Excuse Me Odisha

ଯାହା କହିବୁ ସତ କହିବୁ

ଖୁବ୍ ଶୀଘ୍ର ଧନବାନ ହେବାକୁ ଚାହୁଁଥିଲେ,ଘରୁ ବାହାର କରି ଦିଅନ୍ତୁ ଏହି ଜିନିଷ। ତୁରନ୍ତ ପାଇବେ ସୁଫଳ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପୁରାତନ ଯୁଗରେ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ପଣ୍ଡିତ ଓ ଜ୍ଞାନୀ ଥିଲେ। ମନୁଷ୍ୟକୁ ସଠିକ ମାର୍ଗ ଦେଖେଇବା ଓ ସୁଖରେ ଜୀବନ ଅତିବାହିତ କରିବା ପାଇଁ ତାଙ୍କର ନୀତିଗ୍ରନ୍ଥରେ ଅନେକ ନୀତି ଗୁଡ଼ିକ ଲେଖା ଯାଇଛି। ଏହାକୁ ଲୋକେ ନିଜ ଜୀବନରେ ପ୍ରୟୋଗ କଲେ, ସୁଖରେ ରହିବେ।ସେହି ନୀତିରେ ବ୍ୟକ୍ତି କଣ କଲେ ଧନୀ ହୋଇ ପାରିବ, ସେହି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି।ଆସନ୍ତୁ ବନ୍ଧୁଗଣ ଖୁବ୍ କମ୍ ସମୟରେ ଧନବାନ ହେବାର ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟ ଗୋଟେ ବଡ ସାମ୍ରାଜ୍ୟର ମନ୍ତ୍ରୀ ଥିଲେ ମଧ୍ୟ ସେ ଏକ ସାମାନ୍ୟ କୁଟୀରରେ ରହୁଥିଲେ। ସେ ନିଜ ଜୀବନ ବହୁତ ସରଳ ଓ ସାଧାରଣରେ ଅତିବାହିତ କରିଥିଲେ। ସେ ନିଜ ଜୀବନର ଅନୁଭବକୁ ତାଙ୍କ ଦ୍ଵାରା ରଚିତ ନୀତିଗ୍ରନ୍ଥରେ ସାମିଲ କରିଥିଲେ। ଚାଣକ୍ୟ ନୀତିରେ କିଛି ଏଭଳି କାର୍ଯ୍ୟ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ନକରିବା ଉଚିତ।ଏହାଦ୍ବାରା ବ୍ୟକ୍ତି ଧନବାନ ହୋଇଯାଇଥାଏ।

– ଚାଣକ୍ୟଙ୍କ ନୀତି ଅନୁସାରେ କୌଣସି ବ୍ୟକ୍ତିଙ୍କୁ ମିଛ କହିବା ବା ମିଛ ସପକ୍ଷରେ ରହିବା ଉଚିତ ନୁହେଁ।ମିଛର ସପକ୍ଷରେ ରହୁଥିବା ବ୍ୟକ୍ତି ସାରା ଜୀବନ ଦରିଦ୍ର ହୋଇ ରହିଥାନ୍ତି। ଏଥିପାଇଁ ପ୍ରତ୍ୟେକ ମଣିଷକୁ ସର୍ବଦା ସତ୍ୟର ସପକ୍ଷରେ ରହିବା ଉଚିତ। ସତ୍ୟ ମାର୍ଗ ଆପଣେଇବା ଦ୍ଵାରା ଜୀବନ ଅତି ସରଳ ହୋଇଯାଇଥାଏ।

– ଚାଣକ୍ୟ ନୀତି ଅନୁସାରେ, ପ୍ରତ୍ୟେକ ଲୋକଙ୍କୁ ସର୍ବଦା ପରିଷ୍କାର ରହିବା ସହିତ ସଫା ପୋଷାକ ପିନ୍ଧିବା ଆବଶ୍ୟକ। ଯେଉଁ ବ୍ୟକ୍ତି କେବେବି ସଫାସୁତୁରା ପ୍ରତି ଧ୍ୟାନ ଦେଇ ନଥାନ୍ତି ଏବଂ ଚିରା ବା ମଇଳା ପୋଷାକ ପିନ୍ଧିଥାନ୍ତି, ସେ କେବେବି ଧନବାନ ହୋଇ ପାରନ୍ତି ନାହିଁ।କାରଣ ପରିଷ୍କାର ରହିଥିବା ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ ଏଭଳି ଭୂଲ କଦାପି କରନ୍ତୁ ନାହିଁ।

– କିଛି ଲୋକେ ତାଙ୍କ ପେଟ ଭର୍ତ୍ତି ହେଲା ପରେ ମଧ୍ୟ ଖାଦ୍ୟ ଖାଇଥାନ୍ତି। ଖାଦ୍ୟ ଖାଇବା ଦ୍ଵାରା ପେଟ ଭର୍ତ୍ତି ହୋଇଥାଏ, କିନ୍ତୁ ଅଧିକ ଖାଇବା ଉଚିତ ନୁହେଁ। ଏହାଦ୍ବାରା ହଜମ ଜନିତ ସମସ୍ୟା ଦେଖା ଦେଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଏଭଳି ଲୋକେ କେବେ ମଧ୍ୟ ଧନବାନ ହୋଇପାରି ନଥାନ୍ତି।

– ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ନଥାନ୍ତି, ସେ ସାରା ଜୀବନ ଅଭାବ ଅନଟନରେ ରହିଥାନ୍ତି। ଯେଉଁ ବ୍ୟକ୍ତି ସର୍ବଦା ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିଜ ନିତ୍ୟକର୍ମ ସାରି ଥାଆନ୍ତି ଏବଂ ସବୁ କାର୍ଯ୍ୟ ସମାପ୍ତ କରି ଥାଆନ୍ତି, ସେହି ବ୍ୟକ୍ତି ନିଜ ଜୀବନରେ ସୁଖୀ ଓ ଧନୀ ବ୍ୟକ୍ତି ହୋଇଥାନ୍ତି।

– ଯେଉଁ ବ୍ୟକ୍ତି ପ୍ରତିଦିନ ଦାନ୍ତ ଘଷି ନଥାନ୍ତି ଏବଂ ମୁହଁରେ ଗନ୍ଧ ରହିଥାଏ, ସେହି ବ୍ୟକ୍ତି ସର୍ବଦା ଗରିବ ହୋଇ ରହିଥାନ୍ତି। ଏହାସହିତ ଯେଉଁ ବ୍ୟକ୍ତି, ମହିଳା ମାନଙ୍କର ସମ୍ମାନ କରି ନଥାନ୍ତି ଏବଂ ସାମାନ୍ୟ କଥାରେ କଟୁ ବଚନ କହିଥାନ୍ତି, ତାଙ୍କ ଘରେ କେବେବି ଦେବୀ ଲକ୍ଷ୍ମୀଙ୍କର ବାସ ହୋଇ ନଥାଏ। ତେଣୁ ବନ୍ଧୁଗଣ ନିଜ ଜୀବନରେ ଏଭଳି ଭୁଲ କେବେବି କରନ୍ତୁ ନାହିଁ।ସେଥିପ୍ରତି ସତର୍କ ରୁହନ୍ତୁ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *