Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠାରୁ ବଡ ପାପ ! ଜଣା ଅଜଣାତରେ ଏହି ୫ ଟି ପାପ କରୁଥିବା ଲୋକ ଜୀବନ ସାରା ଦରିଦ୍ର ହୋଇରହିଥାଏ !

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆର ସବୁଠାରୁ ବଡ଼ ପାପ। ଯାହାକୁ ଆପଣ ଜଣା ଅଜାଣତରେ ପ୍ରତିଦିନ କରୁଛନ୍ତି।

ବନ୍ଧୁଗଣ ଆମର ହିନ୍ଦୁଧର୍ମରେ ଅନେକ ପୁରାଣ ଅଛି। ଏଥି ମଧ୍ୟରୁ ଶିବ ପୁରାଣ ଗୋଟେ ଏମିତି ପୁରାଣ ଯେଉଁଥିରେ ମନୁଷ୍ୟ ଜୀବନକୁ ସୁଖମୟ ବନେଇବା ପାଇଁ କେତେ ସାରା ମନ୍ତ୍ର କୁହାଯାଇଛି। ଶିବ ପୁରାଣରେ ମା ପାର୍ବତୀ ଏବଂ ଭଗବାନ ଶିବଙ୍କର ସମ୍ବଦ୍ଧିତ ସାର କୁହାଯାଇଛି। ଶିବ ପୁରାଣରେ ଏମିତି ୫ ଟି ପାପର ବର୍ଣ୍ଣନା ମିଳିଥାଏ ଯାହାକୁ ମନୁଷ୍ୟ ଅଜାଣତରେ କରିଥାଏ ଏବଂ ତାହାର ଦଣ୍ଡ ଭୋଗିଥାଏ। ଶିବ ପୁରାଣ ଅନୁସାରେ ମନୁଷ୍ୟକୁ ଏପରି ପାପ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ଏହା କଲେ ଭଗବାନ ଶିବଙ୍କର ଆପଣଙ୍କ ଉପରେ କୃପା କେବେ ପଡେ ନାହିଁ। ଲୋକମାନେ ଅଜାଣତରେ ଏପରି ଭୁଲ କରିଦିଅନ୍ତି ଏବଂ ଶିବଙ୍କର କୃପାରୁ ବଞ୍ଚିତ ହୁଅନ୍ତି। ବନ୍ଧୁଗଣ କଳିଯୁଗରେ ଧର୍ମର କେବଳ ଏକ ଚତୁରାଅଂଶ ଅଂଶ ବଳକା ରହିଛି।

ଏଥିପାଇଁ ମନୁଷ୍ୟ ପାପ କରିଆସୁଅଛି କିନ୍ତୁ ଯଦି ଆପଣ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଧର୍ମର କଥାରେ ପୁରା ନିଷ୍ଠାର ସହିତ ଚାଲିବେ ତ ନିରାକାର ଭଗବାନଙ୍କୁ ଆପଣ ଶୀଘ୍ର ପାଇପାରିବେ। ଏଥିପାଇଁ ଆପଣଙ୍କୁ ପାପ ରହିତ ମନୁଷ୍ୟ ବନିବାକୁ ହେବ। ପାପ ରହିତ ମନୁଷ୍ୟ ବନିବା ସରଳ କାମ କିନ୍ତୁ ଯଦି ଆପଣ ଇଶ୍ଵରଙ୍କ ଉପରେ ଧ୍ୟାନ ଦେବେ ତ ଆପଣଙ୍କର ଅଜାଣତରେ ମଧ୍ୟ କିଛି ପାପ ହେବନାହିଁ ଏବଂ ଇଶ୍ଵରଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଅନେକ ପୁଣ୍ୟ କାମ କରନ୍ତି କିନ୍ତୁ ଆପଣଙ୍କୁ ତାହାର ଉଚିତ ଫଳ ପ୍ରାପ୍ତ ହୁଏନାହିଁ। କାରଣ ଆପଣଙ୍କ ଦ୍ୱାରା କେତେଥର ଅଜାଣତରେ କେତେସାରା ପାପ ହୋଇଛି ଯେ ଆପଣଙ୍କର ଏହି ପୁଣ୍ୟ କର୍ମର ସନ୍ତୁଳନକୁ ବିଗାଡି ଦେଇଥାଏ।

ଏଥିପାଇଁ ଆପଣଙ୍କୁ ଏହି ପାପ ବିଷୟରେ ଅବଶ୍ୟ ଜାଣିନେବା ଉଚିତ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏପରି ୫ ଟି ପାପ ବିଷୟରେ ଜଣେଇବୁ ଯାହା ଭଗବାନ ଶିବ ମା ପାର୍ବତୀଙ୍କୁ କହିଥିଲେ।ଶିବଙ୍କ ଅନୁସାରେ ଏହି କଳିଯୁଗରେ ମନୁଷ୍ୟ ଜଣା ଅଜାଣତରେ ହିଁ ଏପରି ପାପ କରିଥାଏ। ଏବଂ ଏହି କୃପାକୁ ପାଇ ନଥାଏ। ଯେଉଁବି ବ୍ୟକ୍ତି ଏହି ପାପକୁ କରେ ନାହିଁ ତାହା ଉପରେ ଶିବଙ୍କର କୃପା ବର୍ଷିଥାଏ।ଏପରି ବ୍ୟକ୍ତି କେବେ ଦୁଃଖି ରହେନାହିଁ। ତାକୁ କେବେ ମଧ୍ୟ ଧନର କମି ହୁଏ ନାହିଁ। ଏବଂ ଏପରି ବ୍ୟକ୍ତି ସବୁବେଳେ ନିରୋଗୀ ରହିଥାଏ। ତ ଆସନ୍ତୁ ଜାଣି ନେବା କଣ କଣ ସେହି ପାପ।

ପ୍ରଥମ ପାପ। ମାନସିକ ପାପ। ଶିବ ପୁରାଣ ଅନୁସାରେ କଳିଯୁଗରେ ମଣିଷ ସବୁଦିନେ ମାନସିକ ପାପ କରିଥାଏ।ମାନସିକ ପାପ ତାହା ହୋଇଥାଏ ଯେବେ ଆପଣଙ୍କ ମନରେ ଅନ୍ୟ ପ୍ରତି ଖରାପ ବିଚାର ଆଣନ୍ତି। ଯାହା କୌଣସି ସ୍ତ୍ରୀ ବିଷୟରେ ହେଉ କି ଅନ୍ୟ କୌଣସି ବ୍ୟକ୍ତିଙ୍କର ଉନ୍ନତି କି ଦେଖିକି କିମ୍ବା କାହାର ସୌନ୍ଦର୍ଯ୍ୟକୁ ଦେଖିକି ହେଉ ମନରେ କାହା ପ୍ରତି ଖରାପ ବିଚାର ଆସିଥାଏ ଅଥବା କୌଣସି ଅନ୍ୟ ବ୍ୟକ୍ତିର ଅହିତ ହେଉ ଏପରି ମନରେ କାମନା କରିଥାଏ କିମ୍ବା ଇଶ୍ୱରଙ୍କୁ ପ୍ରାର୍ଥନା କରିଥାଏ କି ତାହା ସହିତ ଖରାପ ହେଉ ତ ଏହା ବହୁତ ବଡ଼ ପାପ। କୌଣସି ବି ମନୁଷ୍ୟଙ୍କ ମନରେ ଭଗବାନଙ୍କ ବାସ ହୋଇଥାଏ। ଅଥବା ଆପଣ ମନରେ ଖରାପ ବିଚାର ଆଣନ୍ତି ତ ଏହା ସେହି ଭଗବାନଙ୍କର ଅପମାନ ମାନା ଯାଇଥାଏ।

ଦ୍ୱିତୀୟ ପାପ। ଶିବ ପୁରାଣ ଅନୁସାରେ ମୁହଁରେ ଅନ୍ୟକୁ ଖରାପ କହିବା କିମ୍ବା କାହାକୁ ଦୁଃଖ ପହଞ୍ଚାଇବା ପାଇଁ ଖରାପ ଭାଷାର ବ୍ୟବହାର କରିବା ବଡ଼ ପାପ ହୋଇଥାଏ। ଏହାକୁ ମହାପାପ କୁହାଯାଏ। ମନୁଷ୍ୟକୁ ସବୁବେଳେ ସତ୍ୟ ଭାଷା କହିବା ଉଚିତ ଏବଂ ମିଠା କଥାର ପ୍ରୟୋଗ କରିବା ଉଚିତ। ଯେଉଁ ଲୋକ ନିଜର ମୁହଁରେ ମିଛ କହିଥାଏ ତଥା କଟୁ ଶବ୍ଦରେ କାହାର ଅପମାନ କରିଥାଏ ତ ଏହାକୁ ପାପ ମାନାଯାଏ। ଏପରି ଲୋକ ଜୀବନରେ ସବୁବେଳେ ଗରିବ ରହିଥାଏ।

ତୃତୀୟ ପାପ। ଶାରୀରିକ ପାପ। ଶିବ ପୁରାଣରେ ପ୍ରକୃତିକୁ ଇଶ୍ବରୀୟ ରୂପ ବୋଲି ମାନାଯାଏ। ଅଥବା ଅକାରଣରେ ପ୍ରକୃତିକୁ କ୍ଷତି ପହଞ୍ଚାବା ପାପ ମାନାଯାଏ। ଗଛ ପତ୍ରକୁ କାଟିବା ପଶୁପକ୍ଷୀଙ୍କର ହତ୍ୟା କରିବା ସେ ସବୁ ଶାରୀରିକ ପାପ ଶ୍ରେଣୀର ଅନ୍ତର୍ଭୂକ୍ତ। ଏହା ବ୍ୟତୀତ ମଧ୍ୟ ଗଛର ତଳେ ଛୋଟ ଛୋଟ ଜୀବଜନ୍ତୁଙ୍କର ଡେଇଁବାକୁ ମଧ୍ୟ ପାପ ବୋଲି କୁହାଯାଏ। ଜଣେ ମାହାତ୍ମି ପୁରୁଷ ନିଜର ପାଦକୁ ମଧ୍ୟ ରଖିଲେ ପ୍ରଥମେ ଧରିତ୍ରୀ ମାଙ୍କୁ କ୍ଷମା ମାଗିଥାଏ। ତାହାର ଆଚରଣରେ କୌଣସି ବି ପ୍ରାଣୀଙ୍କୁ କିଛି କଷ୍ଟ ହୁଏ ନାହିଁ।

ଚତୁର୍ଥ ପାପ। ନିନ୍ଦା କରିବା। ଶିବ ପୁରାଣ ଅନୁସାରେ କଳିଯୁଗରେ ସବୁଠୁ ଭୟଙ୍କର ପାପ ଗୋଟେ ହେଲା ନିନ୍ଦା କରିବା। ମନୁଷ୍ୟକୁ ଭୁଲରେ ମଧ୍ୟ କାହାର ନିନ୍ଦା କରିବା ଉଚିତ ନୁହେଁ। ନିନ୍ଦା କରିବା ପୂର୍ବରୁ ଏହା ଗୋଟେ ଥର ଅବଶ୍ୟ ଭାବିବା ଉଚିତ ତା ସାମ୍ନା ଵାଲା ଲୋକ ନିନ୍ଦାର ପାତ୍ର ଅଟେ ନାଁ ନାହିଁ। ବଡ଼ ମାନଙ୍କର ଗୁରୁ ଏବଂ ମାତା ପିତାଙ୍କର ନିନ୍ଦା କରିବା ସବୁଠୁ ବଡ଼ ପାପ ମାନାଯାଏ। ଅଥବା ଭୁଲରେ ମଧ୍ୟ କାହାର ନିନ୍ଦା କରନ୍ତୁ ନାହିଁ।

ପଞ୍ଚମ ପାପ। ଭୁଲ ଲୋକଙ୍କ ସହ ସମ୍ପର୍କରେ ଆସିବା। ଶିବଙ୍କ ଅନୁସାରେ ଚୋରି କରିବା ହତ୍ୟା କରିବା ପାପ ଅଟେ ତା ସହିତ ଏହି ଲୋକଙ୍କର ସମ୍ପର୍କରେ ଆସିବା ଏମାନଙ୍କୁ ଶରଣ ଦେବା ଅଥବା ଏମାନଙ୍କୁ କୌଣସି କାର୍ଯ୍ୟରେ ସହାୟତା କରିବା ଏସବୁ ମଧ୍ୟ ପାପ ଅଟେ। ଅଥବା ଜଣେ ସଭ୍ୟ ମଣିଷକୁ ଏହି ଲୋକଙ୍କ ସମ୍ପର୍କରେ ଆସିବା ଠାରୁ ବଞ୍ଚିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *