Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ ରାଶିଫଳ : B ନାମର ବ୍ୟକ୍ତିଙ୍କର କେମିତି କଟିବ ଏହି ନୂତନ ବର୍ଷ, ଘଟିପାରେ ୫ ଟି ବଡ଼ ଅଘଟଣ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣମାନଙ୍କୁ ଜଣେଇବୁ ୨୦୨୨ ରାଶିଫଳ B ନାମର ବ୍ୟକ୍ତି ନିଶ୍ଚୟ ପଢ଼ନ୍ତୁ। ୫ ଟି ବଡ଼ ଅଘଟଣ।

ବନ୍ଧୁଗଣ ଆସନ୍ତୁ ଜାଣିବା ୨୦୨୨ ମସିହାଟି B ନାମର ବ୍ୟକ୍ତିଙ୍କର କେମିତି କଟିବ। ସେହି ବିଷୟରେ ଆଲୋଚନା କରିବା। ବନ୍ଧୁଗଣ B ଅକ୍ଷର ଅଙ୍କ ଦୁଇ ଅଙ୍କ ଅନ୍ତର୍ଗତ ଆସିଥାଏ ଏବଂ ଅଙ୍କ ଶାସ୍ତ୍ର ଅନୁସାରେ ଦୁଇ ଅଙ୍କ ଚନ୍ଦ୍ରଙ୍କ ଅଟେ। ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ B ଅକ୍ଷର ରୋହିଣୀ ନକ୍ଷତ୍ର ଅନ୍ତର୍ଗତ ଆସିଥାଏ ଯାହାର ସ୍ୱାମୀ ମଧ୍ୟ ଚନ୍ଦ୍ରମା ଅଟନ୍ତି। ତଥା B ନାମର ବ୍ୟକ୍ତିଙ୍କ ଉପରେ ଚନ୍ଦ୍ରମାଙ୍କର ବିଶେଷ ପ୍ରଭାବ ରହିଥାଏ। ଏହା ବ୍ୟତିତ B ଅକ୍ଷର ବୃଷ ରାଶି ଅନ୍ତର୍ଗତ ଆସିଥାଏ ଯାହାର ସ୍ୱାମୀ ଶୁକ୍ର ଅଟନ୍ତି। ତଥା ୨୦୨୨ବର୍ଷରେ B ନାମର ବ୍ୟକ୍ତିଙ୍କୁ ଚନ୍ଦ୍ରମା ଏବଂ ଶୁକ୍ରଙ୍କ ସ୍ଥିତିକୁ ନେଇ ଶୁଭା ଶୁଭ ପ୍ରିମଣାମ ପ୍ରାପ୍ତି ହୋଇଥାଏ। ଶୁକ୍ର ଏବଂ ଚନ୍ଦ୍ର ବିଶେଷ ମହିଳା ପ୍ରଧାନ ଗ୍ରହ ଅଟନ୍ତି ସେଥିପାଇଁ B ନାମର ମହିଳା ମାନଙ୍କ ପାଇଁ ବର୍ଷଟି ବିଶେଷ ମହତ୍ୱପୂର୍ଣ୍ଣ ସିଦ୍ଧ ହେବ। B ନାମର ବ୍ୟକ୍ତି ଅଧିକ କ୍ରିଟିଭ ଏବଂ ସୌନ୍ଦର୍ଯ୍ୟ ପସନ୍ଦ କରିଥାନ୍ତି। ତ ଆସନ୍ତୁ ଜାଣିବା B ନାମର ବ୍ୟକ୍ତିଙ୍କ ପାଇଁ ୨୦୨୨ ବର୍ଷଟି କେମିତି କଟିବ ସେହି ବିଷୟରେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ B ନାମର ବ୍ୟକ୍ତିଙ୍କ ପାଇଁ ୨୦୨୨ ବର୍ଷଟି କିଛି ନୂତନ ପରିବର୍ତ୍ତନ ନେଇ ଆସିବ। କ୍ୟାରିୟର ଦୃଷ୍ଟିରୁ ବିଶେଷ ସଫଳତା ପ୍ରାପ୍ତି ହେବ। ଚାକିରୀ ବର୍ଗ ବ୍ୟକ୍ତିଙ୍କ ପାଇଁ ବହୁତ ସାରା ପ୍ରାରମ୍ଭ ଅତ୍ୟନ୍ତ ଶୁଭଫଳ ଦାୟକ ସିଦ୍ଧ ହେବ। ତଥା ପୂର୍ବରୁ କରିଥିବା ପରିଶ୍ରମର ସକାରାତ୍ମକ ପରିଣାମ ପ୍ରାପ୍ତି ହେବ ଏବଂ ପଦନ୍ନତିର କିଛି ଅବସର ମିଳିବ। ଯାହା ଦ୍ୱାରା ଆପଣଙ୍କ କ୍ୟାରୀୟରରେ ବୃଦ୍ଧି ଘଟିବ। ଜାନୁଆରୀ ରୁ ଫେବୃଆରୀ ପର୍ଯ୍ୟନ୍ତ ସମୟରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ କିନ୍ତୁ ଆପଣଙ୍କୁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି। କ୍ୟାରିୟର ଉତ୍ତମ ପଦ ପ୍ରାପ୍ତିର ସମ୍ଭାବନା ରହିଛି। ବର୍ଷଟି ଚାକିରୀ ବର୍ଗ ବ୍ୟକ୍ତିଙ୍କ ପାଇଁ ବିଶେଷ ଶୁଭଫଳ ଦାୟକ ସିଦ୍ଧ ହେବ କିନ୍ତୁ ଏହି ସମୟରେ ଶତ୍ରୁ ବିରୋଧୀ ସକ୍ରିୟ ରହିବେ। ବ୍ୟବସାୟୀ ବର୍ଗଙ୍କ ପାଇଁ ମଧ୍ୟ ବର୍ଷର ପ୍ରାରମ୍ଭ ସଫଳତା ଦାୟକ ସିଦ୍ଧ ହେବ। କିନ୍ତୁ ବ୍ୟବସାୟ ସମ୍ବଦ୍ଧିତ ଋଣ ଭାର ଆପଣଙ୍କୁ ଚିନ୍ତିତ କରିବ।

ଏପ୍ରିଲ ରୁ ଜୁଲାଇ ପର୍ଯ୍ୟନ୍ତ ମଧ୍ୟ ବ୍ୟବସାୟିକ ସ୍ଥିତି ଦୁର୍ବଳ ରହିବ। ବିଶେଷ କରି ଭାଗିଦାରI ବ୍ୟବସାୟରେ ବାଦ ବିବାଦର ସମ୍ଭାବନା ରହିଛି। ସେଥିପାଇଁ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ସେହିପରି ଆର୍ଥିକ ସ୍ଥିତି ଦୃଷ୍ଟିରୁ ବର୍ଷଟି ସାମାନ୍ୟ ରହିବ। ଆପଣ ଆର୍ଥିକ ସ୍ଥିତିରେ ଉନ୍ନତି କରିବାରେ ପୁନଃ ପ୍ରୟାସ କରିବେ ଏବଂ ଏହି ପ୍ରୟାସ ବର୍ଷର ମଧ୍ୟ ଭାଗରେ ସଫଳ ସିଦ୍ଧ ହେବ। ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଆର୍ଥିକ ଲାଭ ପ୍ରାପ୍ତି ହେବ ଏବଂ ନୂଆ ନୂଆ ସ୍ରୋତରୁ ଲାଭର ସ୍ଥିତି ବିକଶିତ ହେବ କିନ୍ତୁ କିଛି ଗୁପ୍ତ ଖର୍ଚ୍ଚର ମଧ୍ୟ ସମ୍ଭାବନା ରହିଛି ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଅସନ୍ତୁଳିତ କରିବ। ଏହା ସହିତ ଏହି ସମୟରେ କୌଣସି ପ୍ରକାରର ଆର୍ଥିକ ନିବେଶ କ୍ଷତି ଦାୟକ ସିଦ୍ଧ ହେବ। କିନ୍ତୁ ଡିସେମ୍ବର ମାସଟି ଆପଣଙ୍କୁ ଉତ୍ତମ ଆର୍ଥିକ ଲାଭ ପ୍ରଦାନ କରିବ।

ଜୀବନସାଥୀଙ୍କ ତରଫରୁ ବିଶେଷ ଧନ ପ୍ରାପ୍ତି ହେବ। ସେହିପରି ପ୍ରେମ ଜୀବନ ଦୃଷ୍ଟିରୁ ବର୍ଷର ପ୍ରାରମ୍ଭ ଉତ୍ତମ ଅନୁକୂଳ ରହିବ। ଏବଂ ପ୍ରେମୀଙ୍କ ସହିତ ଉତ୍ତମ ସାମଞ୍ଜସ୍ୟ ସ୍ଥାପିତ ହେବ। ତଥା ପ୍ରେମ ବିବାହର ମଧ୍ୟ ସମ୍ଭାବନା ରହିଛି। କିନ୍ତୁ ବର୍ଷର ମଧ୍ୟ ଭାଗରେ ପରସ୍ପର ମଧ୍ୟରେ କିଛି ଭୁଲ ବୁଝାମଣାର ସମ୍ଭାବନା ରହିଛି ଯାହା ଫଳରେ କିଛି ବାଦ ବିବାଦ ଦେଖାଦେଇପାରେ ସେଥିପାଇଁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏବଂ ପ୍ରେମୀଙ୍କ ଭାବନାକୁ ସମ୍ମାନ କରନ୍ତୁ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ବର୍ଷଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ବର୍ଷର ପ୍ରାରମ୍ଭ ସମୟରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କୁ ହଇରାଣ କରିବ। ବିଶେଷ କରି ମହିଳାମାନଙ୍କ ଗୁପ୍ତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ପୁରୁଷ ମାନଙ୍କର ରକ୍ତ ସମ୍ବଦ୍ଧିତ ସମସ୍ୟା ଆପଣଙ୍କୁ ହରରାଣ କରିବ ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଆପଣଙ୍କ ପାଇଁ ପ୍ରତିକାର ହେଲା ଆପଣ ପ୍ରତ୍ୟକ ସୋମବାର ଦିନ ଭଗବାନ ଶିବ ଲିଙ୍ଗରେ ଦୁଗ୍ଧ ଅଭିଷେକ କରି ଅକ୍ଷତ ଅର୍ପଣ କରନ୍ତୁ। ଶୁଭଫଳ ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *