Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘର ସାମ୍ନାରେ ଏହି ଗଛ ରହିଥାଏ, ସେଇଠି ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି ଆଉ ଦାରିଦ୍ର୍ୟତା ଜମାରୁ ବି ପାଖ ମାଡେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ସାଧାରଣତଃ ବୃକ୍ଷଲତା ରହିବା ଦ୍ଵାରା ଆମ ପରିବେଶ ସବୁଜମୟ ଦେଖା ଯାଇଥାଏ। ମଣିଷର ସଂପୂର୍ଣ୍ଣ ଜୀବନ ବୃକ୍ଷଲତା ଉପରେ ହିଁ ନିର୍ଭର କରିଥାଏ।କାରଣ ଜଙ୍ଗଲ ରହିବା ହେତୁ ପ୍ରାଣୀ ଜଗତ ପ୍ରାଣବାୟୁ ଅମ୍ଳଜାନ ନେଉଛନ୍ତି। ଏହାସହିତ ଶୁଦ୍ଧ ପବନ ତଥା ବାୟୁ, ବାତାବରଣକୁ ଶୁଦ୍ଧ ଓ ନିର୍ମଳ କରେ। ବାତାବରଣ ସୁସ୍ଥ ଓ ନିର୍ମଳ ରହିଲେ ମଣିଷର ମନ ମଧ୍ୟ ନିର୍ମଳ ରହିଥାଏ। ବାସ୍ତୁ ଶାସ୍ତ୍ରରେ ବୃକ୍ଷଲତା ଗୁଡ଼ିକର ବହୁତ ମହତ୍ଵ ରହିଛି ବୋଲି ବିବେଚନା କରାଯାଇଛି।

ଶାସ୍ତ୍ର ଅନୁସାରେ, କିଛି ଏଭଳି ବୃକ୍ଷଲତା ଗୁଡ଼ିକ ରହିଛି ଯାହା ଆମ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ଏହି ଗଛକୁ ନିଜ ଘରେ ଲଗାଇବେ ବା ଆପଣଙ୍କ ଘର ପାଖରେ ଏହି ଗଛ ଆପେ ଆପେ ଉଠିଥିବ, ତାହେଲେ ବନ୍ଧୁଗଣ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ ଯେ ଏହା ଘରକୁ ସୁଖଶାନ୍ତି ବା ସମୃଦ୍ଧି ଆସିବାର ଲକ୍ଷଣ ଅଟେ। ଆସନ୍ତୁ ସେହି ଶୁଭ ପ୍ରଦାନ କରୁଥିବା ଗଛ ବିଷୟରେ ଜାଣିବା।

୧/ ତୁଳସୀ ଗଛ –

ହିନ୍ଦୁ ଶାସ୍ତ୍ର ଅନୁସାରେ, ସବୁ ହିନ୍ଦୁ ଲୋକଙ୍କ ଘରେ ତୁଳସୀ ଗଛ ରହିଥାଏ।ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ତୁଳସୀ ପତ୍ର ଅର୍ପଣ କରାଯାଏ। ଏହାସହିତ ତୁଳସୀ ଗଛ ଭଗବାନଙ୍କର ଅତିପ୍ରିୟ ଅଟେ। କୌଣସି ଘରେ ତୁଳସୀ ଗଛ ରହିବା ଦ୍ଵାରା ସେହି ଘର ଧନଧାନ୍ୟରେ ପରିପୂର୍ଣ ହୋଇଯାଏ ଏବଂ ପରିବାର ଲୋକେ ଶାରୀରିକ ଭାବରେ ସୁସ୍ଥ ରହିଥାନ୍ତି। କେବେବି ଆର୍ଥିକ ଅଭାବ ଦେଖା ଦେଇ ନଥାଏ। ତୁଳସୀ ପତ୍ରକୁ ଔଷଧ ରୂପରେ ମଧ୍ୟ ସେବନ କରାଯାଇଥାଏ।

୨/ ବେଲ ଗଛ –

ଯେଉଁ ଘରେ ବେଲ ଗଛ ରହିଥାଏ, ସେହି ଘରର ଲୋକଙ୍କ ଉପରେ ଭଗବାନ ଶିବ ଓ ପାର୍ବତୀଙ୍କ କୃପା ଦୃଷ୍ଟି ରହିଥାଏ।କାରଣ ବେଲପତ୍ର ଭଗବାନ ଶିବଙ୍କର ଅତିପ୍ରିୟ ଅଟେ। ଯେଉଁ ଘରେ ବେଲଗଛ ରହିଥାଏ, ସେହି ଘରର ଲୋକେ ସର୍ବଦା ସୁଖରେ ରହିଥାନ୍ତି। ଏହି ଗଛକୁ ଆପଣ ଗୋଟେ କୁଣ୍ଡରେ ଲଗାଇ ଏହାକୁ ନିଜ ଘରର ଅଗଣାରେ ରଖି ପାରନ୍ତି। ଏହି ଗଛ ବଢିବା ଦ୍ଵାରା ଘରର ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ। ଏହାସହିତ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।

୩/ ଲେମ୍ବୁ ଗଛ –

ସାଧାରଣତଃ ତନ୍ତ୍ର ମନ୍ତ୍ରରୁ ବଞ୍ଚିତ ହେବା ପାଇଁ ଲେମ୍ବୁ ବ୍ୟବହାର କରାଯାଇଥାଏ। ଯେଉଁ ଘରେ ଲେମ୍ବୁ ଗଛ ରହିଥାଏ, ସେହି ଘରକୁ କେବେବି ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ଲେମ୍ବୁକୁ ଚିପୁଡି ଏହାର ସରବତ କରି ମଧ୍ୟ ପିଆ ଯାଇଥାଏ, ଏହାଦ୍ବାରା ପେଟ ଥଣ୍ଡା ହୋଇଥାଏ। ଘରେ ବା ଦୋକାନରେ ଲେମ୍ବୁ ମାଳ ଟାଙ୍ଗିଲେ, ଖରାପ ନଜର ଲାଗି ନଥାଏ ତଥା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ।

ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *