Excuse Me Odisha

ଯାହା କହିବୁ ସତ କହିବୁ

ଘରର କେଉଁ ଦିଗରେ ଝରକା ରହିଲେ ମାଡି ଆସିପାରେ ବିପଦ, ଉତ୍ତର ନା ଦକ୍ଷିଣ ? ଜାଣି ରଖନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରାୟତଃ ସବୁ ଲୋକଙ୍କର ନିଜର ଗୋଟେ ଘର କରିବା ପାଇଁ ସ୍ବପ୍ନ ରହିଥାଏ।କିନ୍ତୁ ଘର କରିବା ସମୟରେ କେଉଁ ଦିଗରେ କବାଟ ଝରକା ରହିବା ଆବଶ୍ୟକ ତାହା କେହି ଜାଣି ନଥାନ୍ତି। ଏହାକୁ ନେଇ ଅନେକ ଲୋକେ ସମସ୍ୟାରେ ପଡ଼ି ଯାଇଥାନ୍ତି।ଏହାର ଫଳ ସ୍ୱରୂପ ପରିବାର ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ। ବାସ୍ତୁ ଅନୁସାରେ ଘର ଠିକ ଭାବରେ ନହେଲେ, ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।ଏହାସହିତ ପରିବାର ଲୋକେ ବେମାର ପଡ଼ି ଯାଇଥାନ୍ତି। ଘର ତିଆରି କରୁଥିବା ସମୟରେ ଗୃହର କର୍ତ୍ତାଙ୍କୁ କେଉଁ ଦିଗରେ ଝରକା କରିବା ଉଚିତ, ସେହି ବିଷୟରେ ଭଲଭାବରେ ଜାଣି ନେବା ଆବଶ୍ୟକ ଅଟେ।

ଘରର ଝରକା କରିବା ସମୟରେ ସର୍ବଦା ଉତ୍ତର ଦିଗକୁ ହିଁ ପ୍ରାଥମିକତା ଦେବା ଉଚିତ। ଉତ୍ତର ଦିଗଟି ଧନର ଦେବତା କୁବେର ମହାରାଜଙ୍କ ଦିଗ ବୋଲି ମାନା ଯାଇଥାଏ। ଏହି ଦିଗରେ ଝରକା ତିଆରି କଲେ ଆପଣଙ୍କ ଘର, ଅଫିସ ଉପରେ ଭଗବାନ କୁବେର ମହାରାଜଙ୍କ କୃପାଦୃଷ୍ଟି ପଡ଼ିଥାଏ।ଏହାସହିତ ଘରେ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ। ତେଣୁ ଉତ୍ତର ଦିଗରେ ଝରକା କରିବା ଶୁଭ ଅଟେ।

ଘର ତିଆରି ସମୟରେ ଦକ୍ଷିଣ ଦିଗକୁ ଭୁଲରେ ମଧ୍ୟ ଝରକା କରିବା ଉଚିତ ନୁହେଁ। ଘରର ଝରକା ଦକ୍ଷିଣ ମୁହାଁ ହୋଇ ରହିଲେ, ପରିବାର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଘରେ ସର୍ବଦା ଅଶାନ୍ତି ସୃଷ୍ଟି ହୋଇଥାଏ। ଏହାସହିତ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ପରିବାର ଲୋକେ ପରସ୍ପର ଉପରେ ବିରକ୍ତି ଭାବ ପ୍ରକାଶ କରି ପାରନ୍ତି।

ଦକ୍ଷିଣ ଦିଗକୁ ମୃତ୍ୟୁର ଦେବତା ଯମରାଜଙ୍କ ଦିଗ ବୋଲି ମାନା ଯାଇଥାଏ।ଏହି ଦିଗରେ ଝରକା କଲେ, ବହୁତ ନକରାତ୍ମକ ପ୍ରଭାବ ଘର ଉପରେ ପଡ଼ିଥାଏ। ଏହାସହିତ ପରିବାର ଲୋକଙ୍କ ମଧ୍ୟ ଉତ୍ତମ ତାଳମେଳ ରହେ ନାହିଁ ଏବଂ ସ୍ବାସ୍ଥ୍ୟ ହାନୀ ହୋଇଥାଏ। ତେଣୁ ଘର କରିବା ସମୟରେ ଦକ୍ଷିଣ ଦିଗ ଆଡକୁ ଝରକା କରିବା ଅଶୁଭ ସାବ୍ୟସ୍ତ ହୋଇଥାଏ।

କିନ୍ତୁ ସାଙ୍ଗମାନେ, ଯଦି ଆପଣଙ୍କ ଘର ଦକ୍ଷିଣ ମୁହାଁ ହୋଇ ରହିଛି ଅଥବା ଆପଣଙ୍କ ଘରର ଝରକା ଦକ୍ଷିଣ ଆଡ଼କୁ ମୁହାଁଇ ରହିଛି, ତାହେଲେ ଜାଣି ରଖନ୍ତୁ ନିଶ୍ଚିତ ଭାବରେ ଆପଣଙ୍କ ଘର ଉପରେ ନକାରାତ୍ମକ ଶକ୍ତିର ବିସ୍ତାର ହେବ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ, ଏହି ନକାରାତ୍ମକ ପ୍ରଭାବରୁ ବଞ୍ଚିତ ହେବା ପାଇଁ କିଛି ଉପାୟ ମଧ୍ୟ ରହିଛି। ଯଦି ଆପଣଙ୍କ ଘରର ଝରକା ଦକ୍ଷିଣ ମୁହାଁ ହୋଇ ରହିଛି, ତାହେଲେ ଆପଣ ଝରକାରେ ମୋଟା ପରଦା ଲଗାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ନକାରାତ୍ମକ ଶକ୍ତିର ପ୍ରଭାବ କିଛି ପରିମାଣରେ କମ୍ ହୋଇପାରେ।

କିଛି ଲୋକେ ଘର କରିବା ସମୟରେ ଦ୍ଵନ୍ଦରେ ପଡ଼ି ଯାଇଥାନ୍ତି କି ଘରର ମୁଖ୍ୟ ଦୁଆର ପାଖରେ ଝରକା କରିବା ଉଚିତ କି ନୁହେଁ। ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟ ଦୁଆର ପାଖରେ ଝରକା କରିବା ଶୁଭ ବୋଲି କୁହାଯାଇଛି।କିନ୍ତୁ ଘର କରିବା ସମୟରେ ମୁଖ୍ୟ ଦୁଆର ଦୁଇ ପାର୍ଶ୍ୱରେ ଦୁଇଟି ସମାନ ଆକାରର ଫାଟକ କରିବା ଉଚିତ। ଏପରି କରିବା ଦ୍ୱାରା ଏକ ଚୁମ୍ବକୀୟ ଚକ୍ର ନିର୍ମାଣ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ।

ବେଳେବେଳେ ଗୃହକର୍ତ୍ତା ଘରେ କେତେ ଗୋଟି ଝରକା ରହିବା ଉଚିତ, ଯୁଗ୍ମ ନା ଅଯୁଗ୍ମ, ସେହି ବିଷୟକୁ ନେଇ ଦ୍ବନ୍ଦରେ ପଡି ଯାଇଥାନ୍ତି।କିନ୍ତୁ ବନ୍ଧୁଗଣ ଘରର ଝରକା ସର୍ବଦା ଯୁଗ୍ମ ସଂଖ୍ୟାରେ ରହିବା ଉଚିତ।ଝରକା ଅଯୁଗ୍ମ ସଂଖ୍ୟାରେ ରହିଲେ,ଏହାର କୁପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ।

ଘର କରିବା ସମୟରେ ଅନେକ ଲୋକେ ଅଧିକ ଉତ୍ସାହିତ ହୋଇ ଯାଇଥାନ୍ତି ଏବଂ କେବଳ ଘରର ଡିଜାଇନକୁ ଗୁରୁତ୍ୱ ଦେଇଥାଆନ୍ତି। କିନ୍ତୁ ମନେ ରଖନ୍ତୁ ଘର କରିବା ସମୟରେ ପ୍ରଥମେ ବାସ୍ତୁକୁ ଅଧିକ ଗୁରୁତ୍ବ ଦେବା ଉଚିତ ଆବଶ୍ୟକ। ଏହାଦ୍ୱାରା ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଏବଂ ଆପଣ ହସଖୁସିରେ ଜୀବନ ଅତିବାହିତ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *