ସବୁଦିନ ଘରୁ ମଶା ଛାଡ଼ିକି ପଳାଇବେ,ବାସ କରନ୍ତୁ ଏହି ସହଜ ଓ ଶସ୍ତା ଘରୋଇ ଉପାୟ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଘର ଛାଡ଼ି ଚାଲିଯିବେ। ଏକ ସହଜ ଓ ଶସ୍ତା ଘରୋଇ ଉପାୟ।
ବନ୍ଧୁଗଣ ବର୍ଷର ପ୍ରତ୍ୟକ ଋତୁରେ ମଶା ଦେଖିବାକୁ ମିଳିଥାଏ। କିନ୍ତୁ ଏହି ଶୀତ ଋତୁରେ ପ୍ରାୟତଃ ଅଧିକ ଦେଖିବାକୁ ମିଳିଥାନ୍ତି। ଘର ବାହାରେ ଚାରିଆଡେ ମଶା ଦେଖିବାକୁ ମିଳିଥାଏ କିନ୍ତୁ ଆଜିର ଏହି ପୋଷ୍ଟରେ ଜାଣିବା ଏକ ଘରୋଇ ଉପାୟଟିଏ। ଯାହା ଦ୍ୱାରା କି ଘର ଭିତରେ ମଶା ମାନଙ୍କୁ ଘଉଡ଼ାଇ ହେବ। ନଚେତ ଆପଣମାନେ ଜାଣିଛନ୍ତି କି ମଶା କାମୁଡ଼ିଲେ କେତେ ଯନ୍ତ୍ରଣା ହୋଇଥାଏ ଆଉ ଅନେକ ପ୍ରକାରର ରୋଗ ମଧ୍ୟ ହୋଇଥାଏ।
ମ୍ୟାଲେରୀୟ ଡେଙ୍ଗୁ ଇତ୍ୟାଦି ମଶା ଜନିତ ରୋଗ ମାନ ଦେଖିବାକୁ ମିଳିଥାଏ। ମଶା ମାନଙ୍କ ପାଖରୁ ରକ୍ଷା ପାଇବା ପାଇଁ ମଶା ବତୀ ବା ମସ୍କିଟର ବା ଲିକ୍ୟୁଟ ଇତ୍ୟାଦି ଘରେ ବ୍ୟବହାର କରିଥାଉ। କିନ୍ତୁ ତାହା ସବୁ ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏଣୁ ଆଜି ଆମେ ଜାଣିନେବା ଏକ ଘରୋଇ ସହଜ ଓ ଶସ୍ତା ଉପାୟଟିଏ। ଯାହା ଯେତିକି କ୍ଷମତାଶୀଳ ସେତିକି ଲାଭକାରୀ ମଧ୍ୟ ଅଟେ।
କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା।
ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଝୁଣା ତେଲ। ଏହି ତେଲ ମାର୍କେଟରେ ବହୁତ ସହଜରେ ମିଳିଥାଏ। ବନ୍ଧୁଗଣ ଝୁଣା ସୁଗନ୍ଧିତ ହୋଇଥାଏ ଏବଂ ତାହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ। ବହୁ ପୁରାତନ କାଳରୁ ଏହାର ପ୍ରୟୋଗ ମଶା ଘଉଡ଼ାଇବା ପାଇଁ ହୋଇ ଆସୁଛି। ଆପଣଙ୍କୁ ଏହାର ପ୍ରଥମେ ତେଲ କରିବାକୁ ହେବ। ଝୁଣା ତେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ଗ୍ୟାସରେ ବସାନ୍ତୁ ଏବଂ ସେଥିରେ ଅଧା କପ ସୋରିଷ ତେଲ ଢାଳି ହାଲକା ଗରମ କରିନିଅନ୍ତୁ।
ହାଲକା ଗରମ ହେବା ପରେ ତେଲକୁ ବନ୍ଦ କରି ଦିଅନ୍ତୁ ଏବଂ ଏହାକୁ ହାଲକା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ସୋରିଷ ତେଲ ହାଲକା ଥଣ୍ଡା ହେବା ପରେ ଏଥିରେ ଅଳ୍ପ ୪ ରୁ ୫ ଖଣ୍ଡ ଝୁଣା ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଗରମ ତେଲରେ ଝୁଣା ମିଶାଇ ସାରିବା ପରେ ଏହାକୁ ଗୋଟେ ପାତ୍ରକୁ ଢାଳି ଦିଅନ୍ତୁ।
ଦ୍ୱିତୀୟ ସାମଗ୍ରୀ ହେଉଛି ପିଆଜ। ଆପଣ ପ୍ରଥମେ ଏକ ପିଆଜ ନେଇ ତାକୁ ଦୁଇ ସାଇଟରୁ ଏହିପରି ଭାବେ କାଟି ଦିଅନ୍ତୁ। ଏହା ପରେ ପିଆଜର ମଝିରେ ଛୁଞ୍ଚି ସୂତାରେ ଗୁନ୍ଥି ଦିଅନ୍ତୁ। ପିଆଜ ଭିତରେ ସୂତା ପଶି ଗଲା ପରେ ଛୁଞ୍ଚିଟିକୁ ବାହାର କରିନିଅନ୍ତୁ।
ଏବେ ଆସନ୍ତୁ ଜାଣିବା ମଶା ଘଉଡାଇବା ପାଇଁ ଏହାର ପ୍ରୟୋଗ କେମିତି କରିବେ। ଏବେ ଆପଣ ଯେଉଁ ଝୁଣା ତେଲ ବନେଇ ଥିଲେ ତାହାର ଆବଶ୍ୟକତା ପଡିବ। ଏହି ଝୁଣା ତେଲରେ ଗୁନ୍ଥି ଥିବା ପିଆଜକୁ ସୁତାରେ ଧରି ବୁଡ଼େଇ ଦିଅନ୍ତୁ। ପିଆଜର ଉପର ଅଂଶ ପାଇଁ ଆପଣ ତୁଳାର ସାହାର୍ଯ୍ୟ ନେଇ ପାରିବେ। ପିଆଜର ଗନ୍ଧ ଏବଂ ଏହି ତେଲର ଗନ୍ଧ ମିଶି ଗଲେ ଆପଣଙ୍କ ଘରେ ଗୋଟେ ବି ମଶା ଦେଖାଯିବେ ନାହିଁ। ଏହି ପିଆଜକୁ ଆପଣଙ୍କ ଘରେ ଯେଉଁ ଜାଗାରେ ମଶା ହେଉଛନ୍ତି ସେହି ଜାଗାରେ ଝୁଲାଇ ଦିଅନ୍ତୁ। ଏହାର ଗନ୍ଧ ଏତେ କଡା ଯେ ଦେଖିବେ ଘରେ ଗୋଟେ ବି ମଶା ରହିବେ ନାହିଁ।