Excuse Me Odisha

ଯାହା କହିବୁ ସତ କହିବୁ

ମେଷ ରାଶି !! ୨୦୨୨ ଜାନୁୟାରୀ ମାସର ମାସିକ ରାଶି ଫଳ !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମେ ରାଶି ଜାନୁଆରୀ ମାସର ମାସିକ ରାଶି ଫଳ।

ବନ୍ଧୁଗଣ ଆସନ୍ତୁ ଜାଣିବା ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ୨୦୨୨ ମସିହା ଜାନୁଆରୀ ମାସର ମାସିକ ରାଶି ଫଳ। ମାସଟି କେମିତି କଟିବ। ଦିନଟି କେମିତି କାଟିବେ ଏବଂ କଣ କରିବେ ଗ୍ରହ ମାନଙ୍କର ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ପ୍ରତିକାରକ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ

ପ୍ରଥମେ ଆମେ ଜାଣିବା ମେଷ ରାଶିର ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ। ମେଷ ରାଶିର ଲୋକମାନେ କିପରି ହୋଇଥାନ୍ତି। ଏହି ରାଶିର ଲୋକମାନେ ହେଉଛନ୍ତି ସ୍ପଷ୍ଟବାଦୀ। ଏହି ରାଶିର ଅଧିପତି ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ। ମଙ୍ଗଳ ଗ୍ରହ ମେଷ ରାଶିର ଅଧିପତି ହୋଇଥିବାରୁ ମେଷ ରାଶିର ଲୋକମାନେ ସାହସୀ ପରାକ୍ରମୀ ସ୍ପଷ୍ଟବାଦୀ ସ୍ୱଭାବର ବ୍ୟକ୍ତିତ୍ୱ ହୋଇଥାନ୍ତି ଏବଂ ଏହି ରାଶି ଗୋଟେ ଅଗ୍ନିତତ୍ତ୍ୱ ରାଶି ହୋଇଥିବାରୁ ବେଳେ ବେଳେ ମେଷ ରାଶିର ଲୋକମାନେ ସାମାନ୍ୟ କଥାରେ ଚିଡି ଯାଇଥାନ୍ତି କିନ୍ତୁ ରୋକ ଠକ ମତ ପାଇଁ ସେମାନେ ଅନ୍ୟମାନଙ୍କ ପାଖରେ ପ୍ରଶଂସା ମଧ୍ୟ ପାଇ ଥାନ୍ତି।

ନିଜର ମନ୍ତବ୍ୟକୁ ସେ ରୋକଠକ ଭାବରେ ରଖିଥାନ୍ତି। ଏହି ରାଶିର ବ୍ୟକ୍ତି ମାନଙ୍କ ଉଚ୍ଚ ଆଶା ଯୋଗୁ ଅନେକ ସମୟରେ ସେ ସଫଳତାର ଶୀର୍ଷ ସ୍ଥାନରେ ପହଂଚି ଥାନ୍ତି। ମେଷ ରାଶିର ବ୍ୟକ୍ତିମାନେ ସାମାନ୍ୟ ସାମର୍ଥ୍ୟ ପ୍ରିୟ ଅଟନ୍ତି। ଏମାନଙ୍କୁ କେହି ମିଠା କଥା କହିଲେ ଭଲ ବ୍ୟବହାର କଲେ ସେ ଆପଣଙ୍କର ନିଜର ହୋଇଯାନ୍ତି। ପାରିବାରିକ ଜୀବନରେ ମଧ୍ୟ ଏହି ରାଶିର ବ୍ୟକ୍ତି ମାନଙ୍କର ନିଜର ଗୁରୁତ୍ୱ ରହିଥାଏ। ଏହି ରାଶିର ବ୍ୟକ୍ତି ବିଶେଷ୍ୟ ହୋଇଥିଲେ ପରିବାରରେ ତାଙ୍କର ମତାମତକୁ ସମସ୍ତେ ଗ୍ରହଣ କରିଥାନ୍ତି।

ତେବେ ଆସନ୍ତୁ ଜାଣିବା ମେଷ ରାଶିର ବ୍ୟକ୍ତି ବିଶେଷ୍ୟଙ୍କ ପାଇଁ ଏହି ୨୦୨୨ ମସିହା ଜାନୁଆରୀ ମାସଟି କିପରି ଫଳ ପ୍ରଦାନ କରିବ।

ଏହି ମାସରେ କୌଣସି ଫଳ ପାଇନପାରନ୍ତି କିନ୍ତୁ ପରିବାର ବର୍ଗଠୁ ସବୁ ପ୍ରକାରର ସହଯୋଗ ଆଶା କରିବେ। ଯଦି ଆପଣ କୌଣସି ଅସୁବିଧାରେ ପଡିଥିବେ ତେବେ ନିଶ୍ଚିତ ଭାବରେ ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ଆପଣଙ୍କୁ ସାହାର୍ଯ୍ୟ ସହଯୋଗ କରିବେ କିନ୍ତୁ ଅନ୍ୟ ଠାରୁ ସାହାର୍ଯ୍ୟ ପାଇ ଅଧିକ ଆନନ୍ଦିତ ହେବେ। କୃଷ ଓ ବାଣିଜ୍ୟ କ୍ଷେତ୍ରରେ ଗତ ବର୍ଷ ପରି ଲାଭ ମଧ୍ୟ ବହୁତ ମାତ୍ରାରେ ପାଇବେ। ଯଦି ବିଜନେସ ମେନ ଅଛନ୍ତି ବା ବ୍ୟାପାର ବାଣିଜ୍ୟ କରୁଛନ୍ତି ତେବେ ନିଶ୍ଚିତ ଭଲ ଇନକମ ସୋର୍ସ ରହିବ। କିନ୍ତୁ ଏହି ମାସରେ ମାତ୍ର କୌଣସି ସାମାନ୍ୟ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ ଏଥିପାଇଁ ଆପଣ ଟିକେ ଧ୍ୟାନ ରଖନ୍ତୁ ଏବଂ ପରିବାର ବର୍ଗଙ୍କ ସହ ଭଲ ଭାବରେ ମିଳାମିଶା କରନ୍ତୁ।

କୌଣସି ଛୋଟ ଛୋଟ କଥାକୁ ନେଇ କଳି ଝଗଡାରେ ମୁଣ୍ଡ ପୁରାନ୍ତୁ ନାହିଁ ନଚେତ ଆପଣ କଳି ଝଗଡ଼ାରେ ଫସି ଯାଇପାରନ୍ତି। ଆୟ ତୁଳନାରେ ବ୍ୟୟର ମାତ୍ରା ମଧ୍ୟ ବଢିବ। ଯେତିକି ଆୟ କରୁଛନ୍ତି ତାହା ମଧ୍ୟ ଖର୍ଚ୍ଚ ହୋଇଯାଇପାରେ ଏଥି ପ୍ରତି ଆପଣ ମାନେ ଧ୍ୟାନ ରଖିବା ନିହାତି ଦରକାର। ଯେତେବେଳେ ଆପଣ ଖର୍ଚ୍ଚ କରୁଛନ୍ତି ଖର୍ଚ୍ଚ ଉପରେ ନିହାତି ନଜର ଦିଅନ୍ତୁ ଏବଂ ନିଜର ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଆପଣ ଖର୍ଚ୍ଚନ୍ତ ହୋଇ ପର ଷ୍ଟେପରେ ଆପଣ ଅସୁବିଧାରେ ପଡିପାରନ୍ତି। ମହିଳା ଓ ପିଲା ମାନଙ୍କ ପାଇଁ ମାସଟି ଶୁଭଦାୟକ ରହିଛି। ମହିଳାମାନେ କୌଣସି ନୂତନ କାର୍ଯ୍ୟ କରିପାରନ୍ତି। କୌଣସି ନୂତନ ଜାଗାକୁ ମଧ୍ୟ ବୁଲାବୁଲି କରିବାକୁ ଯାଇପାରନ୍ତି।

ପିଲାମାନେ ପାଠ ପଢାରେ ନିଶ୍ଚିତ ଭାବରେ ଉତ୍ତୀର୍ଣ୍ଣ ହେବେ ଏବଂ ପାଠରେ ନିଶ୍ଚୟ ଆଗେଇବେ। କହିବାକୁ ଗଲେ ମାସଟି ଆପଣଙ୍କ ପାଇଁ ଭଲ ହିଁ ଅଛି। ସାମାନ୍ୟ ଖରାପ ଥିବାରୁ ଆପଣ ଏହି ପ୍ରତିକାରକୁ ନିଶ୍ଚୟ କରନ୍ତୁ। ଆପଣ ମାନଙ୍କ ପାଇଁ ପ୍ରତିକାର ହେଉଛି। ଆପଣ ମାନେ ପ୍ରତ୍ୟକ ଦିନ ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ। ଯଦି ଶିବ ମନ୍ଦିର ପ୍ରତ୍ୟକ ଦିନ ଯାଇ ପାରୁନାହାନ୍ତି ତେବେ ପ୍ରତ୍ୟକ ସୋମବାର ଚେଷ୍ଟା କରନ୍ତୁ ମନ୍ଦିର ଯିବା ପାଇଁ ଏବଂ ରାସ୍ତା କଡରେ ବସିଥିବା ଭିକାରୀ ଅସକ୍ଷମ ଲୋକମାନଙ୍କୁ କିଛି ମାତ୍ରାରେ ଆପଣଙ୍କ ସକ୍ଷମ ଅନୁସାରେ ସାହାର୍ଯ୍ୟ କରନ୍ତୁ। ଏହା କରିବା ଦ୍ୱାରା ଶନିଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ଯେଉଁ ଅଶୁଭ ପ୍ରଭାବ ରହିଛି ତାହା ନିଶ୍ଚିତ ଭାବରେ ଖଣ୍ଡିତ ହେବ ଏବଂ ଆପଣ ମାନେ ଶୁଭ ଫଳ ନିଶ୍ଚିତ ଭାବରେ ପ୍ରାପ୍ତି କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *