Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କା ବର୍ଷା କରୁଥିବା ଗଛ,ଘର ପାଖରେ ଅଛି ଯଦି କରନ୍ତୁ ଏହି ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଟଙ୍କା ବର୍ଷା କରୁଥିବା ଗଛ। ଘର ପାଖରେ ଅଛି କରନ୍ତୁ ଏହି ଉପାୟ।

ବନ୍ଧୁଗଣ ଆସନ୍ତୁ ଜାଣିବା ଅଶ୍ୱସ୍ତ ଗଛ ବା ଅସ୍ତ ଗଛର ବିଷୟରେ। ତାର ମହିମା ତାର ଦୈବୀ ଗୁଣ ବିଷୟରେ ଏବଂ ପୂଜା କରିବାର ବିଧି ବିଧାନ ବିଷୟରେ ଏବଂ କିପରି ତାହାକୁ ପୂଜା କଲେ ଏବଂ କେଉଁ ଦିନ ପୂଜା କଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ଘରେ ଧନ ଧାନ୍ୟ ପ୍ରାପ୍ତି ହୋଇଥାଏ। ଏହି ବିଷୟରେ ଆସନ୍ତୁ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଅସ୍ତ ଗଛ କୁ ଅନେକ ଲୋକ ଭୟ କରିଥାନ୍ତି। ଏମିତିକି କେହି କେହି କୁହନ୍ତି କି ଅସ୍ତ ଗଛରେ ଭୁତ ପ୍ରେତ ପିଶାଚ ରହିଥାନ୍ତି। ଗଛ ମୂଳକୁ ଯିବା କ୍ଷତି କାରକ ହୋଇଥାଏ। ତ ଆହୁରି ଅନେକ ଲୋକ ଏହି ଗଛକୁ ପୂଜା ମଧ୍ୟ କରିଥାନ୍ତି। ଧୂପ ଦୀପ ଏବଂ ଅସ୍ତ ଗଛର ପରିକ୍ରମା ମଧ୍ୟ କରିଥାନ୍ତି। ଘର ଦୁକାନ ଅଫିସରେ ଏହି ଗଛ ଥିଲେ ଗଛକୁ କାଟିବାକୁ ମଧ୍ୟ ଅନେକ ଭୟ କରିଥାନ୍ତି। ତ କାହିଁକି ଏହି ଗଛ କଟା ଯାଏନାହିଁ। ଏହି ଗଛକୁ କାହିଁକି ପୂଜା କରାଯାଏ। ପୂଜା କରିବାରେ କଣ ଫଳ ମିଳିଥାଏ। ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆସନ୍ତୁ ଜାଣିବେ।

ପ୍ରଥମେ ଆସନ୍ତୁ ଜାଣିବା ଏହି ଅସ୍ତ ଗଛକୁ କାହିଁକି ଲୋକେ ଭୟ କରିଥାନ୍ତି।

ଏହି ଗଛକୁ କେବଳ ଶନିବାର ଦିନ ବ୍ୟତୀତ ଅନ୍ୟ କୌଣସି ବାରରେ ଛୁଇଁବା ଉଚିତ ହୋଇନଥାଏ। ବିଶେଷ କରି ରବିବାର ଦିନ ଆଦୌ ଏହି ଗଛକୁ ଛୁଇଁବା ଅନୁଚିତ ଅଟେ। କାରଣ ଏହି ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି ଏବଂ ତାଙ୍କର ପ୍ରଭାବ ରବିବାର ଦିନ ଅଧିକ ଥାଏ। ତେଣୁ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଅସ୍ତ ଗଛକୁ ରାତି ସମୟରେ କିମ୍ବା ରବିବାର ଦିନ ଛୁଇଁବା ଅନୁଚିତ ଅଟେ। କାରଣ ଛୁଇଁବା ଦ୍ୱାରା ବହୁତ କ୍ଷତି ହୋଇଥାଏ। ଏଣୁ ପୂର୍ବ ପୁରୁଷ ଏବଂ ପୁରୁଣା ଲୋକମାନେ ଏହି କଥା କହିଥାନ୍ତି ଅସ୍ତ ଗଛ ପାଖକୁ ଯିବା ଠିକ ନୁହେଁ।

ଏବେ ଆସନ୍ତୁ ଜାଣିବା ଅସ୍ତ ଗଛକୁ କେଉଁ ଦିନ ଆଉ କିପରି ପୂଜା କରିବା ଦ୍ୱାରା କଣ ଫଳ ମିଳିଥାଏ।

ଧର୍ମ ଶାସ୍ତ୍ରରେ ଏବଂ ଭଗବତ ଗୀତାରେ ଏହା ବର୍ଣ୍ଣିତ ଅଛି କି ଅସ୍ତ ଗଛ ମୂଳରେ ବ୍ରହ୍ମା, ଦେହରେ ଭଗବାନ ବିଷ୍ଣୁ ଏବଂ ଶାଖା ମାନଙ୍କରେ ଭଗବାନ ଶିବ ବାସ କରିଥାନ୍ତି ଏବଂ ପତ୍ର ମାନଙ୍କରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି। ବିଶେଷ କରି ଶନିବାର ଦିନ ଏହି ଏହି ଗଛରେ ଭଗବାନ ଶନିଦେବ ବାସ କରିଥାନ୍ତି ଏବଂ ଶନିବାର ଦିନ ସୁର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଲକ୍ଷ୍ମୀ ନାରାୟଣ ସାକ୍ଷତ ବାସ କରିଥାନ୍ତି। ଏହି ଶନିବାର ଦିନ ଏହି ଗଛକୁ ପୂଜା କରିବାର ଅର୍ଥ ସାକ୍ଷତ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ପ୍ରତିଦିନ ଅସ୍ତ ଗଛକୁ ପୂଜା କଲେ ସମସ୍ତ ଦେବା ଦେବୀ ମାନଙ୍କର କୃପା ମିଳିଥାଏ। କୁହାଯାଏ କି ଭଗବାନ ବୁଦ୍ଧ ଏହି ଅସ୍ତ ଗଛ ମୂଳରେ ବସି ଧ୍ୟାନ କରିଥିଲେ ଏବଂ ତାଙ୍କୁ ଜ୍ଞାନ ଏବଂ ଦେବତ୍ୱ ପ୍ରାପ୍ତି ହୋଇଥିଲା। ତେଣୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି କେବେବି ଅସ୍ତ ଗଛକୁ କାଟିବା ଉଚିତ ନୁହେଁ। ଏହା କଲେ ମହାପାପ ଲାଗିଥାଏ। ସେହି ଲୋକ ଅକାଳ ମୃତ୍ୟୁ ବରଣ କରିଥାଏ।

ଯଦି ସେତିକି ଆବଶ୍ୟକ ପଡେ ତେବେ ପଣ୍ଡିତଙ୍କୁ ଡାକି ହୋମ ଯଜ୍ଞ କରି ଅଲଗା କୌଣସି ସ୍ଥାନରେ ଅସ୍ତ ଗଛ ଲଗାଇବା ପରେ ଅଫିସ କିମ୍ବା ଦୁକାନରେ ଅସ୍ତ ଗଛକୁ କଟା ଯାଇ ପାରିବ। ଆପଣ ଏହି ଅସ୍ତ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କରି ଅସ୍ତ ଗଛ ମୂଳରେ ଚାରି ପଟେ ପରିକ୍ରମା କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ରୋଗ ଋଣ ଶତ୍ରୁ ନାଶ ହୋଇଥାଏ। ଧନର ବୃଦ୍ଧି ଘଟିଥାଏ। ଜୀବନରେ ଉନ୍ନତି ଆସିଥାଏ। ବିଶେଷ କରି ଶନିବାର ଦିନ ଏହି ଅସ୍ତ ଗଛକୁ ପୂଜା କରିବା ଦ୍ୱାରା ଶନିଦେବ ଏବଂ ଭଗବାନ ଲକ୍ଷ୍ମୀ ନାରାୟଣଙ୍କର କୃପା ମିଳିଥାଏ। ଏହି ଏହି ଶନିବାରେ ଅମାବାସ୍ୟା ଥିଲେ ଶନିଦେବଙ୍କର ଅନେକ କୃପା ମିଳିଥାଏ ଏବଂ ପୂର୍ଣ୍ଣିମା ଥିଲେ ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ। କାହାରି ଶନି ଦୋଷା ମହା ଦୋଷା ଚାଲୁଥିଲେ ଶନିବାର ଦିନ ସୋରିଷ ତେଲର ମାଟି ଦୀପଟିଏ ଜାଳନ୍ତୁ ଏବଂ ରାଶି କିଛି ଏହି ଗଛରେ ଅର୍ପଣ କରନ୍ତୁ। ଏମିତି ବିଧି କଲେ ଭଗବାନ ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ତାହାର ସମସ୍ତ ଦୁଃଖ ଦୂର ହୋଇଥାଏ। ଧନ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।

ବର୍ଷ ସାରା ସୋରିଷ ତେଲର ଦୀପ ଜାଳି ପାରିବେ। କିନ୍ତୁ କାର୍ତ୍ତିକ ମାସରେ ଘିଅର ଦୀପ ଜାଳିବା ଉଚିତ ହୋଇଥାଏ। କାରଣ କାର୍ତିକ ମାସରେ ଏହି ଗଛ ମୂଳରେ ଘିଅର ଦୀପ ଜାଳିଲେ ଭଗବାନ ଶ୍ରୀ ବିଷ୍ଣୁଙ୍କର କୃପା ପ୍ରାପ୍ତ ହୋଇଥାଏ। ଧନ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ଅମାବାସ୍ୟା ତିଥିରେ ଏହି ଅସ୍ତ ଗଛ ମୂଳରେ ୧୦୮ ଥର ପରିକ୍ରମା କରନ୍ତି ତେବେ ଅନେକ ପ୍ରକାରର କୃପା ମିଳିଥାଏ। ସମସ୍ତ ସମସ୍ୟା ମାନ ଦୂର ହୋଇଥାଏ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ପୂର୍ଣ୍ଣିମା ଦିନ ଯଦି ଏହି ଗଛ ମୂଳରେ ଫୁଲ ଫଳ ଧୂପ ଦୀପ ନୈବେଦ୍ୟ ସହିତ ଏହି ଗଛ ମୂଳରେ ଜଳ ଅର୍ପଣ କରନ୍ତି ତେବେ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତି ହୋଇଥାଏ। ଯାହା ଦ୍ୱାରା ଘରେ ଧନ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହି ଗଛ ମୂଳରେ ଗାଈ କ୍ଷୀର ଗଙ୍ଗା ଜଳ ବା ଶୁଦ୍ଧ ଜଳ ଅର୍ପଣ କରିବା ଉଚିତ। ଚନ୍ଦନର ଟୀକା ଦେବା ଉଚିତ। ନୈବେଦ୍ୟ ରୂପେ ଫଳ ଏବଂ ମିଠା ଭୋଗ ଲଗାଇ ପାରିବେ।

ଅରୁଆ ଚାଉଳ ଦେଇ ପୂଜା କଲେ ଶନିଦେବଙ୍କ ସହିତ ଭଗବାନ ଲକ୍ଷ୍ମୀ ନାରାୟଣଙ୍କର କୃପା ପ୍ରାପ୍ତି ହୋଇଥାଏ। ତା ସହିତ କିଛି ଦକ୍ଷିଣା ମଧ୍ୟ ସେହି ଗଛ ମୂଳରେ ରଖିପାରିବେ। ଅସ୍ତ ଗଛ ମୂଳରେ ଧୂପ ଦୀପ ଦେଇ ପୂଜା କଲେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ କିନ୍ତୁ ଏହା ଜାଣି ରଖିବା ଉଚିତ କି ସନ୍ଧ୍ୟା ପରେ ଅସ୍ତ ଗଛ ମୂଳକ ଯିବା ଉଚିତ ନୁହେଁ କିମ୍ବା ରବିବାର ଦିନ ଅସ୍ତ ଗଛ ମୂଳକୁ ଯିବା ଉଚିତ ହୋଇନଥାଏ କାରଣ ଅଲକ୍ଷ୍ମୀ ରବିବାର ଦିନ ବାସ କରିଥାନ୍ତି। ଯାହା ଦ୍ୱାରା ଘରେ ଦାରିଦ୍ର୍ୟତା ଏବଂ ଅଶାନ୍ତି ବୃଦ୍ଧି ପାଇଥାଏ।

ଶନିବାର ଦିନ ଯଦି ଏକ ଲୋଟା ପାଣିରେ କିଛି ଚିନି ଗୁଡ଼ କିଛି ବୁନ୍ଦା ସୋରିଷ ତେଲ ଏବଂ କିଛି ରାଶି ଅସ୍ତ ଗଛ ମୂଳରେ ଅର୍ପଣ କରନ୍ତି ଏବଂ ଅର୍ପଣ କରିବା ପରେ ସେହି ଗଛର ଏକ ପତ୍ରଟିଏ ଆଣି ପାଖରେ ରଖନ୍ତି ଯେପରିକି ସିନ୍ଦୁକ ପଇସା ରଖୁଥିବା ସ୍ଥାନରେ ରଖନ୍ତି ତେବେ ଘରେ ଧନର ବର୍ଷା ହୋଇଥାଏ ଏବଂ ଧନର ଅଭାବ କେବେବି ଦେଖା ଦେଇନଥାଏ।

ଯେଉଁମାନେ ଚାକିରୀ ପାଇଁ ପ୍ରସ୍ତୁତ ହେଉଥାନ୍ତି ସେମାନେ ଅସ୍ତ ଗଛ ମୂଳରେ ଦୀପଟିଏ ଲଗାଇ ଧଳା ରଙ୍ଗର ପତାକା ଟିଏ ଲଗାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କୁ ସଫଳତା ନିଶ୍ଚୟ ମିଳିଥାଏ।

ଯଦି ଆପଣଙ୍କର ଶତ୍ରୁ ବଢିଯାନ୍ତି ଏବଂ କଳହ ଝଗଡା ଲାଗି ରହିଥାଏ ତ ଶତ୍ରୁ ମାନଙ୍କର ନାମ ଉଚାରଣ କରି ଯେତିକି ଶତ୍ରୁ ସେତିକିଟି ଲେମ୍ବୁ ଅସ୍ତ ଗଛ ମୂଳରେ ରଖି ଦେଇ ପରିକ୍ରମା କରି ଆସନ୍ତୁ ଏବଂ ଏହା କୁହନ୍ତୁ କି ମୁଁ ଏଠି ମୋର ଶତ୍ରୁ ମାନଙ୍କୁ ଛାଡିକି ଚାଲି ଯାଉଛି ଏମାନଙ୍କ ଠାରୁ ମତେ ମୁକ୍ତି ଦିଅନ୍ତୁ।

ଯଦି ଶନିଦୋଷା ଅତ୍ୟନ୍ତ କଷ୍ଟ ଦେଉଥାଏ ତେବେ କିଛି ସୁଜି ଏବଂ କିଛି ରାଶିକୁ ଘିଅରେ ଭାଜି ତାକୁ ଏକ ନଡିଆର ସଢ଼ୁଆରେ ପୁରାଇ ଅସ୍ତ ଗଛ ମୂଳରେ ଖୋଳି ପୋତି ଦିଅନ୍ତୁ। ଦେଖିବେ ଶନିଦୋଷା ଜନିତ କଷ୍ଟ ଦୂର ହୋଇଯିବ।

ଅସ୍ତ୍ର ଗଛରେ ଶନିବାର ଦିନ ସୋରିଷ ତେଲ କିମ୍ବା ରାଶି ତେଲ ଅର୍ପଣ କଲେ ଥାନା ଫାଣ୍ଡିର ମାମଲା ଚାଲୁଥିଲେ ସେଥିରେ ଶୀଘ୍ର ସମାଧାନ ହୋଇଥାଏ।

ଅସ୍ତ ଗଛ ମୂଳ ଚାରି ପାଖରେ ଇଟା କିମ୍ବା ପଥରର ଚାନ୍ଦିନୀ କଲେ ବା ଚାନ୍ଦିନୀ ଥିଲେ ତାକୁ ପ୍ଲାଷ୍ଟର କିମ୍ବା ଟାଇଲ ମାର୍ବଲ ଲଗାଇଲେ ନିଜ ଘରର ନିର୍ମାଣ ବହୁତ ଶୀଘ୍ର ହୋଇଥାଏ କିନ୍ତୁ ଭୁଲରେ ବି ସେ ଚାନ୍ଦିନୀରେ ନିଜ ନାମ କି ଆଉ କାହାର ନାମ ଲେଖନ୍ତୁ ନାହିଁ। ଆଉ ନିଜର ଦାନକୁ ଗୁପ୍ତ ରଖନ୍ତୁ। ନିଜର ଦାନ ବିଷୟରେ କାହା ଆଗରେ ପ୍ରକାଶ କଲେ ବିଫଳ ହୋଇଥାଏ।

ନିଜର ଜନ୍ମ ଦିନ ମାନଙ୍କରେ ଯଦି ଅସ୍ତ ଗଛଟିଏ କୌଣସି ସ୍ଥାନରେ ଲଗାନ୍ତି ତେବେ ଅନେକ ସୁଫଳ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *