Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ରେ ଏହି ତିନୋଟି ରାଶି ହୋଇଯାଆନ୍ତୁ ସାବଧାନ,ଏମାନଙ୍କ ଉପରେ ପଡିବ ଶନିଦେବଙ୍କ ଵକ୍ରଦୃଷ୍ଟି,ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ସାଙ୍ଗମାନେ ଆମର ପୋର୍ଟାଲକୁ ଆପଣଙ୍କୁ ସ୍ଵାଗତ ଜଣାଉଛୁ।ସବୁ ତଥ୍ୟ ବିସ୍ତାର ରୂପରେ ଜାଣିବା ପାଇଁ ଏହି ପୋଷ୍ଟକୁ ପ୍ରଥୁମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ।ଜ୍ୟୋତିଷ ମାନଙ୍କ ମତରେ ୨୦୨୨ ମସିହାରେ ଭଗବାନ ଶନି ନିଜର ଚଳନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ପ୍ରାୟତଃ ୨୯ ବର୍ଷ ପରେ ୨୦୨୨ ମସିହା ଏପ୍ରିଲ ମାସ ୨୯ ତାରିଖରୁ ଭଗବାନ ଶନି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ଶନି ଗ୍ରହ ପ୍ରତି ଅଢେଇ ବର୍ଷରେ ଥରେ ହିଁ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି।ଏହାସହିତ ଶନିଙ୍କ ଚଳନ ଅତ୍ୟନ୍ତ ଧୀର ଅଟେ। ୨୦୨୨ ମସିହାରେ ଭଗବାନ ଶନି ମକର ରାଶିରୁ କୁମ୍ଭ ରାଶିକୁ ଚଳନ କରିବେ।ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ବହୁତ ମହତ୍ୱ ଦିଆଯାଇଥାଏ।

ଭଗବାନ ଶନିଙ୍କ ଚଳନର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଏହି ଚଳନର ପ୍ରଭାବରେ ଅନେକ ରାଶିର ଲୋକଙ୍କୁ ଲାଭ ପ୍ରାପ୍ତି ହୋଇଥାଏ। ଆଉକିଛି ରାଶିର ଲୋକଙ୍କର ଶନି ମହାଦଶା ଆରମ୍ଭ ହୋଇଯାଇଥାଏ ଏବଂ କିଛି ରାଶିରେ ମହାଦଶା ଶେଷ ମଧ୍ୟ ହୋଇଯାଏ।୨୦୨୨ ମସିହାରେ ଭଗବାନ ଶନିଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ କେଉଁ ରାଶିର ଲୋକଙ୍କୁ କଣ ଲାଭ ବା କ୍ଷତି ହେବ, ଆସନ୍ତୁ ସେହି ବିଷୟରେ ଜାଣିବା।

– ପ୍ରଥମ ରାଶି ହେଉଛି ମୀନ ରାଶି।ଭଗବାନ ଶନିଦେବ ୨୦୨୨ ମସିହାରେ କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ଵାରା, ଏହାର ପ୍ରଭାବ ମୀନ ରାଶିର ଲୋକଙ୍କ ଉପରେ ପଡିବ।ଶନିଙ୍କ ସାଢ଼େସାତୀର ଟିନୋଟି ଚରଣ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ସାଢ଼େସାତୀର ପ୍ରଥମ ଚରଣ ସବୁଠାରୁ ପ୍ରଭାବଶାଳୀ ହୋଇଥାଏ।

– ଦ୍ୱିତୀୟରେ ହେଉଛି ବିଛା ରାଶି। ୨୦୨୨ରେ ଶନିଙ୍କର କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ୱାରା ବିଛା ରାଶିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।ଭଗବାନ ଶନିଙ୍କର ଚଳନ ଯୋଗୁଁ ଏହି ରାଶିର ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସେଥିପାଇଁ ସତର୍କ ରୁହନ୍ତୁ।

– ତୃତୀୟରେ ହେଉଛି କର୍କଟ ରାଶି। ଶନି ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବ। ଏମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଆପଣଙ୍କୁ ବିଶେଷ ସାଵଧାନ ରହିବା ଉଚିତ।

ଶନି ଗ୍ରହର ପ୍ରଭାବରୁ ବଞ୍ଚିତ ହେବା ପାଇଁ ଆପଣଙ୍କୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଲିଶା ପାଠ କରିବା ଉଚିତ। ଏହା ସହିତ ପ୍ରତ୍ୟେକଦିନ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ।ଏଭଳି କରିବାଦ୍ୱାରା ଆପଣଙ୍କ ଉପରେ ଭଗବାନ ହନୁମାନ ଏବଂ ଶନିଦେବଙ୍କ କୃପା ଦୃଷ୍ଟି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *