Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଲୋକ ମାନଙ୍କର ଏହି ୫ ଖରାପ ଅଭ୍ୟାସ ଯୋଗୁଁ ଦେବୀ ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି। ଆପଣ ଏଭଳି ଭୁଲ କରୁ ନାହାନ୍ତି ତ?

ସେୟାର୍ କରନ୍ତୁ

ମହିଳା ମାନେ ବିବାହ କରି ସାରିବା ପରେ ତାଙ୍କ ଭାଗ୍ୟ ତାଙ୍କ ସ୍ବାମୀଙ୍କ ପରିବାର ସହିତ ଯୋଡି ହୋଇଯାଏ। ସ୍ତ୍ରୀର ଭାଗ୍ୟ ସହିତ ତାର କର୍ମ ଓ ଗୁଣ ମଧ୍ୟ ଶାଶୂଘର ସହିତ ଯୋଡି ହୋଇଯାଏ। ଗରୁଡ ପୁରାଣ ଅନୁସାରେ, ମହିଳା ମାନଙ୍କର କିଛି ସୁଗୁଣ ଓ ଦୁର୍ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।ଏହାଦ୍ବାରା ଶାଶୂଘର ପରିବାରର ଭାଗ୍ୟୋଦୟ ହୋଇଥାଏ କିମ୍ବା ସର୍ବନାଶ ହୋଇଥାଏ। ଯେଉଁ ସ୍ତ୍ରୀଲୋକ ଈଶ୍ବରଙ୍କ ପ୍ରରି ସମର୍ପିତ ହୋଇଥାନ୍ତି, ସେମାନଙ୍କ ପରିବାର ସର୍ବଦା ସୁଖଶାନ୍ତିରେ ରହିଥାନ୍ତି।

ଯେଉଁ ସ୍ତ୍ରୀଲୋକ ମାନେ ନିଜ ଘରେ ଦକ୍ଷ ଓ ସଚ୍ଚୋଟ ହୋଇ କାର୍ଯ୍ୟ କରନ୍ତି, ସେମାନଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ପ୍ରାୟତଃ ସ୍ତ୍ରୀଲୋକମାନେ ନିଜ ଘରେ ପରିବାର ଲୋକଙ୍କର ଯତ୍ନ ନେବା ସହିତ ସବୁ କାର୍ଯ୍ୟ ସମ୍ଭାଳି ଥାଆନ୍ତି। ଏମାନେ ସର୍ବଦା ନିଜ ପରିବାର ସହିତ ଯୋଡି ହୋଇ ରହିଥାନ୍ତି। ଏହି ସ୍ତ୍ରୀଲୋକଙ୍କ ସୁଗୁଣ ସ୍ଵଭାବ ଯୋଗୁଁ ଏମାନଙ୍କ ସ୍ଵାମୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଏ।

ଯେଉଁ ମହିଳା ମାନେ ସବୁବେଳେ ପରନିନ୍ଦା କରି ନିଜର ସମୟ ନଷ୍ଟ କରିଥାନ୍ତି, ସେହି ସ୍ତ୍ରୀଲୋକ ମାନେ ନିଜ ପରିବାର ପ୍ରତି ନିଜ ଦାୟିତ୍ଵ ସଠିକ ଭାବରେ ତୁଲାଇ ପାରନ୍ତି ନାହିଁ। ଯେଉଁ ସ୍ତ୍ରୀଲୋକ ମାନେ ନିଜ ଶାଶୂଘର ପରିବର୍ତ୍ତେ ନିଜ ବାପଘରକୁ ଅଧିକ ମହତ୍ୱ ଦେଇଥାନ୍ତି, ସେହି ସ୍ତ୍ରୀଲୋକ ମାନେ ଶାଶୂଘରେ କେବେବି ଖୁସିରେ ରହି ପାରନ୍ତି ନାହିଁ।

ଯେଉଁ ସ୍ତ୍ରୀଲୋକ ମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କର ସଚ୍ଚୋଟ ପଣିଆର ଅନୁଚିତ ଫାଇଦା ଉଠାଇବାକୁ ପ୍ରୟାସ କରନ୍ତି, ସେମାନେ କେବେବି ସୁଖଶାନ୍ତିରେ ରହି ପାରନ୍ତି ନାହିଁ। କିଛି ମହିଳା ମାନେ ନିଜ ଘରେ ସର୍ବଦା କଳି ଝଗଡାର ପରିସ୍ଥିତି ସୃଷ୍ଟି କରିଥାନ୍ତି। ଏହାସହିତ ମିଛ କହି ନିଜ କାର୍ଯ୍ୟ ହାସଲ କରିଥାନ୍ତି ଏବଂ ଏମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି। ଏଭଳି ମହିଳାଙ୍କର ପରିବାରରେ କେବେବି ସୁଖଶାନ୍ତି ବିଦ୍ୟମାନ ହୁଏ ନାହିଁ।

ଯେଉଁ ସ୍ତ୍ରୀଲୋକ ମାନେ ମନ୍ଦ କାର୍ଯ୍ୟରେ ସର୍ବଦା ଲିପ୍ତ ରହିଥାନ୍ତି, ସେହି ସ୍ତ୍ରୀଲୋକ ମାନେ ପରିବାର ପାଇଁ ଅମଙ୍ଗଳ ହୋଇଥାନ୍ତି। ଏହି ସ୍ତ୍ରୀ ଯେଉଁ ଘରେ ରହିଥାନ୍ତି, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରେ କେବେବି ସୁଖଶାନ୍ତି ବିଦ୍ୟମାନ ହୁଏ ନାହିଁ।

କିଛି ସ୍ତ୍ରୀଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ଆତ୍ମବିଶ୍ବାସୀ ହୋଇଥାନ୍ତି। ଏହାସହିତ ଏମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତି ନାହିଁ। ଏହି ସ୍ତ୍ରୀଲୋକ ମାନେ ନିଜ ସମସ୍ୟାରେ ପଡ଼ିବା ସହିତ ନିଜ ପରିବାରକୁ ମଧ୍ୟ ସମସ୍ୟାରେ ପକାଇ ଥାଆନ୍ତି। ଏଭଳି ସ୍ତ୍ରୀ ଯେଉଁ ଘରେ ରହି ଥାଆନ୍ତି, ସେହି ଘରର ଲୋକେ କେବେବି ସୁଖ ଭୋଗ କରି ପାରନ୍ତି ନାହିଁ।

ବନ୍ଧୁଗଣ, ଆମ ପୋଷ୍ଟକୁ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ସବିତା ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *