Excuse Me Odisha

ଯାହା କହିବୁ ସତ କହିବୁ

ବୃଷ ରାଶି !! ୨୦୨୨ ଜାନୁୟାରୀ ମାସର ମାସିକ ରାଶି ଫଳ !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୃଷ ରାଶି ଜାନୁଆରୀ ମାସର ମାସିକ ରାଶି ଫଳ।

ବନ୍ଧୁଗଣ ଆସନ୍ତୁ ଜାଣିବା ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ୨୦୨୨ ମସିହା ଜାନୁଆରୀ ମାସର ମାସିକ ରାଶି ଫଳ। ମାସଟି କେମିତି କଟିବ। ଦିନଟି କେମିତି କାଟିବେ ଏବଂ କଣ କରିବେ ଗ୍ରହ ମାନଙ୍କର ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ପ୍ରତିକାରକ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ପ୍ରଥମେ ଆମେ ବ୍ୟକ୍ତିତ୍ୱ ବିଷୟରେ ଜାଣିନେବା। ଏହି ରାଶିର ଲୋକମାନେ ହେଉଛନ୍ତି ସାହସୀ ପରାକ୍ରମୀ ସ୍ପଷ୍ଟବାଦୀ ସ୍ୱଭାବର ଅଟନ୍ତି। ବୃଷ ରାଶିର ବ୍ୟକ୍ତି ମାନଙ୍କ ଉଚ୍ଚ ଆଶା ଯୋଗୁ ଅନେକ ସମୟରେ ସେ ସଫଳତାର ଶୀର୍ଷ ସ୍ଥାନରେ ପହଂଚି ଥାନ୍ତି। ପାରିବାରିକ ଜୀବନରେ ମଧ୍ୟ ବୃଷ ରାଶିର ବ୍ୟକ୍ତି ମାନଙ୍କର ନିଜର ଗୁରୁତ୍ୱ ରହିଥାଏ। ଏହି ରାଶି ଥିବା ଲୋକମାନଙ୍କର ମତାମତ ତାଙ୍କର ପରିବାରର ସମସ୍ତେ ଗ୍ରହଣ କରିଥାନ୍ତି। ବୃଷ ରାଶିର ଜାତକଙ୍କ ପାଇଁ ଏହି ୨୦୨୨ ମସିହା ଜାନୁଆରୀ ମାସଟି ଅନୁକୂଳ ରହିଛି।

ପ୍ରଥମେ ଆସନ୍ତୁ ଜାଣିନେବା ଯେଉଁମାନେ ଜାତକ ବିଷୟରେ ଜାଣି ନାହାନ୍ତି ବା ଜାତକ ନାହିଁ ହଜିଯାଇଛି। ଯଦି ଜନ୍ମ ତାରିଖ ଜନ୍ମ ତିଥି ଅଥବା ନାମର ପ୍ରଥମ ଅକ୍ଷର ଇ ଏ ଉ ଅ ବା ବି ବୁ ବେ ହୋଇଥାଏ ଯେଉଁମାନଙ୍କର ଯେକୌଣସି ମାସର ୬ ତାରିଖ ୧୫ ତାରିଖ ୨୪ ତାରିଖ କିମ୍ବା ଯେକୌଣସି ପକ୍ଷର ଷଷ୍ଠୀ କିମ୍ବା ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଜନ୍ମ ହୋଇଥିବେ ତେବେ ସେମାନଙ୍କର ବୃଷ ରାଶି ହେବ। ତେବେ ଯେଉଁମାନଙ୍କର ବୃଷ ରାଶି ସେମାନଙ୍କର ୩ ଟି ନକ୍ଷତ୍ର ମଧ୍ୟ ଭୋଗ ହେବ। ସେଗୁଡିକ ହେଉଛି କୃତିକା ନକ୍ଷତ୍ର ୩/୨ ରୋହିଣୀ ନକ୍ଷତ୍ର ୪/୨ ମୃଗଶିରା ନକ୍ଷତ୍ର ୫/୨। ଯଦି ଏହି ରାଶିର ସ୍ୱାମୀ ଗ୍ରହ ଦେଖିବା ତେବେ ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ।

ଯଦି ଆପଣ ଧଳା ରଙ୍ଗର ବସ୍ତୁ କୌଣସି ପ୍ରୟୋଗ କରନ୍ତି ବା ବସ୍ତ୍ର ଧାରଣ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣ ଶୁଭ ଫଳ ପ୍ରାପ୍ତ କରିବେ। ଶୁଭ ବାର ହେଉଛି ବୁଧ ବାର ଶୁକ୍ରବାର ଏବଂ ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ ଭଗବାନ ବିଷ୍ଣୁ ଏବଂ ଭୈରବ। ରାଶିର ଶୁଭ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ କମଳା ମା ସନ୍ତୋସୀ। ରାଶିର ବ୍ରତ ଉପବାସ ବାର ହେଉଛି ସୋମବାର ଏବଂ ଶୁକ୍ରବାର। ଏହି ସୋମବାର ଏବଂ ଶୁକ୍ରବାରରେ ଯଦି ବ୍ରତ ଉପବାସ କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ।

ଯଦି କୌଣସି ମାନସିକ ରଖି ବ୍ରତ ଉପବାସ କରନ୍ତି ତେବେ ନିଶ୍ଚିତ ଭାବରେ ଫଳ ପ୍ରାପ୍ତି କରିବେ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୬ ବା ରାଶିର ଭଲ ତାରିଖ ହେଉଛି ବା ଶୁଭ ତାରିଖ ହେଉଛି ୬ ତାରିଖ ୧୫ ତାରିଖ ୨୪ ତାରିଖ। ଯଦି ପ୍ରତ୍ୟକ ମାସ ୬ ତାରିଖ ୧୫ ତାରିଖ ୨୪ ତାରିଖରେ ଯଦି ଲକ୍ଷ୍ୟ କରି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହାନ୍ତି ତେବେ ନିଶ୍ଚୟ କରନ୍ତୁ ଅତ୍ୟନ୍ତ ଶୁଭ ଫଳ ଦାୟକ ରହିବ।

ତେବେ ଆସନ୍ତୁ ଜାଣିବା ଏହି ୨୦୨୨ ମସିହା ଜାନୁଆରୀ ମାସଟି ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କିପରି ଫଳ ପ୍ରଦାନ କରିବ।

ଏହି ମାସରେ ଆପଣ ଧର୍ମ ଅନୁଷ୍ଠାନରେ ଯୋଗ ଦେବେ ଅଥବା ଆପଣ କୌଣସି ଜାଗାରେ ଧର୍ମ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି ନଚେତ ଆପଣ ନିଜ ଘରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ମଧ୍ୟ କରିପାରନ୍ତି। ଚାକିରୀ କ୍ଷେତ୍ରରେ ଦାୟିତ୍ୱ ସୁରୁଖୁରୁରେ ତୁଲାଇ ପାରନ୍ତି। ବ୍ୟବସାୟରେ ଦିଗ ଉଜ୍ଵଳତର ରହିବ ଏବଂ ବ୍ୟବସାୟରେ ମଧ୍ୟ ଆପଣ ମାନେ ପ୍ରଚୁର ମାତ୍ରାରେ ଲାଭ ମଧ୍ୟ ପାଇବେ। ଯେଉଁମାନେ ଯେକୌଣସି ବ୍ୟବସାୟ କରନ୍ତୁ ନାଁ କାହିଁକି ନିଶ୍ଚିତ ସେଥିରେ ଲାଭବାନ ହେବେ।

ରାଜନୀତି କ୍ଷେତ୍ରରେ ଯଦି ଆପଣ ଅଛନ୍ତି ତେବେ ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ଦେଖି ଚାହିଁ ଚଳିବା ଦରକାର ନଚେତ ଆଉ ସବୁ ଭଲ ଅଛି। ମହିଳାମାନେ ବ୍ୟସ୍ତରେ ଚଳିବେ। ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବରେ ପାଠରେ କୃତଜ୍ଞତା ଅର୍ଜନ କରିବେ ଏବଂ ପାଠରେ ମଧ୍ୟ ବହୁତ ଶୁଭ ପରିଣାମ ମିଳିବ। ତେବେ ପ୍ରେମିକ ପ୍ରେମିକାଙ୍କ ପାଇଁ ଏହି ଜାନୁଆରୀ ମାସଟି ବହୁତ ଭଲ ଅଛି। ଆପଣମାନେ କୌଣସି ଜାଗାକୁ ବୁଲାବୁଲି କରିବାକୁ ଯାଇପାରନ୍ତି ଏବଂ ବଣଭୋଜି ଫିଷ୍ଟରେ ମଧ୍ୟ ସେଥିରେ ଯୋଗ ଦେଇ ଆପଣମାନେ ବହୁତ ହିଁ ଖୁସି ଲାଭ କରିବେ ଏବଂ ଆପଣଙ୍କର ଲଭ ଲାଇଫ ବହୁତ ଭଲ ରହିବ।

ଏହି ମାସଟି ଏହି ରାଶି ପାଇଁ ବହୁତ ରହିନଥିବାରୁ ତେବେ ଆପଣମାନେ କିଛି ପ୍ରତିକାରକ ମଧ୍ୟ କରିବା ନିହାତି ଆବଶ୍ୟକ ତେବେ ଯାଇ ଆପଣ ଶୁଭ ଫଳ ପ୍ରାପ୍ତି କରିବେ। ପ୍ରତିକାରଟି ହେଉଛି। ଆପଣ ପ୍ରତିଦିନ ସକାଳୁ ଉଠି ବାପା ମା ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ଏବଂ ପ୍ରତ୍ୟକ ସୋମବାର ଭଗବାନ ଶିବଙ୍କ ମନ୍ଦିରକୁ ଯିବା ପାଇଁ ଚେଷ୍ଟା କରନ୍ତୁ। ଭଗବାନ ଶିବଙ୍କର ଦର୍ଶନ କରନ୍ତୁ ଦେଖିବେ ମାସଟି ବହୁତ ଭଲରେ ବ୍ୟତୀତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *