Excuse Me Odisha

ଯାହା କହିବୁ ସତ କହିବୁ

ଧନର ବର୍ଷା କରିଥାଏ,ଗୁଣି ଗାରେଡି,ଭୁତ ପ୍ରେତ, ନଜର ଦୋଷ, ଶନି ରାହୁ କେତୁ ଗ୍ରହ ଦଶାରୁ ମୁକ୍ତି ଦେଇଥାଏ ଏହି ବୃକ୍ଷ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁଣି ଗାରେଡି ଭୁତ ପ୍ରେତ ନଜର ଦୋଷ ଶନି ରାହୁ କେତୁ ଗ୍ରହ ଦଶାରୁ ମୁକ୍ତି ଦେଇଥାଏ ଧନର ବର୍ଷା କରିଥାଏ। ଶିବ ଶଙ୍କରଙ୍କର ବରଦାନ।

ବନ୍ଧୁଗଣ ଏହି ଧରା ପୃଷ୍ଠରେ ବହୁତ ବୃକ୍ଷଲତା ଓ ଚେର ମୁଳି ଏହା ଇଶ୍ୱରଙ୍କ ବରଦାନ ହୋଇଥାଏ ଏହି ଜୀବ ଜଗତ ପାଇଁ। ଯାହାର ଚମତ୍କାରୀ ପ୍ରଭାବ ଦେଖି ଆମେ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଥାଉ ଏବଂ ଏହାର ଚମତ୍କାରୀ ଚେରମୁଳିକୁ କୁହାଯାଏ ତାନ୍ତ୍ରିକ ଚେରମୁଳି। ବନ୍ଧୁଗଣ ପ୍ରକୃତି ଆମକୁ ଚେରମୁଳି ରୂପେ ଉପହାର ଦେଇଛି ଯାହାକୁ ଜାଣିବା ଏବଂ ଚିନ୍ହି ବିଧି ବିଧାନ କରିବାର ହେଉଛି ମନୁଷ୍ୟର ଚତୁରତା। ଏହି ରହସ୍ୟମୟ ଅଲୌକିକ ବିଷୟରେ ଆମେ ସର୍ବଦା ଆପଣ ମାନଙ୍କୁ ଜଣାଇ ଆସିଛୁ। ଆଜିର ଏହି ଚମତ୍କାରୀ ବିଷୟରେ ସମ୍ପୂର୍ଣ ରୂପେ ଆସନ୍ତୁ ଜାଣିବା।

ଆଜିର ଏହି ପୋଷ୍ଟରେ ଏମିତି ଏକ ଚମତ୍କାରୀ ବୃକ୍ଷ ବିଷୟରେ ଜଣେଇବୁ ଯାହା ଭଗବାନ ଶିବଙ୍କର ବରଦାନ ଅଟେ। ଯାହାକି ଗୁଣି ଗାରେଡି ଭୁତ ପ୍ରେତ ନଜରଦୋଷ ଶନି ରାହୁ କେତୁ ଗ୍ରହଙ୍କର ଗ୍ରହ ପୀଡ଼ାରୁ ରକ୍ଷା କରିବା ସହିତ ଘରେ ଧନ ସୁଖ ସମୃଦ୍ଧି ବୃଦ୍ଧି କରାଇଥାଏ। ଘରେ କେବେବି ଭଗବାନ ଶିବଙ୍କ କୃପାରୁ କୌଣସି ବି ଅଭାବ ଦେଖିବାକୁ ମିଳିନଥାଏ। ବନ୍ଧୁଗଣ ଏହିପରି ଦିବ୍ୟ ଓ ଅଲୌକିକ ଗୁଣ ବିଶିଷ୍ଟ ଗଛର ନାମ ହେଉଛି ଦୁଦୁରା ଫୁଲ। ଏହି ଦୁଦୁରା ଅନେକ ପ୍ରକାରର ହୋଇଥାଏ ଯଥା ଧଳା ବାଇଗଣୀ ବା କଳା ରଙ୍ଗର ହୋଇଥାଏ। କିନ୍ତୁ ଏହି ସମସ୍ତ ଗଛର ଚମତ୍କାରୀ ଗୁଣ ସମାନ ହୋଇଥାଏ। ଏହାର ବ୍ୟବହାର କେଉଁ କ୍ଷେତ୍ରରେ ଓ କିପରି କରିବେ।

ବନ୍ଧୁଗଣ ଆପଣ ମାନେ କେତେବି ଇନକମ କରନ୍ତୁ ନାଁ କାହିଁକି ଅବା ଆଦୌ ଇନକମ ନକରନ୍ତୁ ନାଁ କାହିଁକି କେବେ ନାଁ କେବେ ନଜର ଦୋଷ ଲାଗିଥାଏ ଅବା କୌଣସି ଗ୍ରହ ପୀଡା ଯୋଗୁ ହଇରାଣ ହରକତ କରିଥାନ୍ତି ଅବା ତୋଳି ତୋଳାନ୍ତ କରିଥାନ୍ତି। ଆପଣ ଗ୍ରାମଞ୍ଚଳରେ ରହୁଥାନ୍ତୁ କିମ୍ବା ସହରାଞ୍ଚଳରେ ରହୁଥାନ୍ତୁ ନାଁ କାହିଁକି ଭାରତର କୌଣସି ବି ସ୍ଥାନରେ ରୁହନ୍ତୁ ନାଁ କାହିଁକି ଗୁଣି ଗାରେଡି ନଜର ଦୋଷ ଇତ୍ୟାଦିରେ ଶିକାର ହୋଇପାରନ୍ତି।

ଯଦି ଆପଣଙ୍କର କିଛି ଉନ୍ନତି ହେବାର ଲାଗେ ଏହା ଦେଖି କିଛି ଖଳ ପ୍ରକୃତିର ଲୋକ ଏପରି ତନ୍ତ୍ର ମନ୍ତ୍ର ଦ୍ୱାରା ଆପଣଙ୍କୁ ହଇରାଣ କରିପାରନ୍ତି। ଯଦି ଆପଣ କୌଣସି ତାନ୍ତ୍ରିକ ପାଖକୁ ଯାଆନ୍ତି ତେବେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ। ଆଜିର ଏହି ପୋଷ୍ଟରେ ଯେଉଁ ବୃକ୍ଷ ଦେଖୁଛନ୍ତି ଏହି ଗଛ ନଜର ଦୋଷରୁ ମୁକ୍ତି ଦେଇଥାଏ। ଶନି ରାହୁ କେତୁ ଗ୍ରହ ପୀଡ଼ାରୁ ମଧ୍ୟ ମୁକ୍ତି ଦେଇଥାଏ। ଭୁତ ପ୍ରେତ ଯାଦୁ ତନ୍ତ୍ର ମନ୍ତ୍ର ଇତ୍ୟାଦିରୁ ରକ୍ଷା କରିଥାଏ। ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ଦେଇଥାଏ ଏବଂ ଏହି ଗଛ ଭଗବାନ ଶିବଙ୍କର ସ୍ୱରୂପ ହୋଇଥାଏ ବା ଏହି ଗଛରେ ଭଗବାନ ଶିବ ସ୍ୱୟଂ ରହିଥାନ୍ତି। ଏହି ଦୁଦୁରାକୁ ଯଦି ବିଧି ବିଧାନର ସହକାରେ ସହିତ ଶନିବାର ଦିନ ନିମନ୍ତ୍ରଣ କରି ରବିବାର ଦିନ ଆଣନ୍ତି ତେବେ ଏହାର ଚମତ୍କାର ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ।

ଏହି ନିମନ୍ତ୍ରଣ ପାଇଁ ଅରୁଆ ଚାଉଳ ଧୂପ ଦୀପ ନଡ଼ିଆ କିମ୍ବା ଗୁଆ ଏହି ସମସ୍ତ ଦ୍ରବ୍ୟ ନେଇ ଗଛ ମୂଳକୁ ପରିଷ୍କାର କରି ପୂଜା ବିଧି ପାଳନ କରି କହିବେ ମୁଁ ଆପଣଙ୍କୁ ଏହି କାର୍ଯ୍ୟ ପାଇଁ ନେବା ପାଇଁ ଚାହୁଁଛି ମୋର ଏହି ମନସ୍କାମନା ପୂରଣ କରନ୍ତୁ। ଆପଣଙ୍କୁ ସେହିଠାରେ କହିବାକୁ ପଡିବ ଯେପରିକି ଗୁଣି ଗାରେଡିକୁ ଦୂର କରିବା ପାଇଁ ଗ୍ରହ ପୀଡ଼ାରୁ ମୁକ୍ତି ଦେବା ପାଇଁ ଚାକିରୀଟିଏ ପାଇବା ପାଇଁ ଅବା ଯେକୌଣସି ଇଛା ସେହି ଠାରେ କହି ଶନିବାର ଦିନ ନିମନ୍ତ୍ରଣ କରି ଆସିବେ। ଏହି ଶନିବାର ଯେକୌଣସି ମାସର ଶନିବାର ହେଉନା କାହିଁକି ଚଳିବ। ତେବେ ରବିବାର ଦିନ ସ୍ନାନ ସାରି ସେହି ଗଛ ମୂଳକୁ ଯାଇ ସେହି ଗଛ ମୂଳକୁ ତାଡି ମୂଳଟିକୁ ସମ୍ପୂର୍ଣ୍ଣ ରୂପେ କାଟି ଘରକୁ ଆଣିବେ।

ଯଦି ଆସୁଥିବା ନବ ରାତ୍ରି ଭିତରେ କରନ୍ତି ତେବେ ଏହାର ଚମତ୍କାର ଦଶ ଗୁଣିତ ହୋଇଯିବ। ତଥାପି ଅନ୍ୟ ଦିନ ମାନଙ୍କରେ କରିପାରିବେ। ଏହି ଗଛର ମୂଳକୁ ଖୋଳି ତାଡି ଆଣିବା ପରେ ଗଙ୍ଗା ଜଳରେ ଧୋଇ ପୂଜା କରୁଥିବା ସ୍ଥାନରେ ରଖିଦେବେ। ଏହା ୯ ରୁ ୧୦ ଦିନ ଭିତରେ ରଖିବା ପରେ ଏହା ଶକ୍ତିଶାଳୀ ହୋଇଥାଏ। ଯଦି ଆପଣଙ୍କର ଘରେ ଧନର ସମସ୍ୟା ଲାଗି ରହୁଥିବ କିମ୍ବା କାହାରି ନଜର ଦୋଷ ଲାଗି ରହୁଥାଏ ଅବା କେହି ଗୁଣି ଗାରେଡି କରିଥାନ୍ତି ଅବା କୌଣସି ବାସ୍ତୁଦୋଷ ଉତ୍ପନ ହେଉଥାଏ ଅବା ଗ୍ରହ ପୀଡା ଲାଗି ରହୁଥାଏ ତେବେ ଏହି ମୂଳକୁ ଗଙ୍ଗା ଜଳରେ ବୁଡାଇ ସେହି ପାଣିକୁ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ। ଏହା ଦ୍ବାରା ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ।

ଏବେ ଆସନ୍ତୁ ଜାଣିବା ନିଜ ଶରୀର ଅବା ପରିବାରର ସମସ୍ତଙ୍କ ଶରୀର ପାଇଁ। ଯଦି ଆପଣଙ୍କୁ କେହି ଗୁଣି କରିଥାଏ ଅବା କିଛି ଉନ୍ନତି ଦେଖି କେହି ଅନ୍ୟ ଲୋକ ଇର୍ଷାରେ ଜଳୁଥାଏ ତେବେ କାହାର ନଜର ଦୋଷ ଲାଗୁଥାଏ ଅବା କୌଣସି ଗ୍ରହ ପୀଡାରେ ପଡ଼ିଥାନ୍ତି ଅବା କଷ୍ଟ ପାଉଥାନ୍ତି ଅବା କୌଣସି ଚାକିରୀଟିଏ ପାଉଥାନ୍ତି ତେବେ ଏହି ଚେରରୁ ଛୋଟ ଖଣ୍ଡେ କାଟି ଏକ ତାବିଜି ଭିତରେ ପୁରାଇ ଶରୀରରେ ଧାରଣ କଲେ ଏହା ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ। କାରଣ ଏଥିରେ ସାକ୍ଷତ ଭଗବାନ ମହାଦେବ ବିରାଜମାନ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *