ଜୀବନର ଏହି ୫ଟି ଗୁପ୍ତ କଥା କାହାକୁ ବି ଭୁଲରେ କୁହନ୍ତୁ ନାହିଁ ! ନହେଲେ …
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜୀବନରେ ଏହି୫ ଗୁପ୍ତ କଥା କାହାକୁ ବି କୁହନ୍ତୁ ନାହିଁ।
ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ନୀତି। ପ୍ରାଚୀନ କାଳରେ ବିଦ୍ୱାନ ମାନଙ୍କ ନୀତିବାଣୀରେ ମାନବ ଭଲ ମାର୍ଗ ଦର୍ଶନ କରିଥାନ୍ତି। କିଛି ବିଦ୍ୱାନ ନିଜର ବୁଦ୍ଧି ବିଚାର ଦ୍ୱାରା ମାନବ ଜାତିକୁ ଉଚିତ ଶିକ୍ଷା ଦେଇ ଯାଇଛନ୍ତି। ଆଜି କିନ୍ତୁ ସେହି ବିଦ୍ୱାନ ମାନେ ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କର କହିଯାଇଥିବା ନୀତିବାଣୀ ଆଦର୍ଶ ଆଜିବି ଭାରତର ଇତିହାସରେ ଲେଖାଅଛି। ସେମାନଙ୍କ ମଧ୍ୟରୁ ଜଣେ ଜ୍ଞାନୀ ବିଦ୍ୱାନ ଥିଲେ ସେ ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ସେ ଜଣେ ବଡ ବିଦ୍ୱାନ ହେବା ସହିତ ଜଣେ ନୀତିକାର ମଧ୍ୟ ଅଟନ୍ତି। ଜୀବନକୁ କିପରି ସୁଖମୟ ଭାବରେ ଅତିବାହିତ କରିବାର ଅଛି ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିବାଣୀରେ ଉଲ୍ଲେଖ କରି ଯାଇଛନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତିବାଣୀ ବିଷୟରେ ଜଣେଇବୁ।
ପ୍ରଥମ କଥା। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିବାଣୀ ମତରେ ପ୍ରତ୍ୟକ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହା ସବୁଠାରୁ ଗୁପ୍ତ କଥା ହୋଇଥାଏ। ଏହି ସମ୍ପର୍କକୁ ଆପଣ ଭୁଲରେ ବି ଅନ୍ୟ କାହା ସହ ସେୟାର କରିବା ଉଚିତ ନୁହେଁ। ଏହି କଥା ପତି ପତ୍ନୀଙ୍କ ମଧ୍ୟରେ ସୀମିତ ରହିବା ଉଚିତ। ଯାହା ଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ। ସେଥିପାଇଁ ଏହି କଥା ପ୍ରତି ଧ୍ୟାନ ନିଶ୍ଚୟ ଦେବା ଉଚିତ।
ଦ୍ୱିତୀୟ କଥା। କୁହାଯାଏ ଯେ ବ୍ୟକ୍ତିକୁ କେବେବି ନିଜର ବୟସ ସୀମା ଅନ୍ୟ କାହା ସହିତ ସେୟାର କରିବା ଉଚିତ ନୁହେଁ। ଏହାକୁ ମଧ୍ୟ ନିଜ ମନ ଭିତରେ ଗୁପ୍ତ ରଖିବା ଉଚିତ। ଏହି କଥା ଆପଣଙ୍କ ଶତ୍ରୁ ମାନେ ଜାଣିବା ପରେ ସେମାନେ ଆପଣଙ୍କର ଫାଇଦା ଉଠାଇ ପାରନ୍ତି। ସେଥିପାଇଁ ଏହି କଥା ମଧ୍ୟ ନିଶ୍ଚୟ ଗୁପ୍ତ ରଖିବା ଉଚିତ।
ତୃତୀୟ କଥା। ଆଜିବି ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଘରର କଥା ବନ୍ଧୁ ପରିଜନଙ୍କ ସହ ଏବଂ ବାହାର କିଛି ଲୋକଙ୍କ ସହ ସେୟାର କରିଥାନ୍ତି ଯାହାର ଫାଇଦା ଅନ୍ୟ ମାନେ ଉଠାଇ ଥାନ୍ତି। ଯେବେ ଆପଣଙ୍କର ଅନ୍ୟ ସହ କୌଣସି କାରଣରୁ ବିବାଦ ହୋଇଥାଏ ସେହି ସମୟରେ ସେମାନେ ଆପଣଙ୍କର ଘର କଥା ଉଠାଇଥାନ୍ତି ତେଣୁ ନିଜ ଘରର କଥା ଅନ୍ୟ କାହା ଆଗରେ ପ୍ରକାଶ କରିବା ଅନୁଚିତ।
ଚତୁର୍ଥ କଥା। ଟଙ୍କା ପଇସା ବିଷୟରେ ଅନ୍ୟ କାହାକୁ କହିବା ଉଚିତ ନୁହେଁ। କାରଣ ଟଙ୍କାର ଲୋଭ ସବୁ ବ୍ୟକ୍ତିଙ୍କ ପାଖରେ ରହିଥାଏ। ଏପରି କରିବା ଦ୍ୱାରା ଆପଣଙ୍କର ଫାଇଦା ଉଠାଇଥାନ୍ତି।
ପଞ୍ଚମ କଥା। ମାନ୍ୟତା ଅନୁସାରେ ଦାନ ଧର୍ମ କଲେ ପୁଣ୍ୟ ମିଳିଥାଏ। ଯେଉଁ ବ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ ଦାନ କରୁଥାଏ ତାହାର ଫଳ ସେ କେବେବି ପାଏନାହିଁ। କେବେବି ନିଜ ଦାନ ପ୍ରକାଶ କରି କରନ୍ତୁ ନାହିଁ।
ପ୍ରତ୍ୟକ ବ୍ୟକ୍ତି ଭଗବାନଙ୍କର ପୂଜା କରିବା ସମୟରେ ମନ୍ତ୍ର ପାଠ କରିଥାନ୍ତି କିନ୍ତୁ କେବେବି ଆପଣ ଭୁଲରେ ବି ଜପ କରୁଥିବା ମନ୍ତ୍ର ଅନ୍ୟ ଆଗରେ କହିବା ଅନୁଚିତ। ନିଜର ମାନ ସମ୍ମାନ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ।