Excuse Me Odisha

ଯାହା କହିବୁ ସତ କହିବୁ

ମା ଲଷ୍ମୀ ଘରକୁ ଆସିବାର ( ୫ଟି ସଙ୍କେତ ) ଭଲ ସମୟ ଆସିବା ପୂର୍ବରୁ ମିଳେ|

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଗୃହକୁ ମା ଲକ୍ଷ୍ମୀ ଆସିବାର ସଙ୍କେତ|ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଧନ ଆସିବାର ଏବଂ ଜୀବନରେ କିଛି ପରିବର୍ତ୍ତନ ବିଷୟରେ। ଝିଟିପିଟି କେଉଁ ସଂକେତ ଏବଂ କିପରି ଦେଇଥାଏ। ଏବଂ ଏହା ସହିତ ଝିଟିପିଟି ଦେଖିବା ମାତ୍ରେ ସେହି ଝିଟିପିଟି ଉପରେ କେଉଁ ଜିନିଷ ପକାଇବା ମାତ୍ରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଧନ ସୁଖ ସମୃଦ୍ଧିର କୃପା କରିଥାନ୍ତି। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଲୋକମାନେ ଘରେ ଝିଟିପିଟିକୁ ଦେଖିବା ଏକ ସାଧାରଣ ଘଟଣା ବୋଲି କହିଥାନ୍ତି। ଏମିତିକି ଝିଟିପିଟିକୁ ଏକ ସାଧାରଣ ଯିବ ବୋଲି ମଧ୍ୟ ମାନିଥାନ୍ତି। କିନ୍ତୁ ପ୍ରତ୍ୟକ ଜୀବଜନ୍ତୁ ଏବଂ ମଣିଷ ମଧ୍ୟରେ ପ୍ରକୃତିର ଏକ ଅଲଗା ଆମ୍ବଦ୍ଧ ରହିଥାଏ। ଏହି କଥାଟି ପ୍ରାୟ ବହୁତ କମ ଲୋକ ଜାଣିଥିବେ। ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟିକୁ ଏକ ଖାସ ଜୀବର ମାନ୍ୟତା ମିଳିଅଛି। ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟିକୁ ଦେଖିବା ଏବଂ ତାର ଗତିବିଧିକୁ ଲକ୍ଷ୍ୟ କରି ଅନେକ କଥା ବର୍ଣ୍ଣିତ ଅଛି। ଯାହାର ଜ୍ଞାନ ଆପଣ ମାନଙ୍କୁ ମିଳିଗଲେ ଜୀବନରେ ଆପଣଙ୍କୁ ଉନ୍ନତିର ପାହାଚରେ ଠିଆ କରାଇ ଦେଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ଝିଟିପିଟି କାଦ୍ଧରେ ଦେଖାଦେବା ଅବା ଭୂମି ଉପରେ ଦେଖାଦେବା ଅବା ଅଚାନକ ତଳକୁ ଖସି ପଡିବା ଅବା ଶରୀର ଉପରେ ଖସି ପଡିବା ଇତ୍ୟାଦି ଦର୍ଶାଇଥାଏ ଅନେକ ଶୁଭ ଏବଂ ଅଶୁଭ ବିଷୟରେ।

ଏହା ଆପଣ ନିଶ୍ଚୟ ଶୁଣିଥିବେ କି ଦୀପାବଳି ଦିନ ଝିଟିପିଟି ଦେଖାଦେଲେ ମା ଲକ୍ଷ୍ମୀଙ୍କର କୃପା ପାଇବାର ସଂକେତ ଏହା ହୋଇଥାଏ। କାରଣ ଝିଟିପିଟି ମା ଲକ୍ଷ୍ମୀଙ୍କର ଏକ ସ୍ୱରୂପ ଅଟେ। ଏହା ମଧ୍ୟ ମାନ୍ୟତା ଅଛିକି ଏହି ଦିନ ଯଦି ଝିଟିପିଟି ଆପଣଙ୍କର ଉପରେ ଖସି ପଡେ ତେବେ ସାରା ବର୍ଷ ଧନଧାନ୍ୟର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଆପଣଙ୍କୁ ଏହା ଜଣା ଥିବ କି ଯେ ଝିଟିପିଟିକୁ ଦେଖିବା ମାତ୍ରେ କେଉଁ ଉପାୟ କରିବା ଦ୍ୱାରା ଆମକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହି ବିଷୟରେ ବହୁତ ଚମତ୍କାରୀ ଉପାୟଟିଏ ଆପଣ ମାନଙ୍କ ପାଇଁ ନେଇ ଆସିଛୁ। ତେବେ ଆସନ୍ତୁ ଜାଣିନେବା ସେହି ସହଜ ଏବଂ ଚମତ୍କାରୀ ଉପାୟ ବିଷୟରେ। ଯାହାକୁ କରିବା ଦ୍ୱାରା ଆମେ ଆମର ଭାଗ୍ୟ ବଦଳାଇ ଦେଇପାରିବା

ଏହା ସହିତ ଜୀବନରେ ଉନ୍ନତି ପାଇପାରିବା ଏବଂ ଯାହା ଦ୍ୱାରା ଜୀବନରେ ଉନ୍ନତିର ମାର୍ଗ ଖୋଲିଯିବ। ବନ୍ଧୁଗଣ ଏହି ଉପାୟଟି ଅନ୍ୟ ଯେକୌଣସି ସମୟରେ କରିପାରିବେ ନାହିଁ କେବଳ ସନ୍ଧ୍ୟା ସମୟରେ ଠାକୁର ପୂଜା କରୁଥିବା ସମୟରେ ହିଁ କରିପାରିବେ। ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟି ଏକ ପୂଜନୀୟ ପ୍ରାଣୀ ବୋଲି ମାନ୍ୟତା ରହିଅଛି। ଏହାର ପୂଜାର୍ଚ୍ଚନା ଯୋଗୁ ଧନ ସମ୍ବଦ୍ଧିୟ ସମସ୍ୟା ମାନ ଦୂର ହୋଇଥାଏ। ଏବଂ ଆପଣଙ୍କର ଜୀବନରେ କିଛି ବି କଷ୍ଟ ରହିନଥାଏ।

ଏଥିପାଇଁ ଯଦି ଆପଣ କିମ୍ବା ଆପଣଙ୍କର ପରିବାରରେ କେହି ସନ୍ଧ୍ୟା ସମୟରେ ଠାକୁର ପୂଜା କରୁଥିବା ସମୟରେ ଭୂମି ଉପରେ ଝିଟିପିଟି ଦେଖନ୍ତି ତେବେ ତୁରନ୍ତ ଠାକୁର ଘରୁ କିଛି ସିନ୍ଦୁର ଏବଂ କିଛି ଅରୁଆ ଚାଉଳ ଆଣି ସେହି ଝିଟିପିଟି ଉପରେ ପକେଇ ଦିଅନ୍ତୁ ଏବଂ ମନ ଭିତରେ ଥିବା କୌଣସି ବି ଇଛା ପୂରଣ କରିବା ପାଇଁ ପ୍ରାର୍ଥନା କରନ୍ତୁ। ଏହା କାମନା କରନ୍ତୁ କି ତାହା ଖୁବଶୀଘ୍ର ପୂରଣ ହୋଇଯାଉ ବୋଲି। ବନ୍ଧୁଗଣ ଝିଟିପିଟି ଏକ ଏପରି ଜୀବଟିଏ ଯାହାକୁ ଦେଖିବା ମାତ୍ରେ ଲୋକେ ଘୃଣା କରିଥାନ୍ତି, ଏହାକୁ ଭୟ ମଧ୍ୟ କରିଥାନ୍ତି ଏବଂ ଘରୁ ତଡି ମଧ୍ୟ ଦେଇଥାନ୍ତି। ଏପରି କରିବା ଦ୍ୱାରା ଆପଣଙ୍କର ହିଁ କ୍ଷତି ହୋଇଥାଏ। କାହିଁକିନା ବନ୍ଧୁଗଣ ଝିଟିପିଟିକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନିଥାନ୍ତି। ଏବଂ ଏହି ଝିଟିପିଟିକୁ ପୂଜା କରିବା ଦ୍ୱାରା ଅନେକ ଶୁଭ ସଂକେତ ମିଳିଥାଏ।

ବନ୍ଧୁଗଣ ଆପଣଙ୍କର ଘରକୁ ଆପଣ ସଫା ସୁତରା କରୁଥିବା ସମୟରେ ଯଦି ମଲା ଝିଟିପିଟି ଟିଏ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ। ଏହା ଧ୍ୟାନ ଦେବେକି ଯଦି ଆପଣ ଘର ସଫା କରୁଥିବା ସମୟରେ ଆପଣଙ୍କ ହାତରେ କୌଣସି ଝିଟିପିଟି କିମ୍ବା ତାର ଛୁଆ ମରିଯାଏ ତେବେ ଏହା ବହୁତ ବଡ଼ ଦୋଷ ଲାଗିଥାଏ। ଏଣୁ ତାହାକୁ ତୁରନ୍ତ ମାଟି ଖୋଳି ପୋତି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଜୀବ ହତ୍ୟା ଦୋଷରୁ ମୁକ୍ତି ମିଳିଥାଏ ଏବଂ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କର ଉପରେ ରୁଷ୍ଟ ହୁଅନ୍ତି ନାହିଁ। ଏପରି ନକଲେ ଆପଣଙ୍କର ଜୀବନରେ ଏପରି ଦୁଃଖ ଆସିଯିବ କି ଯାହା ଆପଣ କଳ୍ପନା କରିନଥିବେ।

ବନ୍ଧୁଗଣ ଆପଣ ଖାଦ୍ୟ ଖାଉଥିବା ସମୟରେ ଯଦି କୌଣସି ଝିଟିପିଟିର ଆବାଜ ଶୁଣନ୍ତି ତେବେ ଏହା ବହୁତ ବଡ଼ ଶୁଭ ସଂକେତ ହୋଇଥାଏ। ଏହା ଆପଣଙ୍କର ଜୀବନରେ ଅଚାନକ ଧନ ପ୍ରାପ୍ତିର ସଂକେତ ମଧ୍ୟ ଦେଇଥାଏ ଅବା କୌଣସି ଶୁଭ ଫଳ ମିଳିବାକୁ ଯାଉଅଛି।

ବନ୍ଧୁଗଣ ଯଦି ଝିଟିପିଟିଙ୍କର ସମାଗମ ଦେଖନ୍ତି ତେବେ ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ସାକ୍ଷତ କରିବେ ଅଥବା ଆପଣ ଯାହାକୁ ମନେ ମନେ ଖଜୁଥିଲେ ସେ ନିଶ୍ଚୟ ମିଲିଯିବେ। ବନ୍ଧୁଗଣ ଆପଣଙ୍କର ସ୍ୱପ୍ନରେ ଯଦି ମଲା ଝିଟିପିଟି ଦେଖନ୍ତି ଏହା ଅଶୁଭ ସଂକେତ ହୋଇଥାଏ ଅବା ଜୀବନରେ ବଡ଼ କଷ୍ଟ ପାଇପାରନ୍ତି ଅବା ଅଶୁଭ ସମାଚାର ପାଇପାରନ୍ତି। ଯାହାକୁ କି ଆପଣ କଳ୍ପନା ମଧ୍ୟ କରିନଥିବେ। ଏହା କୁହାଯାଏ କି ଝିଟିପିଟି ହାତରେ କିମ୍ବା ମସ୍ତଷ୍କ ଉପରେ ଖସି ପଡିଲେ ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ପାଇବା ସହିତ ଧନ ସମ୍ପତ୍ତି ମଧ୍ୟ ପାଇପାରନ୍ତି।

ଖାଇବା ସମୟରେ ଝିଟିପିଟି ଦେଖିଲେ ଏହା ଶୁଭ ହୋଇଥାଏ କିନ୍ତୁ ଖାଇବା ସମୟରେ ଆପଣଙ୍କର ପାଦ ଉପରକୁ ଯଦି ଝିଟିପିଟି ଆସିଯାଏ ତେବେ ଆପଣ କୌଣସି ବଡ଼ ଧରଣର ରୋଗର ଶିକାର ହୋଇପାରନ୍ତି। ଏଣୁ ତୁରନ୍ତ ଭଗବାନ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ଦର୍ଶନ କରିନିଅନ୍ତୁ।

ପୂଜା କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି ତେବେ ତାହା ଉପରକୁ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ଏବଂ ଦୀପଟିଏ ଜାଳି ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ। ଦେଖିବେ ଆପଣଙ୍କର ସେହି ସମସ୍ତ ଇଛା ନିଶ୍ଚିତ ରୂପେ ପୂରଣ ହୋଇଯିବ।

ଏହା ମଧ୍ୟ ମାନ୍ୟତା ଅଛି କି ଆପଣମାନେ କୌଣସି କଥା ହେଉଥିବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ ଆପଣଙ୍କର ସେହି କଥାଟି ସତ୍ୟ ହୋଇଯାଏ।

ଏଣୁ ଝିଟିପିଟିକୁ ଅନେକ ଲୋକ ସତସତୀ ବୋଲି କହିଥାନ୍ତି। କୁହାଯାଏ କି ଝିଟିପିଟି ମଥା ଉପରେ ଖସି ପଡିଲେ ଧନ ପ୍ରାପ୍ତି ହୋଇଥାଏ।

ଦକ୍ଷିଣ କାଦ୍ଧରେ ଝିଟିପିଟି ଖସି ପଡିଲେ ଦାମିକା ଦ୍ରବ୍ୟର ପ୍ରାପ୍ତି ହୋଇଥାଏ। ଅବା ଅଳଙ୍କାରର ପ୍ରାପ୍ତି ହୋଇଥାଏ।

ବାମ କାନ୍ଧରେ ଝିଟିପିଟି ଖସି ପଡିଲେ ଆୟୁଷ ବୃଦ୍ଧି ହୋଇଥାଏ।

ତେବେ ବନ୍ଧୁଗଣ ଏହା ତ ଥିଲା ଝିଟିପିଟିକୁ ନେଇ କିଛି ମହତ୍ୱପୂର୍ଣ୍ଣ କଥା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *