Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଏହି ୫ଟି ଜିନିଷ ଭୁଲରେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ। ନଚେତ ହୋଇଯିବେ ଭିକାରୀ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଶନିବାର ଦିନ ଏହି ୫ଟି ଜିନିଷକୁ ଭୁଲରେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ। ନଚେତ ବିପଦ ମାଡି ଆସିପାରେ।କୁହାଯାଏ କି ଦାନ କଲେ ପୂଣ୍ୟ ମିଳେ। ଦାନ କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି।ଏହାସହିତ କରିଥିବା ପାପର କ୍ଷୟ ହୋଇଥାଏ।କିନ୍ତୁ ଏପରି କିଛି ବସ୍ତୁ ରହିଛି,ଯାହାକୁ ଶନିବାର ଦିନ ଦାନ କରିବା ଉଚିତ ନୁହେଁ।

ଶନିବାର ଦିନ କୌଣସି ଜିନିଷ ଦାନ କରିବା ଦ୍ୱାରା ଆମର ହିଁ କ୍ଷତି ହୋଇଥାଏ। ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ। ଆଜି ଆମେ ଜାଣିବା, ଶନିବାର ଦିନ କେଉଁ ସବୁ ଜିନିଷ ଦାନ କରିବା ଉଚିତ ନୁହେଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ କୌଣସି ବ୍ୟକ୍ତି ଉପରେ ଶନିଦଶା ପଡ଼ିଥିଲେ, ତାଙ୍କୁ ତେଲ ଦାନ କରିବାକୁ କୁହାଯାଏ। କିନ୍ତୁ ତେଲ ଖରାପ ହୋଇଥିଲେ, ତାହାକୁ ଦାନ ଦେବା ଅଶୁଭ ହୋଇଥାଏ। ବିଶେଷ କରି ଶନିବାର ଦିନ ଭୁଲରେ ମଧ୍ୟ ଖରାପ ତେଲ ଦାନ କରନ୍ତୁ ନାହିଁ। ଶନିବାର ଦିନ ସୋରିଷ ତେଲ ଭଗବାନ ଶନିଙ୍କୁ ଅର୍ପଣ କରନ୍ତୁ।

୨/ ଶନିବାର ଦିନ ପ୍ଲାଷ୍ଟିକ ବାସନ ତଥା ଷ୍ଟିଲ ବାସନ କାହାକୁ ଦାନ ଦିଅନ୍ତୁ ନାହିଁ।ଏହା ଦ୍ଵାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ। ଏହାସହିତ ଆର୍ଥିକ ଅଭାବ ଦେଖା ଦେଇଥାଏ।

୩/ ଝାଡୁ ହେଉଛି ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ଅଟେ। ଶନିବାର ଦିନ ଝାଡୁକୁ ଦାନ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ମଧ୍ୟ ଗୃହ ତ୍ୟାଗ କରିଥାନ୍ତି। ଏହାଦ୍ବାରା ସର୍ବଦା ଆର୍ଥିକ ଅଭାବ ଦେଖାଦେଇଥାଏ। ଏଣୁ ଶନିବାର ଦିନ ଝାଡୁ କାହାକୁ ଦାନ ଦିଅନ୍ତୁ ନାହିଁ।

୪/ ଶନିବାର ଦିନ ବାସି ଭୋଜନ ବା ଅଇଁଠା ଖାଦ୍ୟର ସେବନ କରିବା ଉଚିତ ନୁହେଁ। ଖାଦ୍ୟକୁ ଦାନ କରିବା ସବୁଠାରୁ ବଡ଼ ପୁଣ୍ୟ ଅଟେ।କିନ୍ତୁ ବାସି ଖାଦ୍ୟ ବା ଅଇଁଠା ଖାଦ୍ୟ ଦାନ କରିବା ଘୋର ପାପ ଅଟେ।ଏହାସହିତ ଘର ଲୋକଙ୍କ ଶରୀର ସର୍ବଦା ଅସୁସ୍ଥ ହୋଇଥାଏ। ଘରେ ଅଶାନ୍ତି ପରିବେଶ ସୃଷ୍ଟି ହୁଏ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

୫/ କୌଣସି ଧାରୁଆ ଧାତୁ ଜିନିଷ ଦାନ କରିବା ଉଚିତ ନୁହେଁ। ଏହାଦ୍ଵାରା ଘରେ ଅଶାନ୍ତି ଦେଖା ଦେଇଥାଏ। ଯଦି ଆପଣ ପରିବାରର ମଙ୍ଗଳ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ଧାରୁଆ ଜିନିଷ ଭୁଲରେ ମଧ୍ୟ ଦାନ ଦିଅନ୍ତୁ ନାହିଁ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଆମ ଲେଖା ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *