Excuse Me Odisha

ଯାହା କହିବୁ ସତ କହିବୁ

ଏହି ଚମତ୍କାରି ଫୁଲ ବଦଳାଇ ଦିଏ ଜୀବନ ରେଖା, ଧନର ବର୍ଷା କରିଥାଏ, ବାସ କରନ୍ତୁ ଏହି ଗୋଟିଏ ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଚମତ୍କାରୀ ଫୁଲ ବଦଳାଇ ଦିଏ ଜୀବନ ରେଖା। ଧନର ବର୍ଷା କରିଥାଏ। ବାସ କରନ୍ତୁ ଏହି ଉପାୟ

ବନ୍ଧୁଗଣ ପୂଜାପାଠରେ ଫୁଲରେ ଏକ ଅଲଗା ମହତ୍ୱ ଥାଏ। କେଉଁ ଭଗବାନଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ କେଉଁ ଭଗବାନଙ୍କୁ କେଉଁ ଫୁଲ ଚଢାଇଲେ ସେ ପ୍ରସନ୍ନ ହୋଇଥାନ୍ତି ଏହି ବିଷୟରେ ନିହାତି ଆପଣ ମାନେ ଜାଣିଥିବେ। ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲ ବିଷୟରେ ଜଣାଇବୁ ଅତି ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ। ଦେବୀଙ୍କର ପୂଜାରେ ଏହି ନାଲି ରଙ୍ଗର ଫୁଲର ବହୁତ ମହତ୍ୱ ରହିଥାଏ ଏବଂ ଦେବତା ମାନଙ୍କର ପୂଜାରେ ହଳଦିଆ ରଙ୍ଗର ଫୁଲକୁ ବହୁତ ଶୁଭ ମାନିଥାନ୍ତି। ତେଣୁ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ମନ୍ଦାର ଫୁଲର କିଛି ଚମତ୍କାରୀ କଥା ବିଷୟରେ। ଏହି ଫୁଲ ଦ୍ୱାରା କିପରି ଦାରିଦ୍ର୍ୟତା ଦୂର କରି ଧନୀ ହୋଇବେ ଏହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ।

ବନ୍ଧୁଗଣ ଦେବୀ ନବ ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ଯଦି ମା ନବ ଦୁର୍ଗାଙ୍କୁ ୯ ଟି କିମ୍ବା ୧୧ ଟି କିମ୍ବା ୨୧ ଟି ମନ୍ଦାର ଫୁଲର ମାଳ ଅର୍ପଣ କରନ୍ତି ଦେଖିବେ ସମସ୍ତ ପ୍ରକାରର ମନସ୍କାମନା ଆପଣଙ୍କର ପୂରଣ ହୋଇଥାଏ। ଆପଣ ଦେବୀ ମାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ କିନ୍ତୁ ମା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳାକୁ ଅତି ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି ଏବଂ ସମସ୍ତ ପ୍ରକାରର ମନସ୍କାମନା ପୂରଣ କରିଥାନ୍ତି। ତେଣୁ ଏହାର ଚମତ୍କାରୀ ଗୁଣ ବିଷୟରେ ଜଣାଇବାକୁ ଯାଉଛୁ।

ବନ୍ଧୁଗଣ ମା ଲକ୍ଷ୍ମୀ ଏବଂ ମା ଦୁର୍ଗା ଏ ଦୁହିଁଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଏହା ସହିତ ଭଗବାନ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ। କାହିଁକିନା ହନୁମାନ ନାଲି ଫୁଲ ପ୍ରତି ବେସ ଆକୃଷ୍ଟ ହୋଇଥାନ୍ତି। ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବ ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ କିମ୍ବା ମନ୍ଦାର ଫୁଲର ମାଳାକୁ ଅର୍ପଣ କଲେ ସୁଖ ସମୃଦ୍ଧି ଧନ ସମ୍ପତ୍ତି ଭଳି ସମସ୍ତ ଜିନିଷ ପ୍ରାପ୍ତି ହୋଇଥାଏ। ଏବଂ ଏହା ଦ୍ବାରା ଗ୍ରହ ପୀଡା ମଧ୍ୟ ଦୂର ହୋଇଥାଏ। ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଯେଉଁମାନେ ନବ ଦୁର୍ଗା ଓ ସୂର୍ଯ୍ୟନାରାୟଣଙ୍କର ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ସୁଫଳ ଦାୟକ ହୋଇଥାଏ। ଯଦି ନବ ଦୁର୍ଗାଙ୍କୁ ପ୍ରତିଦିନ ଗୋଟେ ମନ୍ଦାର ଫୁଲ ଆର୍ପଣ କରାଯାଏ ତେବେ ଆପଣଙ୍କର ସମସ୍ତ ଶତ୍ରୁଙ୍କୁ ଦେବୀ ମା ଦମନ କରିଥାନ୍ତି।

ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୁର୍ଯ୍ୟନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ ଓ ସମସ୍ତ ରୋଗ ନାଶ ହୋଇଥାଏ। ଘରେ ଥିବା ଫୁଲ ତୋଡ଼ାରେ କିମ୍ବା କଳସ ଜଳରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଓ ସହାନୁଭୂତି ବଢିଥାଏ ଏବଂ ପରିବାରରେ ଏକତା ଦେଖାଦେଇଥାଏ ଏବଂ ପରିବାରରେ ସମସ୍ତ ସଦସ୍ୟ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି।

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ମତଭେଦ ଦେଖାଦେଉଛି ସର୍ବଦା ଦୁଃଖ ଏବଂ ନୈରାଶ୍ୟରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ୧୧ ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ। ତେବେ ଦାମ୍ଫତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟାମାନ ଦୂର ହୋଇଯିବ ଏବଂ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଣି ଥରେ ଖୁସିରେ ଜୀବନ ଅତିବାହିତ କରିବେ। ତ ଜାଣିଲେ ଏହି ଚମତ୍କାରି ଫୁଲ ବଦଳାଇ ଦିଏ ଜୀବନ ରେଖା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *