Excuse Me Odisha

ଯାହା କହିବୁ ସତ କହିବୁ

ଏହି ବ୍ରତ କରିବା ଦ୍ଵାରା ଋଣ ତଥା କରଜ ସମସ୍ୟାରୁ ମୁକ୍ତି ମିଳିଥାଏ, ୨୦୨୨ ରେ କେବଳ ଗୋଟିଏ ଦିନରେ ବନିବାକୁ ଯାଉଛି ଏହି ଶୁଭ ସଂଯୋଗ। ଜାଣନ୍ତୁ କେବେ !

ସେୟାର୍ କରନ୍ତୁ

ଶିବ ପୁରାଣ ଅନୁସାରେ, ଶୁକ୍ଳ ପକ୍ଷ ଚତୁର୍ଥୀରେ ଦ୍ୱିପ୍ରହର ସମୟରେ ଭଗବାନ ଗଣେଶଙ୍କର ଜନ୍ମ ହୋଇଥିଲା। ତେଣୁ ଏହି ଚତୁର୍ଦ୍ଦଶୀ ତିଥି ସବୁଠାରୁ ଶୁଭ ହୋଇଥାଏ।

– ଘର ଲୋକଙ୍କ ସ୍ବାସ୍ଥ୍ୟରେ ହୋଇଥାଏ ଉନ୍ନତି।

– ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ଅନୁସାରେ ଏହି ବ୍ରତ ଶୁଭ ମାନା ଯାଇଥାଏ।

– ୨୦୨୨ ମସିହାରେ କେବଳ ଥରେ ହିଁ ବନିବାକୁ ଯାଉଛି।

ପ୍ରତ୍ୟେକ ମାସ ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଗଣେଶ ଚତୁର୍ଥୀ ବ୍ରତ ବା ବିନାୟକ ଚତୁର୍ଥୀ ବ୍ରତ କରାଯାଇଥାଏ। ଯଦି ବିନାୟକ ଚତୁର୍ଥୀ ମଙ୍ଗଳବାର ଦିନ ପଡେ, ତାହେଲେ ଏହାକୁ ଅଙ୍ଗାରକ ଚତୁର୍ଥୀ ବୋଲି କୁହାଯାଇଥାଏ। ଡିସେମ୍ବର ମାସ ୭ ତାରିଖ ଅର୍ଥାତ ଆଜିର ଦିନରେ ଅଙ୍ଗାରକ ଚତୁର୍ଥୀର ଶୁଭ ସଂଯୋଗ ବନିବାକୁ ଯାଉଛି। ଏହାସହିତ ୨୦୨୨ ମସିହାରେ ଏଭଳି ଶୁଭ ସଂଯୋଗ ଏପ୍ରିଲ ମାସ ୫ ତାରିଖ ଦିନ ବନିବାକୁ ଯାଉଛି।

ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଇଥାଏ।ଶିବ ପୁରାଣ ଅନୁସାରେ, ଶୁକ୍ଳ ପକ୍ଷ ଚତୁର୍ଥୀରେ ଦ୍ୱିପ୍ରହର ସମୟରେ ଭଗବାନ ଗଣେଶଙ୍କର ଜନ୍ମ ହୋଇଥିଲା। ତେଣୁ ଏହି ଚତୁର୍ଦ୍ଦଶୀ ତିଥିକୁ ସବୁଠାରୁ ଶୁଭ ମାନା ଯାଇଥାଏ। ଭଗବାନ ଗଣେଶଙ୍କ ଜନ୍ମ ଦ୍ଵାରା ସଂସାରରେ ଶୁଭତା ଆସିଲା। ଋଣରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ଏହି ଅଙ୍ଗାରକ ଚତୁର୍ଥୀ ବ୍ରତ କରି ଭଗବାନ ଗଣେଶଙ୍କୁ ପୂଜା କରିବା ଆବଶ୍ୟକ।

ମଙ୍ଗଳ ଗ୍ରହର ହୋଇଥାଏ ପୂଜା –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ମଧ୍ୟରେ ମଙ୍ଗଳ ସେନାପତି ଅଟନ୍ତି। ମେଷ ଓ ବିଛା ରାଶିର ସ୍ବାମୀ ହେଉଛନ୍ତି ମଙ୍ଗଳ। ଅଙ୍ଗାରକ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସହିତ ମଙ୍ଗଳ ଗ୍ରହର ମଧ୍ୟ ପୂଜା କରନ୍ତୁ। ଶିବଲିଙ୍ଗ ରୂପରେ ମଙ୍ଗଳ ଗ୍ରହକୁ ଜଳ ଅର୍ପଣ କରି, ଲାଲ ଫୁଲ, ସିନ୍ଦୁର ଦେଇ ପୂଜା କରନ୍ତୁ। ଏହାପରେ ” ଓଁ ଅଂ ଅଙ୍ଗାରକାୟ ନମଃ ” ମନ୍ତ୍ର ୧୦୮ ଥର ଜପ କରନ୍ତୁ।

ବିନାୟକ ଚତୁର୍ଥୀ ଦିନ କରନ୍ତୁ ଏହି ଉପାୟ –

ବିନାୟକ ଚତୁର୍ଥୀ ବା ଅଙ୍ଗାରକ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ହଳଦୀ ପାଣିରେ ସ୍ନାନ କରାଇ ପୂଜା ଘରେ ରଖନ୍ତୁ। ଏହାପରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରନ୍ତି। ଆପଣ ଗାଈର ଗୋବରରେ ମଧ୍ୟ ଗଣେଶ ମୂର୍ତ୍ତି ତିଆରି କରି ପାରିବେ। ଏଭଳି କରିବା ଦ୍ଵାରା ପରିବାରରେ ସୁଖଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ। ପରିବାର ଲୋକେ ପରସ୍ପର ସହିତ ହସଖୁସିରେ ସମୟ ଅତିବାହିତ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *