Excuse Me Odisha

ଯାହା କହିବୁ ସତ କହିବୁ

ବିଶ୍ବାସଘାତକତା କରୁଥିବା ପ୍ରେମିକଙ୍କ ମଧ୍ୟରେ ରହିଥାଏ ଏହି ୧୦ଟି ଗୁଣ। ଥରେ ନିଶ୍ଚୟ ଜାଣନ୍ତୁ

ସେୟାର୍ କରନ୍ତୁ

ଆଜିକାଲି ଅନେକ ଲୋକେ ପ୍ରେମରେ ବିଶ୍ବାସଘାତକତା କରିବା ସହିତ ଏହି ବିଶ୍ବାସଘାତକତାର ଶିକାର ମଧ୍ୟ ହେଉଛନ୍ତି। ଏହାର ପ୍ରଭାବ ଲୋକଙ୍କ ଜୀବନଶୈଳୀ ଉପରେ ପଡ଼ିଥାଏ। ଏହାଛଡା କିଛି ଲୋକେ ପ୍ରେମରେ ଧୋକା ଖାଇ ପାଗଳ ହୋଇ ଯାଇଥାନ୍ତି। ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହିତ ଅଧିକ ସମୟ ଧରି ସମ୍ପର୍କରେ ରହିଥାନ୍ତି, ତଥାପି ବିଶ୍ବାସଘାତକତାର ଶିକାର ହୋଇଥାନ୍ତି। ଏହାର କାରଣ ହେଉଛି କିଛି ଲୋକେ ଆମ ବିଶ୍ୱାସ ସହିତ ଖେଳି ଥାଆନ୍ତି। ତାହା ଆମେ ବୁଝି ପାରି ନଥାଉ।

ବିଶ୍ବାସଘାତକତା କରୁଥିବା ଲୋକଙ୍କ ପାଖରେ କିଛି ଖାସ୍ ଗୁଣ ରହିଥାଏ। ସେମାନେ ଆପଣଙ୍କୁ ମିଛ କହିବା ବା କିଛି କଥା ଲୁଚେଇ ଥିବାର ଆପଣ ଅନ୍ୟମାନଙ୍କ ପାଖରୁ ଶୁଣିବାକୁ ପାଇବେ।ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ରହିଲେ ମଧ୍ୟ ତାଙ୍କୁ ଆମେ ଭଲ ଭାବରେ ଜାଣି ପାରି ନଥାଉ।

ଯେଉଁ ବ୍ୟକ୍ତି ବିଶ୍ବାସଘାତକତା କରିଥାନ୍ତି, ସେମାନଙ୍କର କଥା କହିବାର ଶୈଳୀରେ ଧୀରେ ଧୀରେ ପରିବର୍ତ୍ତନ ହୋଇଯାଇଥାଏ ଏବଂ ସେହି ବ୍ୟକ୍ତି ଆପଣଙ୍କ ପାଇଁ କଣ କରୁଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ। ହୁଏତ ଆପଣ ତାଙ୍କୁ ନିଜ ଅନ୍ତରରୁ ପ୍ରେମ କରି ବିଶ୍ୱାସ କରିଥିବେ ଏବଂ ତାଙ୍କର ବ୍ୟବହାର ଆପଣଙ୍କ ପ୍ରତି ଧୀରେ ଧୀରେ ବଦଳି ଯାଇପାରେ। ଏଥିପ୍ରତି ନଜର ରଖନ୍ତୁ।

ବିଶ୍ବାସଘାତକତା କରୁଥିବା ବ୍ୟକ୍ତିଙ୍କ ପାଖରେ ଆପଣଙ୍କ ପାଇଁ ସମୟ ନଥିବ ଏବଂ ସେ ଆପଣଙ୍କୁ ତାଙ୍କ ଇଛା ଅନୁସାରେ ବ୍ୟବହାର ଦେବେ। ଏଭଳି ଲୋକ ଆପଣଙ୍କର ବିପଦ ସମୟରେ ହିଁ ଆପଣଙ୍କୁ ଛାଡି ଚାଲିଯିବେ। ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଯିଏ ଆପଣଙ୍କୁ ସଚ୍ଚୋଟ ହୋଇ ପ୍ରେମ କରୁଥିବେ, ସେ ଆପଣଙ୍କୁ କେବେବି ବିପଦ ସମୟରେ ଛାଡ଼ି ଯିବେ ନାହିଁ। ଆଜିକାଲି ଦୁନିଆରେ ଏଭଳି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ପ୍ରେମ କରି ପରସ୍ପର ସହିତ ଖୁସିରେ ଅଛନ୍ତି। ସେମାନେ ସର୍ବଦା ନିଜ ପ୍ରେମୀଙ୍କ ସପକ୍ଷରେ ରହିଥାନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ, ଅନ୍ୟ ମାନଙ୍କ ସହିତ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *