Excuse Me Odisha

ଯାହା କହିବୁ ସତ କହିବୁ

ଯେତେ ରୋଜଗାର କଲେ ବି ଏହି ୫ ଜଣ ଲୋକ କେବେ ବି ହୋଇ ପାରିବେ ନାହିଁ ଧନୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେତେ ରୋଜଗାର କଲେ ମଧ୍ୟ ଏହି ୫ ଜଣ ବ୍ୟକ୍ତି ହୋଇପାରିବେ ନାହିଁ ଧନୀ।

ବନ୍ଧୁଗଣ ଯେତେ ରୋଜଗାର କଲେ ମଧ୍ୟ ଏହି ୫ ଜଣ ବ୍ୟକ୍ତି ହୋଇପାରିବେ ନାହିଁ ଧନୀ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ନୀତିନିୟମକୁ ଯେଉଁମାନେ ପାଳନ କରନ୍ତି ସେମାନଙ୍କ ଜୀବନରେ ବହୁତ ଶୀଘ୍ର ସଫଳତା ମିଳିଥାଏ। ଶାସ୍ତ୍ରରେ ମାନବ ଶୈଳୀକୁ ନେଇ ଅନେକ ନୀତି ନିୟମ ବିଷୟରେ ଉଲ୍ଲେଖ ରହିଛି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏମିତି ସବୁ ନିୟମକୁ ପାଳନ କରେ ଏବଂ ନିଜର କର୍ମରେ ଲଗାଇଥାଏ ତ ସେହି ବ୍ୟକ୍ତିକୁ ଜୀବନରେ ଅନେକ ସୁଖ ଶାନ୍ତି ମିଳିଥାଏ। ଯେତେବେଳେ ଟଙ୍କା ପଇସା ଉପରେ କଥା ଆସେ ତ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି। ସମସ୍ତଙ୍କର ସ୍ୱପ୍ନ ରହିଥାଏ କି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ। କିନ୍ତୁ ଲୋକମାନେ ଅଜାଣତରେ ଏପରି କିଛି ଭୁଲ କରି ବସନ୍ତି ଯାହା ସେମାନେ ଜୀବନରେ କେବେବି ଧନୀ ହୋଇପାରନ୍ତି ନାହିଁ। ଏବଂ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେମାନେ ସେହି ଟଙ୍କାକୁ ସଞ୍ଚୟ କରି ରଖିପାରନ୍ତି ନାହିଁ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଏମିତି ୫ ଜଣ ବ୍ୟକ୍ତିଙ୍କ ବିଷୟରେ ଜଣେଇବୁ ଯେଉଁମାନେ ଯେତେ ରୋଜଗାର କଲେ ମଧ୍ୟ ଧନୀ ହୋଇପାରିବେ ନାହିଁ।

ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତି। ଯେଉଁମାନଙ୍କର ସୁନ୍ଦର ଓ ପରିଷ୍କାର ପୋଷାକ ଥାଇ ମଧ୍ୟ ସେମାନେ ମଇଳା ବା ଚିରା ପୋଷାକ ପିନ୍ଧନ୍ତି ତେବେ ମା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଜୀବନକୁ କେବେବି ଆସନ୍ତି ନାହିଁ। ଯେଉଁମାନେ ସର୍ବଦା ଅପରିଷ୍କାର ଜୀବନ ଯାପନ କରନ୍ତି ଏବଂ ସେମାନଙ୍କ ନିଜର ଚାରିପାଖରେ ପରିଷ୍କାର ପରିଛନ୍ନତା ମଧ୍ୟ ରଖନ୍ତି ନାହିଁ ତେବେ ମା ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଉପରେ ରହେ ନାହିଁ। ଏପରି ଲୋକମାନଙ୍କୁ ସମାଜରେ ମଧ୍ୟ ପସନ୍ଦ କରାଯାଏ ନାହିଁ ଏବଂ ଆଗାମୀ ଦିନ ମାନଙ୍କରେ ସେମାନଙ୍କୁ ଅପମାନର ସାମ୍ନା କରିବାକୁ ପଡିଥାଏ।

ଯେଉଁ ବ୍ୟକ୍ତି ଦାନ୍ତ ସଫା ରଖନ୍ତି ନାହିଁ। ଶାସ୍ତ୍ର ଅନୁସାରେ ଯେଉଁମାନେ ଦାନ୍ତକୁ ସଠିକ ଭାବେ ସଫା ରଖନ୍ତି ନାହିଁ ତେବେ ସେହି ଲୋକମାନଙ୍କୁ ନିଶ୍ଚୟ ଦରିଦ୍ରର ସମୁଖୀନ ହେବାକୁ ପଡିଥାଏ। କୁହାଯାଏ ଯେ ମା ଲକ୍ଷ୍ମୀ କେବେବି ମଇଳା ଦାନ୍ତ ଥିବା ବ୍ୟକ୍ତିଙ୍କ ନିକଟକୁ ଆସନ୍ତି ନାହିଁ। ଏଥି ସହିତ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଦାନ୍ତ ସଫା ରଖୁଥିବା ବ୍ୟକ୍ତିଙ୍କ ଉପରେ ରହିଥାଏ।

ଭୋକ ଠାରୁ ଅଧିକ ଭଜନ କରୁଥିବା ବ୍ୟକ୍ତି। ଜୀବନ ଶାସ୍ତ୍ର ଅନୁସାରେ ଭୋକ ଅପେକ୍ଷା ଅଧିକ ଖାଉଥିବା ବ୍ୟକ୍ତି ମଧ୍ୟ ଧନୀ ହୋଇପାରିବେ ନାହିଁ। ମଣିଷକୁ ଦାରିଦ୍ର୍ୟରେ ପରିଣତ କରିଥାଏ ଏବଂ ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି ଜୀବନରେ କେବେବି ସୁଖରେ ରହିପାରନ୍ତି ନାହିଁ।

କଟୁ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି। ମନେ ରଖନ୍ତୁ ଯେଉଁମାନେ ତିକ୍ତ ଶବ୍ଦ ବ୍ୟବହାର କରନ୍ତି ସେମାନେ କଦାପି ଧନୀ ହୋଇପାରନ୍ତି ନାହିଁ। ଯେକୌଣସି ବ୍ୟକ୍ତି ନିଜ ଶବ୍ଦରେ ଅନ୍ୟ ମାନଙ୍କୁ ଆଘାତ କରିଥାନ୍ତି ସେହି ପରି ବ୍ୟକ୍ତିମାନେ ମା ଲକ୍ଷ୍ମୀଙ୍କ କୃପା ପାଇପାରନ୍ତି ନାହିଁ। ଏହା ସହିତ ସେମାନଙ୍କର କୌଣସି ବନ୍ଧୁ ମଧ୍ୟ ହୋଇନଥାନ୍ତି। ଏହିପରି ଲୋକମାନେ ଭଲ ବନ୍ଧୁ ଅପେକ୍ଷା ଅଧିକ ଶତ୍ରୁ ମାନଙ୍କ ଦ୍ୱାରା ଘେରି ହୋଇ ରହିଥାନ୍ତି।

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି। ବନ୍ଧୁଗଣ ଯେଉଁମାନେ ଅଳସୁଆ ଏବଂ ନିଜ ପାଇଁ ପ୍ରଥମେ ଭାବନ୍ତି ସେମାନେ କଦାପି ଧନୀ ହୋଇପାରିବେ ନାହିଁ। ସୁର୍ଯ୍ୟ ଉଦୟରୁ ସୂର୍ଯ୍ୟସ୍ତ ପର୍ଯ୍ୟନ୍ତ ଯେଉଁମାନେ ଶୋଇ ରୁହନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା କେବେବି ରହିନଥାଏ। ବିନା କାରଣରେ ଶୋଇବା ମଣିଷ ମାନଙ୍କ ପାଇଁ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ।

ତେଣୁ ବନ୍ଧୁଗଣ ଏହି ୫ ଜଣ ବ୍ୟକ୍ତିଙ୍କ ବ୍ୟତୀତ ଯେଉଁମାନେ ଅନ୍ୟାୟ ଚତୁରତା କିମ୍ବା ଅସାଧୁତା ଦ୍ୱାରା ଟଙ୍କା ରୋଜଗାର କରିଥାନ୍ତି ତ ଏପରି ଲୋକମାନେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଧନୀ ହୋଇ ରହି ପାରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *