Excuse Me Odisha

ଯାହା କହିବୁ ସତ କହିବୁ

ଗୋଟେ ଘଟି ଚାଉଳ ଭରିକି ଏହି ଘରର ଜାଗାରେ ରଖିଲେ,କେବେବି ହେବନି ଧନର ଅଭାବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୋଟେ ଘଟି ଚାଉଳ ଭରିକି ଏହି ଘରର ଜାଗାରେ ରଖିଲେ କେବେବି ହେବନି ଧନର ଅଭାବ।

ବନ୍ଧୁଗଣ ଜୀବନରେ ଅଧିକରୁ ଅଧିକ ଧନ କମେଇବା ପାଇଁ ପ୍ରତ୍ୟକ ବ୍ୟକ୍ତି ପ୍ରାଣ ପଣେ ଚେଷ୍ଟା ପରିଶ୍ରମ କରିଥାନ୍ତି କିନ୍ତୁ ପ୍ରତ୍ୟକ ଲୋକ ସଫଳତା ପାଇନଥାଏ। ବହୁତ ହିଁ କମ ଲୋକ ଧନୀ ହୋଇପାରନ୍ତି। ପ୍ରକୃତରେ ଜୀବନରେ ସଫଳତା ପାଇବା ପାଇଁ କେବଳ ପରିଶ୍ରମରେ ନୁହେଁ ତା ସହିତ ଭାଗ୍ୟର ସାହାର୍ଯ୍ୟ ବି ବହୁତ ଦରକାର ଅଟେ। ତେବେ ଯାଇ ହିଁ ଜୀବନରେ ସଫଳତା ମିଳିଥାଏ। ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ସଫଳତା ମିଳୁନାହିଁ ଧନର ମାର୍ଗ ଖୋଲୁ ନାହିଁ ତେବେ ଆଜିର ଏହି ପୋଷ୍ଟରେ ଏମିତି କିଛି କଥା ଜଣେଇବୁ ଯାହାକୁ ନିୟମିତ କରିକି ଆପଣ ନିଜର ଭାଗ୍ୟକୁ ବହୁତ ହିଁ ବଳବାନ କରିପାରିବେ

ଯଦି ଆପଣଙ୍କ ଘରେ ସର୍ବଦା ଆର୍ଥିକ ସମସ୍ୟା ରହୁଛି ସବୁବେଳେ ଅଭାବ ଲାଗି ରହୁଛି ଜମାବି ସଞ୍ଚୟ ହୋଇପାରୁନାହିଁ ତେବେ ଏହି ପ୍ରୟୋଗ ନିଶ୍ଚୟ କରିବା ଉଚିତ।

ଶୁକ୍ରବାର ଦିନ ସନ୍ଧ୍ୟାରେ ଗାଧୋଇ ଭଜନ ସ୍ଥଳରେ ଏକ ଜଳ ଭରା କଳସ ସ୍ଥାପନ କରିବେ ଏବଂ ଏହା ଉପରେ ସିନ୍ଦୁରର ଏକ ସ୍ୱସ୍ତିକ ଚିହ୍ନ ବନେଇବେ ଏବଂ ଏହା ପରେ କଳସରେ ଗୋଟେ ଟଙ୍କା କଏନ ପକେଇବେ। ଧ୍ୟାନ ରଖିବେ ନିଜ ଉପରେ ବା ଘରର ମୁଖିଆ ଉପର ଦେଇ ୧୧ ଥର ବୁଲେଇ କରି କଳସରେ ପକେଇବେ। ତାପର ଦିନ ଏହି କଏନ ବାହାର କରି କଳସର ଜଳ କୌଣସି ପବିତ୍ର ସ୍ଥାନରେ ବିସର୍ଜନ କରିଦେବେ। ପବିତ୍ର ସ୍ଥାନ ଅର୍ଥାତ କୌଣସି ମନ୍ଦିରରେ ବର ବା ଅସ୍ତ ଗଛରେ କିମ୍ବା କୌଣସି ନଦୀରେ ବିସର୍ଜନ କରିଦେବେ। ଏପରି ଆପଣ ପ୍ରତ୍ୟକ ଶୁକ୍ରବାର ଦିନ କରନ୍ତୁ। ଏହି ପ୍ରୟୋଗ ଯଦି ପ୍ରତ୍ୟକ ଶୁକ୍ରବାର ଦିନ କରନ୍ତି ବହୁତ ହିଁ ଲାଭ ଆପଣ ନିଜ ଜୀବନରେ ଅନୁଭବ କରିବେ। ଆର୍ଥିକ ସ୍ଥିତି ସୁଧୁରିବ ଏବଂ ଧନ ଆସିବାର ମାର୍ଗ ମଧ୍ୟ ଖୋଲିବ।

ଦ୍ୱିତୀୟ ପ୍ରୟୋଗ। ଯଦି ଆପଣ ଚାହୁଁଛନ୍ତି ଘରେ କେବେବି ପଇସାର ଅଭାବ ନହେଉ, କରଜରେ ପଡିଛନ୍ତି ବା ସବୁକିଛି ଠାଇକି ବି ଦୁଃଖୀ ଅଛନ୍ତି ବା ଆପଣ ନିଜର ଘର କରିବାକୁ ଚାହୁଁଛନ୍ତି କିନ୍ତୁ ହୋଇପାରୁନାହିଁ ତେବେ ଏହି ଉପାୟ ଦ୍ୱାରା ସବୁ ସମସ୍ୟା ଦୂର ହୋଇଯିବ। ଏହି ପ୍ରୟୋଗ ପାଇଁ ଆପଣ ଏକ କଳସ ଆଣିବେ ଏବଂ ଏହି କଳସରେ ଦୁବ ଘାସ ଏବଂ କିଛି ଚାଉଳ ଭରିଦେବେ। ଧ୍ୟାନ ରଖିବେ ପ୍ରଥମେ କଳସରେ ଚାଉଳ ଭରିବେ ଏବଂ ଉପରେ ଦୁବ ଘାସ ଦେବେ ଏବଂ ତା ଉପରେ ଗୋଟେ ଗୁଆ ଥୋଇଦେବେ। ଏବଂ କଳସରେ ଅଷ୍ଟସିଦ୍ଧି ଲକ୍ଷ୍ମୀ ମାଳା ରଖିବେ।

ଯେଉଁ ମାଳାରେ ଆପଣ ପ୍ରତିଦିନ ଅଷ୍ଟସିଦ୍ଧି ଲକ୍ଷ୍ମୀର ଜପ କରିବେ। କଳସକୁ ଆପଣ ପୂଜା ଘରେ ସ୍ଥାପନ କରିପାରିବେ। ଯେତେବେଳ ଯାଏଁ ଆପଣଙ୍କର ଇଛା ପୂରଣ ହୋଇନାହିଁ ସେତେବେଳେ ଯାଏଁ ଏହି କଳସ ରଖିବାର ଅଛି ଏବଂ ପ୍ରତିଦିନ ଅଷ୍ଟସିଦ୍ଧି ଲକ୍ଷ୍ମୀ ମନ୍ତ୍ରର ଜପ କରିବେ। ଧ୍ୟାନ ରଖିବେ ଦୁବ ଘାସ ଶୁଖିଗଲେ ଏହାକୁ ମାଟିରେ ପୋତିଦେବେ। କିନ୍ତୁ ଚାଉଳ ଏବଂ କଳସ ରଖିବେ। ଏବଂ ପ୍ରତିଦିନ ମାଳା ଜପ ପରେ ସେହି ମାଳାକୁ କଳସରେ ରଖିଦେବେ। ସେହି ଅଷ୍ଟସିଦ୍ଧି ଲକ୍ଷ୍ମୀ ମନ୍ତ୍ରଟି ହେଉଛି ଓଁ ହ୍ରରିଂ ଶ୍ରୀଙ୍ଗ କ୍ରିଙ୍ଗ ଶ୍ରୀଙ୍ଗ କୁବେରାୟ ଅଷ୍ଟଲକ୍ଷ୍ମୀ ମମ ଗୃହେ ଧନଂ ପୁରୟ ପୁରୟ ନମଃ।

ଏହି ପ୍ରୟୋଗ କରିବା ଦ୍ୱାରା ଘରେ ଅଷ୍ଟଲକ୍ଷ୍ମୀଙ୍କ କୃପା ବନିରହେ। ଧନ ସହିତ ଜଡ଼ିତ ସମସ୍ତ ସମସ୍ୟା ଏହି ପ୍ରୟୋଗ ଦ୍ୱାରା ସମାପ୍ତ ହୋଇଥାଏ। ଏହା ଏକ ରାମବାଣ ଉପାୟ ଅଟେ। ଏହା ଦ୍ୱାରା ବ୍ୟାପାରରେ ଚାକିରୀରେ ଏବଂ ସମସ୍ତ କ୍ଷେତ୍ରରେ ଲାଭ ମିଳିଥାଏ।

ଘରେ ନକରାତ୍ମକତା ଦୂର କରିବା ପାଇଁ ଘର ଦୁଆରେ ସନ୍ଧ୍ୟା ସମୟରେ ଚଉମୁଖୀ ଦୀପ ଜାଳିବେ ଏବଂ ଏଥିରେ ଗୋଟେ ଟଙ୍କା ପକାଇବେ। ଦୀପ ଲିଭି ଗଲା ପରେ ଏହି ଟଙ୍କାକୁ ମନ୍ଦିରରେ ଦେଇଦେବେ। ଏହିସବୁ ପ୍ରୟୋଗ କରିବା ଦ୍ୱାରା ଜୀବନରେ କୁଣ୍ଡଳୀରେ ଭାଗ୍ୟର ରାସ୍ତା ଖୋଲିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *