ଭୁଲରେ ବି ଏହି ଜିନିଷ ଦାନ କରନ୍ତୁ ନାହିଁ। ନହେଲେ ହୋଇଯିବେ ବର୍ବାଦ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭୁଲରେ ବି ଏହି ଜିନିଷର ଦାନ କରନ୍ତୁ ନାହିଁ। ନହେଲେ ହୋଇଯିବେ ବର୍ବାଦ।
ବନ୍ଧୁଗଣ ଦାନ କରିବା ଭଲ ଅଟେ ଏବଂ ପ୍ରତ୍ୟକ ବ୍ୟକ୍ତିଙ୍କୁ ଦାନ କରିବା ପାଇଁ ଆମେ ପ୍ରେରିତ କରିଥାଉ। ଦାନ କରିବା ଦ୍ୱାରା ପୁଣ୍ୟର ପ୍ରାପ୍ତି ହୋଇଥାଏ। ଏହା ସହ ଭୁଲ ବସତ ହୋଇଥିବା ପାପ ଭୁଲ ଖରାପ କର୍ମ ସବୁ ନଷ୍ଟ ହୋଇଯାଏ। ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସମସ୍ତ ସମସ୍ୟାର ମୁକ୍ତି ମିଳିଥାଏ। କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଭୁଲରେ ବି ଦାନ କରିବା ଉଚିତ ନୁହେଁ। ଏହି ଜିନିଷ ଦାନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ତ ନଷ୍ଟ ହୋଇଥାଏ ଏହା ସହିତ ଆମକୁ କେତେକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଏଣୁ ବନ୍ଧୁଗଣ ଦାନ ଦେବା ଶୁଭ ମନାଯାଏ କିନ୍ତୁ ଅଜାଣତରେ କିଛି ଜିନିଷ ଥାଏ ଯାହାକୁ ଦାନ କରିବା ଦ୍ୱାରା ସେ ଜିନିଷ ସହ ମା ଲକ୍ଷ୍ମୀଙ୍କୁ ମଧ୍ୟ ଘରୁ ନେଇକି ଚାଲିଯାଇଥାଏ। ଆମକୁ ସେହି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।
ତେବେ ଏବେ କଥା ହେବା କଣ ସେହି ଜିନିଷ।
ଝାଡୁ। ଝାଡୁକୁ କେବେବି ଦାନ କରିବା କଥା ନୁହେଁ। କାରଣ ଝାଡୁ ମା ଲକ୍ଷ୍ମୀଙ୍କ ସୂଚକ ମନାଯାଇଥାଏ। ଝାଡୁକୁ ଦାନ କରିବା ଦ୍ୱାରା ଘରେ ଧନ କେବେବି ରହିନଥାଏ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଠାକୁରାଣୀ ତ ରାଗିଥାନ୍ତି ଏହା ସହିତ ଆମେ ଯେଉଁ ବ୍ୟକ୍ତିଙ୍କୁ ଦାନ ଦେଇଥାଉ ଆମ ଆଗରେ ମା ଲକ୍ଷ୍ମୀ ତାଙ୍କ ଘରକୁ ଚାଲିଯାଇଥାନ୍ତି କିନ୍ତୁ ଗୋଟେ ଅପବାଦ ରହିଛି ଯଦି ଆପଣ ଝାଡୁର ଦାନ କରିବାକୁ ଚାହୁଁଛନ୍ତି ତ ଏହାକୁ କେବଳ ମନ୍ଦିରରେ ଦାନ କରିପାରିବେ। କାରଣ ଏପରି ମନାଯାଏ କି ଯେଉଁ ବ୍ୟକ୍ତି ଝାଡୁର ଦାନ ମନ୍ଦିରରେ କରିଥାଏ ତେବେ ତା ଜୀବନରେ କେବେବି କୌଣସି କଷ୍ଟ ରହିନଥାଏ। ଏବଂ ତା ଘରେ ସବୁ କାର୍ଯ୍ୟ ମଙ୍ଗଳମୟ ହୋଇଥାଏ। ତେଣୁ ଝାଡୁର ଦାନ କେବଳ ମନ୍ଦିରରେ କରିବେ। କିନ୍ତୁ କୌଣସି ମନୁଷ୍ୟକୁ ଦାନ କରିବେ ନାହିଁ।
ଷ୍ଟିଲ ଜିନିଷ। ଶାସ୍ତ୍ର ଅନୁସାରେ ଷ୍ଟିଲରେ ନିର୍ମିତ ଜିନିଷ କୌଣସି ବ୍ୟକ୍ତିଙ୍କୁ କରନ୍ତୁ ନାହିଁ। ଆପଣଙ୍କୁ ଧ୍ୟାନ ରଖିବା ଉଚିତ କି ଯେଉଁ ବ୍ୟକ୍ତି ଶନିଦୋଷ ଓ ରାହୁ ଦୋଷରେ ପୀଡିତ ସେମାନେ ଭୁଲରେ ବି ଷ୍ଟିଲ ଜିନିଷର ଦାନ କରନ୍ତୁ ନାହିଁ।ବଏହାର ଦାନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ନଷ୍ଟ ହୋଇଥାଏ ଏବଂ ଆପଣଙ୍କର ସବୁ ମଙ୍ଗଳ କାର୍ଯ୍ୟ ବି ଅମଙ୍ଗଳ ହୋଇଥାଏ। ତେଣୁ ଆପଣ ନିଶ୍ଚୟ ଧ୍ୟାନ ରଖନ୍ତୁ। ଏହା ସହିତ ଭଗବାନ ଶନିଦେବଙ୍କୁ ତେଲ ଅର୍ପଣ କରିବା ବହୁତ ଶୁଭ ହୋଇଥାଏ। କିନ୍ତୁ ଖରାପ ବା ଉପଯୋଗ ହୋଇଥିବା ତେଲ ମାନେ କି ଘରେ ବ୍ୟବହାର କରିଥିବା ତେଲ ଶନିବାର ଦିନ ଯଦି କୌଣସି ବ୍ୟକ୍ତିକୁ ଦାନ କରିଥାନ୍ତି ତେବେ ତାହା ଆପଣଙ୍କ ନିବନରେ କାଙ୍ଗାଳି ଏବଂ ବର୍ବାଦିକୁ ଆମନ୍ତ୍ରଣ କରିଥାଏ। ଏପରି ଦାନ ଆପଣଙ୍କୁ ମାଲାମାଲ କରିନଥାଏ ବରଂ ଶନିଦେବଙ୍କ କୋପର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ତାଜା ଓ ଘରେ ବ୍ୟବହୃତ ନହୋଇଥିବା ତେଲ ହିଁ ଦାନ କରିବା ଉଚିତ।
କୌଣସି ଭୋକିଲାକୁ ତାଜା ଜିନିଷ ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ପୁଣ୍ୟ ମିଳିଥାଏ। ଯଦି କୌଣସି ବ୍ୟକ୍ତି ଭୋକିଲା ଅଛି ଆପଣ ତାକୁ ଭୋଜନ କରାଉଛନ୍ତି ତେବେ ଏହାଠାରୁ ବଡ଼ ପୁଣ୍ୟ କିଛି ନଥାଏ। ଭୋଜନର ଦାନ ଦ୍ୱାରା ବ୍ୟକ୍ତିର ଜୀବନରେ ଅପାର ସଫଳତା ଆସିଥାଏ। କିନ୍ତୁ ସେଇଠି ଯଦି କୌଣସି ବ୍ୟକ୍ତିକୁ ବାସୀ ଖାଦ୍ୟ ଦାନ କରିଥାନ୍ତି ଯେପରିକି କିଛି ଲୋକ ରାତିର ଖାଦ୍ୟ ବା ବାସୀ ଖାଦ୍ୟ ଦାନ କରିଥାନ୍ତି ବା କାହାକୁ ଖୁଆଇଥାନ୍ତି ଏପରି କରିବା ଦ୍ୱାରା ଆପଣଙ୍କ ଘରେ କୋର୍ଟ କଚେରୀ ବିବାଦ ବଢିଯାଇଥାଏ ଏବଂ ଆପଣଙ୍କର ଧନ ଖର୍ଚ୍ଚର ବାଟ ଖୋଲିଯାଇଥାଏ। ଯେଉଁ ବାସୀ ଭୋଜନ ଆପଣ ଖାଇନଥାନ୍ତି ତାକୁ ଯେମିତି ଅନ୍ୟ କାହାକୁ ଦେବେ ଏହା ଏକ ବଡ଼ ଅମଙ୍ଗଳ କାମ ହୋଇଥାଏ। ତେଣୁ କେବେବି କାହାରିକୁ ବାସୀ ଭୋଜନ ଦାନ କରିବେ ନାହିଁ।