Excuse Me Odisha

ଯାହା କହିବୁ ସତ କହିବୁ

ଜାଣତରେ ହେଉ ବା ଅଜାଣତରେ ହେଉ ଏହି ୫ଟି ପାପ କରନ୍ତୁ ନାହିଁ, ନଚେତ ସାରା ଜୀବନ ଦରିଦ୍ର ହୋଇ ରହିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଅନେକ ପୁରାଣ ଗ୍ରନ୍ଥ ଗୁଡ଼ିକ ରହିଛି। ସେଥିମଧ୍ୟରୁ ଶିବ ପୁରାଣ ହେଉଛି ଅନ୍ୟତମ।ଏହି ପୁରାଣରେ ମଣିଷ ନିଜ ଜୀବନକୁ କିପରି ସୁଖରେ ବିତାଇ ପାରିବ, ସେଥିପାଇଁ ଅନେକ ଗୁଡ଼ିଏ ମନ୍ତ୍ର ବିଷୟରେ କୁହାଯାଇଛି।ଏହାସହିତ ଶିବ ପୁରାଣରେ ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କର ଅନେକ ସାର ବିଷୟରେ କୁହାଯାଇଛି।

ଏଥିରେ ୪ଟି ଘୋର ପାପ ବିଷୟରେ କୁହାଯାଇଛି, ଏହି ପାପ ମଣିଷ ଅଜଣାତରେ କରିଥାଏ ଏବଂ ତାହାର ଦଣ୍ଡ ମଧ ଭୋଗ କରିଥାଏ।ଜାଣତରେ ହେଉ ବା ଅଜାଣତରେ ମଣିଷକୁ କଦାପି ଏଭଳି ପାପ କରିବା ଉଚିତ ନୁହେଁ। ତେବେ ବନ୍ଧୁଗଣ ଆସନ୍ତୁ ଏହିସବୁ ପାପ ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

– ଶିବ ପୁରାଣ ଅନୁସାରେ ଏହି କଳିଯୁଗରେ ପ୍ରାୟତଃ ପ୍ରତ୍ୟେକ ମଣିଷ ଜାଣତରେ ହେଉ ବା ଅଜାଣତରେ ମାନସିକ ପାପର ଭାଗୀଦାର ହୋଇଥାନ୍ତି।ଯେତେବେଳେ ଆପଣ ଅନ୍ୟ ମାନଙ୍କ ପ୍ରତି ନିଜ ମନରେ ଖରାପ ବିଚାର ବା ଭାବନା ଆଣିଥାନ୍ତି, ତାହାକୁ ମାନସିକ ପାପ କୁହାଯାଏ। ମାନସିକ ପାପ ଯେପରି, ଅନ୍ୟର ଉନ୍ନତି ଦେଖି ଈର୍ଷା କରିବା, ପର ସ୍ତ୍ରୀଙ୍କ ପ୍ରତି ମନରେ ଖରାପ ଭାବନା ଆଣିବା, ଅନ୍ୟମାନଙ୍କୁ ମନରେ ଗାଳି ଦେବା ବା ଅସନ୍ତୁଷ୍ଟ ଭାବନା ଆଣିବା।

ଏହିସବୁ ଘୋର ପାପ ଅଟେ। ପ୍ରତ୍ୟେକ ମନୁଷ୍ୟଙ୍କ ଦେହରେ ଭଗବାନ ବାସ କରିଥାନ୍ତି।ଯଦି ଆପଣ ଅନ୍ୟମାନଙ୍କ ପ୍ରତି ନିଜ ମନରେ ଖରାପ ବିଚାର କରିବେ, ତାହେଲେ ତାହା ଭଗବାନଙ୍କର ମଧ୍ୟ ଅପମାନ ହୋଇଥାଏ। ତେଣୁ ସର୍ବଦା ନିଜ ମନକୁ ନିର୍ମଳ ରଖନ୍ତୁ।

– କାହାକୁ ମୁହଁରେ ଖରାପ କହିବା, କାହା ମନରେ ଦୁଃଖ ଦେବା, ଖରାପ ଭାଷା ପ୍ରୟୋଗ କରି ଗାଳି ଦେବା, ଖରାପ ବ୍ୟବହାର କରିବା ଆଦି ସବୁ ଶିବ ପୁରାଣ ଅନୁସାରେ ଘୋର ପାପ ମଧ୍ୟ ଗଣା ଯାଇଥାଏ। ମଣିଷକୁ ସବୁବେଳେ ସତ୍ୟ ବଚନ କହିବା ସହିତ ସଚ୍ଚୋଟ ରହିବା ଉଚିତ। ଯେଉଁ ବ୍ୟକ୍ତି ସର୍ବଦା ମିଛ କହିଥାଏ ବା ଖରାପ ଭାଷା ପ୍ରୟୋଗ କରି କାହାକୁ ଅପମାନ କରିଥାଏ, ତେବେ ଏହାକୁ ଘୋର ପାପ ବୋଲି କୁହାଯାଇଥାଏ। ଏଭଳି ଲୋକେ ସର୍ବଦା ନିଜ ଜୀବନରେ ଗରିବ ହୋଇ ରହିଥାନ୍ତି।

– ଶିବ ପୁରାଣରେ ପ୍ରକୃତିକୁ ଇଶ୍ଵରଙ୍କର ସ୍ୱରୂପ ବୋଲି ମାନାଯାଇଛି। ପ୍ରକୃତିକୁ କ୍ଷତି ପହଞ୍ଚାଇବା ଏକ ବଡ ପାପ ବୋଲି ମାନାଯାଇଥାଏ। ଏହି ପ୍ରକୃତି ଯୋଗୁଁ ଜୀବଜଗତ ବଞ୍ଚି ରହିଛି। ଗଛପତ୍ର କାଟିବା, ପଶୁପକ୍ଷୀଙ୍କୁ ଅକାରଣରେ ହତ୍ୟା କରିବା ଆଦି ଶାରୀରିକ ପାପ ଶ୍ରେଣୀରେ ଅନ୍ତର୍ଭୁକ୍ତ। ତେଣୁ ବନ୍ଧୁଗଣ ଏଭଳି ଶାରୀରିକ ପାପ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ, ଏଥିପ୍ରତି ଧ୍ୟାନ ରଖନ୍ତୁ।

– ଶିବ ପୁରାଣ ଅନୁସାରେ ଏହି କଳିଯୁଗରେ ସବୁଠାରୁ ଭୟଙ୍କର ପାପ ହେଉଛି କାହାର ନିନ୍ଦା କରିବା।କେବେବି କାହାର ବାଳ ନିନ୍ଦା କରିବା ଉଚିତ ନୁହେଁ।କାହାର ନିନ୍ଦା କରିବା ପୂର୍ବରୁ, ସାମ୍ନାରେ ଥିବା ବ୍ୟକ୍ତି ନିନ୍ଦାର ପାତ୍ର ଅଟେ କି ନାହିଁ, ତାହା ଥରୁଟିଏ ଚିନ୍ତା କରନ୍ତୁ। ବଡ ଲୋକ ଓ ମାତାପିତାଙ୍କ ନିନ୍ଦା କରିବା ଘୋର ପାପ ଅଟେ।ଅନ୍ୟମାନଙ୍କର ନିନ୍ଦା କରୁଥିବା ଲୋକେ ସାରା ଜୀବନ କଷ୍ଟ ପାଇଥାନ୍ତି।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ, ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଆମକୁ ଜଣାନ୍ତୁ।ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ, ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *