Excuse Me Odisha

ଯାହା କହିବୁ ସତ କହିବୁ

ମଣିଷର କେଉଁ ସବୁ ଦୂର୍ଗୁଣ ଯୋଗୁଁ, ଯେତେ ଆୟ କଲେ ମଧ୍ୟ ପଇସା ପାଖରେ ରହେ ନାହିଁ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଭଗବାନ ମଣିଷକୁ ସବୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ବୁଦ୍ଧି, ବିବେକ ଦେଇଛନ୍ତି। ମଣିଷ ତାର ବୁଦ୍ଧି, ବିବେକ ବଳରେ ବହୁତ ଆଗକୁ ବଢ଼ିଛି। କିନ୍ତୁ ମଣିଷ ବେଳେବେଳେ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥାଏ। ଏପରି କାହିଁକି ହୁଏ? ମଣିଷର କଣ ସବୁ ଦୁର୍ଗୁଣ ଯୋଗୁଁ ଆର୍ଥିକ ଅଭାବ ଦେଖା ଦେଇଥାଏ।ଗୁରୁବାର ଦିନ ଏଭଳି କିଛି ଭୁଲ କାର୍ଯ୍ୟ କରନ୍ତୁ ନାହିଁ, ଯେପରି ଚାଉଳ, ଖଇ, ଚୂଡା ଆଦି ଭାଜନ୍ତୁ ନାହିଁ। ଆମିଷ ଭୋଜନ କରନ୍ତୁ ନାହିଁ। ଲାଉରେ ଆମିଷ ମିଶାଇ ସେବନ କରନ୍ତୁ ନାହିଁ। ନଚେତ ଆର୍ଥିକ ଅଭାବର ସମ୍ମୁଖୀନ ହୋଇ ପାରନ୍ତି।

ଯଦି ଖାଇବା ସମୟରେ ହାତରୁ ଅନ୍ନ ତଳେ ପଡ଼ିଯାଏ, ତାହେଲେ ଧରିତ୍ରୀ ମାତା କୋପ କରିଥାନ୍ତି।କାରଣ ଏହା ଧରିତ୍ରୀ ମାତାଙ୍କୁ ଅଇଁଠା ଅର୍ପଣ କରିବା କାର୍ଯ୍ୟ ହୋଇଥାଏ। ଯଦି ଆପଣ ମୁହଁ ନଧୋଇ ଭୋଜନ କରିବେ, ସଭାରେ ବସି ମିଛ କହିବା, ସକାଳେ ନିଦରୁ ଉଠି ମୁହଁ ନ ଧୋଇବା, ଆସନରେ ନବସି ଭୂମିରେ ବସିବା, ଅନ୍ଧାର ଘରେ ଭୋଜନ କରିବା,ନଖ ମୁନରେ ଭୂମିକୁ ବିଦାଡ଼ିତ କରିବା ଆଦି କାର୍ଯ୍ୟ କରୁଥିବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ଏବଂ ଘରେ ଅଶାନ୍ତି ସୃଷ୍ଟି ହେବ।

ସ୍ନାନ କରି ସାରିବା ପରେ ଦେହରେ ତେଲ ଲଗାଇଲେ ଧନହାନୀ ହୋଇଥାଏ। ଆପଣଙ୍କ ପାଖକୁ ଅର୍ଥ ଆସିବା କ୍ଷଣି ପଳେଇଯିବ। ସାଧାରଣତଃ ଆମେ ଅଜାଣତରେ ଅନେକ ଭୁଲ କରିଥାଉ। ତେଣୁ ଏଭଳି କାର୍ଯ୍ୟରୁ ବଞ୍ଚିତ ହୁଅନ୍ତୁ।

ଆମେ ଜାଣତରେ ହେଉ ବା ଅଜାଣତରେ କରିଥିବା ଭୁକର ପରିଣାମ ଆମକୁ ଅନେକ ସମୟରେ ଭୋଗ କରିବାକୁ ପଡ଼ିଥାଏ।ଏହାସହିତ ଆମ ପରିବାର ଲୋକଙ୍କୁ ମଧ୍ୟ ବହୁତ କଷ୍ଟ ଭୋଗ କରିବାକୁ ପଡ଼ିଥାଏ। କହିବାକୁ ଗଲେ ଆମ ଜୀବନରେ ଛୋଟ ଛୋଟ ଭୁଲ ବଡ଼ ସମସ୍ୟାର ରୂପ ନେଇଥାଏ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *