Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଦେବଙ୍କୁ ଜଳ ଦେଉଥିବା ଲୋଟାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ଯାହା ଚାହିଁବେ ତାହା ପାଇବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୂର୍ଯ୍ୟଦେବଙ୍କୁ ଜଳ ଦେବା ଲୋଟାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଯାହା ଚାହିଁବେ ତାହା ପାଇବେ।

ବନ୍ଧୁଗଣ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ଲୋଟାରେ ଏହି ଜିନିଷ ପକେଇ ଦିଅନ୍ତୁ ଯାହା ଦ୍ୱାରା କି ଜୀବନରେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଧାର୍ମିକ ଦୃଷ୍ଟିରୁ ମାନିଲେ ପ୍ରତିଦିନ ସକାଳେ ପ୍ରାୟ ସମସ୍ତେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥାନ୍ତି। ତେବେ ଲାଭର କଥା ହେବା ତ ଜାଣିବା କଣ ସେହି ଲାଭ ଏବଂ କଣ ସେହି ଭୁଲ ଯାହା ଆପଣ ଜାଣତ ଏବଂ ଅଜାଣତରେ କରିଦିଅନ୍ତି। ଏହା ବିଷୟରେ ଆସନ୍ତୁ ଜାଣିବା।

ଯଦି ଆପଣଙ୍କ ବିବାହ ହୋଇ ପାରୁନାହିଁ ବା ବୈବାହିକ ଜୀବନରେ କୌଣସି ସମସ୍ୟା ଅଛି ତେବେ ଆପଣ ଲୋଟାରେ ଗୋଟେ ଚୁଟକି ହଳଦୀ ପକେଇ କି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ମନେରଖିବେ ଯେତେବେଳେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତମ୍ବାର ଲୋଟା ବ୍ୟବହାର କରିବେ ଏବଂ ଦୁଇ ହାତରେ ଲୋଟାକୁ ଧରି ଜଳ ଅର୍ପଣ କରିବେ।

ଯଦି ଆପଣ ଜୀବନରେ ଧନ ସମ୍ପତ୍ତି ସୁଖ ସମୃଦ୍ଧିର ଆଶା କରୁଛନ୍ତି ତେବେ ଆପଣ ଲୋଟାରେ ଗୋଟେ ରୁ ଦୁଇଟି କେଶର ପାଖୁଡା ଜଳରେ ପକେଇ କି ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ। ମନେରଖିବେ ଯେତେବେଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ଜଳ ଯେମିତି ଆପଣଙ୍କ ପାଦକୁ ସ୍ପର୍ଶ ନକରେ।

ଏବେ ଆସନ୍ତୁ ଜାଣିବା ଅକ୍ଷତ ବିଷୟରେ।

ଅକ୍ଷତ ମାନେ ଯେଉଁ ଚାଉଳ ଭାଙ୍ଗି ନଥିବ। ଯେଉଁମାନେ ସୂର୍ଯ୍ୟଦେବଙ୍କୁ ଅକ୍ଷତ ପକେଇ ଜଳ ଅର୍ପଣ କରନ୍ତି। ଜୀବନରେ ପୁଣ୍ୟ ମିଳିଥାଏ। ତା ସହିତ ଅନ୍ନ ଓ ଧନର ସମସ୍ୟା କେବେବି ଜୀବନରେ ଆସିନଥାଏ।

ଏବେ ଆସନ୍ତୁ ଜାଣିବା ଲଙ୍କା ବିଷୟରେ।

କଣ ପାଇଁ ଆମେ ଲଙ୍କା ଦେଇକି ଭଗବାନଙ୍କୁ ଜଳ ଦେବା। ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ପଇସା ନେଇକି ବସିଯାଏ ଆପଣଙ୍କ ପଇସା ଆପଣଙ୍କୁ ହିଁ ଦେଇନଥାଏ ବାରମ୍ବାର ସମୟ ଆଗକୁ ବଢ଼ାଉ ଥାଏ ତେବେ ଏଥିରେ ଆପଣ ଶୁଖିଲା ଲଙ୍କାର ୧୧ ଦାନା ଲୋଟାରେ ପକେଇକି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ଲଗାତାର ୨୧ ରୁ ୨୭ ଥର ଏହିପରି କରନ୍ତୁ ଏବଂ ଏହାର ଆରମ୍ଭ ରବିବାର ଦିନ ଠାରୁ କରନ୍ତୁ। ନିଶ୍ଚୟ ଏହାର ଫଳ ଦେଖିପାରିବେ।

ଏବେ ଆସନ୍ତୁ ଜାଣିବା କଳା ରାଶି ବିଷୟରେ।

ଯଦି ଶତ୍ରୁ ବିରୋଧୀ ଜୀବନରେ ଅଧିକ ହଇରାଣ କରୁଛନ୍ତି ଆପଣଙ୍କ ଶନି ରାହୁ କେତୁ ଖରାପ ପ୍ରଭାବ ଦେଖାଉଛନ୍ତି ଆକସ୍ମିକ ସମସ୍ୟାର ବାଧା ଆସୁଛି ଉନ୍ନତି କରି ପାରୁନାହାନ୍ତି। ଦାରିଦ୍ର୍ୟତା ପିଛା ଛାଡ଼ୁନି ତେବେ ଗୋଟେ ଚୁଟକି କଳା ରାଶି ପକେଇ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ।

ଏବେ ଆସନ୍ତୁ ଜାଣିବା ମନ୍ଦାର ଫୁଲ ବିଷୟରେ।

ଲାଲ ମନ୍ଦାର ଫୁଲ ଲୋଟାରେ ପକେଇକି ଅର୍ଘ୍ୟ ପ୍ରଦାନ କଲେ ଜୀବନରେ କେବେବି କୌଣସି ଜିନିଷର ଅଭାବ ହେବ ନାହିଁ। ଶତ୍ରୁ ବିରୋଧୀ ପରାସ୍ତ ହୋଇଥାନ୍ତି। ରାଜ୍ୟ ସୁଖ ମିଳିଥାଏ। ସରକାରୀ ଚାକିରୀ ହେବାର ବାଧା ଆସୁଥିଲେ ନିଶ୍ଚୟ ଏହାକୁ ଟ୍ରାୟ କରନ୍ତୁ।

ସ୍ୱାସ୍ଥ୍ୟ ବିଷୟରେ ଆସନ୍ତୁ ଜାଣିବା।

ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହୁଛି ବଳ ପାଉନାହିଁ ଦୁଃଖ ଲାଗୁଛି ଚିନ୍ତା ଲାଗିରହୁଛି ତେବେ ଭଗବାନ ସୂର୍ଯ୍ୟଦେବଙ୍କୁ ଗୋଟେ ଚୁଟକି କୁମ୍ କୁମ୍ ବା ଲାଲ ଚନ୍ଦନ ପକେଇକି ଜଳ ଅର୍ପଣ କରନ୍ତୁ ଏବଂ ଗାୟତ୍ରୀମନ୍ତ୍ରର ଯେତେ ପାରୁଛନ୍ତି ସେତେ ଜପ କରନ୍ତୁ ଆପଣ ଦେଖିବେ ସ୍ୱାସ୍ଥ୍ୟର ଉନ୍ନତି ଧୀରେ ଧୀରେ ହେବ।

ଚିନି ଏବଂ ଗୁଡ଼ରେ ପ୍ରୟୋଗ କରନ୍ତୁ।

ଯଦି ଆପଣ ଚିନି ବା ଗୁଡ଼ ପକେଇକି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ଭଗବାନ ଶନିଦେବ ପ୍ରସନ୍ନ ହୋଇଥାନ୍ତି ଜୀବନରେ ଖୁସି ଆସିଥାଏ। ମଧୁରତା ଆସିଥାଏ। ଆପଣ ଚାହିଁଲେ ସବୁକିଛି ଏକା ସାଙ୍ଗରେ ପକେଇକି ଜଳ ବି ଅର୍ପଣ କରିପାରିବେ। କୌଣସି ସମସ୍ୟା ନାହିଁ।

ଅରଖ ଫୁଲ।

ଏହା ଏକ ଏପରି ଫୁଲ ଅଟେ ଯାହା ଭଗବାନ ଶିବଙ୍କୁ ଗଣେଶଙ୍କୁ ପ୍ରାୟ ସବୁ ଦେବୀ ଦେବତାଙ୍କୁ ଚଢା ଯାଇଥାଏ। ଯେବେ ଆପଣ ଜଳରେ ମିଶ୍ରି ବା ଚିନି ଦେଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥାନ୍ତି ତ କୁଣ୍ଡଳୀରେ ଦୂଷିତ ମଙ୍ଗଳ ଠିକ ହୋଇଥାଏ। ଯେତେବେଳେ ଅରଖ ଫୁଲ ଦେଇ ଜଳ ଅର୍ପଣ କରିଥାନ୍ତି ତେବେ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ। ଯେତେବେଳେ ଆପଣଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ରାସ୍ତା ଦେଖାଯାଉନାହିଁ ସମସ୍ତ ସମସ୍ୟା ରାସ୍ତା ବନ୍ଦ କରି ଦେଇଛି ତେବେ ଅରଖ ଫୁଲ ଦେଇ ଜଳ ଅର୍ପଣ କଲେ ସମସ୍ତ ସମସ୍ୟା ଦୂର ହୋଇ ରାସ୍ତା ମିଳିଥାଏ। ଏହା ସବୁଠାରୁ ଭଲ ଉପାୟ ଅଟେ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ପରେ ୩ ଥର ପରିକ୍ରମା କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *