Excuse Me Odisha

ଯାହା କହିବୁ ସତ କହିବୁ

ଯିଏ ଏହି ସମୟରେ ଘରେ ଝାଡୁ ଲଗାଇବେ, ତାଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କ ବରଦାନ ସ୍ୱରୂପ ବୃଦ୍ଧି ପାଇବ ଧନସମ୍ପତ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଶାସ୍ତ୍ର ଅନୁସାରେ ଝାଡ଼ୁକୁ ସ୍ଵୟଂ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଛି।ସାଧାରଣତଃ ଝାଡୁ ପୋଛା କରିବା ଦ୍ଵାରା ଘର ସଫାସୁତୁରା ହୋଇଥାଏ।ଘର ସଫାସୁତୁରା ରହିଲେ, ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ। କିନ୍ତୁ ମହିଳା ମାନଙ୍କୁ ଝାଡୁ କରିବା ସମୟରେ ଏହି କାର୍ଯ୍ୟ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ନଚେତ ଦାରିଦ୍ର୍ୟତା ଦେଖା ଦେଇଥାଏ।ଏହାସହିତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି।

ଝାଡୁ ଦ୍ଵାରା ଘରର ସବୁ ଆବର୍ଜନା ବାହାରି ଯାଇଥାଏ। ଯେଉଁ ଘରେ ସର୍ବଦା ସଫେଇ ହୋଇଥାଏ, ସେଠାକାର ବାତାବରଣ ସକାରତ୍ମକ ଊର୍ଜାରେ ଭରପୁର ରହିଥାଏ। ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୁଏ।ପରିବାର ଲୋକଙ୍କର ଉନ୍ନତି ହୁଏ। ଆପଣଙ୍କୁ କହି ରଖୁଛୁ, ଝାଡୁ କରିବା ସମୟରେ ଆପଣଙ୍କୁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ।

୧/ ଛୋଟ ଝିଅଙ୍କୁ କୌଣସି କାର୍ଯ୍ୟରେ ଝାଡୁ ଲଗାଇବା ଉଚିତ ନୁହେଁ। ଛୋଟ ଝିଅ ଦେବୀଙ୍କ ସ୍ୱରୂପ ହୋଇଥାନ୍ତି। ତାଙ୍କଦ୍ୱାରା ଝାଡୁ କରିବା କାର୍ଯ୍ୟ ହେଲେ,ଘୋର ପାପ ହୋଇଥାଏ। ଯେଉଁ ଲୋକମାନେ ଛୋଟ ଝିଅମାନଙ୍କୁ ତାଙ୍କର କର୍ମକାର୍ଯ୍ୟରେ ଝାଡୁ ଓ ପୋଛା ଲଗାଇବାକୁ କହିଥାନ୍ତି, ସେମାନଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ।

୨/ ଆପଣ ଯେବେ ନିଜ ଘରେ ପୋଛା ଲଗାଉଛନ୍ତି, ତାହେଲେ କିଛି ଲୁଣ ମିଶାଇ ପୋଛା ଲଗାନ୍ତୁ। ଲୁଣ ମିଶା ଜଳରେ ପୋଛା ଲଗାଇବା ଦ୍ଵାରା ସମସ୍ତ ଜୀବାଣୁ ନାଶ ହୋଇଥାଏ।ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି।

୩/ ସୂର୍ଯ୍ୟାସ୍ତ ସମୟରେ ଝାଡୁ ଓ ପୋଛା ଲଗାଇବା ଉଚିତ ନୁହେଁ। ଏହି ସମୟ ଘର ସଫାସୁତରା କରିବା ପାଇଁ ଅନୁକୂଳ ହୋଇ ନଥାଏ। ସୂର୍ଯ୍ୟାସ୍ତ ସମୟରେ ଘରେ ଝାଡୁ ଲଗାଇଲେ, ଆପଣଙ୍କ ଉପରେ ରାହୁ କେତୁଙ୍କ ପ୍ରଭାବ ପଡିପାରେ। ଏହାସହିତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି।ଆର୍ଥିକ ଅଭାବ ଦେଖା ଦେଇଥାଏ। ଗୁରୁବାର ଦିନ ମଧ୍ୟ ପୋଛା ଲଗାନ୍ତୁ ନାହିଁ। ଏହିଦିନ ଆମିଷ ଓ ମଦିରା ସେବନ, ପୋଛା ଲଗାଇବା, କପଡା ଧୋଇବା ଆଦି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ପରିବାର ଉପରେ ଘୋର ବିପଦ ମାଡି ଆସିଥାଏ। ଦାରିଦ୍ର୍ୟତା ଦେଖା ଦେଇଥାଏ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *