Excuse Me Odisha

ଯାହା କହିବୁ ସତ କହିବୁ

ଫୁଲ ତୋଳିବାର ନିୟମ : ଅଗାଧୁଆ ଫୁଲ ତୋଳୁଛନ୍ତି କି ! ହେବ ମହା ଅନର୍ଥ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଫୁଲ ତୋଳିବାର ନିୟମ। ଅଗାଧୁଆ ଫୁଲ ତଳୁଛନ୍ତି କି ମହା ଅନର୍ଥ।

ବନ୍ଧୁଗଣ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ପ୍ରତିଦିନ ପୂଜାରେ ଫୁଲ ତୁଳସୀ ପତ୍ର ଏବଂ ବେଲ ପତ୍ର ଇତ୍ୟାଦି ତୋଳି ଭଗବାନଙ୍କୁ ଅର୍ପଣ କରିଥାଉ। ଯଦି ଆମେ ତାହାକୁ ନୀତି ନିୟମରେ ସହକାରେ ନକରିବା ତେବେ ତାହା ସବୁ ଭଗବାନ ଗ୍ରହଣ କରିନଥାନ୍ତି ପ୍ରସନ୍ନ ହେବା ବଦଳରେ କୋପ ହୋଇଥାନ୍ତି। କୃପା କରିବା ବଦଳରେ ଅନର୍ଥ ଘଟାଇଥାନ୍ତି। ଯାହାକି ଆମେ ମାନେ ଜାଣିନଥାଉ। ଆଉ ପୂଜାଅର୍ଚ୍ଚ ସବୁ ବ୍ୟର୍ଥ ଯାଇଥାଏ। ଆଜିର ଏହି ପୋଷ୍ଟରେ ଜାଣିବା ଫିଲ ତୁଳସୀ ବେଲ ପତ୍ର ତୋଳିବାର କିଛି ନିୟମ ମାନ ବିଷୟରେ। ଯାହା ଦ୍ୱାରା ଆମର ପ୍ରତ୍ୟକ ଅର୍ପିତ ବସ୍ତୁକୁ ଭଗବାନ ଶ୍ରଦ୍ଧାର ସହକାରେ ଗ୍ରହଣ କରି ଭଗବାନ ତାଙ୍କର କୃପା ପ୍ରଦାନ କରିବେ।

ବନ୍ଧୁଗଣ ସହସ୍ର ମୁନି ଋଷି ମାନଙ୍କର ସହସ୍ର ମତ। ଅନେକ ମୁନି ଋଷିମାନେ କହି ଯାଇଛନ୍ତି ଯେ ଫୁଲକୁ ଅଗାଧୁଆରେ ତୋଳିବା ଭଲ ହୋଇଥାଏ। ତ ଆହୁରି ଅନେକ ମୁନି ଋଷିମାନେ କହି ଯାଇଛନ୍ତି ଯେ ଫୁଲକୁ ଗାଧୁଆରେ ତୋଳିବା ଭଲ ହୋଇଥାଏ। ତେବେ ବହୁତ ଗୁଡିଏ ଧର୍ମ ଗ୍ରନ୍ଥରେ ଆମକୁ ଏହିପରି ତଥ୍ୟ ମିଳିଅଛି ଯେ ଗାଧୋଇ କି ହେଉ କିମ୍ବା ଅଗାଧୁଆ ହେଉ ଯଦି ଆମେ ମାନେ କିଛି ନିୟମକୁ ପାଳନ କରି ଫୁଲ ତୋଳିବା ତେବେ ତାହା ଶୁଭ ହୋଇଥାଏ। ଏବଂ ତାହାକୁ ଭଗବାନ ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି। ସାଧାରଣରେ ଅନେକ ଲୋକଙ୍କର ଘରେ ଫୁଲ ଗଛ ନଥାଏ। ଏଣୁ ସେମାନେ ଅନ୍ୟର ଗଛରୁ ଫୁଲ ତୋଳିଥାନ୍ତି। ଫୁଲର ଅଭାବ କାରଣରୁ ସକାଳୁ ଫୁଲ ନତୋଳି ଏଥିପାଇଁ ଅନେକ ଲୋକ ରାତିରେ ଅଗାଧୁଆରେ ଫୁଲ ତୋଳିଥାନ୍ତି।

ଏହା ସାଧାରଣତଃ ସହରାଞ୍ଚଳ ଏବଂ ଗ୍ରାମଞ୍ଚଳରେ ଦେଖିବାକୁ ମିଳିଥାଏ। କିନ୍ତୁ ବନ୍ଧୁଗଣ ଜାଣି ରଖନ୍ତୁ କି ଶାସ୍ତ୍ରର ନିୟମ ଅନୁସାରେ ଫୁଲକୁ କେବେବି ଚୋରି କରି ଆଣିବା ଉଚିତ ନୁହେଁ। ବିନା ଅନୁମତିରେ କାହାରି ଫୁଲ ଗଛରୁ ଫୁଲ ତୋଳିବା ଶାସ୍ତ୍ର ଅନୁସାରେ ବିରୋଧୀ ଅଟେ। ଏଣୁ ଗଛ ମାଲିକଙ୍କ ଠାରୁ ଅନୁମତି ନିଅନ୍ତୁ ନଚେତ ଗଛକୁ ପ୍ରଣାମ କରି ଗଛକୁ ଅନୁରୋଧ କରନ୍ତୁ ତା ପରେ ଯାଇ ଫୁଲ ତୋଳନ୍ତୁ। କୌଣସି ବି ଫୁଲ ତୋଳିବା ସମୟରେ ଚପଲ ପିନ୍ଧି କରି ତୋଳିବା କିମ୍ବା ଶରୀରରେ ତେଲ ଲଗାଇ ଫୁଲ ତୋଳିବା ବାରଣ ରହିଅଛି। ଅଗାଧୁଆରେ ଫୁଲ ତୋଳିପାରିବେ ହାତ ମୁହଁ ପାଦ ଧୋଇ ହେବେ ପାଣି ଟିକେ ଛିଞ୍ଚି ହେବେ ରାତି ସମୟରେ ପିନ୍ଧି ଶୋଇଥିବା ବସ୍ତ୍ରକୁ ବଦଳାଇ ଧୁଆ ହୋଇଥିବା ବସ୍ତ୍ରକୁ ପିନ୍ଧି ଫୁଲ ତୋଳିବା ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହା ବ୍ୟତୀତ ସୁର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ଏବଂ ଶୁଦ୍ଧି କ୍ରିୟା ଦିନ ଅଗାଧୁଆରେ ଫୁଲ ତୋଳିବା ବାରଣ ରହିଛି।

ଅନେକ ଲୋକ ପୂର୍ବ ଦିନରୁ ଫୁଲ ତୋଳି ବା ଫୁଲ କଢ଼ ତୋଳି ରଖିଥାନ୍ତି ଏବଂ ତାପର ଦିନ ଭଗବାନଙ୍କୁ ଫୁଲ ଅର୍ପଣ କରିଥାନ୍ତି କିନ୍ତୁ ଏହା ମଧ୍ୟ ଶାସ୍ତ୍ର ବିରୋଧୀ ଅଟେ। କାରଣ ଫୁଲ ଦିନକୁ ପରେ ବାସୀ ହୋଇଯାଇଥାଏ ଏବଂ ବାସୀ ଫୁଲ ଭଗବାନଙ୍କୁ ଅର୍ପଣ କରାଯାଏ ନାହିଁ। କେବଳ ଦୁଇଟି ଫୁଲକୁ ପୂର୍ବ ଦିନରୁ ତୋଳିକି ରଖି ପାରିବେ। ଗୋଟିଏ ହେଉଛି ପଦ୍ମ ଫୁଲ ଏବଂ ଅନ୍ୟଟି ହେଉଛି ସ୍ଵର୍ଣ୍ଣଚମ୍ପା ଫୁଲ। ଏହି ଦୁଇଟି ଫୁଲ ମୌଳି ଯାଇପାରେ। କିନ୍ତୁ କେବେବି ଏହା ବାସୀ ହୋଇନଥାଏ। ଏଣୁ ଏହି ଦୁଇଟି ଫୁଲକୁ କିଛିଦିନ ପୂର୍ବରୁ ତୋଳିକି ରଖିଥିଲେ ମଧ୍ୟ ଏହା ପୂଜା ଯୋଗ୍ୟ ହୋଇଥାଏ। ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଫୁଲକୁ ପାଣିରେ ଧୋଇ ଅର୍ପଣ କରାଯାଏ କି ନାହିଁ।

ବନ୍ଧୁଗଣ ଫୁଲକୁ ପାଣି ଛିଞ୍ଚି ଭଗବାନଙ୍କୁ ଅର୍ପଣ କରିପାରିବେ। କିନ୍ତୁ ଫୁଲରେ ଯଦି ଧୂଳି ବାଲି ଲାଗିଥିବ କିମ୍ବା କୌଣସି ଅଶୌଚ ବ୍ୟକ୍ତି ଅବିତ୍ର ବ୍ୟକ୍ତି ଛୁଇଁ ଦେଇଥିବେ କିମ୍ବା ଆପଣ ଫୁଲକୁ ପାଣିରେ ଧୋଇ ଭଗବାନଙ୍କୁ ଅର୍ପଣ କରିପାରିବେ। ଅନେକ ମୁନି ଋଷି ମାନଙ୍କ ମତରେ ଅନେକ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ନିଜ ବାଡ଼ିରେ ଘରେ ଫୁଲ ଗଛ ରହିଥାଏ ତାହାକୁ ଗାଧୋଇକି ତୋଳି ପାରିବେ କିନ୍ତୁ କିଛି ନିୟମ ମାନି ଚଳିବାକୁ ହେବ। ନିୟମଟି ହେଉଛି। ଫୁଲ ତୋଳିବା ପୂର୍ବରୁ ୩ ଟି ମନ୍ତ୍ରକୁ ଉଚାରଣ କରନ୍ତୁ। ସେହି ମନ୍ତ୍ର ଗୁଡିକ ହେଉଛି ଓଁ ବରୁଣାୟ ନମଃ । ଓଁ ବୋମାୟ ନମଃ। ଓଁ ପୃଥୀବୈ ନମଃ। ଏହି ମନ୍ତ୍ରକୁ ଉଚାରଣ କରି ଗାଧୋଇ ସାରି ମଧ୍ୟ ଫୁଲ ତୋଳିପାରିବେ। ଏହି ଫୁଲକୁ ଭଗବାନ ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି ଏବଂ କୃପା ମଧ୍ୟ କରିଥାନ୍ତି।

ତୁଳସୀ ପତ୍ର ତୋଳିବାର ମଧ୍ୟ କିଛି ନିୟମ ରହିଅଛି।

ତୁଳସୀ ପତ୍ରକୁ ଅଗାଧୁଆରେ ସନ୍ଧ୍ୟା ପରେ ରବିବାର ଏବଂ ସଂକ୍ରାନ୍ତରେ ତୋଳିବାର ବାରଣ ରହିଅଛି। ଏଣୁ ଏହି ସମୟରେ ଭଗବାନଙ୍କୁ ଦୟାଣ ପତ୍ର ଅର୍ପଣ କରିପାରିବେ ନଚେତ ପୂର୍ବରୁ ତୋଳିକରି ରଖିପାରିବେ। ଏହା କେବେବି ବାସୀ ହୋଇନଥାଏ। ଏଣୁ ତୁଳସୀକୁ ସର୍ବଦା ଗାଧୋଇ ସାରି ହିଁ ତୋଳିବା ଉଚିତ ଏବଂ ତୁଳସୀ ପତ୍ରକୁ ତୋଳିବା ପୂର୍ବରୁ ୩ ଥର ତାଳି ମାରିବେ। ଏବଂ ଓଁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ୩ ଥର ଉଚାରଣ କରିବେ। ଏହାପରେ ଯାଇ ତୁଳସୀ ପତ୍ରକୁ ତୋଳିବେ। କିନ୍ତୁ କେବେବି ନଖ ଲଗାଇ ତୋଳିବେ ନାହିଁ। କିମ୍ବା ନଖରେ ଛିଣ୍ଡାଇବେ ନାହିଁ। ଏହା ଦ୍ବାରା ମା ତୁଳସୀ ଦେବୀଙ୍କୁ କଷ୍ଟ ହୋଇଥାଏ ଏବଂ ଭଗବାନ କୋପ ହୋଇଥାନ୍ତି।

ଏଣୁ ହାତରେ ଟିପରେ ତୁଳସୀ ତୋଳିବାର ନିୟମ ରହିଅଛି ଏବଂ ତୁଳସୀକୁ ଚପଲ କିମ୍ବା ଅପବିତ୍ର ଅଧୁଆ ବସ୍ତ୍ର ପିନ୍ଧି ତୋଳିବେ ନାହିଁ ଏବଂ ତୁଳସୀ ପତ୍ରକୁ ଭଗବାନଙ୍କୁ ଅର୍ପଣ କରିବା ପୂର୍ବରୁ ତାହାକୁ ପାଣିରେ କିମ୍ବା ଗଙ୍ଗା ପାଣିରେ ଧୋଇ ପାଣି ଲଗା ତୁଳସୀ ପତ୍ରକୁ ଭଗବାନଙ୍କୁ ଅର୍ପଣ କଲେ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତୁଳସୀ ପତ୍ର ପରି ବେଲପତ୍ରକୁ ବି ମଧ୍ୟ ଅଗାଧୁଆ ତୋଳିବାର ବାରଣ ଅଛି। ବେଲ ପତ୍ରକୁ ଗାଧୋଇ ଶୁଦ୍ଧ ବସ୍ତ୍ର ପିନ୍ଧି ତୋଳିବା ଉଚିତ ହୋଇଥାଏ। ବେଲ ପତ୍ର ତୋଳିବା ସମୟରେ ଡାଳ ଭାଙ୍ଗି ତୋଳିବା ଉଚିତ ନୁହେଁ କିମ୍ବା ନଖ ଦ୍ୱାରା ବେଲ ପତ୍ର ତୋଳିବା ଉଚିତ ନୁହେଁ। ଏହା ସହିତ ଚପଲ ଅଧୁଆ ବସ୍ତ୍ର ପିନ୍ଧି ବେଲ ପତ୍ର ତୋଳିବା ଉଚିତ ନୁହେଁ ଏବଂ ସନ୍ଧ୍ୟା ପରେ ବେଲ ପତ୍ର ତୋଳିବା ଉଚିତ ନୁହେଁ। ଏହି ବେଲ ପତ୍ରକୁ କିଛି ଦିନ ଆଗରୁ ତୋଳିକି ରଖିପାରିବେ କାରଣ ଏହି ବେଲ ପତ୍ର ବାସୀ ହୋଇନଥାଏ। ଏହି ବେଲ ପତ୍ରକୁ ଭଗବାନଙ୍କୁ ଅର୍ପଣ କରିବା ପୂର୍ବରୁ ଏହାକୁ ପାଣିରେ କିମ୍ବା ଗଙ୍ଗା ପାଣିରେ ଧୋଇ ଭଗବାନଙ୍କୁ ଅର୍ପଣ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *