Excuse Me Odisha

ଯାହା କହିବୁ ସତ କହିବୁ

ମୁଠାଏ ସୋରିଷ ଆପଣଙ୍କୁ କରିଦେବ କୋଟିପତି ଜାଣନ୍ତୁ ସୋରିଷର ଏକ ଚମତ୍କାରୀ ଉପାୟଟିଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏକ ଦିବ୍ୟ ଏବଂ ଚମତ୍କାର ଉପାୟ ଆପଣଙ୍କର ସବୁ ଦୁଃଖକୁ ଦୂର କରିବ।

ବନ୍ଧୁଗଣ ଯଦି ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ରହିଅଛି କିଛି ସରଳ ଓ ଚମତ୍କାରୀ ଉପାୟମାନ। ଯାହାକି ଆପଣଙ୍କ ରୋଷେଇ ଘରେ ସର୍ବଦା ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ସେହି ରୋଷେଇ ସାମଗ୍ରୀଟି ହେଉଛି ସୋରିଷ।

ଆପଣମାନେ ଦେଖିଥିବେ ପୂଜାପାଠ ତନ୍ତ୍ର କ୍ରିୟା ବାସ୍ତୁ ପୂଜା ଇତ୍ୟାଦିରେ ସାଧକ ବା ପୂଜାରୀମାନେ ସୋରିଷ ମାଗିଥାନ୍ତି ବା ସୋରିଷର କିଛି ଉପାୟ ବତେଇଥାନ୍ତି। କାରଣ ସୋରିଷ ଏପରି ଏକ ଦିବ୍ୟ ଓ ଚମତ୍କାରୀ ଶସ୍ୟ ଅଟେ ଯାହାକି ଘରର ବାସ୍ତୁଦୋଷ ମଣିଷର ଗ୍ରହଦୋଷ ଖଣ୍ଡନ କରି ମନୁଷ୍ୟକୁ ଧନୀ ମଧ୍ୟ କରାଇଥାଏ। ସମସ୍ତ ଦୁଃଖକୁ ଦୂର କରି ଘରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ। ତେବେ ଆସନ୍ତୁ ଜାଣିନେବା ସୋରିଷକୁ ନେଇ କିଛି ସରଳ ଓ ଚମତ୍କାରୀ ଉପାୟମାନ ବିଷୟରେ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ଛୋଟ ପିଲା ରହିଥାନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ସର୍ବଦା ଖରାପ ରହୁଥାଏ, ସେମାନେ ସର୍ବଦା କାନ୍ଦୁଥାନ୍ତି ଚିଡିଚିଡି ହେଉଥାନ୍ତି ତେବେ ଜାଣିନିଅନ୍ତୁ ସେମାନଙ୍କ ଉପରେ କାହାର ଖରାପ ଦୃଷ୍ଟି ଲାଗିଛି। ଏହି ଦୃଷ୍ଟି ଛଡାଇବା ପାଇଁ ବାମ ହାତରେ ୭ଟି ସୋରିଷ ରଖନ୍ତୁ ଏବଂ ତାହା ଉପରେ ଚିମୁଟାଏ ଲୁଣ ରଖନ୍ତୁ ଏବଂ ଗୋଟିଏ କିମ୍ବା ଦୁଇଟି ନାଲି ରଙ୍ଗର ଶୁଖିଲା ଲଙ୍କା ରଖନ୍ତୁ ଏବଂ ତାହାକୁ ଏକତ୍ର ମୁଠିରେ ଧରି ସେହି ପିଲାର ମୁଣ୍ଡ ଉପରେ ୭ ଫେରା ଘୁରାଇ ନିଅନ୍ତୁ।

ଏହାପରେ ଏହି ସମସ୍ତ ସାମଗ୍ରୀକୁ ତୁରନ୍ତ ନେଇ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ। ଏଥିପାଇଁ ଆମ୍ବ କାଠର ନିଆଁ ଶ୍ରେଷ୍ଠ ହୋଇଥାଏ। ଏହାର ଅଭାବରେ ଅନ୍ୟ କାଠ ମଧ୍ୟ ନେଇ ପାରିବେ। ଯଦି ପରିବାରରେ କେହି ବ୍ୟକ୍ତି ସର୍ବଦା ବିରକ୍ତ ହେଉଥାନ୍ତି ସର୍ବଦା କ୍ରୋଧ କରୁଥାନ୍ତି ତେବେ ଏହି ଉପାୟଟିକୁ କରି ସେହି ବ୍ୟକ୍ତିଙ୍କୁ ଶାନ୍ତ କରିପାରିବେ।

ଯଦି ଆପଣଙ୍କର କୌଣସି କାମ ଅନେକ ଦିନରୁ ଅଟକି ରହିଥାଏ ଆଗକୁ ବଢି ପାରୁନଥାଏ ତେବେ ଗୁରୁବାର ଦିନ କାହାରିକୁ ସୋରିଷ ଦାନ କରନ୍ତୁ। ଦେଖିବେ ସେହି ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଚାଲିବାକୁ ଲାଗିବ ଏବଂ ଜୀବନରେ ଉନ୍ନତି ମଧ୍ୟ ଦେଖାଦେବ।

ଯଦି ଆପଣଙ୍କର ଶନିଦୋଷା ମହାଦୋଷା ଚାଲୁଥାଏ ଆର୍ଥିକ ସଂକଟରେ ଗତି କରୁଥାନ୍ତି ତେବେ ପ୍ରତି ଶନିବାର ଦିନ ମୁଠାଏ ସୋରିଷକୁ ନେଇ କୌଣସି ନଦୀ କିମ୍ବା ଜଳ ସ୍ରୋତରେ ତାହାକୁ ପ୍ରବାହିତ କରି ଦିଅନ୍ତୁ। ଦେଖିବେ ଖୁବଶୀଘ୍ର ଆପଣଙ୍କୁ ଶନିଦୋଷାରୁ ମୁକ୍ତି ମିଳିଯିବ ଏବଂ ସମସ୍ତ ପ୍ରକାରର ଧନର ଅସୁବିଧା ଦୂର ହୋଇଯିବ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ।

ଯଦି ଆପଣ ଦିନକୁ ଦିନ ଦରିଦ୍ରତା ଆଡ଼କୁ ଗତି କରୁଛନ୍ତି ଧନର ଅଭାବ ବଢି ଚାଲୁଛି ଦୁଃଖର ବୋଝ ଭାରି ହେଉଛି କରଜରେ ବୁଡି ରହିଛନ୍ତି ତେବେ ଏକ କପଡ଼ାରେ ମୁଠାଏ ସୋରିଷ ରଖିଦିଅନ୍ତୁ ଏବଂ ତାହା ଉପରେ କିଛି ଧାନ କିଛି ମୁଗ କିଛି ଗହମ କିଛି ମାଣ୍ଡିଆ ଓ କିଛି କଳା ରାଶି ରଖି ତାହାକୁ ଏକତ୍ର ବାନ୍ଧି ପୁଟୁଳିଟିଏ କରିଦିଅନ୍ତୁ।

ଆପଣଙ୍କର ଯେତିକି ରୁମ ବା କୋଠରୀ ଥିବ ସେତିକିଟି ପୁଟୁଳି ପ୍ରସ୍ତୁତ କରିପାରିବେ ଏବଂ ତାହାକୁ ନେଇ ପ୍ରତି କୋଠରୀରେ ଗୋଟିଏ ଗୋଟିଏ ପୁଟୁଳି ଉତ୍ତର କିମ୍ବା ପୂର୍ବ କିମ୍ବା ଉତ୍ତର-ପୂର୍ବ ବା ଐଶ୍ଵନ୍ୟ କୋଣରେ ରଖିଦିଅନ୍ତୁ ଦେଖିବେ ସେହି ଦିନ ଠାରୁ ସମସ୍ତ ଧନର ସମସ୍ୟାମାନ ଦୂର ହୋଇଯିବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ ଏବଂ ସମସ୍ତ କରଜରୁ ମୁକ୍ତି ମିଳିଯିବ ଏବଂ କରଜରୁ ମୁକ୍ତ ହୋଇ ଶାନ୍ତିର ସହକାରେ ସମୟ ଅତିବାହିତ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *