Excuse Me Odisha

ଯାହା କହିବୁ ସତ କହିବୁ

ଖଟ ତଳେ ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ! ଧୀରେ ଧୀରେ ହେବ ସର୍ବନାଶ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖଟ ତଳେ ରଖନ୍ତୁ ନାହିଁ ଏହି ୩ ଟି ଜିନିଷ। ଧୀରେ ଧୀରେ ହେବ ସର୍ବନାଶ।

ବନ୍ଧୁଗଣ ଯେଉଁ ବିଛଣାରେ ଆପଣ ଶୋଉଛନ୍ତି ତାହା ତଳେ ଭୁଲରେ ବି ମଧ୍ୟ ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ନଚେତ ଧୀରେ ଧୀରେ ହୋଇଥାଏ ସର୍ବନାଶ। ବାସ୍ତୁଶାସ୍ତ୍ର ଏକ ଏପରି ଜିନିଷ ଯାହା ଆମ ଘରେ ସକାରାତ୍ମକ ଉର୍ଜାର ମାତ୍ରା ବୃଦ୍ଧି କରିଥାଏ ଏବଂ ନକରାତ୍ମକ ଉର୍ଜାକୁ ହ୍ରାସ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ। ଗୃହରେ ସୁଖ ଶାନ୍ତି ଏବଂ ଧନ ସମ୍ପତ୍ତି ବଜାୟ ରଖିବା ପାଇଁ ଗୋଟିଏ ସକାରାତ୍ମକ ପରିବେଶ ନିତାନ୍ତ ଆବଶ୍ୟକ। ଯଦି ଆପଣଙ୍କ ଘରେ ଜିନିଷ ଗୁଡିକ ବାସ୍ତୁର ନିୟମ ଅନୁସାରେ ନାହିଁ ତେବେ ନକରାତ୍ମକ ଶକ୍ତି ବଢିଯିବା ସହିତ ପରିବାର ବିନାଶ ଦିଗକୁ ଅଗ୍ରସର ହୋଇଥାଏ।

ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖଟ ବା ବିଛଣା ସହିତ ଜଡ଼ିତ ବାସ୍ତୁଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ। ତେଣୁ ଆପଣ ଯେଉଁଠାରେ ଶୋଉଛନ୍ତି ତାହା ତଳେ କିଛି ବିଶେଷ ଜିନିଷ ରଖିବା ଉଚିତ ହୋଇନଥାଏ। ଯଦି ଆପଣ ଏପରି କରିଥାନ୍ତି ତେବେ ସମସ୍ତ ନକରାତ୍ମକ ଉର୍ଜା ଆପଣଙ୍କ ମଧ୍ୟରେ ଗ୍ରାସ ହୋଇଥାଏ ଏବଂ ଆପଣଙ୍କର ଘରେ ଖରାପ ଏବଂ ଭୁଲ କାର୍ଯ୍ୟ ଗୁଡିକ କରାଇଥାଏ। ତେଣୁ ଏହାର ପ୍ରଭାବ ଆପଣଙ୍କ ଗୃହର ଉନ୍ନତି ଏବଂ ଶାନ୍ତି ଉପରେ ମଧ୍ୟ ପଡିଥାଏ। ତେଣୁ ଆପଣମାନେ ନିଜର ଶୋଇବା ବିଛଣା ତଳେ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ରଖନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ୩ଟି ବିଶେଷ ଜିନିଷ ବିଷୟରେ।

ଜୋତା ବା ଚପଲ। ପଲଙ୍କ ତଳେ ଭୁଲରେ ମଧ୍ୟ ଜୋତା ବା ଚପଲ ରଖନ୍ତୁ ନାହିଁ। କିଛି ଲୋକ ସ୍ଥାନର ଅଭାବ ଯୋଗୁ କିମ୍ବା ନିଜର ଅବହେଳା କାରଣରୁ ଏହାକୁ ଖଟ ତଳେ ରଖି ଦେଇଥାନ୍ତି। ଯଦି ଆପଣ ଏପରି କରନ୍ତି ତେଣେ ଆପଣ ନିଜର ଅଭ୍ୟାସକୁ ସୁଧାରି ଦିଅନ୍ତୁ। ଜୋତା ବା ଚପଲରେ ବହୁତ ନକରାତ୍ମକ ଶକ୍ତି ରହିଥାଏ ଏହାକୁ ଖଟ ତଳେ ରଖିବା ଦ୍ୱାରା ବା ରାତିରେ ଶୋଇବା ସମୟରେ ଏହି ନକରାତ୍ମକ ଉର୍ଜାର ପ୍ରବାହିତ ହୋଇଥାଏ। ଏହା ଆଗକୁ ଯାଇ ଆପଣଙ୍କର ବିନାଶର କାରଣ ମଧ୍ୟ ହୋଇଥାଏ।

ଗୋଡ଼ ପୋଛା। ଗୋଡ଼ ପୋଛା ଯାହା ଉପରେ କି ଆମେ ନିଜର ପାଦ ପୋଛି ଥାଉ। ଏହାକୁ ଅଧିକାଂଶ ଲୋକ ନିଜର ଖଟ ତଳେ ରଖିବାକୁ ପସନ୍ଦ କରିଥାନ୍ତି। କାରଣ ଯେତେବେଳେ ମଧ୍ୟ ଆପଣ ବିଛଣା ଉପରକୁ ଶୋଇବାକୁ ଯାଆନ୍ତି ତେବେ ଏହା ପୂର୍ବରୁ ଆପଣ ନିଜର ପାଦକୁ ଭଲ ଭାବରେ ପୋଛି ପାରିବେ। ଯାହା କାରଣରୁ ଆପଣଙ୍କ ବିଛଣା ଧୂଳି ବାଲୀ ହେବ ନାହିଁ।

ଏହାକୁ ଖଟର କିଛି ଦୁରତାରେ ରଖିବା ଭୁଲ ନୁହେଁ କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ ଯେ ଏହା ପଲଙ୍କ ବା ଖଟର ତଳକୁ ଯେପରି ଚାଲି ନଯାଏ। ଏଥିରେ ପାଦର ମଇଳା ପୋଛା ଯାଇଥାଏ। ଏହି କାରଣରୁ ଏହା ବହୁତ ନକରାତ୍ମକ ଶକ୍ତି ଉତ୍ପନ କରିଥାଏ। ତେଣୁ ଶୋଇବା ସମୟରେ ଆପଣଙ୍କୁ ଏଥିରୁ ଦୂରେଇ ରହିବା ଭଲ। ତେଣୁ ଆପଣ ଏହାକୁ ଖଟ ତଳକୁ ଯିବାକୁ ଦିଅନ୍ତୁ ନାହିଁ।

ଫାଟ। ଆପଣ ଯେଉଁଠାରେ ଶୋଉଛନ୍ତି ତାହାର ତଳେ ଫାଟ ନଥିବ। ଯେଉଁ ପଲଙ୍କରେ ଆପଣ ଶୋଉଛନ୍ତି ତାହା ଭାଙ୍ଗି ନଥିବା ଦରକାର। ଏହା ସହିତ ଯେଉଁ ବିଛଣା ଉପରେ ଶୋଉଛନ୍ତି କିମ୍ବା ପଲଙ୍କ ରଖାଯାଇଛି ସେହି ଭୂମିରେ ମଧ୍ୟ ଫାଟ ନଥିବା ଦରକାର। ବାସ୍ତୁଶାସ୍ତ୍ର ଅନୁସାରେ ଏହିପରି ଫାଟ ସୃଷ୍ଟି ହୋଇଥିବା ସ୍ଥାନରେ ଶୋଇବା ଦ୍ୱାରା ଗୃହକୁ ଦାରିଦ୍ରତା ଆସିଥାଏ। ଯାହା ଫଳରେ ଗୃହରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ।

ଦୁର୍ଘଟଣା ଘଟିଥାଏ ଆଉ ବହୁତ ରୋଗ ଆଦି ହୋଇଥାଏ। ଏହିପରି ଫାଟ ନିଜର ଏବଂ ଅନ୍ୟ ମାନଙ୍କର ନକରାତ୍ମକ ଶକ୍ତିକୁ ଆକର୍ଷଣ କରିଥାଏ। ଏଥିପାଇଁ ଯଦି ଆପଣ ଭାଙ୍ଗି ଥିବା କିମ୍ବା ଫାଟ ସୃଷ୍ଟି ହୋଇଥିବା ଖଟ ଉପରେ ଶୋଉଛନ୍ତି ତେବେ ତାହାକୁ ବଦଳାଇ ଦିଅନ୍ତୁ କିମ୍ବା ଏହାକୁ ଠିକ କରିନିଅନ୍ତୁ। ଯଦି ଆପଣମାନେ ନିଜ ଗୃହକୁ ଦାରିଦ୍ରତାରୁ ରକ୍ଷା କରିବା ପାଇଁ ଚାହାନ୍ତି ତେବେ ବାସ୍ତୁଶାସ୍ତ୍ରର ଏହିସବୁ ନିୟମକୁ ପାଳନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *