Excuse Me Odisha

ଯାହା କହିବୁ ସତ କହିବୁ

ଥାଇରଏଡ଼ ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ ,ଏ ସବୁ ଖାଦ୍ୟ ବିଷ ସମାନ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆଜିକାଲି ଅନେକ ରୋଗ ବ୍ୟାପିବାରେ ଲାଗିଛି। ଅନେକ ଲୋକେ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଛନ୍ତି। ସେଥିମଧ୍ୟରୁ ଥାଇରଏଡ ମଧ୍ୟ ଗୋଟେ ରୋଗ। ଏହା ଦୁଇ ପ୍ରକାରର ହୋଇଥାଏ, ଯେପରି ହାଇପୋ ଥାଇରଏଡିଜମ ଓ ହାଇପର ଥାଇରଏଡିଜମ। ଶରୀରରେ ଥାଇରଏଡ ଗଣ୍ଠି ଦୁର୍ବଳ ହୋଇଗଲେ, ହାଇପୋ- ଥାଇରଏଡିଜମ ସମସ୍ୟା ଦେଖା ଦେଇଥାଏ।

ଥାଇରଏଡ଼ ସମସ୍ୟା ହେବା ଦ୍ଵାରା ବ୍ୟକ୍ତି ଜଣକ ମେଦବହୁଳତାର ଶିକାର ହୋଇଥାନ୍ତି।ଏହିସମୟରେ ବ୍ୟକ୍ତିକୁ ପ୍ରଥମେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଉଚିତ। ଥାଇରଏଡ ସମସ୍ୟା ଦେଖା ଦେଲେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ଜାଣିବା।

ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକଦିନ ସୋୟାବିନର ସେବନ କରନ୍ତି, ତାହେଲେ ତାଙ୍କ ଶରୀରରେ ଥାଇରଏଡ ହରମୋନର ଅଭାବ ଦେଖାଯାଏ। ଯେଉଁ ଲୋକମାନଙ୍କର ହାଇପୋ ଥାଇରଏଡ ସମସ୍ୟା ରହିଛି, ସେମାନଙ୍କୁ ସୋୟାବିନ, ସୋୟା ସସ ଓ ସୋୟା ପନିର ମଧ୍ୟ ସେବନ କରିବା ଉଚିତ ନୁହେଁ। ଆପଣ ଖାଦ୍ୟ ରାନ୍ଧିବା ସମୟରେ ସୋରିଷ ତେଲ କିମ୍ବା ନଡିଆ ତେଲ ବ୍ୟବହାର କରନ୍ତୁ।

ଥାଇରଏଡ ସମସ୍ୟା ରହିଥିବା ଲୋକଙ୍କୁ ଗ୍ଳୁଟିନ ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ ନୁହେଁ।ଆମ ଶରୀର ପାଇଁ ମଇଦା ବିଷ ସମାନ ଅଟେ ଏବଂ ମଇଦା ସେବନ କରିବା ଦ୍ୱାରା ହଜମ ଜନିତ ସମସ୍ୟା ଦେଖା ଦେଇଥାଏ। ମଇଦାରୁ ତିଆରି ଖାଦ୍ୟ ଯେପରି ପାଉଁରୁଟି, କେକ, ବିସ୍କୁଟ ଇତ୍ୟାଦିରେ ପ୍ରଚୁର ପରିମାଣରେ ଗ୍ଳୁଟିନ ଥାଏ। ଏହାଦ୍ବାରା ଆମେ ଖାଉଥିବା ଖାଦ୍ୟର ପୋଷକ ତତ୍ଵ ଶରୀରକୁ ଠିକ ଭାବରେ ମିଳିପାରେ ନାହିଁ ଏବଂ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ।

ଆୟୋଡିନ ଅଭାବରୁ କିଛି ଲୋକଙ୍କୁ ଥାଇରଏଡ ରୋଗ ହୋଇଥାଏ। ସେହି ଲୋକମାନଙ୍କୁ ଏହି ପରିବା ଯେପରି ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ସୋରିଷ ଭଳି ପନିପରିବା ସେବନ କରିବା ଉଚିତ ନୁହେଁ। ଏହାସହିତ ଥାଇରଏଡ ରୋଗୀମାନଙ୍କ ପାଇଁ ଚିନି ବହୁତ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାନ୍ତି।

ମଇଦା ଭଳି ଚିନି ମଧ୍ୟ ଆମ ଶରୀର ପାଇଁ ବିଷ ସମାନ ହୋଇଥାଏ। ଚିନିର ସେବନ କରିବା ଦ୍ୱାରା ଆମ ଶରୀରକୁ କୌଣସି ପ୍ରକାରର ପୋଷକ ତତ୍ଵ ମିଳିପାରି ନଥାଏ। ଯଦି ଆପଣଙ୍କର ଥାଇରଏଡ ସମସ୍ୟା ରହିଛି, ଚିନି ଅଳ୍ପ ମାତ୍ରାରେ ସେବନ କରନ୍ତୁ।ଏହାସହିତ ଥାଇରଏଡ ରୋଗରେ ପୀଡିତ ଲୋକଙ୍କୁ ଜଙ୍କ ଫୁଡ ବା ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ, ମଇଦାରେ ପ୍ରସ୍ତୁତ ଖାଦ୍ୟ, ପ୍ୟାକେଟରେ ଥିବା ଖାଦ୍ୟ ଖାଇବା ଉଚିତ ନୁହେଁ।

ମେଦବହୁଳତା ସମସ୍ୟା ରହିଲେ, ଶରୀରରେ ଥାଇରଏଡ ହରମନର ଅଭାବ ଦେଖାଯାଏ। ଯଦି ଆପଣ ଥାଇରଏଡ ପାଇଁ ଔଷଧ ସେବନ କରୁଛନ୍ତି, ତାହେଲେ ଚାହା ଓ କଫି ସେବନ କରନ୍ତୁ ନାହିଁ। କାରଣ ଏହା ଔଷଧର ପ୍ରଭାବକୁ କମ୍ କରି ଦେଇଥାଏ। କିନ୍ତୁ ଯଦି ଆପଣଙ୍କର ଚାହା ଓ କଫି ପିଇବା ଅଭ୍ୟାସ ରହିଛି, ତାହେଲେ ବିନା ଚିନିରେ ସେବନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *