Excuse Me Odisha

ଯାହା କହିବୁ ସତ କହିବୁ

ଶନିଦଶା ପଡ଼ିଥିଲେ ଜାଣିବେ କିପରି ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିଦଶା ପଡିଲେ ଜାଣିବେ କିପରି।

ବନ୍ଧୁଗଣ ଭଗବାନ ଶନିଦେବଙ୍କୁ ଜଣେ ନ୍ୟାୟପ୍ରିୟ ଦେବତା ବୋଲି କୁହାଯାଇଥାଏ। ତାଙ୍କୁ ନ୍ୟାୟଧିସ ଉପାଧି ମଧ୍ୟ ଦିଆଯାଇଛି। ଶନିଙ୍କର ସ୍ଥିତି ଯୋଗୁ ବ୍ୟକ୍ତି ଉପରେ ଗଭୀର ପ୍ରଭାବ ପଡିଥାଏ। ଯଦି ଜାତକରେ ଶନିଙ୍କର ସ୍ଥିତି ଅଶୁଭ ହୋଇଥାଏ ତାହେଲେ ଏହି କାରଣରୁ ବ୍ୟକ୍ତିକୁ ନିଜର ଜୀବନରେ ଅଶୁଭ ଫଳର ପ୍ରାପ୍ତି ହୋଇଥାଏ। ଜାତକରେ ଶନିଙ୍କର ଦିଗ ଖରାପ ହୋଇଥିବା କାରଣରୁ ଜୀବନରେ ଅନେକ ସମସ୍ୟା ଉତ୍ପନ ହେବାରେ ଲାଗିଥାଏ। ବ୍ୟକ୍ତିର କାର୍ଯ୍ୟରେ କୌଣସି ନାଁ କୌଣସି ବାଧା ଉପୁଜି ଥାଏ। ବ୍ୟକ୍ତିକୁ ଅତ୍ୟନ୍ତ କୋଠର ସମୟ ଦେଇ ଅତିକ୍ରମ କରିବାକୁ ପଡିଥାଏ।

ତେବେ ଏପରି କୁହାଯାଏ ଯେ ଶନିଦେବ ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ କରିପାରନ୍ତି ଏବଂ ବିଗାଡି ମଧ୍ୟ ପାରନ୍ତି। ତେଣୁ ଆଜି ଆମେ ଆପଣଙ୍କୁ କିଛି ଏହିପରି ସଂକେତ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରୁ ଆପଣ ଏହି ବିଷୟରେ ଜାଣିପାରିବେ ଯେ ଆପଣଙ୍କର ଜାତକରେ ପରିସ୍ଥିତି ଠିକ ଅଛି ନାଁ ନାହିଁ। ଯଦି ଆପଣଙ୍କୁ ନିଜ ଜୀବନରେ କିଛି ଏହି ପ୍ରକାରର ସଂକେତ ମିଳିଯାଏ ତାହେଲେ ଆପଣ ଭାବି ନେବେ ଯେ ଆପଣଙ୍କର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ଯେଉଁଥିରୁ ଜାଣିପାରିବା ଯେ ଆମର ସମୟ ଖରାପ ଚାଲିଛି ବୋଲି।

ପ୍ରଥମ ସଂକେତ। ଅନେକ ଥର ଏପରି ହୋଇଥାଏ ଯେ ଜୋତା ବା ଚପଲ ବାରମ୍ବାର ଛିଡିଯାଏ ବା ବାରମ୍ବାର ହଜିବାରେ ଲାଗିଥାଏ। ଯଦି ଆପଣଙ୍କର ସହିତ ଏହିପରି ବାରମ୍ବାର ହେଉଛି ଏହି କଥା ପ୍ରତି ଇଶାରା କରିଥାଏ ଯେ ଆପଣଙ୍କର ଜାତକରେ ଶନିଙ୍କର ସ୍ଥିତି ଖରାପ ରହିଛି।

ଦ୍ୱିତୀୟ ସଂକେତ। ଯଦି ଛାତ୍ର ମାନଙ୍କର ପାଠ ପଢ଼ାରେ ମନ ଲାଗୁନଥାଏ କିମ୍ବା କୌଣସି ବ୍ୟକ୍ତିଙ୍କୁ କିଛି ଜ୍ଞାନ ମିଳିପାରେ ନାହିଁ ତେବେ ଏହା ଶନିଙ୍କର ଅଶୁଭ ହେବାର ଲକ୍ଷଣ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କୁ କୌଣସି ସଫଳତା ମିଳିପାରୁନଥାଏ ଆଉ ବାଧା ଉତ୍ପନ ହେଉଛି ତ ଏପରି ସ୍ଥିତିରେ ବୁଝିନେବା ଉଚିତ ଯେ ଆପଣଙ୍କର ଜାତକରେ ଶନି ଅଶୁଭ ସ୍ଥିତିରେ ରହିଛନ୍ତି।

ତୃତୀୟ ସଂକେତ। ଅନେକ ଥର ଏମିତି ହୋଇଥାଏ କାର୍ଯ୍ୟ କରିବା ପରେ ଶରୀରରେ ଥକାପଣ ଏବଂ ଚେହେରାରେ ଉଦାସ ଉନ୍ମାଦ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କର ଚେହେରାର ସର୍ବଦା ଏହି ଥକାପଣ ଏବଂ ଉନ୍ମାଦ ଦେଖିବା ପାଇଁ ମିଳେ ତେବେ ଆପଣଙ୍କୁ ବୁଝିଯିବା ଉଚିତ ଯେ ଆପଣଙ୍କର ଜାତକରେ ଶନିଙ୍କର ସ୍ଥିତି ଖରାପ ମଧ୍ୟ ଚାଲୁଛି।

ଚତୁର୍ଥ ସଂକେତ। ଯଦି କୌଣସି ଜାତକରେ ଶନି ଅଶୁଭ ହୋଇଥାଏ ତ ସେହି କାରଣରୁ ସେହି ବ୍ୟକ୍ତିଙ୍କର ଉପରେ ସର୍ବଦା ଆଳସ୍ୟ ଘେରି ରହିଥାଏ। ଅର୍ଥାତ ବ୍ୟକ୍ତି ଅତ୍ୟନ୍ତ ଅଳସୁଆ ହୋଇଯାଏ ଏବଂ ସେ ନିଜ କାର୍ଯ୍ୟରେ ମଧ୍ୟ ମନ ଲଗାଇ ପାରେ ନାହିଁ। ବ୍ୟକ୍ତି କୌଣସି କ୍ଷେତ୍ରରେ ସଫଳତା ପାଇପାରେ ନାହିଁ।

ପଞ୍ଚମ ସଂକେତ। ଯଦି ଆପଣ ଗୃହ ସମ୍ବଦ୍ଧିତ କାର୍ଯ୍ୟ କରୁଛନ୍ତି ଏବଂ ଘର ନିର୍ମାଣରେ କୌଣସି ପ୍ରକାରର ଅଶୁଭ ଘଟୁଛି ତେବେ ଏପରି ପରିସ୍ଥିତିରେ ମଧ୍ୟ ଏହି ସଂକେତ ଶନିଙ୍କର ଅଶୁଭ ହେବାର ଦିଗ ଆଡ଼କୁ ଦର୍ଶାଇଥାଏ।

ଷଷ୍ଠ ସଂକେତ। ଯଦି କୌଣସି ଜାତକରେ ଶନି ଅଶୁଭ ସ୍ଥିତିରେ ରହିଛନ୍ତି ତେବେ ବ୍ୟକ୍ତି ସର୍ବଦା ଖରାପ ସ୍ଥିତିରେ ଚାଲିଥାଏ। ତାକୁ ନିଶା କରିବାର ଇଛା ସବୁବେଳେ ଲାଗିରହିଥାଏ ଏବଂ ତାଙ୍କ ମନରେ ସର୍ବଦା ଖରାପ ଚିନ୍ତାଧାରା ହିଁ ଉତ୍ପନ ହୋଇଥାଏ।

ସପ୍ତମ ସଂକେତ। ଶନିଙ୍କର ସ୍ଥିତି ଖରାପ ଥିବା କାରଣରୁ ବ୍ୟକ୍ତିଙ୍କୁ ଧନହାନୀର ସାମ୍ନା କରିବାକୁ ପଡିଥାଏ। ଏପରି ମଧ୍ୟ ହୋଇଥାଏ ଯେ ବ୍ୟକ୍ତି ସଞ୍ଚୟ କରିଥିବା ଧନ ପୁଞ୍ଜି ମଧ୍ୟ ଧୀରେ ଧୀରେ ନଷ୍ଟ ହୋଇଯାଏ। ବ୍ୟକ୍ତିକୁ ଶାରୀରିକ ରୋଗ ସବୁବେଳେ ଲାଗି ରହିଥାଏ। ବ୍ୟକ୍ତିର ଶରୀର ଅତ୍ୟନ୍ତ ଦୁର୍ବଳ ହେବାରେ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *