Excuse Me Odisha

ଯାହା କହିବୁ ସତ କହିବୁ

ସାମାନ୍ୟ ଏହି ହଳଦୀ ଜୀବନରେ ଆଣିଦିଏ ଧନସମ୍ପତ୍ତି,ସୁଖ ସୁବିଧା,ବିଦ୍ୟା ଓ ସନ୍ତାନ ! ବାସ ଆପଣାନ୍ତୁ ଏହି ସରଳ ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେବଳ ଏହି ସାମାନ୍ୟ ହଳଦୀ ଜୀବନରେ ଜୀବନରେ ଆଣିଦିଏ ଧନୀଧନ ସୁଖ ସୁବିଧା ବିଦ୍ୟା ସନ୍ତାନ। କରନ୍ତୁ ଏହି ଉପାୟ।

ବନ୍ଧୁଗଣ ହଳଦୀ ପ୍ରାୟ ସାଧାରଣତଃ ସମସ୍ତଙ୍କ ଘରେ ପ୍ରତିଦିନ ବ୍ୟବହାର ହୋଇଥାଏ। କୁହାଯାଏ କି ହଳଦୀ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଏଣୁ ହଳଦୀ ଖାଦ୍ୟ ପଦାର୍ଥରେ ବା ରୋଷେଇରେ ବ୍ୟବହାର ନହେଲେ ମା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି। କେହି କେହି କୁହନ୍ତି କି ଖାଦ୍ୟରେ ହଳଦୀ ନପଡିଲେ ଖାଦ୍ୟ ସ୍ୱାଦ ହୀନ ଏବଂ ଅସୁନ୍ଦର ଦେଖାଯାଏ ତେଣୁ ହଳଦୀକୁ ରୋଷେଇରେ ବ୍ୟବହାର କରାଯାଇଥାଏ। ଏହି ହଲଦୀରେ ଆହୁରି ଚମତ୍କାରୀ ଗୁଣ ରହିଥାଏ କି ଯେଉଁ କାରଣରୁ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ ବହୁ ପ୍ରଚଳନ ହୋଇଅଛି। ତେଣୁ ଏହାକୁ ଖାଦ୍ୟ ପଦାର୍ଥରେ ବ୍ୟବହାର କରିବା ସହିତ ମାଙ୍ଗଳିକ କାର୍ଯ୍ୟ ଏବଂ ପୂଜା ପାଠରେ ମଧ୍ୟ ବ୍ୟବହାର କରାଯାଇଥାଏ।

ଶାସ୍ତ୍ରରେ ଏହା ମଧ୍ୟ କୁହାଯାଏ କି ହଳଦୀ ରୋଷେଇରେ ବ୍ୟବହାର କଲେ ଶରୀରରେ କୌଣସି ନକରାତ୍ମକ ଉର୍ଜା ପ୍ରବେଶ କରିପାରେ ନାହିଁ। ହଳଦୀକୁ ଖାଇବା ସହିତ ଶରୀରରେ ଲଗାଇବା ଦ୍ୱାରା ଶରୀରରେ ରୋଗ ଜୀବାଣୁ ନଷ୍ଟ କରିବା ସହିତ ସକାରାତ୍ମକ ଉର୍ଜା ଶରୀରରେ ଗଢ଼ିଥାଏ। ଯାହା ଦ୍ୱାରା କି ଶରୀର ଓ ମନ ଶାନ୍ତ ଓ ନିର୍ମଳ ହୋଇଥାଏ ଏଥିପାଇଁ ଅଆଗରୁ ଲୋକ ହଳଦୀ ଲଗେଇ ଗାଧୋଇ ଥାନ୍ତି। କିନ୍ତୁ ଏହା ଆଉ ଆଜିକାଲି ଦେଖିବାକୁ ମିଳୁନାହିଁ। ହଳଦୀ ଲଗାଇ ଗାଧୋଇବାକୁ ଆଜିକାଲି ଆଉ କେହି ପସନ୍ଦ କରୁନାହାନ୍ତି। କିନ୍ତୁ ଏହା ବଦଳରେ ଆପଣ ଗୋଟେ ଅନ୍ୟ ଉପାୟ କରିପାରିବେ। ଯାହା ଦ୍ୱାରା ଆପଣଙ୍କର ମାଙ୍ଗଳିକ ଦୋଷ ଦୂର ହୋଇଥାଏ। ବିବାହ ଯୋଗ ଦେଖା ଦେଇଥାଏ।

ଯାହା ଦ୍ୱାରା ମାଙ୍ଗଳିକ ଦୋଷ ଦୂର ହୋଇଥାଏ। ଏହି ସହଜ ଉପାୟଟି ହେଉଛି ଆପଣ ପ୍ରତିଦିନ ଗାଧୋଇବା ସମୟରେ ସେହି ପାଣିରେ କିଛି ହଳଦୀ ମିଶାଇ ଗାଧୋଇବେ ଏପରି କଲେ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ଏବଂ ଭାଗ୍ୟ ଉଜ୍ଵଳମୟ ହୋଇଥାଏ। ଆପଣ ଦେଖୁଥିବେ ବିବାହ ସମୟରେ ହଳଦୀ ଲଗାଇ ବାଡୁଅ ପାଣିରେ ଗାଧୋଇଥାନ୍ତି କାରଣ ଏହା ବହୁତ ଶୁଭ ହୋଇଥାଏ। ଶରୀର ସକରାତ୍ମକ ଉର୍ଜାରେ ପୁର୍ଣ ହୋଇଯାଇଥାଏ। ବିବାହ ସମୟରେ କୌଣସି ପାପ ଗ୍ରହଙ୍କ କୁପ୍ରଭାବ ନପଡୁ ସେହି କାରଣରେ ବିବାହରେ ହଳଦୀ ଲଗାଯାଇଥାଏ।

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ବିବାହ ପରେ ପୁଅ ଝିଅଙ୍କର ଝଗଡା ଦେଖାଦେଇଥାଏ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନମାଳିନ୍ୟ ଦେଖା ଦେଇଥାଏ ଶାଶୁ ବହୁ ଭିତରେ ଝଗଡା ଲାଗି ରହିଥାଏ। ଏହିପରି ହେଉଥିଲେ ପ୍ରତିଦିନ ଏକ ତମ୍ବା ଘଟରେ ପାଣି ଭରି ସେଥିରେ ଚିମୁଟାଏ ହଳଦୀ ମିଶାଇ ସେହି ପାଣିକୁ ଭଗବାନ ସୁର୍ଯ୍ୟନାରାୟଣଙ୍କୁ ଅର୍ପଣ କରନ୍ତୁ। ଏମିତି କଲେ ଏହି ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଥାଏ। ଏବଂ ଯେଉଁମାନଙ୍କର ବିବାହ ବିଳମ୍ବ ହେଉଥାଏ ସେମାନେ ଏହିପରି କଲେ ବହୁତ ଶୀଘ୍ର ବିବାହ ହୋଇଥାଏ।

ଯେଉଁ ପିଲା ମାନଙ୍କର ପାଠ ପଢାରେ ମନ ଲାଗୁନଥାଏ ଅବା ପାଠ ମନେ ରହୁନଥାଏ ସର୍ବଦା ବିଚଳିତ ରହୁଥାନ୍ତି ଦୁଷ୍ଟ ହେଉଥାନ୍ତି ଏହିପରି କ୍ଷେତ୍ରରେ ସେହି ପିଲା ମଥାରେ ପ୍ରତିଦିନ ହଳଦୀ ଟୀକା ଲଗାଇ ଦିଅନ୍ତି ତେବେ ସେହି ପିଲାର ପାଠ ପଢାରେ ମନ ଲାଗିଥାଏ ମନ ଶାନ୍ତ ହୋଇଥାଏ ଆଉ ଦୁଷ୍ଟ ହୋଇନଥାଏ କାରଣ ସେମାନଙ୍କର ଗୁରୁ ବା ବରହସ୍ପତି ଗ୍ରହଙ୍କର ପ୍ରଭାବ ମଜବୁତ ହୋଇଯାଇଥାଏ।

ବନ୍ଧୁଗଣ ଖାଲି ଛୋଟ ପିଲାମାନେ ନୁହଁନ୍ତି ବରଂ ଯେଉଁ ବ୍ୟକ୍ତି ମାନଙ୍କର ବରହସ୍ପତି ଗ୍ରହଙ୍କର ପ୍ରଭାବ ଦୁର୍ବଳ ଥାଏ ବା ବରହସ୍ପତି ଖରାପ ଚାଲୁଥାଏ ସେହି କ୍ଷେତ୍ରରରେ ମୂଲ୍ୟବାନ ଧାତୁ ବା ପଥର ବ୍ୟବହାର କରିବା ପାଇଁ ଅସମର୍ଥ ଅଟନ୍ତି ତେବେ ସେହି କ୍ଷେତ୍ରରେ ୭ ଟି ଗୋଟା ହଳଦୀକୁ ଏକ ହଳଦୀ ରଙ୍ଗର କପଡ଼ାରେ ବାନ୍ଧି କରି ଶୋଇବା ଘରେ ଟାଙ୍ଗି ଦିଅନ୍ତୁ କିମ୍ବା ପ୍ରତିଦିନ ସ୍ନାନ ଶୌଚ ଆଦି ସାରି ହଳଦୀର ଟୀକା ମଥାରେ ଲଗାନ୍ତୁ।

ଏହା ଦ୍ବାରା ବରହସ୍ପତି ଗ୍ରହ ମଜବୁତ ହୋଇଥାନ୍ତି। ଯଦି ଆପଣଙ୍କର ଶନି ଗ୍ରହ ପ୍ରଭାବ ଖରାପ ଥିଲେ ଶନିଦୋଷା ମହା ଦୋଷା ଚାଲୁଥିଲେ ଶନି ମନ୍ଦିରରେ ହେଉ କିମ୍ବା ଘରେ ହେଉ ଶନିଦେବଙ୍କ ପାଇଁ ଦୀପ ଟିଏ ଜାଳିବା ସମୟରେ ସେଥିରେ ସାମାନ୍ୟ ହଳଦୀ ପକାଇ ଦୀପ ଜଳାଇଲେ ଶନି ଦୋଷା ଖୁବ ଶୀଘ୍ର ଦୂର ହୋଇଯାଏ। ଯଦି ଆପଣ ନୂଆ ଘର ତୋଳି ଗୃହ ପ୍ରବେଶ କରୁଛନ୍ତି ତ ସେହି ସମୟରେ ସ୍ୱାମୀ ସ୍ତ୍ରୀ ଦୁହେଁ ଏକ ପାତ୍ରରେ ହଳଦୀ ଗୋଳେଇ ସେହି ହଲଦୀକୁ ଦୁଇ ହାତରେ ଲଗାଇ ଘରର କାନ୍ଥରେ ଛାପି ଦିଅନ୍ତୁ ଯେପରି ଚିତା ପଡିଥାଏ ସେହିପରି ସ୍ୱାମୀ ସ୍ତ୍ରୀ ଦୁହେଁ ହଳଦୀ ଚିତା ପକେଇ ଦିଅନ୍ତୁ। ଏହିପରି କଲେ ଘରେ କେବେବି ଅଭାବ ଅନଟନ ଦେଖାଦେବ ନାହିଁ। ଘର ପରିବାର ହସ ଖୁସିରେ ରହିବା ସହିତ ବାସ୍ତୁଦୋଷ ଦୂର ହୋଇଥାଏ।

ଆପଣ ଯଦି ପୁରୁଣା ଘରେ ରହୁଛନ୍ତି ତେବେ ସେହି ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଏବଂ ସୁଖ ସମୃଦ୍ଧି ପାଇବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ହଲଦୀରେ ଦୁଇ ପାର୍ଶ୍ଵରେ ଦୁଇଟି ସ୍ୱସ୍ତିକ ଚିହ୍ନ କରିପାରିବେ। ଏମିତି କରିବା ଦ୍ୱାରା ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ ଏବଂ ଧନ ବୈଭବର ବୃଦ୍ଧି ହୋଇଥାଏ।

ଯଦି ଜୀବନରେ ଉନ୍ନତି ଚାହୁଁଛନ୍ତି ଚାକିରୀ ବ୍ୟବସାୟ ବିବାହ ସନ୍ତାନ ସଫଳତା ଆଦିରେ ବିଘ୍ନ ଆସୁଥାଏ ଅବା ସମସ୍ୟା ଲାଗି ରହୁଥାଏ ତେବେ ପ୍ରତି ଗୁରୁବାର ଦିନ ଭଗବାନ ଗଣେଶଙ୍କୁ ହଳଦୀ ଅର୍ପଣ କରନ୍ତୁ ଦେଖିବେ ଖୁବଶୀଘ୍ର ସେହିସବୁ ବିଘ୍ନ ଦୂର ହୋଇଥାଏ ଏବଂ ସେହିସବୁ ମନର ଇଛା ପୂରଣ ହୋଇଯାଏ। ଭଗବାନ ଶ୍ରୀ ଗଣେଶଙ୍କର ଅପାର କୃପା ପ୍ରାପ୍ତ ହୋଇଥାଏ। ବିବାହ ସନ୍ତାନ ଚାକିରୀ ବ୍ୟବସାୟରେ ଉନ୍ନତି ଦେଖା ଦେଇଥାଏ। ଜୀବନରେ ସବୁକିଛି ମିଳିବାକୁ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *