Excuse Me Odisha

ଯାହା କହିବୁ ସତ କହିବୁ

( କଇଁଛ ) ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କିପରି ଏବଂ କେଉଁ ଧାତୁର କଇଁଛ ଘରେ କିମ୍ବା ଦୋକାନରେ ରହିଲେ ଧନର ବର୍ଷା। ରୋଗ ଏବଂ ଋଣରୁ ମୁକ୍ତି ମିଳିଥାଏ।

ବନ୍ଧୁଗଣ କଇଁଛକୁ ଘର ଅଫିସ ଏବଂ ଦୋକାନରେ କେଉଁ ସ୍ଥାନ କେଉଁ ଦିଗ ଏବଂ କିପରି ରଖିବା ଦ୍ୱାରା ଘରେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣରୁ ମୁକ୍ତି ଦେଇଥାଏ। ଏହି ବିଷୟରେ ଆଜି ଆମେ ଜାଣିବା।

ବନ୍ଧୁଗଣ ଧର୍ମ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ମାନ୍ୟତା ଅଛି କି କଇଁଛକୁ ଘରେ ରଖିବା ଏବଂ କଇଁଛର ପ୍ରତିମାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ସଦା ସର୍ବଦା ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି। କାରଣ ଭଗବାନ ଶ୍ରୀ ବିଷ୍ଣୁଙ୍କର ଏକ ଅବତାର ଏହି କଇଁଛ। ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଚଳ ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ। ଏହା ଦ୍ବାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟା ଦୂର କରିଥିଲେ।

ଏହା ଶାସ୍ତ୍ରରେ ବର୍ଣ୍ଣିତ ଅଛି କଇଁଛ ବା କଇଁଛର ପ୍ରତିମା ରହିଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ। ଆଜି ଆମେ ଜାଣିବା କଇଁଛ ଅବା କଇଁଛର ପ୍ରତିମା ଘରେ ରଖିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ। କଇଁଛ ହେଉ ଅବା କଇଁଛର ପ୍ରତିମା ହେଉ କେବଳ ଗୁରୁବାର ଦିନ ଘରକୁ ଆଣିବା ଏବଂ ସ୍ଥାପନା କରିବା ଉଚିତ ହୋଇଥାଏ। କୁହାଯାଏ କି ଘରେ କଇଁଛକୁ ରଖି ତାକୁ ଖାଦ୍ୟ ଦେଇ ତାର ଯତ୍ନ ନେଲେ କଇଁଛଟି ଯେତେ ଯେତେ ବଡ଼ ହୋଇଥାଏ ଘରେ ସେତେ ସେତେ ଦୁଃଖ କଷ୍ଟ ଦୂର ହୋଇ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ କିନ୍ତୁ ସମସ୍ତଙ୍କର ଘରେ କଇଁଛକୁ ରଖି ପାଳନ କରିବା ସେତେଟା ସମ୍ଭବ ଏବଂ ସହଜ ହୋଇନଥାଏ।

ଏଣୁ ଏହା ପରିବର୍ତେ କଇଁଛର ପ୍ରତିମାକୁ ଘରେ ଅଫିସରେ ଏବଂ ଦୋକାନରେ ରଖି ପାରିବେ। ଯାହା ଦ୍ୱାରା ସେତିକି ଫଳ ମିଳିଥାଏ ଯେତିକି ଜୀବିତ କଇଁଛ ରଖିବା ଦ୍ୱାରା ମିଳିଥାଏ। ବନ୍ଧୁଗଣ ଆପଣ ମାନେ ପ୍ରାୟ ସ୍ଥାନରେ ଦେଖିଥିବେ କି ଦୁକାନ ଅଫିସ ଏବଂ ଘର ମାନଙ୍କରେ କଇଁଛର ପ୍ରତିମା ରଖାଯାଇଥାଏ। ଏହା ଖୁସିରେ ରଖାଯାଇନଥାଏ ବରଂ ବାସ୍ତୁ ଅନୁସାରେ ରଖାଯାଇଥାଏ। ଏହି କଇଁଛ ବିଭିନ୍ନ ସାଇଜର ବିଭିନ୍ନ ଧାତୁର ହୋଇଥାଏ। ଏହା ଠିକ ସେହି ଧାତୁ ଅନୁସାରେ ଫଳ ଦେଇଥାଏ।

ଆସନ୍ତୁ ଜାଣିବା ପ୍ରଥମେ କଇଁଛର ପ୍ରତିମା କିପରି ଏବଂ କେଉଁଠି ରଖିବେ।

କଇଁଛଟି ଯେକୌଣସି ଧାତୁର ହୋଇଥାଉ ନାଁ କାହିଁକି ସେହି କଇଁଛକୁ ରଖିବାର ଦିଗ ହେଉଛି ଉତ୍ତର ଦିଗ ପୂର୍ବ ଦିଗ ଏବଂ ଉତ୍ତର ପୂର୍ବ କୋଣ ଐଶ୍ଵନ୍ୟ କୋଣ ଶ୍ରେଷ୍ଠ ହୋଇଥାଏ। ତାହା ଅଫିସ ହେଉ ଦୁକାନ ହେଉ ଅବା ଘରେ ହେଉ ସେହି କଇଁଛ ମୁଖକୁ ମଧ୍ୟ ଉତ୍ତର-ପୂର୍ବ କିମ୍ବା ଐଶ୍ଵନ୍ୟ କୋଣକୁ ରଖିବେ। କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ୱାର ଥିବ ସେହି ଦିଗକୁ କଇଁଛର ମୁଖ ରଖିବେ ନାହିଁ। କଇଁଛକୁ ରଖୁଥିବା ପାତ୍ରରେ ପ୍ରତିଦିନ ପୁରୁଣା ପାଣିକୁ କାଢି ନୂଆ ପାଣି ରଖିବେ। ଏବଂ କଇଁଛଟି ଯେପରି ଅଧା ବୁଡିକି ରହିବ।

ସେହିପରି ପାତ୍ର ଟିଏ ନେବା ଉଚିତ ଏବଂ ଯେଉଁ ପାଣିରେ ରଖିବେ ତାହା ଗଙ୍ଗା ଜଳ ଅବା ଗଙ୍ଗା ଜଳ ମିଶ୍ରିତ ସାଧାରଣ ଜଳ ହେବା ଆବଶ୍ୟକ କିନ୍ତୁ ଯେଉଁ କଇଁଛଟି ବେଡ଼ରୁମରେ ରଖିବେ ସେଥିରେ ପାଣି ଦେବେ ନାହିଁ ତାକୁ ଶୁଖିଲା ରଖିବେ ଏବଂ ତାକୁ ପ୍ରତିଦିନ ପରିଷ୍କାର କପଡ଼ାରେ ପୋଛି ପରିଷ୍କାର ଭାବେ ରଖିବେ। ଏହା ଦ୍ବାରା ଅନେକ ପ୍ରକାରର ଲାଭ ହୋଇଥାଏ। ଯେଉଁ ଦିନ କଇଁଛଟିକୁ ଘରକୁ ଆଣିବେ ସେହି ଦିନ କଇଁଛ ଏବଂ କଇଁଛ ରଖିବା ପାତ୍ରକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଧୂପ ଦୀପ ଫୁଲ ଦେଇ ବିଧି ବଧ ଭାବରେ ରଖିବା ଉଚିତ ହୋଇଥାଏ

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ ଘରେ କିମ୍ବା ଅଫିସରେ କିମ୍ବା ଦୋକାନରେ ରଖିବା ଦ୍ୱାରା କେଉଁ ପ୍ରକାରର ଫାଇଦା ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାରର ଧାତୁର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସମସ୍ତ ପ୍ରକାରର କଇଁଛରେ ନକରାତ୍ମକତାକୁ ନଷ୍ଟ କରି ସକାରାତ୍ମକ ଉର୍ଜାର ସଂଚାର କରିବାର କ୍ଷମତା ଥାଏ। କଇଁଛ ଘରେ ଥିଲେ ମନ ପାଇଁ ଏବଂ ଜୀବନ ପାଇଁ ଧନ ଆଣିଥାଏ। କଇଁଛ ଘରେ ଥିଲେ ଅନେକ ପ୍ରକାରର ଲାଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ଘରେ ରଖିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କର ଆୟୁଷ ବୃଦ୍ଧି ପାଇଥାଏ ଏବଂ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଏଥିପାଇଁ ଘର ଅଫିସ ଏବଂ ଦୋକାନରେ ଏହା ରହିବା ଲାଭଦାୟକ ହୋଇଥାଏ।

ଆଜିକାଲି ଅନେକ ପ୍ରକାରର ଧାତୁର ଏବଂ ଅନେକ ପ୍ରକାରର ସାଇଜର ଏବଂ ଅନେକ ପ୍ରକାର ରଙ୍ଗର କଇଁଛ ବଜାରରେ ମିଳୁଛି। ଏଣୁ ଏହି ବିଷୟରେ ଜାଣିବା ଏବଂ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ କି କେଉଁ ଧାତୁର କଇଁଛ କେଉଁ ପ୍ରକାରର ଇଚ୍ଛାକୁ ପୂରଣ କରିଥାଏ ଏବଂ କେଉଁ ଧାତୁର କଇଁଛ ଘର ଅଫିସ ଏବଂ ଦୁକାନ ପାଇଁ ସଠିକ ଏବଂ ଶୁଭଦାୟକ ହୋଇଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ କେଉଁ ଫଳ ଦେଇଥାଏ।

ସନ୍ତାନ ପ୍ରାପ୍ତି। ଯେଉଁ ମାନଙ୍କର ସନ୍ତାନ ହେଉନଥାଏ ଅବା ସନ୍ତାନ ହେବାରେ ବିଳମ୍ବ ହେଉଛି ସେମାନେ ଏହିପରି କଇଁଛଟିଏ ରଖିବା ଉଚିତ। ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ। ଏହିପରି ନିର୍ମିତ କଇଁଛ ସନ୍ତାନ ପ୍ରାପ୍ତି ପାଇଁ ଶ୍ରେଷ୍ଠ ମାନିଥାନ୍ତି। ଯେଉଁ ଦମ୍ଫତ୍ତି ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ସେମାନେ ଏପରି କଇଁଛ ନିଜ ଶୟନ କକ୍ଷରେ ରଖିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ।

ଧନ ପ୍ରାପ୍ତ ପାଇଁ। ଯେଉଁ ବ୍ୟକ୍ତି ସମସ୍ତ ଚେଷ୍ଟା କରି ମଧ୍ୟ ଧନର ସମସ୍ୟା ଲାଗି ରହୁଥାଏ ସେହି ବ୍ୟକ୍ତି ଏକ କ୍ରୀଷ୍ଟଲ ଧାତୁର କଇଁଛ ଏବଂ କ୍ରିଷ୍ଟଲ ଧାତୁର ପାତ୍ରରେ ଜଳ ନେଇ ଦୁକାନ ଅଫିସ ଅବା ଘରେ ରଖିପାରିବେ। ଏହାକୁ ସିନ୍ଦୁକ ଉପରେ ମଧ୍ୟ ରଖିପାରିବେ। ଏପରି ରଖିବା ଦ୍ୱାରା ଧନର ସମସ୍ୟା ମାନ ଦୂର ହୋଇଥାଏ ଏବଂ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ବ୍ୟବସାୟରେ ଉନ୍ନତି ପାଇଁ। ବ୍ୟବସାୟରେ ଅବା ଅଫିସରେ ଲଗାତାର କ୍ଷତି ହେଉଥିଲେ ତାହାକୁ ଦୂର କରି ଉନ୍ନତି କରିବା ପାଇଁ ମେଣ୍ଟାଲର କଇଁଛକୁ ମେଣ୍ଟାଲର ପାତ୍ରରେ ପାଣି ଦେଇ ରଖିବା ଉଚିତ ହୋଇଥାଏ। ଏହାକୁ ଦୁକାନ ଅଫିସ ଏବଂ ଘରେ ରଖିପାରିବେ ଏପରି କରିବା ଦ୍ୱାରା ସମସ୍ତ ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜ ଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ କରଜରୁ ମୁକ୍ତ ହୋଇ ଧନ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ରୋଗରୁ ମୁକ୍ତି ପାଇବା ପାଇଁ। ଯଦି ପ୍ରତିଦିନ କୌଣସି ନାଁ କୌଣସି ରୋଗରେ ପରିବାରର ସଦସ୍ୟମାନେ ରୋଗ ଗ୍ରସ୍ତ ହେଉଥାନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ଘରେ ଏକ ମାଟିର କଇଁଛ ରଖିବା ସୁଭଦାୟକ ହୋଇଥାଏ।

ନୂତନ ବ୍ୟବସାୟ ବା ଦୁକାନ ଆରମ୍ଭ କରିବା ପାଇଁ। ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି ଅବା କରିବା ପାଇଁ ଚାହୁଁଥାନ୍ତି ତେବେ ସେହି ନୂଆ ଦୁକାନରେ ରୂପାର କଇଁଛ ରୂପାର ପାତ୍ରରେ ପାଣି ଦେଇ ରଖିଲେ ଅନେକ ଲାଭଦାୟକ ହୋଇଥାଏ। ଏପରି ରଖିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହିତ ଜୀବନ ଧନ ସୁଖ ସମୃଦ୍ଧିରେ ଭରି ଯାଇଥାଏ।

ପରୀକ୍ଷାରେ ସଫଳତା ପାଇବା ପାଇଁ। ଆଜିକାଲି ପିଲାମାନଙ୍କ ସହିତ ବଡ଼ ମାନେ ମଧ୍ୟ ଚାକିରୀରେ ପ୍ରୋମସନ ପାଇବା ପାଇଁ ପ୍ରତିଦିନ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥାନ୍ତି ଏହିପରି ସମୟରେ ପିତ୍ତଳର କଇଁଛ ପିତ୍ତଳର ପାତ୍ରରେ ପାଣି ଦେଇ ଘରେ ରଖିବା ଦ୍ୱାରା ଆପଣଙ୍କୁ ସଫଳତା ନିଶ୍ଚିତ ମିଳିଥାଏ।

କଳହ ଏବଂ ଝଗଡା ଦୂର କରିବା ପାଇଁ। ଯଦି ଘରର ସଦସ୍ୟଙ୍କ ମଧ୍ୟରେ ପ୍ରତିଦିନ କୌଣସି ନାଁ କୌଣସି କଥାକୁ ନେଇ କଳହ ଝଗଡା ହେଉଥାଏ ତେବେ ଘରେ ଯୋଡ଼ା କଇଁଛ ରଖିବା ଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ଚାଲୁଥିବା ସମସ୍ୟା ଏବଂ ଝଗଡା ଦୂର ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ ସ୍ନେହ ପ୍ରେମ ଏବଂ ସହାନୁଭୂତି ବୃଦ୍ଧି ପାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *