Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଚୁର ଧନ ବା ଟଙ୍କାପଇସା ମିଳିବାର ଥିଲେ ଭଗବାନ ଏହି ପାଞ୍ଚଟି ସ୍ବପ୍ନ ଦେଖାଇଥାନ୍ତି, ଏହା କାହାରିକୁ କୁହନ୍ତୁ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କ ମାନଙ୍କୁ ଜଣେଇବୁ ଅଚାନକ ପ୍ରଚୁର ଧନ ମିଳିବା ପୂର୍ବରୁ ଏହି ୫ ଟି ସ୍ୱପ୍ନ ଦେଖାଇଥାନ୍ତି ଏହି ସ୍ୱପ୍ନ ଦେଖୁଥିଲେ କାହାରିକୁ କୁହନ୍ତୁ ନାହିଁ।

ବନ୍ଧୁଗଣ ଏହି ୫ ଟି ସ୍ୱପ୍ନକୁ ସବୁଦିନ ପାଇଁ ଆପଣଙ୍କୁ ଗୁପ୍ତ ରଖିବା ଉଚିତ। ଏହି ୫ ଟି ସ୍ୱପ୍ନ କେବେବି କାହାରିକୁ କହିବାର ଭୁଲ କରନ୍ତୁ ନାହିଁ କାରଣ ଆପଣ ଖୁବ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଏହି ୫ ଟି ସ୍ୱପ୍ନ ସବୁଦିନ ପାଇଁ ରାଜ ରଖିବା ଉଚିତ। ଆମେମାନେ ସର୍ବଦା ଅନେକ ପ୍ରକାରର ସ୍ୱପ୍ନ ମାନ ଦେଖିଥାଉ ସେଥି ମଧ୍ୟରୁ ଅନେକ ସ୍ୱପ୍ନ ଆମର ଜୀବନ ଆମର ବାସ୍ତବିକତା ସହ ଯୋଡି ହୋଇ ରହିଥାଏ। ରାତିରେ ଆମକୁ ବିଭିନ୍ନ ପ୍ରକାରର ଭୟଭୀତ କରିବା ଭଳି ସ୍ଵପ୍ନ ଆସିଥାଏ ତ କେବେକେବେ ସୁନ୍ଦର ସୁନ୍ଦର ସ୍ୱପ୍ନ ଆସିଥାଏ। ଯାହା ଆମେ ଅନୁମାନ କରିପାରି ନଥାଉ। କିନ୍ତୁ ଏହି ସ୍ୱପ୍ନ କିଛି ସଂକେତ ଆମକୁ ଦେଇଥାଏ କିଛି ଇଶାରା ଆମକୁ କରିଥାଏ ଯାହାକୁ ବୁଝିବା ଆମକୁ ଆବଶ୍ୟକ ଅଟେ।

ବନ୍ଧୁଗଣ ସ୍ୱପ୍ନର ଦୁନିଆକୁ ଅତି ସୁନ୍ଦର ଦୁନିଆ ମାନାଯାଇଛି ଏବଂ ଆଉ ଭୟଙ୍କର ଦୁନିଆବି ମାନାଯାଇଛି। ଏହି ସ୍ୱପ୍ନ ମଧ୍ୟରୁ ଏହି ୫ ଟି ସ୍ୱପ୍ନ କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଭୁଲରେ ମଧ୍ୟ ଏହି ୫ ଟି ସ୍ୱପ୍ନକୁ କାହା ଆଗରେ ସେୟାର କରନ୍ତୁ ନାହିଁ। ନଚେତ ଆପଣଙ୍କୁ ମିଳିବାକୁଥିବା ଫଳମାନ ପାଇବେ ନାହିଁ ଆଉ କୋଟିପତି ହେବାର ସ୍ୱପ୍ନ ଆପଣଙ୍କର ଭାଙ୍ଗିଯିବ। ତେବେ ଆସନ୍ତୁ ଜାଣିବା ସେହିସବୁ ସ୍ୱପ୍ନ ବିଷୟରେ ଯାହାକୁ ଗୁପ୍ତ ରଖିବା ଦରକାର।

ସ୍ୱୟଂ ଭଗବାନଙ୍କୁ ଦେଖିବା। ଅନେକ ଲୋକ ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାନ୍ତି ଆଉ ସେମାନେ ଏହି ସ୍ୱପ୍ନକୁ ଗୁପ୍ତ ନରଖି ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ଦେଇଥାନ୍ତି। ସେମାନେ ସାଙ୍ଗ ସାଥି ଘର ପରିବାର ସମସ୍ତଙ୍କୁ କହିଦିଅନ୍ତି କାରଣ ସେମାନଙ୍କୁ ଏତେ ପରିମାଣରେ ଖୁସି ମିଳିଥାଏ ସେଥିପାଇଁ ସମସ୍ତଙ୍କ ସହ ଏହି କଥାକୁ ସେୟାର କରିଦିଅନ୍ତି। କିନ୍ତୁ ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ। ଶାସ୍ତ୍ର ଅନୁସାରେ ଦିବ୍ୟ ଶକ୍ତି ସେହି ସ୍ୱପ୍ନରେ ଆସିଥାଏ ଯେଉଁ ମାନେ ଇଶ୍ୱରଙ୍କର ପ୍ରିୟ ହୋଇଥାନ୍ତି ଯାହାର ହୃଦୟ କୋମଳ ହୋଇଥାଏ। ଇଶ୍ଵର ସମସ୍ତଙ୍କ ସ୍ୱପ୍ନରେ ଆସି ନଥାନ୍ତି ସମସ୍ତଙ୍କୁ ଦର୍ଶନ କରିନଥାନ୍ତି। ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ କାହା ଆଗରେ କହିଦେବେ ତେବେ ଇଶ୍ୱରଙ୍କର ଅନାଦର ହେବ। ଯଦି ଭଗବାନ ଆପଣଙ୍କ ସ୍ୱପ୍ନରେ ଆସନ୍ତି ତେବେ ଏହି କଥାଏ ଗୁପ୍ତ ରଖନ୍ତୁ କେବେବି କାହା ଆଗରେ ସେୟାର କରନ୍ତୁ ନାହିଁ। ନଚେତ ଏହାର ଫଳ ଓଲଟା ପଡିପାରେ। ଏହି ସ୍ୱପ୍ନ ଧନବାନ ବନିବାର ସ୍ଵପ୍ନ।

ସ୍ୱପ୍ନରେ ତୀର୍ଥ ସ୍ଥାନ ଦେଖିବା। ଯଦି ସ୍ୱପ୍ନରେ କେହି ତୀର୍ଥ ସ୍ଥାନ ଦେଖେ ତେବେ ସେ ବହୁତ ଖୁସି ହୋଇ ଅନ୍ୟ କାହାକୁ କହିଦିଏ। ଯେବେ ମଣିଷ ବହୁତ ଅଧିକ ସକାରାତ୍ମକ ଉର୍ଜାରେ ଘେରି ହୋଇରହିଥାଏ ତ ତାକୁ ଏହିପରି ସ୍ୱପ୍ନ ଆସିଥାଏ। ସେଥିପାଇଁ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କର ମନ କାମନା ପୂରଣ ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ହରା ଭରା କ୍ଷେତ ଘାସ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତ କାହା ସହିତ ସେୟାର କରନ୍ତୁ ନାହିଁ। କାରଣ ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ବ୍ୟାପାରରେ ଉନ୍ନତି ଏବଂ ଚାକିରୀ ମିଳିବାର ସଂକେତ ଦେଇଥାଏ। କେଉଁଠୁ ଅନେକ ଖୁସି ଆସିବାର ସଂକେତ ମିଳିଥାଏ। ଏମିତି କୁହାଯାଏ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆପଣଙ୍କୁ ଶୁଭ ସମାଚାର ମିଳିବାର ଯୋଗ ବନୁଅଛି। ସେଥିପାଇଁ ଏହି ସ୍ୱପ୍ନ ଆପଣଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ। ନଚେତ ଏହାର ଫଳ ଓଲଟା ମିଳିପାରେ।

ଗଙ୍ଗା ନଦୀରେ ବହି ଯାଉଥିବା ପାଣି। ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ଆସେ ତେବେ ଆପଣ ବହୁତ ଖୁସି ହେବା ଉଚିତ। ଏମିତି ସ୍ୱପ୍ନର ଅର୍ଥ ଆପଣଙ୍କ ଘରକୁ ବହୁତ ଖୁସି ଆସିବାକୁ ଯାଉଛି। ଏହି ସ୍ୱପ୍ନ କାହା ସହ ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଯେଉଁ ବ୍ୟକ୍ତିଙ୍କୁ ଆସିଥାଏ ତାର ପାପର ବିନାଶ ହୋଇଥାଏ। ଏହା ସହିତ ଏହା ମଧ୍ୟ କୁହାଯାଏ ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ଧନର ପ୍ରାପ୍ତି ହେବାକୁ ଯାଉଛି।ସ୍ୱପ୍ନରେ ଯଦି ଆପଣଙ୍କର ପିତା କିମ୍ବା ମା ପାଣି ପିଇବାର ଆପଣ ଦେଖନ୍ତି ତେବେ ବୁଝିଯାଅନ୍ତୁ ଆପଣ ବହୁତ ଶୀଘ୍ର ସଫଳ ହେବାକୁ ଯାଉଛନ୍ତି। ପିତା ମାତା ସ୍ୱପ୍ନରେ ଆସିବା ଇଶ୍ୱରଙ୍କ ଆଶୀର୍ବାଦର ସଂକେତ ଅଟେ। ଏମିତି ପରିସ୍ଥିତିରେ ତାର ଯାହାବି ସମସ୍ୟା ଥାଉ ସେ ନିଶ୍ଚୟ ସଫଳ ହେବ।

ଉଚ୍ଚ ପର୍ବତରୁ ଝରୁ ଥିବା ପାଣି ପିଇବାର ଆପଣ ସ୍ୱପ୍ନରେ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏବଂ ଆପଣ ନିଶ୍ଚୟ ଧନୀ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *