Excuse Me Odisha

ଯାହା କହିବୁ ସତ କହିବୁ

କରନ୍ତୁ ଏହି ମହାଉପାୟ,ସବୁ ସମସ୍ୟା ଦୂର ହେବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଥା ଶୀଘ୍ର କରନ୍ତୁ ଏହି ମହାଉପାୟ ସବୁ ସମସ୍ୟା ପଇସା ସମସ୍ୟା ବିବାହ ସମସ୍ୟା ଚାକିରୀ ସମସ୍ୟା ବ୍ୟବସାୟ ସମସ୍ୟା ପ୍ରେମ ସମସ୍ୟା ସବୁ ସମସ୍ୟା ଦୂର ହେବ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଅନେକ ଗୁଡିଏ ଉପାୟ ନେଇ ଆସିଛୁ। ଏହିସବୁ ଉପାୟ ଆପଣଙ୍କର ସମସ୍ତ ପ୍ରକାର ମନସ୍କାମନା ପୂରଣ କରିବ। ଏହି ଉପାୟ ଜ୍ୟୋତିଷ ଶାସ୍ତ୍ରର ଲାଲ କିତାବରେ ବର୍ଣ୍ଣିତ ଅଛି। ସେହିସବୁ ଉପାୟ ମାନଙ୍କୁ ଯଦି ଭକ୍ତିର ସହିତ ବିଶ୍ୱାସର ସହିତ ପାଳନ କରିବେ ତାହା ନିଶ୍ଚିତ ଭାବେ କାର୍ଯ୍ୟକାରୀ ହେବ।

ଆଜି ଆମେ ଆପଣଙ୍କ ପାଇଁ ଖାସ ଉପାୟ ଆଣିଛୁ ଯାହାକି ଅବଲମ୍ବନ କଲେ ଆପଣଙ୍କର ମନରେ ଥିବା ସମସ୍ତ ପ୍ରକାରର ଇଛା ପୂର୍ଣ୍ଣ ହୋଇଥାଏ। ତାହା ବିବାହର ଇଛା ହୋଇଥାଉ ଅବା ପ୍ରେମର ଇଛା ହୋଇଥାଉ କିମ୍ବା ଚାକିରୀ ବ୍ୟବସାୟର ଇଛା ହୋଇଥାଉ କିମ୍ବା କରଜ ମୁକ୍ତର ଇଛା ହୋଇଥାଉ ଯେକୌଣସି ଇଛା ଥାଉ ମନରେ ସବୁ ପ୍ରକାରର ଇଚ୍ଛାକୁ ପୂର୍ଣ୍ଣ କରିଥାଏ ଏହି ଉପାୟ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଗୁରୁବାର ଦିନ ସନ୍ଧ୍ୟାରେ ଅବା ସୁର୍ଯ୍ୟ ଉଦୟ ସମୟରେ ଏହି କାର୍ଯ୍ୟ କରନ୍ତୁ। ଏକ ହଳଦିଆ କପଡା ଯଦି ନମିଳେ ଏକ ହଳଦିଆ ରୁମାଲଟିଏ ନେଇ ଆସନ୍ତୁ। ସେହି ରୁମାଲରେ ୭ ଖଣ୍ଡ ଶୁଖିଲା ଗୁଡ଼ ରଖନ୍ତୁ ଏବଂ ୭ ଖଣ୍ଡ ଡାଳି ହଳଦୀ ଅର୍ଥାତ ଯାହାକୁ ଗୋଟା ହଳଦୀ ବୋଲି କୁହାଯାଏ। ସେ ହଳଦୀ ନିଖୁଣ ହୋଇଥିବ ପୋକ ଲାଗି ନଥିବ କୌଣସି ଜାଗାରେ କ୍ଷତ ହୋଇନଥିବ ବା କଣା ହୋଇନଥିବ ୭ ଟି ହଳଦୀ ଖଣ୍ଡ ରଖନ୍ତୁ ଏବଂ ଏକ ଟଙ୍କିଆ କଏନ ରଖନ୍ତୁ ଏବଂ ସେସବୁକୁ ମିଶାଇ ଏକ ପୁଟୁଳି ଟିଏ କରି ଦିଅନ୍ତୁ କିମ୍ବା ତାକୁ ଗଣ୍ଠି ପକେଇ ପୁଟଳି କରି ଦିଅନ୍ତୁ।

ସେହି ପୁଟୁଳିକୁ ନେଇ କୌଣସି ଏକ ଜଳ ସ୍ରୋତ ଜାଗାକୁ ନେଇ ଯାଆନ୍ତୁ ତାହା ଝରଣା ହେଉ ନଦୀ ହେଉ ଯେଉଁଠି ପାଣି ବହି ଯାଉଥିବ ସେହି ପ୍ରକାରର ସ୍ଥାନକୁ ଯାଇ ସେହି ସ୍ରୋତର କୂଳରେ ଛିଡା ହୋଇ ସେହି ପୁଟୁଳିକୁ ମୁଣ୍ଡରେ ମାରି ଆପଣ ନିଜର ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କର ଯାହା ମନରେ ଇଛା ଥିବ ବା ମନ ବାଞ୍ଛା ଯାହା ଥିବ ତାହା ପ୍ରକାଶ କରନ୍ତୁ। ପ୍ରାର୍ଥନା କରନ୍ତୁ ଜଣାନ୍ତୁ ଯେ ଖୁବଶୀଘ୍ର କିପରି ଆପଣଙ୍କର ତାହା ପୁରଣ ହୋଇଯାଉ। ଏହାକୁ ମନ ମଧ୍ୟରେ ଜଣାଇ ସେହି ପୁଟୁଳିକୁ ପାଣି ଭିତରକୁ ପକେଇ ଦିଅନ୍ତୁ।

ଯେମିତି ରାଗିକି ପକାନ୍ତି ସେପରି ନୁହେଁ ଯେମିତି ଶ୍ରଦ୍ଧାର ସହିତ ପୋକାନ୍ତି ସେହିପରି ପକାନ୍ତୁ। ଯଦି ଆପଣଙ୍କୁ ଏହି ପ୍ରକାରର ଜଳ ସ୍ରୋତ ନମିଳେ ତେବେ ଆପଣ ଆଉ ଗୋଟେ ଜାଗାକୁ ମଧ୍ୟ ଯାଇପାରିବେ।

ରେଲୱେ ଷ୍ଟେସନ ବା ଟ୍ରେନ ଲାଇନ ଜାଗାକୁ ଯାଆନ୍ତୁ ସେ ଜାଗା ନିଛାଟିଆ ହୋଇଥିବା ଦରକାର ଲୋକ ଶୂନ୍ୟ ହୋଇଥିବା ଦରକାର ସେହିପରି ଜାଗାକୁ ଯାଇ ସେହି ରେଳ ଲାଇନ ପାଖରେ ଛିଡା ହୋଇ ଠିକ ସେହି ଆପଣ ନିଜର ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରି ତାଙ୍କୁ ନିଜର ମନର ଇଚ୍ଛାକୁ ପ୍ରକାଶ କରନ୍ତୁ ମନସ୍କାମନା ପୁର୍ଣ ହେଉ ବୋଲି ଜଣାନ୍ତୁ ଏବଂ ସେହି ରେଳ ଲାଇନ ଉପରେ ସେହି ପୁଟୁଳିଟିକୁ ଶ୍ରଦ୍ଧାର ସହିତ ପକେଇ ଦିଅନ୍ତୁ ଏବଂ ସିଧା ଏକ ମୁହାଁ ହୋଇ ଘରକୁ ଫେରି ଆସନ୍ତୁ। ବାଟରେ କାହାରିକୁ ଦେଖିଲେ ବି କଥା ହୁଅନ୍ତୁ ନାହିଁ। ଦେଖିବେ କିଛି ଦିନ ଭିତରେ ଆପଣ ଶୁଭ ସମ୍ବାଦ ପାଇବେ। ଆପଣଙ୍କ ମନ ଇଛା ପୁରଣ ହୋଇଯିବ।

ଶନିବାର ଦିନ ସକାଳେ ହେଉ ଅବା ସନ୍ଧ୍ୟାରେ ହେଉ ସୁର୍ଯ୍ୟ ଉଦୟ ସମୟରେ ହେଉ ଅବା ସୂର୍ଯ୍ୟାସ୍ତ ସମୟରେ ହେଉ ଏକ ଲାଲ କପଡାଟିଏ ନିଅନ୍ତୁ ସେଥିରେ କିଛି ଲୁଣ ରଖିଦିଅନ୍ତୁ ଏବଂ ତାକୁ ଗଣ୍ଠି ପକେଇ ଗୋଟେ ପୁଟୁଳି ତିଆରି କରନ୍ତୁ। ଯଦି ଲାଲ କପଡା ନମିଳେ ଆପଣ ସାଲୁ କପଡା ମଧ୍ୟ ନେଇପାରିବେ ସେହି ପୁଟୁଳିଟିକୁ ଧରନ୍ତୁ ଏବଂ ଏକ ଲୋଟାରେ ପାଣି କିଛି ଧରି ଏକ ଅସ୍ତ ଗଛ ମୂଳକ ଯାଆନ୍ତୁ। ସେହି ଅସ୍ତ ଗଛ ମୂଳେ ଛିଡା ହୋଇ ଆପଣଙ୍କର ଇଷ୍ଟଦେବାଦେବୀଙ୍କୁ ସ୍ମରଣ କରନ୍ତୁ। ତାଙ୍କୁ ନିଜର ମନରେ ଥିବା ଇଛା କୁହନ୍ତୁ।

ମନର ଇଛା ପୁର୍ଣ ହେଉ ବୋଲି ପ୍ରାର୍ଥନା କରନ୍ତୁ ଏବଂ ଜଣେଇ ସରିବା ପରେ ଅସ୍ତ ଗଛ ମୂଳରେ ସେହି ପୁଟୁଳିଟିକୁ ରଖିଦିଅନ୍ତୁ ଏବଂ ଲୋଟାରେ ଥିବା ପାଣିରୁ କିଛି ହାତରେ ନିଅନ୍ତୁ ଏବଂ ସେହି ପାଣିକୁ ପୁଟୁଳି ଉପରେ ଛିଞ୍ଚି ଦିଅନ୍ତୁ। ଛିଞ୍ଚି ସରିବା ପରେ ଆପଣ ସେହି ଲୋଟାକୁ ଧରି ଏକ ମୁଖା ହୋଇ ଘରକୁ ଫେରି ଆସନ୍ତୁ। ବାଟରେ ଯଦି କେହି ଦେଖା ହୁଏ କଥାବାର୍ତ୍ତା କରନ୍ତୁ ନାହିଁ। ଦେଖିବେ କିଛି ଦିନ ଭିତରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *