Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ଘରେ ଅଛି କି ଝାଡୁ ! ତାହେଲେ ଜାଣନ୍ତୁ ଗୋଟିଏ ଭୟଙ୍କର କଥା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣଙ୍କ ଘରେ ଅଛି କି ଝାଡୁ ଭୟଙ୍କର କଥା ଜାଣନ୍ତୁ।

ବନ୍ଧୁଗଣ ଆସନ୍ତୁ ଜାଣିବା ଝାଡୁ ଲଗେଇବା ସମୟରେ ଝାଡୁ ବିଷୟରେ। ଘରେ ଝାଡୁ ଲଗେଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ ନଚେତ ଘରକୁ ଆସିଥାଏ ଦରିଦ୍ରତା। ମାନିଲେ ହେବ ଘରେ ଧନର ବର୍ଷା। ଝାଡୁ ଲଗାଇବା ସମୟରେ ଏହି ସବୁ ନିୟମର ପାଳନ କରନ୍ତୁ। ଘରେ କେଉଁ ସମୟରେ ଝାଡୁ ଲଗେଇବା ଉଚିତ ଆଉ କେତେବେଳେ ଝାଡୁ ଲଗେଇବା ଉଚିତ ନୁହେଁ। ଝାଡୁ କେଉଁଠାରେ ରଖିବେ ପୁରୁଣା ଝାଡୁ କେବେ ବଦଳାଇବେ ଏବଂ ନୂଆ ଝାଡୁ କେବେ ନେବେ ଏବଂ କେବେ ବ୍ୟବହାର କରିବେ ଏହି ସବୁ ନିୟମ ବିଷୟରେ ଆସନ୍ତୁ ଜାଣିବା। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଏବଂ ପୌରାଣିକ ମତ ଅନୁସାରେ ଝାଡୁ ଆମ ଘର ଖାଲି ମଇଳା ସଫା କରିନଥାଏ ବରଂ ଘରର ଦରିଦ୍ରତାକୁ ମଧ୍ୟ ବାହାରକୁ ବାହାର କରିଦେଇଥାଏ। ଝାଡୁ ଘରକୁ ସୁଖ ଏବଂ ସମୃଦ୍ଧି ମଧ୍ୟ ଆଣି ଦେଇଥାଏ। ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଝାଡୁକୁ ଆଦର କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ଝାଡୁକୁ ଆଦର ନକଲେ ଏହାର କୁପ୍ରଭାବ ଘରେ ଏବଂ ପରିବାରରେ ଏବଂ ରୋଜଗାରରେ ମଧ୍ୟ ପଡିଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ନିୟମ ବିଷୟରେ।

ଝାଡୁ ଲଗାଇବା ସମୟରେ ମୌନ ରହି ଝାଡୁ ଲଗାଇବା ଉଚିତ। କଥା ବାର୍ତା ନକରି ବା ଗପସପ ନକରି ଝାଡୁ ଲଗାନ୍ତୁ।ଗପସପ କରି ଝାଡୁ ଲଗାଇଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଝାଡୁରେ ଗୋଡ଼ ବାଜିଲେ ମଧ୍ୟ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି। ଏଣୁ ଯଦି ଅଜାଣତରେ ଝାଡୁରେ ଗୋଡ଼ ବାଜିଯାଇଥାଏ ତେବେ ମା ଲକ୍ଷ୍ମୀଙ୍କୁ କ୍ଷମା ପାର୍ଥନା କରନ୍ତୁ ଏବଂ ଝାଡୁ ଲଗାଇବା ସମୟରେ ଏହା ଧ୍ୟାନ ଦେବା ଉଚିତ କି ଯେପରି ଝାଡୁ ଉପରେ ଗୋଡ଼ ଉପରେ ନବାଜିବା ଉଚିତ।

ଏବେ ଆସନ୍ତୁ ଜାଣିବା କେଉଁ ସମୟରେ ଝାଡୁ ଲଗାଇବା ଉଚିତ।

ସୁର୍ଯ୍ୟ ଉଦୟ ପୂର୍ବରୁ ଅବା ସୁର୍ଯ୍ୟ ଉଦୟ ସମୟରେ ଝାଡୁ କରିପାରିବେ ଏବଂ ସୁର୍ଯ୍ୟ ଉଦୟ ପରେ ଝାଡୁ ଲଗାଇଲେ ମା ଲକ୍ଷ୍ମୀ ରୁଷ୍ଠ ହୋଇ ଚାଲିଯାଇଥାନ୍ତି। ସୂର୍ଯ୍ୟସ୍ତ ପରେ ଆପଣ ଝାଡୁକୁ ଲଗାନ୍ତୁ ନାହିଁ କିନ୍ତୁ ସୂର୍ଯ୍ୟାସ୍ତର ୧୦ ମିନିଟ ଭିତରେ ଝାଡୁ ଲଗାଇବାର ବିଧି ଅଛି। କେବେବି ଭୁଲରେ ବି ଆପଣ ସନ୍ଧ୍ୟା ପରେ ବା ରାତିରେ ଝାଡୁ ଲଗାନ୍ତୁ ନାହିଁ କାରଣ ଏପରି କଲେ ବହୁତ କ୍ଷତିକାରକ ହୋଇଥାଏ। ଯଦି ଜରୁରୀ ହୁଏ ରାତିରେ ଝାଡୁ କରିବାକୁ ତ କରନ୍ତୁ କିନ୍ତୁ ଅଳିଆକୁ ବାହାରକୁ ବାହାର କରନ୍ତୁ ନାହିଁ ଘରର ଗୋଟିଏ କୋଣରେ ରଖିଦିଅନ୍ତୁ ଆଉ ପର ଦିନ ବାହାର କରିଦିଅନ୍ତୁ। କାରଣ ରାତିରେ ଅଳିଆ ବାହାରକୁ ଫୋପାଡିଲେ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି। ରାତିରେ ଘର ପୋଛି ପାରିବେ କିନ୍ତୁ ଝାଡୁ କରିବା ଅନୁଚିତ।

ଏବେ ଆସନ୍ତୁ ଜାଣିବା ଝାଡୁ କେତେବେଳେ ଲଗାଇବେ ନାହିଁ।

ଘରେ ସନ୍ଧ୍ୟା ଦେବା ପରେ ଘରେ ପୂଜା କରିବା ପରେ ଖାଦ୍ୟ ଖାଇ ସାରିବା ପରେ ଘରେ ଲୋକେ କର୍ମକୁ ଯିବାର କିଛି ସମୟ ପରେ ଝାଡୁ ଲଗାନ୍ତୁ ନାହିଁ। କାରଣ ତାଙ୍କର କର୍ମ ଅସଫଳ ହେବାର ସମ୍ଭାବନା ରହିଛି। ଯଦି ଆବଶ୍ୟକ ତେବେ ଘରୁ ଲୋକ ବାହାରକୁ ଯିବା ପରେ ୨ ରୁ ୩ ଘଣ୍ଟା ପରେ ଝାଡୁ ଲଗାଇବା ଉଚିତ। ଏବଂ ଘରକୁ ଆସିଥିବା କୁଣିଆ ଘରକୁ ଯିବା ପରେ ପରେ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ ଏବଂ ଘରକୁ କୁଣିଆ ଆସିଥିବା ସମୟରେ ତୁରନ୍ତ ମଧ୍ୟ ଝାଡୁ କରନ୍ତୁ ନାହିଁ। ଘରେ କେହି କାନ୍ଦୁଥିଲେ କିମ୍ବା ଛିଙ୍କି ଦେଲେ ଝାଡୁ କରନ୍ତୁ ନାହିଁ ଅବା ରାଗରେ କେହି ପାଟି କରୁଥିଲେ ସେହି ସମୟରେ ମଧ୍ୟ ଝାଡୁ କରନ୍ତୁ ନାହିଁ

ଏବେ ଆସନ୍ତୁ ଜାଣିବା ଘରର କେଉଁ ଦିଗରୁ ପ୍ରଥମେ ଝାଡୁ କରିବେ।

ଘରର ଐଶ୍ଵନ୍ୟ କୋଣରୁ ପ୍ରଥମେ ଝାଡୁ ଆରମ୍ଭ କରନ୍ତୁ ଏବଂ ଉତ୍ତର କୋଣରେ ସମାପ୍ତ କରନ୍ତୁ।

ଝାଡୁକୁ କିପରି ରଖିବେ।

ଝାଡୁକୁ ସର୍ବଦା ଲୁଚେଇକି ରଖନ୍ତୁ। ଝାଡୁକୁ ଏମିତି ସେମିତି ସ୍ଥାନରେ ରଖନ୍ତୁ ନାହିଁ ଯେମିତିକି ନିଜର ନଜର କିମ୍ବା ଘରର ଅନ୍ୟ କୌଣସି ସଦସ୍ୟଙ୍କ ନଜର ବା ଘରକୁ ଆସିଥିବା ଅନ୍ୟ କୌଣସି କୁନିଆଙ୍କ ନଜର ନପଡିବା ଦରକାର।

ଝାଡୁକୁ କେବେବି ଭୁଲରେ ବି ମଧ୍ୟ ଐଶ୍ଵନ୍ୟ କୋଣରେ ରଖନ୍ତୁ ନାହିଁ। କାହିଁକିନା ଏହା ଦେବାଦେବୀଙ୍କର ସ୍ଥାନ ହୋଇଥାଏ।

ଝାଡୁ ରଖିବାର ଉଚିତ ସ୍ଥାନ ହେଉଛି ଦକ୍ଷିଣ ଏବଂ ପଶ୍ଚିମ ଦିଗ।

ଝାଡୁକୁ ରୋଷେଇ ଘରେ ରଖନ୍ତୁ ଏବଂ ବେଡ଼ରୁମରେ ବି ରଖନ୍ତୁ ନାହିଁ। ହଲରେ ସଫା ତଳେ ଅବା କବାଟ ପଛ ପଟେ ଲୁଚାଇ ରଖନ୍ତୁ।

ଝାଡୁକୁ ଜୋତା ରଖିବା ସ୍ଥାନରେ ମଧ୍ୟ ରଖନ୍ତୁ ନାହିଁ।

ଝାଡୁକୁ ମୁଖ୍ୟ ଦ୍ୱାର ଆଗରେ ମଧ୍ୟ ରଖନ୍ତୁ ନାହିଁ। ଛାତ ଉପରେ ମଧ୍ୟ ରଖନ୍ତୁ ନାହିଁ।

ଏବେ ଆସନ୍ତୁ ଜାଣିବା ଝାଡ଼କୁ କିପରି ରଖିବେ।

ଝାଡୁକୁ ସର୍ବଦା ଠିଆ କରି ନରଖି ଶୁଆଇ ରଖନ୍ତୁ। ଝାଡୁ ଏବଂ ଅଳିଆ ଏକାଠି ରଖନ୍ତୁ ନାହିଁ।

ଝାଡୁ ଯଦି ଓଦା ହୋଇଯାଇଥାଏ ତେବେ ତାହାକୁ ଶୁଖାଇ ଲୁଚାଇ ରଖନ୍ତୁ।

ଏବେ ଆସନ୍ତୁ ଜାଣିବା ଝାଡୁ କେବେ କିଣିବା ଏବଂ କେବେ ବଦଳାଇବା।

ଗୋଟେ କିମ୍ବା ଦୁଇଟି ଝାଡ଼ କିଣନ୍ତୁ ନାହିଁ। ଯଦି କିଣୁଛନ୍ତି ତେବେ ୩ ଟି ଝାଡୁ କିଣନ୍ତୁ। ନୂଆ ଝାଡୁର ବ୍ୟବହାର ଶନିବାର ଦିନ କରନ୍ତୁ କିନ୍ତୁ ଶନିବାର ଦିନ କିଣନ୍ତୁ ନାହିଁ।

ଝାଡୁକୁ ଶୁକ୍ଳପକ୍ଷରେ କିଣନ୍ତୁ ନାହିଁ। ଝାଡୁକୁ ସର୍ବଦା କୃଷ୍ଣପକ୍ଷରେ କିଣନ୍ତୁ।

ଯଦି କୌଣସି ଝାଡୁ ବ୍ୟବହାର ହେଉନଥାଏ ବା ଖରାପ ହୋଇଯାଇଥାଏ ତେବେ ତାକୁ ତୁରନ୍ତ ବାହାରକୁ ବାହାର କରିଦିଅନ୍ତୁ। ପୁରୁଣା ଝାଡୁକୁ ଶନିବାର ଦିନ ବାହାରକୁ କାଢ଼ନ୍ତୁ। ଝାଡୁ ପୁରୁଣା ହେଲେ ମଧ୍ୟ କେବେବି ଜଳାନ୍ତୁ ନାହିଁ।

ଯଦି ଆପଣ ଭଡା ଘରେ ରହୁଛନ୍ତି ନୂଆ ଘର ନେବା ସମୟରେ ଝାଡୁକୁ ପୁରୁଣା ଘରେ ଛାଡିକି ଆସନ୍ତୁ ନାହିଁ। କାରଣ ଯେଉଁ ଝାଡୁକୁ ଆପଣ ମା ଲକ୍ଷ୍ମୀ ଭାବି ଶ୍ରଦ୍ଧା କରିଥିଲେ ସେହି ଝାଡୁକୁ ଆପଣ ଛାଡିକି ଆସନ୍ତୁ ନାହିଁ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପୁରୁଣା ଘରେ ରହିଯାନ୍ତି ଏବଂ ନୂଆ ଘରେ ଖରାପ ସ୍ଥିତି ମାଡ଼ିଆସେ।

ଗରୁ ଗାଈ ଏବଂ କୌଣସି ଜୀବ ଜନ୍ତୁଙ୍କୁ ଝାଡୁରେ ବାଡାନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କୌଣସି ମନ୍ଦିରରେ ରାତି ୩ଟାରୁ ୫ଟା ମଧ୍ୟରେ ୩ଟି ଝାଡୁ ଗୁପ୍ତ ଦାନ କରନ୍ତୁ ଏବଂ ଗୁପରେ ରଖି ଆସନ୍ତୁ ଯେମିତି ଏହି ସମୟରେ ଆପଣଙ୍କୁ କେହି ଦେଖିନପାରନ୍ତି। ଏବଂ ଏହି ବିଷୟରେ କେବେବି କାହାକୁ କୁହନ୍ତୁ ନାହିଁ। ଏହାକୁ ବର୍ଷରେ ୩ ଥର କରନ୍ତୁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ନିଶ୍ଚୟ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *