Excuse Me Odisha

ଯାହା କହିବୁ ସତ କହିବୁ

ଧନବାନ ହେବାକୁ ଚାହୁଁଛନ୍ତି କି? କରନ୍ତୁ ଏହି ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରାୟତଃ ପ୍ରଜାପତିକୁ ଦେଖିଲେ, ସମସ୍ତେ ଖୁସି ହୋଇଥାନ୍ତି। ଛୋଟ ପିଲା ହୁଅନ୍ତୁ ବା ବଡ଼ ପିଲା, ସମସ୍ତଙ୍କୁ ଏହି ପ୍ରଜାପତି ଭଲ ଲାଗିଥାଏ।ତେଣୁ ଏହି ପ୍ରଜାପତି ଆରମ୍ଭ କେଉଁଠାରୁ ହୋଇଥିବ, ବିଚାର କରନ୍ତୁ। ଏହି ପ୍ରଜାପତିର ଜନ୍ମ ଗୋଟିଏ ଛୋଟ କୋଷରୁ ହୋଇଥାଏ।

ପ୍ରଜାପତି ଏହି ଅଙ୍ଗକୁ ଛାଡ଼ି ଯେତେବେଳେ ଦୁନିଆକୁ ଆସେ, ସେତେବେଳେ ତାହାର ରୂପ ଗୋଟିଏ କୀଟ ସଦୃଶ ହୋଇଥାଏ। କୀଟ ମାଟି ଉପରେ ବା ଗଛର ପତ୍ରରେ ସୁରକ୍ଷିତ ରହିଥାଏ। କିଛିଦିନପରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଥାଏ, ତାହା ହେଉଛି ସେହି କୀଟର ଧୀରେ ଧୀରେ ପଙ୍ଖ ବାହାରି ଆସେ।ସେତେବେଳେ ସେ ପ୍ରଜାପତି ହୋଇ ଆକାଶରେ ଉଡିବାକୁ ଲାଗେ। ଏହାପରେ ପ୍ରଜାପତି ସୁନ୍ଦର ଫୁଲ ରସର ଆନନ୍ଦ ମଧ୍ୟ ନେଇଥାଏ।

ଶାସ୍ତ୍ରରେ ସମୟକୁ ବହୁତ ମୂଲ୍ୟବାନ ଓ ବଳବାନ କୁହାଯାଇଛି।ସମୟ ଅନୁସାରେ ମଣିଷ ନିଜ କାର୍ଯ୍ୟ କରିଥାଏ।ସମୟ ମନୁଷ୍ୟକୁ ପରିସ୍ଥିତି ଅନୁସାରେ ବଦଳାଇ ଦେଇଥାଏ।ସମୟର ସ୍ରୋତରେ ଏହି ପ୍ରଜାପତି ନିଜକୁ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପରିବର୍ତ୍ତନ କରିଥାଏ।

ପ୍ରଜାପତି ଏପରି କାହିଁକି କରିପାରେ, ଆପଣ କେବେ ଏହି ବିଷୟରେ ବିଚାର କରିଛନ୍ତି କି? ଅନ୍ୟ ଜୀବମାନେ ଏପରି କେବେବି କରି ପାରନ୍ତି ନାହିଁ। ଯଦି ପ୍ରଜାପତି ସେହି କୋଷରୁ ବାହାରିବ ନାହିଁ, ତାହେଲେ ସେ କେବେବି ଉଡ଼ି ପାରିବ ନାହିଁ ଏବଂ ଦୁନିଆ ଦେଖି ପାରିବ ନାହିଁ।ଏଭଳି ପରିସ୍ଥିତି ମଣିଷ ଜୀବନରେ ମଧ୍ୟ ଆସିଥାଏ।

ଆମକୁ ଯେଉଁଠାରେ ସୁରକ୍ଷା ମିଳିଥାଏ, ଆମେ ପ୍ରାୟତଃ ସେହି ସ୍ଥାନରେ ରହିବାକୁ ପସନ୍ଦ କରିଥାଉ।ଏହାସହିତ ଆମେ ସର୍ବଦା ଜୀବନରେ ସୁରକ୍ଷାଚକ୍ର ଭିତରେ ରହିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଯଦି ଆପଣ କିଛି ବଡ଼ କାର୍ଯ୍ୟ ବା ନିଜର ଉନ୍ନତି ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଆପଣଙ୍କର ସୁରକ୍ଷାଚକ୍ର ଠାରୁ ବାହାରକୁ ବାହାରିବାକୁ ପଡ଼ିବ।ଆପଣଙ୍କୁ ନିଜର ସୁରକ୍ଷା ସୀମାକୁ ଲଂଘନ କରି ଆଗକୁ ବଢ଼ିବାକୁ ପଡ଼ିବ।ଜୀବନରେ ଆପଣଙ୍କ ସାମ୍ନାରେ ଅନେକ ସମସ୍ୟା ଆସିବ, ସେହି ପରିସ୍ଥିତିରେ ଆପଣଙ୍କୁ ସାହସର ସହିତ ଆଗକୁ ବଢ଼ିବାକୁ ପଡ଼ିବ।ଏହାସହିତ ଆପଣଙ୍କର ଆତ୍ମବିଶ୍ବାସ ସୁଦୃଢ ହେବ।

ଆପଣ ନିଜର ସୁରକ୍ଷାଚକ୍ରରୁ ବାହାରି ଆଗକୁ ବଢିବା ଦ୍ଵାରା ଆପଣଙ୍କର ପ୍ରଜାପତିର ପଙ୍ଖ ବାହାରି ଉଡ଼ିଲା ଭଳି ଆପଣ ମଧ୍ୟ ମନଖୁସିରେ ଉଡିବେ। ଏହାକୁ କୁହାଯାଏ ନିଜସ୍ଵ ସ୍ଵାଧୀନତା। ଯାଇ ଆପଣ ଆପଣଙ୍କ ଜୀବନରେ କିଛି କରି ପାରିବେ।ଏହାପରେ ଆପଣ ଶକ୍ତିଶାଳୀ ହେବା ସହିତ ମାନସିକ ରୂପରେ ସୁଦୃଢ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *