Excuse Me Odisha

ଯାହା କହିବୁ ସତ କହିବୁ

ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ଏବଂ ନକ୍ଷତ୍ର ବିଷୟରେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ଏବଂ ନକ୍ଷତ୍ର

ବନ୍ଧୁଗଣ ଅନେକ ଲୋକଙ୍କୁ ଜଣା ନଥାଏ ସେମାନଙ୍କର ରାଶି ଓ ନକ୍ଷତ୍ର କଣ ହୋଇଥାଏ ଅବା ସେମାନଙ୍କର ଜନ୍ମ କେଉଁ ରାଶି ଓ କେଉଁ ନକ୍ଷତ୍ରରେ ହୋଇଛି ବୋଲି ଜଣାନଥାଏ। ଏହାକୁ ଜାଣିବା ପାଇଁ ହେଲେ ୨ ଟି ଉପାୟ ଅଛି। ଗୋଟିଏ ହେଉଛି ଜାତକ ଥିବା ଲୋକଙ୍କ ପାଇଁ ଏବଂ ଅନ୍ୟଟି ହେଉଛି ଜାତକ ନଥିବା ଲୋକଙ୍କ ପାଇଁ। ତେବେ ଏହା କିପରି ଜାଣିବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଯେଉଁ ମାନଙ୍କର ଜାତକ ଥାଏ କିନ୍ତୁ ସେମାନେ ନିଜ ରାଶି ଏବଂ ନକ୍ଷତ୍ର କଣ ଜାଣି ନଥାନ୍ତି ତେବେ ସେମାନେ ଜାତକରେ ଥିବା ରାଶିଚକ୍ରକୁ ଭଲ ଭାବରେ ଦେଖିବା ଉଚିତ। ରାଶି ଚକ୍ରରେ ୧ ରୁ ୧୨ ପର୍ଯ୍ୟନ୍ତ ଘର ଥାଏ। ତେବେ ଯେଉଁ ଘରେ ଲଗ୍ନ ଲେଖା ଯାଇଥାଏ ସେହି ଘରର ରାଶିଟି ନିଜର ରାଶି ହୋଇଥାଏ ଏବଂ ରାଶି ଚକ୍ରରେ ଏକ ଛୋଟିଆ ଚକ୍ର ଥାଏ ସେଥିରେ କିଛି ଲେଖାଯାଇଥାଏ। ଉଦାହରଣ ସ୍ୱରୂପ:- ୧/୩ ୮/୪ ଇତ୍ୟାଦି ହୋଇଥାଏ। ୧ ଏବଂ ୮ ହେଉଛି ନକ୍ଷତ୍ର ଏବଂ ୩ ୪ ଇତ୍ୟାଦି ରାଶି ହୋଇଥାଏ। ପ୍ରଥମେ ଆମେ ଆପଣଙ୍କୁ ଦୁଇଟି ସାରଣା ଦେଉଛୁ ସେଥିରୁ ଜାଣିପାରିବେ ରାଶି ଓ ନକ୍ଷତ୍ର କଣ ବୋଲି।

ରାଶିର ସାରାଣୀ ହେଉଛି ୧= ମେଷ, ୨= ବୃଷ, ୩= ମିଥୁନ, ୪= କର୍କଟ, ୫= ସିଂହ, ୬= କନ୍ୟା ୭= ତୁଳା, ୮= ବିଛା, ୯= ଧନୁ, ୧୦= ମକର, ୧୧=କୁମ୍ଭ, ୧୨= ମୀନ। ସେହି ନକ୍ଷତ୍ରର ସାରାଣୀ ହେଉଛି। ୧= ଅଶ୍ୱିନୀ, ୨= ଦ୍ଵିଜା,୩= କୃତିକା, ୪= ରୋହିଣୀ, ୫=ମୃଗଶିରା, ୬= ଆଦ୍ର, ୭= ପୁନର୍ବସୁ, ୮= ପୁଷ୍ୟା, ୯= ଅସ୍ଳେସା, ୧୦= ମଘା, ୧୧= ପୂର୍ବ ଫାଲ୍ଗୁନି, ୧୨= ଉତ୍ତର ଫାଲ୍ଗୁନି, ୧୩= ହସ୍ତା, ୧୪= ଚିତ୍ରା, ୧୫= ସାତି, ୧୬= ବିଶାଖା, ୧୭= ଅନୁରାଧା, ୧୮= ଜ୍ୟାଷ୍ଠା, ୧୯= ମୂଳା,୨୦= ପୂର୍ବା ସାଢା, ୨୧= ଉତ୍ତର ସାଢା, ୨୨= ଶ୍ରବଣା, ୨୩= ଧନିଷ୍ଠା,୨୪= ସତଭିଶା, ୨୫= ପୂର୍ବ ଭାଦ୍ରବ,୨୬= ଉତ୍ତର ଭାଦ୍ରବ ଏବଂ ୨୭= ରେବତୀ ନକ୍ଷତ୍ର ହୋଇଥାଏ।

ଏସବୁ ସଂଖ୍ୟାରୁ ଜାଣିପାରିବେ ଆପଣଙ୍କର ରାଶି ଓ ନକ୍ଷତ୍ର କଣ ହୋଇଥାଏ ବୋଲି କିନ୍ତୁ ଯେଉଁମାନଙ୍କର ଜାତକ ନାହିଁ ସେମାନେ ନିଜର ନାମର ପ୍ରଥମ ଅକ୍ଷରରୁ ହିଁ ଜାଣିପାରିବେ ଯେ ସେମାନଙ୍କର ରାଶି ଓ ନକ୍ଷତ୍ର କଣ ହୋଇଥାଏ। ଏଇଠି କହି ରଖୁଛୁ ଯେ ନାମରୁ ରାଶି ନକ୍ଷତ୍ର ନିଣ୍ଣୟ କରାଯାଇ ନଥାଏ ବରଂ ରାଶି ନକ୍ଷତ୍ରରୁ ହିଁ ନାମର ନିର୍ଣ୍ଣୟ କରାଯାଇଥାଏ କାରଣ ଭବିଷ୍ୟତରେ ଯଦି ଜାତକଟି ହଜିଯାଏ କିମ୍ବା ନଷ୍ଟ ହୋଇଯାଏ

ତେବେ ନାମର ପ୍ରଥମ ଅକ୍ଷରରୁ ହିଁ ଜାଣି ପାରିବେ ରାଶି ଓ ନକ୍ଷତ୍ର କଣ ଥିଲା ବୋଲି ତେବେ ତାହା ଯାହା ହେଉନା କାହିଁକି ଯେଉଁ ମାନଙ୍କର ଜାତକ ନାହିଁ ସେମାନେ ନିଜର ନାମର ପ୍ରଥମ ଅକ୍ଷରରୁ ହିଁ ଏହି ସାରଣୀରେ ଥିବା ଅକ୍ଷରରୁ ହିଁ ଜାଣିପାରିବେ ନିଜର ରାଶି ଓ ନକ୍ଷତ୍ର କଣ ବୋଲି।

ତେବେ ସାରଣୀ ହେଉଛି ୧/୧= ଅଶ୍ୱିନୀ ନକ୍ଷତ୍ର, ମେଷ ରାଶି। ନାମର ପ୍ରଥମ ଅକ୍ଷର ଚୁ ଚେ ଲ ଲି ଏବଂ ୨/୧= ଦ୍ଵିଜା ନକ୍ଷତ୍ର ମେଷ ରାଶି। ନାମର ପ୍ରଥମ ଅକ୍ଷର ଲି ଲୁ ଲେ ଲୋ ଏବଂ ୩/୧= କୃତିକା ନକ୍ଷତ୍ର। ମେଷ ରାଶି। ନାମର ପ୍ରଥମ ଅକ୍ଷର ଅ।

୩/୨= କୃତିକା ନକ୍ଷତ୍ର ବୃଷ ରାଶି। ନାମର ପ୍ରଥମ ଅକ୍ଷର ଇ,ଉ,ଏ ଏବଂ ୪/୨=ରୋହିଣୀ ନକ୍ଷତ୍ର ବୃଷ ରାଶି। ନାମର ପ୍ରଥମ ଅକ୍ଷର ଓ ବା ବି ବୁ। ଏବଂ ୫/୨ମୃଗଶିରା ନକ୍ଷତ୍ର ବୃଷ ରାଶି। ନାମର ପ୍ରଥମ ଅକ୍ଷର ବେ ବୋ।

୫/୩= ମୃଗଶିରା ନକ୍ଷତ୍ର ମିଥୁନ ରାଶି। ନାମର ପ୍ରଥମ ଅକ୍ଷର କ କି। ୬/୩= ଆଦ୍ରା ନକ୍ଷତ୍ର ମିଥୁନ ରାଶି। ନାମର ପ୍ରଥମ ଅକ୍ଷର କୁ ଘ ଛ ଏବଂ ୭/୩= ପୁନର୍ବସୁ ନକ୍ଷତ୍ର ମିଥୁନ ରାଶି। ନାମର ପ୍ରଥମ ଅକ୍ଷର କେ କୋ ହ।

୭/୪= ପୁନର୍ବସୁ ନକ୍ଷତ୍ର କର୍କଟ ରାଶି। ନାମର ପ୍ରଥମ ଅକ୍ଷର ହି। ୮/୪= ପୁଷ୍ୟା ନକ୍ଷତ୍ର କର୍କଟ ରାଶି। ନାମର ପ୍ରଥମ ଅକ୍ଷର ହୁ ହେ ହୋ ଡ଼ ଏବଂ ୯/୪= ଅସ୍ଳେସା ନକ୍ଷତ୍ର କର୍କଟ ରାଶି। ନାମର ପ୍ରଥମ ଅକ୍ଷର ଡି ଡୁ ଡେ ଡୋ।

୧୦/୫= ମଘା ନକ୍ଷତ୍ର ସିଂହ ରାଶି। ନାମର ପ୍ରଥମ ଅକ୍ଷର ମ ମି ମୁ ମେ। ୧୧/୫= ପୂର୍ବ ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି। ନାମର ପ୍ରଥମ ଅକ୍ଷର ମୋ ଟ ଟି ଟୁ। ୧୨/୫= ଉତ୍ତର ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି। ନାମର ପ୍ରଥମ ଅକ୍ଷର ଟେ।

୧୨/୬= ଉତ୍ତର ଫାଲ୍ଗୁନି ନକ୍ଷତ୍ର କନ୍ୟା ରାଶି। ନାମର ପ୍ରଥମ ଅକ୍ଷର ଟୋ ପ ପା। ୧୩/୬= ହସ୍ତା ନକ୍ଷତ୍ର କନ୍ୟା ରାଶି। ନାମର ପ୍ରଥମ ଅକ୍ଷର ପି ପୁ ଣ ଠ। ୧୪/୬= ଚିତ୍ରା ନକ୍ଷତ୍ର କନ୍ୟା ରାଶି। ନାମର ପ୍ରଥମ ଅକ୍ଷର ପେ ପୋ।

୧୪/୭= ଚିତ୍ରା ନକ୍ଷତ୍ର ତୁଳା ରାଶି। ନାମର ପ୍ରଥମ ଅକ୍ଷର ର ରି। ୧୫/୭= ସ୍ୱାତି ନକ୍ଷତ୍ର ତୁଳା ରାଶି। ନାମର ପ୍ରଥମ ଅକ୍ଷର ରୁ ରେ ରୋ ତ। ୬/୭= ବିଶାଖା ନକ୍ଷତ୍ର ତୁଳା ରାଶି। ନାମର ପ୍ରଥମ ଅକ୍ଷର ତି ତୁ ତେ।

୧୬/୮= ବିଶାଖା ନକ୍ଷତ୍ର ବିଛା ରାଶି। ନାମର ପ୍ରଥମ ଅକ୍ଷର ତୋ। ୧୭/୮= ଅନୁରାଧା ନକ୍ଷତ୍ର ବିଛା ରାଶି। ନାମର ପ୍ରଥମ ଅକ୍ଷର ନ ନି ନୁ ନେ। ୧୮/୮= ଜ୍ୟାଷ୍ଠା ନକ୍ଷତ୍ର ବିଛା ରାଶି। ନାମର ପ୍ରଥମ ଅକ୍ଷର ନୋ ଯ ଯି ଯୁ।

୧୯/୯= ମୂଳା ନକ୍ଷତ୍ର ଧନୁ ରାଶି। ନାମର ପ୍ରଥମ ଅକ୍ଷର ଯେ ଯୋ ଭ ଭି। ୨୦/୯= ପୂର୍ବସାଢା ନକ୍ଷତ୍ର ଧନୁ ରାଶି। ନାମର ପ୍ରଥମ ଅକ୍ଷର ଭୁ ଧ ଫ ଢ଼। ୨୧/୯= ଉତ୍ତରା ସାଢା ନକ୍ଷତ୍ର ଧନୁ ରାଶି। ନାମର ପ୍ରଥମ ଅକ୍ଷର ଭେ।

୨୧/୧୦= ଉତ୍ତରା ସାଢା ନକ୍ଷତ୍ର ମକର ରାଶି। ଭୋ ଜ ଜି ମକର ରାଶି। ୨୨/୧୦= ଶ୍ରବଣା ନକ୍ଷତ୍ର ମକର ରାଶି। ନାମର ପ୍ରଥମ ଅକ୍ଷର ଜୁ ଜେ ଜୋ ଖ ଖୀ ଖୁ ଖେ ଖୋ। ୨୩/୧୦= ଧନିଷ୍ଠା ନକ୍ଷତ୍ର ମକର ରାଶି। ନାମର ପ୍ରଥମ ଅକ୍ଷର ଗ ଗି।

୨୩/୧୧= ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶି। ନାମର ପ୍ରଥମ ଅକ୍ଷର ଗୁ ଗେ। ୨୪/୧୧= ସତଭିଷା ନକ୍ଷତ୍ର କୁମ୍ଭ ରାଶି। ନାମର ପ୍ରଥମ ଅକ୍ଷର ଗୋ ସ ସି ସୁ। ୨୫/୧୧= ପୂର୍ବ ଭାଦ୍ରବ ନକ୍ଷତ୍ର କୁମ୍ଭ ରାଶି। ନାମର ପ୍ରଥମ ଅକ୍ଷର ସେ ସୋ ଦ।

୨୫/୧୨= ପୂର୍ବ ଭାଦ୍ରବ ନକ୍ଷତ୍ର ମୀନ ରାଶି। ନାମର ପ୍ରଥମ ଅକ୍ଷର ଦି। ୨୬/୧୨= ଉତ୍ତର ଭାଦ୍ର ନକ୍ଷତ୍ର ମୀନ ରାଶି। ନାମର ପ୍ରଥମ ଅକ୍ଷର ଦୁ ଝ ଅ। ୨୭/୧୨= ରେବତୀ ନକ୍ଷତ୍ର ମୀନ ରାଶି। ନାମର ପ୍ରଥମ ଅକ୍ଷର ଦେ ଦୋ ଚ ଚି।

ଏହିସବୁ ନାମର ପ୍ରଥମ ଅକ୍ଷରରୁ ହିଁ ଜାଣିପାରିବେ ନିଜର ରାଶି ଓ ନକ୍ଷତ୍ର କଣ ହୋଇଥାଏ ବୋଲି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *