଲାପ ଜାମ୍ବୁ ନେବେ। ଏବଂ ଦୃଷ୍ଟିହୀନ ବା ଅଂଦ୍ଧ ବ୍ୟକ୍ତିଙ୍କୁ ଦାନ କରନ୍ତୁ ଏହା ମଧ୍ୟ ସେହି ଶନିବାର ଦିନ ହିଁ କରିବେ। ଏହା ୧୦ ଜଣ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଯଦି ଦାନ କରନ୍ତି ତେବେ ବହୁତ ଶୁଭ ହୋଇଥାଏ। ଯଦି ଦୃଷ୍ଟିହୀନ ବ୍ୟକ୍ତି ପାଖରେ ନମିଳନ୍ତି ତେବେ କୌଣସି ଦିବ୍ୟାଙ୍ଗ ସ୍କୁଲ କିମ୍ବା ଦିବ୍ୟାଙ୍କ ସଂସ୍ଥାକୁ ଯାଇ କରିପାରିବେ।
ଯଦି ଏହା କରିବା ସମ୍ଭବ ନହୁଏ ତେବେ କୌଣସି ଏକ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଗୋଟିଏ ଗୋଲାପ ଜାମ୍ବୁ ଖାଇବାକୁ ଦେଇପାରିବେ। ଏହା କରିବା ସମୟରେ କରଜ ମୁକ୍ତ ହେବାର ମନ କାମନା ନେଇ କରନ୍ତୁ ଏବଂ ଭଗବାନଙ୍କୁ ପ୍ରାର୍ଥନା କରି କରନ୍ତୁ। ମନରେ ସକାରାତ୍ମକ ଭାବନା ନେଇ କରନ୍ତୁ। ଏହାକୁ ଗୋଟିଏ ଶନିବାର ଦିନ କରିପାରିବେ କିମ୍ବା ପ୍ରତି ଶନିବାର ମଧ୍ୟ କରିପାରିବେ।
ତୃତୀୟ ଉପାୟ। ଏହା ସହଜ ଓ ଶକ୍ତିଶାଳୀ ଉପାୟଟିଏ ଏବଂ ଏହା କେବଳ ଗୋଟିଏ ଥର ହିଁ ଅମାବାସ୍ୟା ଦିନ କରିବେ। ଏହା ସୂର୍ଯ୍ୟାସ୍ତ ପରେ କିମ୍ବା ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ କରିବେ। ଏକଦମ ଅଧାରାତ୍ରିରେ କରିବେ ନାହିଁ। ଆପଣ ଗୋଟିଏ ମାଟିର କଳସ ଘଡିଟିଏ ନିଅନ୍ତୁ ଅବା ମାଟିର କୌଣସି ପାତ୍ରଟିଏ ନିଅନ୍ତୁ। ଏହା ଲାଲ ରଙ୍ଗର ହୋଇଥିବା ଦରକାର।
ସେହି ଘଡି ଭିତରେ ଏକ ଟଙ୍କିଆ କଏନ ଟିଏ ପକେଇ ଦିଅନ୍ତୁ ଏବଂ ଏହା ପରେ ଘରେ ଥିବା କୌଣସି ପାଣି ତାହା ଟାଙ୍କି ପାଣି ହେଉ ଟ୍ୟାପ ପାଣି ହେଉ ଅବା ବାଲ୍ଟି ବା ଅନ୍ୟ କୌଣସି ପାତ୍ର ଥିବା ପାଣିକୁ ସେହି ଘଡିରେ ପୁରାଇ ଦିଅନ୍ତୁ ଏବଂ ସେହି ଘଡିଟି ପୁର୍ଣ ହେବା ପରେ ସେହି ଘଡିକୁ ବାମ ହାତରେ ଧରନ୍ତୁ ଏବଂ ଡାହାଣ ହାତରେ ଘୋଡାଇ ଦିଅନ୍ତୁ ଏବଂ ମନେ ମନେ ଏହା କୁହନ୍ତୁ କି ମୋର ସମସ୍ତ କରଜ ସୁଝି ସାରିଛି। ଏହା ଏକ ମାସ କିମ୍ବା ଦୁଇ ତିନି ଚାରି ପାଂଚ ମାସ ଯେତିକି ମାସ ସ୍ଥିର କରିବେ ସେତିକି ମାସ କୁହନ୍ତୁ।
ଉଦାହରଣ ସ୍ୱରୂପ:- ମୋର ତିନି ମାସ ହେଲା କରଜ ସୁଝି ସାରିଛି ଏବଂ ମୁଁ ସମ୍ପୂର୍ଣ୍ଣ କରଜ ମୁକ୍ତ ହୋଇ ସାରିଛି। ଏହିପରି ମନେ ମନେ କୁହନ୍ତୁ। ଏହାପରେ ସେହି କଳସଟିକୁ ନେଇ ବାହାରକୁ ଚାଲିଯାନ୍ତୁ। କୌଣସି ଏକ ସୁନସାନ ଜାଗାରେ ରଖିଦିଅନ୍ତୁ ଏବଂ ପଛକୁ ନଚାହିଁ ସିଧାସଳଖ ଘରକୁ ଫେରି ଆସନ୍ତୁ ଏବଂ ମଝିରେ କାହା ସହିତ କଥା ହେବେନାହିଁ। ଏହାକୁ କୌଣସି ଗଛ ମୂଳରେ ରଖିପାରିବେ। କିମ୍ବା କୌଣସି ସୁନସାନ ଜାଗାରେ ବି ମଧ୍ୟ ଗାତ ଖୋଳି ସେହି ଜଳ ପୁର୍ଣ ପାତ୍ରଟିକୁ ପୋତି ପାରିବେ। ଏହାପରେ ସିଧା ଘରକୁ ଫେରି ହାତ ମୁହଁ ଧୋଇ ନେବେ। ଏହି ଉପାୟାକୁ କରିବା ସମୟରେ କୌଣସି ଭୟଭୀତ ହେବାର ନାହିଁ। କାରଣ ଏହା କୌଣସି ତାନ୍ତ୍ରିକ ବିଦ୍ୟା ନୁହେଁ। ବରଂ ଏହା ଜ୍ୟୋତିଷ ବିଦ୍ୟା ଅଟେ।