Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏଭଳି କବାଟ ଲଗାଇଥିଲେ,ହୋଇ ଯାଆନ୍ତୁ ସାବଧାନ ! ଦାରିଦ୍ର୍ୟତା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ସାଧାରଣତଃ ଘରର ମୁଖ୍ୟ କବାଟର ବହୁତ ମହତ୍ୱ ରହିଥାଏ। ଘରର ପ୍ରବେଶ ଦୁଆର ବା ମୁଖ୍ୟ ଫାଟକ ଦ୍ଵାରା ହିଁ ଘରକୁ ନକରାତ୍ମକ ଏବଂ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। କିଛି ଲୋକେ ଘର ତିଆରି ସମୟରେ ଘରର ମୁଖ୍ୟ ଫାଟକ ବା କବାଟ ପ୍ରତି ଅଧିକ ଧ୍ୟାନ ଦେଇ ନଥାନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଯଦି ଘରର କବାଟ ସଠିକ ସ୍ଥାନରେ ନ ରହେ, ତାହେଲେ ଘରେ ସର୍ବଦା ଝଗଡା ଏବଂ ଅଶାନ୍ତିର ବାତାବରଣ ଦେଖା ଦେଇଥାଏ। ଏହାସହିତ ରୋଗ ଏବଂ ଦାରିଦ୍ର୍ୟତା ମଧ୍ୟ ବୃଦ୍ଧି ପାଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ କବାଟକୁ ସର୍ବଦା ସଠିକ ଦିଗରେ ରଖିବା ଉଚିତ।ନଚେତ ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ବାସ୍ତୁ ଅନୁସାରେ ଘର କଲେ, ଘରକୁ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ। ଘରର ମୁଖ୍ୟ କବାଟକୁ କେବେ ମଧ୍ୟ ଖଣ୍ଡିଆ ରଖିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ଘରର ମୁଖ୍ୟ କବାଟ କିପରି ଓ କେଉଁ ଦିଗରେ ରହିବା ଉଚିତ।

– ପ୍ରଥମରେ ହେଉଛି ଘରର ମୁଖ୍ୟ କବାଟ ସାମ୍ନାରେ ଅନ୍ୟ କବାଟ ରହିବା ଉଚିତ ନୁହେଁ। ଏଭଳି ରହିଲେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।

– ଦ୍ଵିତୀୟରେ ହେଉଛି ଘରର ମୁଖ୍ୟ ଦୁଆରରେ ଜାଉଁଳି କବାଟ ଲଗାଇବା ଉଚିତ।ଏହାସହିତ ମୁଖ୍ୟ କବାଟର ରଙ୍ଗ ସର୍ବଦା ଗାଢ଼ ରଙ୍ଗ ରହିବା ଉଚିତ। କଳା ଏବଂ ନୀଳ ରଙ୍ଗର କବାଟ ଲଗାନ୍ତୁ ନାହିଁ, ଏହା ଘର ପାଇଁ ଅଶୁଭ ହୋଇଥାଏ।

– ତୃତୀୟରେ ହେଉଛି ଘରର ମୁଖ୍ୟ କବାଟ ବନ୍ଦ ବା ଖୋଲିବା ସମୟରେ କବାଟ ଆପେ ଆପେ ଖୋଲିବା କିମ୍ବା ବନ୍ଦ ହେବା ଘର ପାଇଁ ଅଶୁଭ ମାନା ଯାଇଥାଏ।

– ଚତୁର୍ଥରେ ହେଉଛି ଘରର ମୁଖ୍ୟ କବାଟ ଖୋଲିବା ସମୟରେ କବାଟ ସର୍ବଦା ବାହାର ପଟରୁ ଭିତର ପଟ ଆଡକୁ ଖୋଲିବା ଉଚିତ। କବାଟ ସହିତ ଝରକା ରହିଲେ, ସେହି ଘରେ ବାସ୍ତୁ ଦୋଷ ଲାଗିଥାଏ।ତେଣୁ ଯେବେ ମଧ୍ୟ ସେଭଳି କବାଟ ଘରେ ଲଗାନ୍ତୁ ନାହିଁ।

-ପଞ୍ଚମରେ ହେଉଛି ଘରର ମୁଖ୍ୟ କବାଟ ସର୍ବଦା ଆୟତାକାର ବିଶିଷ୍ଟ ହେବା ଉଚିତ। କେବେବି ଘରର ମୁଖ୍ୟ କବାଟ ଗୋଲାକାର, ତ୍ରିଭୁଜାକାର କିମ୍ବା ବହୁଭୁଜ ବିଶିଷ୍ଟ କରନ୍ତୁ ନାହିଁ। ମୁଖ୍ୟ ଦୁଆରର କବାଟ ଘରର ଅନ୍ୟ କବାଟ ଗୁଡ଼ିକ ଠାରୁ ଅଧିକ ବଡ଼ ହେବା ଆବଶ୍ୟକ। ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ଓ ଲାଭଦାୟକ ସାବ୍ୟସ୍ତ ହେବ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *