Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଭୁଲରେ ଖାଆନ୍ତୁ ନାହିଁ ଏହି ୩ ଟି ଜିନିଷ । ଆଉ ଏହି ୮ ଟି ଜିନିଷକୁ ଭୁଲରେ ବି କିଣନ୍ତୁ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ଭୁଲରେ ଖାଆନ୍ତୁ ନାହିଁ ଏହି ୩ ଟି ଜିନିଷ। ଏହି ୮ ଟି ଜିନିଷକୁ ଭୁଲରେ ବି କିଣନ୍ତୁ ନାହିଁ

ବନ୍ଧୁଗଣ ସପ୍ତାହର ଷଷ୍ଠ ବାରଟି ଶନିବାର ଶନିଦେବଙ୍କର ଅଟେ। ଶନି ଗ୍ରହ ସବୁ ଗ୍ରହ ଠାରୁ ଅତ୍ୟନ୍ତ ଉଗ୍ର ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି ମାନାଯାଏ। ଶନିଙ୍କୁ ପାପ ଗ୍ରହ ବୋଲି ମାନାଯାଏ। ଶନିଗ୍ରହଙ୍କର ନାମ ଶୁଣିଲେ କେତେକ ଲୋକ ଡରି ଯାଆନ୍ତି। କାରଣ ଯେତେବି ଶନିଙ୍କର ଜୀବନ ଉପରେ ପ୍ରଭାବ ପଡିଥାଏ ଶନିଙ୍କର ଦୁଷ୍ଟି କିମ୍ବା ଶନିଗ୍ରହଙ୍କର ମହା ଦୋଷା କଥା ପଡେ ତ ଶନିଙ୍କର ବିଷୟରେ ଖରାପ ହିଁ କୁହାଯାଏ। ଶନି ଅର୍ଥ କଷ୍ଟ କ୍ଷତି ଅଶୁଭ ଏହାସବୁ ମନୁଷ୍ୟର ସବୁ ଧାରଣା କିନ୍ତୁ ଆପଣଙ୍କୁ ଏହା ଜଣେଇ ଦେଉଛୁ କି ଏହା ଜମାବି ନୁହେଁ। ଯଦି ଆପଣ ନ୍ୟାୟ ପୂର୍ଣ୍ଣ ବ୍ୟକ୍ତି ତାହେଲେ ଶନିଦେବଙ୍କୁ ଡ଼ରିବାର ଆବଶ୍ୟକ ନାହିଁ।

କାରଣ ଶନିଦେବ ନିଷ୍ପାପ ନ୍ୟାୟ ଉପରେ ଚାଲୁଥିବା ବ୍ୟକ୍ତିଙ୍କୁ କେବେବି ଦଣ୍ଡ ଦିଅନ୍ତି ନାହିଁ। ଏହା ସହିତ ଶନିଦେବଙ୍କର ପ୍ରଭାବ ପ୍ରତ୍ୟକ ରାଶି ଉପରେ ଅଲଗା ଅଲଗା ପଡିଥାଏ। ଆମେ ଶନିର କେବଳ ଅଶୁଭ ପକ୍ଷକୁ ଦେଖିଥାଉ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହର ଶୁଭ ଅଶୁଭ ଦୁଇଟି ଯାକ ପକ୍ଷ ବିଷୟରେ କୁହାଯାଇଛି। ସେମିତି ଶନିଗ୍ରହର ଶୁଭ ଏବଂ ଅଶୁଭ ଦୁଇଟି ପକ୍ଷ ଅଛି। ଯେବେ କୌଣସି ରାଶିରେ ଶନି ଶୁଭ ହୋଇଥାଏ ତ ସେହି ବ୍ୟକ୍ତିକୁ ମାଲାମାଲ କରିଦେଇଥାଏ। ସେହି ବ୍ୟକ୍ତିର ମାର୍ଗରେ ସବୁ ଅଶୁଭ ସଂକେତକୁ ଟାଣି ନିଅନ୍ତି ଶନିଦେବ। ସବୁ ବାଧା ବିଘ୍ନକୁ ମଧ୍ୟ ଦୂର କରିଦେଇଥାନ୍ତି ଶନିଦେବ। ବନ୍ଧୁଗଣ ଶନିଙ୍କର ସାଢେସାତି ନାଁ ଶୁଣିଲେ ହିଁ ଲୋକେ ଡରି ଯାଆନ୍ତି।

ଶନିଙ୍କର ସାଢ଼େସାତି ଅଛି ତ ଏହାର ଦୁପରିଣାମ ଭୋଗିବାକୁ ପଡ଼ିବ କିନ୍ତୁ ଏହି ସମୟରେ ଆପଣଙ୍କୁ ସହନଶୀଳତା ହେବା ସହିତ ଯଦି ଆପଣ ନିଜ କର୍ମକୁ ନିଜ ମନକୁ ନିଜର ବ୍ୟବହାରକୁ ଶୁଦ୍ଧ ସ୍ୱଚ୍ଛ ସ୍ଵଭାବ ଏବଂ ନିର୍ମଳ ରଖନ୍ତି ନ୍ୟାୟ ସହିତ ରୁହନ୍ତି ସତ୍ୟର ପକ୍ଷ ନିଅନ୍ତି ମିଛ କୁହନ୍ତି ନାହିଁ ଧୋକା ଭଳି କାମ କରନ୍ତି ନାହିଁ ତ ଏହି ସାଢ଼େସାତି ଏତେବି ପ୍ରଭାବ ପକାଇବ ନାହିଁ କାରଣ ଶନିଦେବ ନ୍ୟାୟ ପ୍ରିୟ ଅନୁଶାସନ ପ୍ରିୟ ତଥା ବିଶ୍ଵସନୀୟ ଗ୍ରହ ଅଟନ୍ତି। ଆପଣ ଭଲ କାମ କରି ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତ ଆପଣ ଏଥିପାଇଁ ସହଜ କାମ କରିକି ତାଙ୍କୁ ପ୍ରସନ୍ନ କରିପାରିବେ। ଶନିବାର ଭଗବାନ ହନୁମାନଙ୍କର ମଧ୍ୟ ପ୍ରିୟ ବାର ହୋଇଥାଏ। ସେଥିପାଇଁ ଶନିବାର ଦିନ ସବୁ ସଙ୍କଟକୁ ଦୂର କରିବା ପାଇଁ ହନୁମାନଙ୍କର ମନ୍ତ୍ର ପାଠ ପୂଜାପାଠ କରିଲେ ସେ ଅବଶ୍ୟ ପ୍ରସନ୍ନ ହୁଅନ୍ତି।

ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ସବୁ କଥାର ଧ୍ୟାନ ରଖିବାକୁ ପଡିବ। କେଉଁ କଥାକୁ କରିବା ଉଚିତ କେଉଁ କଥାକୁ କରିବା ଉଚିତ ନୁହେଁ। ତା ସହିତ ଭଗବାନ ବଜରଙ୍ଗୀ ବାଲୀଙ୍କୁ ବି କିପରି ପ୍ରସନ୍ନ କରିବେ ତାର ଉପାୟ ମଧ୍ୟ ଜାଣିବା ଏବଂ ଶନିଙ୍କର ସାଢ଼େସାତିର ପ୍ରଭାବ କିପରି କମ କରିପାରିବା ତାହା ମଧ୍ୟ ଜାଣିବା।

ବନ୍ଧୁଗଣ ପୁରାଣ ଅନୁସାରେ ଶନିଦେବ ଭଗବାନ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି। ବ୍ରହ୍ମାଙ୍କର ଆଶୀର୍ବାଦ ଯୋଗୁ ତାଙ୍କର ପ୍ରଭାବ ତାଙ୍କର ପିତା ସୂର୍ଯ୍ୟଙ୍କ ଠାରୁ ମଧ୍ୟ ବହୁତ ଗୁଣା ଅଧିକ। ପ୍ରତ୍ୟକ ରାଶିରେ ସୂର୍ଯ୍ୟଦେବ କେବଳ ଗୋଟିଏ ମାସ ପାଇଁ, ଚନ୍ଦ୍ର ୨ ମାସ ପାଇଁ, ମଙ୍ଗଳ ଦେଢ଼ ମାସ ପାଇଁ ଏବଂ ବୁଧ ୧ ମାସ ପର୍ଯ୍ୟନ୍ତ ରୁହନ୍ତି ଶୁକ୍ର ୧ ମାସ ବୃହସ୍ପତି ୧୩ ମାସ ପର୍ଯ୍ୟନ୍ତ କିନ୍ତୁ ଶନିଦେବ ଯେକୌଣସି ରାଶିରେ ଅଢେ଼ଇ ବର୍ଷ ଠାରୁ ଆରମ୍ଭ କରି ସାଢେ ସାତ ବର୍ଷ ପର୍ଯ୍ୟନ୍ତ ରୁହନ୍ତି। ଜାତକର କୁଣ୍ଡଳୀ ହିସାବରେ ଶନି ଆସିବାର ୩ ମାସ ପୂର୍ବରୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଥାଏ।

ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଶନିଦେବ ୩ ରୁ ୪ ଥର ଆସିଥାନ୍ତି। ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଶନିଙ୍କର ପ୍ରଭାବ ତାଙ୍କର ଗ୍ରହ ଅନୁସାରେ ପଡିଥାଏ। ସର୍ବଦା ଶନି ଦେବଙ୍କର ବଜ୍ର ଦୃଷ୍ଟିରୁ ବଞ୍ଚିବା ଆବଶ୍ୟକ। ଶନିଙ୍କର ନମ୍ବର ହେଉଛି ୮। ଆପଣଙ୍କୁ କହିଦେଉଛୁ ଶନିବାର ଦିନ ଏପରି୮ ଟି ବସ୍ତୁ ଅଛି ଯାହାକୁ କିଣିବା ଉଚିତ ନୁହେଁ।

ପ୍ରଥମେ। ଲୁହା। ଶନିବାର ଦିନ ଭୁଲରେ ମଧ୍ୟ ଲୁହା କିମ୍ବା ଲୁହାର କୌଣସି ବି ବସ୍ତୁ କିଣନ୍ତୁ ନାହିଁ। ରାଜା ବିକ୍ରମ ଆଦିତ୍ୟ ଶନିଦେବଙ୍କୁ ଲୁହାର ଆସନ ଦେଇଥିଲେ। ଯାହା ଉପରେ ଶନି ଦେବ କ୍ରୋଧରେ ନିଜର ବକ୍ର ଦୃଷ୍ଟି ପକାଇଥିଲେ। ସେବେଠାରୁ ଏହି ମାନ୍ୟତା ଚାଲି ଆସୁଛି ଯେ ଶନିବାର ଦିନ ଲୁହା କିମ୍ବା ଲୁହାର ତିଆରି କୌଣସି ଜିନିଷ କିଣିବା ଅଶୁଭ ବିଚାର କରାଯାଏ।

ଦ୍ୱିତୀୟ ଚମଡା। ଶନିବାର ଦିନ ଚମଡା କିମ୍ବା ଚମଡ଼ାରେ ତିଆରି କୌଣସି ବସ୍ତୁ ଯେପରି ଚପଲ ବେଲ୍ଟ ପର୍ସ ଇତ୍ୟାଦି କିଣିବା ଉଚିତ ନୁହେଁ। ଏସବୁ ଶନିବାର ଦିନ କିଣିବା ଦ୍ୱାରା ଆପଣଙ୍କର ରାସ୍ତାରେ ଅସଫଳତା ଆସିଥାଏ।

ତୃତୀୟ। ତେଲ। ଶନିବାର ଦିନ କୌଣସି ପ୍ରକାରର ତେଲ ଯେପରି ଖାଇବା ତେଲ ରୋଷେଇରେ ବ୍ୟବହାର ହେଉଥିବା ତେଲ ଘରକୁ ଆଣିବା ଉଚିତ ନୁହେଁ। ଶନିବାର ଦିନ ତେଲ ଘରକୁ ଆଣିବା ଦ୍ୱାରା ଘରକୁ କଷ୍ଟ ଏବଂ ରୋଗ ମଧ୍ୟ ଆସିଥାଏ।

ଚତୁର୍ଥ। କୋଇଲା। ଶନିବାର ଦିନ ଘରକୁ କୋଇଲା ଆଣିବା ଉଚିତ ନୁହେଁ। କୋଇଲାର ରଙ୍ଗ କଳା ଅଟେ ଯାହାକୁ ଘରକୁ ଆଣିବାର ଅର୍ଥ ଶନିଦେବଙ୍କର ସ୍ୱରୂପକୁ ଘରକୁ ଆଣିବା। ମାନ୍ୟତା ଅନୁସାରେ ଶନିବାର ଦିନ କୌଣସି ପ୍ରକାରର ଇଂଦ୍ଧନ ଘରକୁ ଆଣିବା ଉଚିତ ନୁହେଁ। ଏହାକୁ ଆଣିବା ଦ୍ୱାରା ଘରେ ଖରାପ ସମୟର ଆରମ୍ଭ ହୋଇଯାଏ।

ପଞ୍ଚମ। ଝାଡୁ। ଭଲରେ ବି ଝାଡୁ ଶନିବାର ଦିନ କିଣିବେ ନାହିଁ। ଏହାକୁ କିଣିଲେ ଘରର ଧନ ସମ୍ପତ୍ତିକୁ କମେଇ ଥାଏ।

ଷଷ୍ଠ। କଳା ରାଶି। ଶନିବାର ଦିନ କଳା ରାଶି କିଣିବା ବର୍ଜିତ ଅଟେ। ଯାହାର ଶନିଦୋଷା ଚାଲିଥିବ ସେହି ସମୟରେ କଳା ରାଶି ଦାନ କରିବାର ଏକ ବିଶେଷ ମହତ୍ୱ ରହିଛି କିନ୍ତୁ ଶନିବାର ଦିନ କଳା ରାଶି ଘରକୁ ଆଣିବା ଶନିଦେବଙ୍କୁ ଆଣିବା ସହିତ ସମାନ।

ସପ୍ତମ। ଲୁଣ। ଶନିବାର ଦିନ ଲୁଣ କିଣିବା ଉଚିତ ନୁହେଁ। ଶନିବାର ଦିନ ଲୁଣ କିଣିବାର ଅର୍ଥ ଘରେ ରୋଗର ବାତାବରଣ ସୃଷ୍ଟି କରିଥାଏ।

ଅଷ୍ଟମ। କାଳୀ। ଶନିବାର ଦିନ କାଳୀ କିଣିବା ଉଚିତ ନୁହେଁ। ଏହା କିଣିବା ଦ୍ୱାରା ଆପଣଙ୍କୁ ଅପଦୋଷ ଓ କଳଙ୍କ ଲାଗିବାର ସମ୍ଭାବନା ଥାଏ। ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟ ପ୍ରିୟ ଦେବତା କୁହାଯାଏ। ରାଜା ହୁଅନ୍ତୁ କି ଭିକାରୀ କେହି ମଧ୍ୟ ଶନିଦେବଙ୍କର ବକ୍ରଦୃଷ୍ଟିରୁ ବଞ୍ଚି ପାରନ୍ତି ନାହିଁ। ବିରାଟ ଧନୀ ବ୍ୟକ୍ତିଙ୍କୁ ବି ମଧ୍ୟ ରୋଡ଼କୁ ଆଣି ପାରନ୍ତି ସେ।

ଏବେ ଆସନ୍ତୁ ଜାଣିବା ଭଗବାନ ହନୁମାନଙ୍କ ବିଷୟରେ।

ସର୍ବପ୍ରଥମେ ଶନିବାର ଦିନ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନଙ୍କୁ ଦର୍ଶନ କରନ୍ତୁ। ତାଙ୍କୁ ସିନ୍ଦୁର ଏବଂ ପୂଜା ସାମଗ୍ରୀ ଅର୍ପଣ କରନ୍ତୁ। ଶନିଦୋଷକୁ ଦୂର କରିବା ପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନ ଚାଳିସା ପାଠ କରନ୍ତୁ।

ଶନିବାର ଦିନ ସର୍ବପ୍ରଥମେ ହନୁମାନଙ୍କ ମନ୍ଦିରକୁ ଯାଇ ଦୀପ ଜଳାନ୍ତୁ। ତାପରେ ଶନିଦେବଙ୍କ ମନ୍ଦିରକୁ ଯାଇ ଶନିଦେବଙ୍କୁ ନମସ୍କାର କରନ୍ତୁ ଏବଂ ଶନିଦେବଙ୍କର ମନ୍ତ୍ରର ଜପ କରନ୍ତୁ।

ଶନିଗ୍ରହର ଖରାପ ପରିସ୍ଥିତି ପାଇଁ ବର ଗଛ ଚାରିପଟେ ପରିକ୍ରମା କରନ୍ତୁ। ଯଦି ସମ୍ଭବ ବର ଗଛ ପାଖରେ ପ୍ରତିଦିନ ଦୀପ ଲଗାନ୍ତୁ।

ଶନିବାର ଦିନ ଶ୍ରୀ ଶ୍ରୀ ଶନିଦେବଙ୍କ ମନ୍ଦିରକୁ ଯାଇ ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ। ମନେରଖନ୍ତୁ ତେଲ ଅର୍ପଣ କରିବା ସମୟରେ ପାତ୍ରର ବ୍ୟବହାର କରନ୍ତୁ। ନିଜେ ମଧ୍ୟ ତେଲ ଲଗେଇ ସ୍ନାନ କରନ୍ତୁ। ଯେଉଁମାନଙ୍କୁ ଶନିଙ୍କର ସାଢ଼େସାତି ଅଛି ସେମାନେ ଭଗବାନ ଶନିଦେବଙ୍କ ମନ୍ଦିରକୁ ଯାଇ ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ ଏବଂ ପାର୍ଥନା ଅବଶ୍ୟ କରନ୍ତୁ। ଶନିଦେବ ଆପଣଙ୍କର କଷ୍ଟ ନିଶ୍ଚୟ ଦୂର କରିବେ।

ଶନିବାର ଦିନ ଶନି ମହାତ୍ମାଙ୍କ ପାଠ କରନ୍ତୁ। ଶନିଙ୍କର ମନ୍ତ୍ରର ସ୍ତୋତ୍ରର ପାଠ ଜପ କରନ୍ତୁ। ରୁଦ୍ର ଅଭିଷେକ କରନ୍ତୁ। ଶନିଦେବଙ୍କର ପ୍ରତିମାଙ୍କୁ ଘରେ ରଖନ୍ତୁ ନାହିଁ ମନ୍ଦିରରେ ହିଁ ସ୍ଥାପିତ ଥିବା ଶନିଦେବଙ୍କର ମୂର୍ତ୍ତିକୁ ପୂଜା କରନ୍ତୁ।

ଶନିବାର ଦିନ ଶନିଦେବଙ୍କର ମନ୍ଦିରକୁ ଯାଇ ତେଲ କଳା ରାଶି ରାଇ ଅନ୍ୟ କୌଣସି ବି କଳା ବସ୍ତୁର ଦାନ କରନ୍ତୁ। ଏହା ସହିତ କଳା ରଙ୍ଗର ଜୋତା ମଧ୍ୟ ଦାନ କରନ୍ତୁ। ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ।

ଘରର ଗୁରୁଜନଙ୍କୁ ମାନେ ମାତା ପିତାଙ୍କର ସେବା କରନ୍ତୁ। ତାଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ। ଗୁରୁଜନ ମାନଙ୍କୁ ମାନ ସମ୍ମାନ ଦେବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି

ଜାତକରେ ଶନିଦେବଙ୍କର କୁଦୃଷ୍ଟି ଅଛି ତ ଜ୍ୟୋତିଷ ଶାସ୍ତ୍ରରେ ନୀଳ ରଙ୍ଗର ମୁଦି ପିନ୍ଧିବା ଉଚିତ ବୋଲି ମାନାଯାଏ ଏହା ଦ୍ୱାରା ଶନିଦେବଙ୍କର ଅଶୁଭ କମ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ କାରଣ ଏହାର ସମ୍ବଦ୍ଧ ମଙ୍ଗଳ ଗ୍ରହ ସହିତ ସମାନ। ଏହା ଲାଲ ରଙ୍ଗର ଖାଦ୍ୟ ପଦାର୍ଥ ଅଟେ। ଏବଂ ମଙ୍ଗଳ ଶନି ଦୁହିଁଙ୍କର କ୍ରୋଧ ସ୍ଵଭାବ ଅଟେ। ଶନିବାର ଦିନ ମସୁର ଡାଲି ଖାଇବା ଦ୍ୱାରା ବ୍ୟକ୍ତିଙ୍କର ସ୍ଵଭାବ କ୍ରୋଧି ହୋଇଥାଏ। ଏହା ସହିତ ଶନିବାର ଲାଲ ମରିଚର ସେବନ କରନ୍ତୁ ନାହିଁ। ଏହା ଶନିଦେବଙ୍କୁ ପସନ୍ଦ ନୁହେଁ। ଶନିଦେବ ଶୀତଳ ଜିନିଷକୁ ପସନ୍ଦ କରନ୍ତି। ଶନିବାର ଦିନ ଦହି ଖାଇବା ଅନୁଚିତ। ଏହାର ସମ୍ବଦ୍ଧ ଶୁକ୍ର ଗ୍ରହ ସହିତ କାରଣ ଏହାର ରଙ୍ଗ ଧଳା। ଶନିବାର ଦିନ ଦହି ଖାଇବାର ଅଛି ତ ଏଥିରେ ଧନିଆ ପୁଦିନା ମିଶାଇ ଖାଆନ୍ତୁ। ଶନିବାର ଦିନ ଖଟା ଏବଂ ଆମ୍ବର ସେବନ ମଧ୍ୟ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଶନିଦେବଙ୍କର ଅଶୁଭ ପ୍ରଭାବ ପଡିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *