Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ : ମଧୁମେହ ହେଲେ କଣ ଖାଇବା ଉଚିତ୍ ଓ କଣ ନଖାଇବା ଉଚିତ୍ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ମଧୁମେହ ରୋଗ ହେଲେ ମନରେ ଅନେକ ପ୍ରଶ୍ନ ଉଠିଥାଏ ଯେ କଣ ଖାଇବା ଉଚିତ ବା କଣ ଖାଇବା ଉଚିତ ନୁହେଁ। କହିବାକୁ ଗଲେ ମଧୁମେହ ରୋଗ ହେଉଛି ଏକ ଜୀବନଶୈଳୀର ରୋଗ ଅଟେ। ପ୍ରାୟତଃ ମଧୁମେହ ରୋଗୀ ଖାଇବା ସମୟରେ ଅନେକ ବାଛି କରି ଖାଇ ଥାଆନ୍ତି। କାରଣ ମଧୁମେହ ରୋଗ ହେବାପରେ ସେମାନଙ୍କୁ କିଛି ଖାଦ୍ୟ ଖାଇବାରୁ ବାରଣ ହୋଇଥାଏ। ଯଦି ଆପଣ ନିଜର ଜୀବନଶୈଳୀକୁ ଠିକ ରଖିବେ, ତାହେଲେ ଆପଣଙ୍କୁ ମଧୁମେହ ରୋଗ ଗ୍ରାସ କରିବ ନାହିଁ।

କୌଣସି ବ୍ୟକ୍ତିକୁ ମଧୁମେହ ରୋଗ ହୋଇଥାଏ, ତାଙ୍କୁ ନିଜର ଜୀବନଶୈଳୀ ଓ ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦେବା ନିହାତି ଜରୁରୀ ଅଟେ। ଆମେ ଖାଦ୍ୟ ଖାଇ ସାରିବା ପରେ ଏହା ଆମ ଶରୀରରେ ଶୁଗାର ପରିମାଣକୁ ବଢ଼ାଇ ଦେଇଥାଏ। ଆମକୁ ସର୍ବଦା ଖାଦ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଏବଂ ଯେଉଁ ଖାଦ୍ୟରେ ଗ୍ଲାଇସିମିକ ଇଣ୍ଡେକ୍ସ ଅଧିକ, ସେହି ଖାଦ୍ୟ ଅଧିକ ସେବନ କରିବା ଉଚିତ ନୁହେଁ।

ବନ୍ଧୁଗଣ କେବେବି ଭାତ ଅଧିକ ଖାଇବା ଉଚିତ ନୁହେଁ। ଅଳ୍ପ ଭାତ ସହିତ ପରିବା ତରକାରୀ ଖାଆନ୍ତୁ। ଯଦି ଆପଣ ରୁଟି ଖାଉଛନ୍ତି ତାହେଲେ ଡାଲି ମଧ୍ୟ ସେବନ କରି ପାରିବେ। ସୁଗାର ଥିବା ଲୋକେ ପ୍ରତ୍ୟେକ ଖାଦ୍ୟରେ ସୁଗାର ଫ୍ରି ପକାଇ ଖାଇ ଥାଆନ୍ତି। ଆପଣଙ୍କୁ କହି ରଖୁଛୁ ଏହି ସୁଗାର ଫ୍ରି ଆପଣ ବ୍ୟବହାର କରନ୍ତୁ। କିନ୍ତୁ ଅଧିକ ପରିଣାମରେ ଏହାକୁ ବ୍ୟବହାର କଲେ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ। କାରଣ ଏହା ଷ୍ଟିରଏଡ଼ ଅଟେ।

ଅଧିକାଂଶ ସମୟରେ ବହୁତ ଲୋକଙ୍କୁ ଏସିଡିଟି ହୋଇଥାଏ। ଏସିଡ଼ିଟି ହେବାର କାରଣ ହେଉଛି ଶରୀରରେ ସଠିକ ଭାବରେ ଖାଦ୍ୟ ହଜମ ହୋଇ ନଥାଏ। ଆଜିକାଲି ପ୍ରାୟତଃ ଲୋକମାନେ ଠିକ ସମୟରେ ଖିଆପିଆ କରୁ ନାହାନ୍ତି ଏବଂ ଜୀବନଶୈଳୀ ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଲୋକେ ଅଧିକ ପରିମାଣରେ ବାହାର ଖାଦ୍ୟ ତଥା ତେଲଯୁକ୍ତ ଖାଦ୍ୟ ସେବନ କରୁଛନ୍ତି, ସେଥିପାଇଁ ଅନେକ ପ୍ରକାରର ଜୀବନଶୈଳୀ ରୋଗ ଯଥା ମଧୁମେହ, ଏସିଡିଟି, ବ୍ଲଡ଼ ସୁଗାର ଆଦି ରୋଗରେ ଲୋକେ ପୀଡ଼ିତ ହେଉଛନ୍ତି।

ଯେଉଁ ମାନଙ୍କୁ ହୃଦରୋଗ ତଥା କିଡନୀରେ ସମସ୍ୟା ରହିଛି, ସେମାନେ ଅଧିକ ଚିନି ସେବନ କରିବା ଉଚିତ ନୁହେଁ। ମନେ ରଖନ୍ତୁ, ଆପଣ ଯେତେ ମାତ୍ରାରେ ମେଡିସିନ ଖାଇଲେ ମଧ୍ୟ ମଧୁମେହ ରୋଗରୁ ମୁକ୍ତି ପାଇ ପାରିବେ ନାହିଁ। ଯଦି ଆପଣ ନିଜର ଜୀବନଶୈଳୀ ପରିବର୍ତ୍ତନ ଯଥା ଠିକ ସମୟରେ ଖାଇବା ଓ ଶୋଇବା, ଠିକ ସମୟରେ ଉଠିବା, ସଠିକ ରୂପରେ ପାଣି ପିଇବା, ଶାରୀରିକ ବ୍ୟାୟାମ କରିବା, ତେଲଯୁକ୍ତ ଖାଦ୍ୟରୁ ବଞ୍ଚିତ ହେବା ଉପରେ ଗୁରୁତ୍ଵ ଦେବେ, ତାହେଲେ ଆପଣ ନିଶ୍ଚିତ ଭାବରେ ମଧୁମେହ ରୋଗରୁ ମୁକ୍ତି ପାଇବେ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *