Excuse Me Odisha

ଯାହା କହିବୁ ସତ କହିବୁ

ଠାକୁର ଘର କେଉଁ ଦିଗରେ ହେବା ଉଚିତ ! କେଉଁ ଦିଗକୁ ଠାକୁରଙ୍କ ମୁହଁ ରହିବ, ତୁଳସୀ ଚୁଉରା କେଉଁଠି ହେବା ଉଚିତ ! ଜାଣନ୍ତୁ ସବୁକିଛି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଠାକୁର ଘର କେଉଁ ଦିଗରେ ହେବ କେଉଁ ଦିଗକୁ ଠାକୁର ମୁହଁ ରହିବ ତୁଳସୀ ଚୁଉରା କେଉଁଠି ହେବା ଉଚିତ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆଲୋଚନା କରିବା ଯେ ଠାକୁର ଘର ବା ପୂଜା ଘର କେମିତି ହେବା ଦରକାର ଘରର କେଉଁ କୋଣରେ ହେବା ଦରକାର ପୂଜା ଘରର ରଙ୍ଗ ପୂଜା ଘରର କବାଟ କେମିତି ହେବା ଦରକାର। ଠାକୁର କେଉଁ ସ୍ଥାନରେ ବସିବା ଦରକାର। କେଉଁ ଦିଗକୁ ମୁହଁ କରି ବସିବା ଦରକାର । ଠାକୁର ଘରେ କଣ କଣ ହେବା ଦରକାର ଏବଂ ଠାକୁର ଘରେ କଣ କଣ ନକରିବାକୁ ବାରଣ କରାଯାଇଛି। ଏହି ବିଷୟରେ ଆସନ୍ତୁ ଜାଣିବା

ପ୍ରଥମେ ଆସନ୍ତୁ ଜାଣିବା ଠାକୁର ଘର କେଉଁ ଦିଗରେ ହେବା ଉଚିତ। ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶ୍ଵନ୍ୟ କୋଣରେ ହେବା ଦରକାର। ଏହାର କୌଣସି ବିକଳ୍ପ କରିବା ଉଚିତ ନୁହେଁ। ସବୁବେଳେ ଧ୍ୟାନ ଦିଅନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରର ସ୍ଥାନ କେବଳ ଗୋଟିଏ ସ୍ଥାନକୁ ମାନ୍ୟତା ଦିଆଯାଇଛି। ତାହା ହେଉଛି ଘରର ଉତ୍ତର ପୂର୍ବ ଦିଗ ବା ଐଶ୍ଵନ୍ୟ କୋଣ। ଏହାର କୌଣସି ବିକଳ୍ପ ମଧ୍ୟ ନାହିଁ। ଯଦି ଅନ୍ୟ କୌଣସି ବ୍ୟବସ୍ଥା ନଥାଏ ତେବେ ସାମାନ୍ୟ ଉତ୍ତର ଦିଗକୁ କିମ୍ବା ସାମାନ୍ୟ ପୂର୍ବ ଦିଗକୁ କାରାଯାଇପାରେ। ଶୋଇବା ଘରେ ପୂଜା କରିବା ଅନୁଚିତ। କୌଣସି ବି ପରିସ୍ଥିତିରେ ଶୋଇବା ଘରେ ପୂଜାର ବ୍ୟବସ୍ଥା କରନ୍ତୁ ନାହିଁ। ଯଦି କୌଣସି ବିକଳ୍ପ ନଥାଏ ତେବେ ଠାକୁରଙ୍କୁ ରଖିବା ପାଇଁ କୌଣସି ଏକ ସ୍ୱତନ୍ତ୍ର ଆସ୍ଥାନ କରନ୍ତୁ ଏବଂ ପୂଜା ସାରିବା ପରେ ପରଦା ପକାନ୍ତୁ। ପ୍ରଥମତଃ ଶୋଇବା ଘରେ ଠାକୁର ପୂଜାର ବ୍ୟବସ୍ଥା କରନ୍ତୁ ନାହିଁ। ଯଦି ଆପଣଙ୍କର ଠାକୁର ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ଠାକୁର ରଖିବା ପାଇଁ ଏକ ସ୍ୱତନ୍ତ୍ର ଆସ୍ଥାନ କରନ୍ତୁ ମଣ୍ଡପ କରନ୍ତୁ ଏବଂ ପୂଜା ସାରିବା ପରେ ସେଥିରେ ପରଦା ପକେଇ ଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଠାକୁର ଘରର କବାଟ କେମିତି ହେବା ଦରକାର। ଠାକୁର ଘରର କବାଟ ବା ଝରକା କେମିତି ହେବା ଦରକାର। ପୂଜା ଘରର କବାଟ ଏକ ଫାଳିଆ ନହୋଇ ସବୁବେଳେ ଦୁଇ ଫାଳିଆ ହେବା ଉଚିତ ଏବଂ ପୂଜା ଘରର କବାଟ କେବେବି ଲୁହା ଟିଣ ବା ଗ୍ରୀଲର ବ୍ୟବହାର କରିବା ଉଚିତ ନୁହେଁ ସବୁବେଳେ ପୂଜା ଘରର କବାଟ କାଠରେ ତିଆରି କରିବା ଉଚିତ। ଏହା ସହିତ ପୂଜା ଘରର ବଂଦ୍ଧ ୪ କାଠ ବିଶିଷ୍ଠ ହେବା ଦରକାର। କେବେବି ୩ କାଠ ବିଶିଷ୍ଟ ବନ୍ଧ କରନ୍ତୁ ନାହିଁ। ସବୁବେଳେ ୪ କାଠ ବିଶିଷ୍ଟ ବନ୍ଧ କରନ୍ତୁ। କାରଣ ଏହାକୁ ଚଉ କାଠ କୁହାଯାଇଥାଏ। ଆଉ ଗୋଟିଏ କଥା ଧ୍ୟାନ ଦିଅନ୍ତୁ ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହୋଇଯିବା ଭଲ ନୁହେଁ। ଏହା ସବୁବେଳେ ପରିବାରକୁ କ୍ଷତି ପହଂଚାଇ ଥାଏ। ଯେତେବେଳେ ବି ଆପଣ ଠାକୁର ଘରର କବାଟ ବନାଉଛନ୍ତି ସବୁବେଳେ ଗୋଟେ କଥାର ଧ୍ୟାନ ଦିଅନ୍ତୁ ଯେ ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହୋଇଯିବା ଏହା ଠିକ ନୁହେଁ।

ଏବେ ଆସନ୍ତୁ ଜାଣିବା ଠାକୁର ଘରେ ଠାକୁର ମୂର୍ତି ବା ଫୋଟ କେମିତି ରଖିବେ।

ଘରେ ମୂର୍ତି ପୂଜାର ବ୍ୟବସ୍ଥା ନକରି ଫୋଟ ପୂଜା କରିବା ଉଚିତ। ସବୁବେଳେ ପୂଜା ଘରେ ଠାକୁର ଫୋଟ ପୂଜା କରିବା ଉଚିତ। ମୂର୍ତି ପୂଜା କରିବା ଉଚିତ ନୁହେଁ। ଯଦି ମୂର୍ତି ପୂଜା କରାଯାଏ ତେବେ ମୂର୍ତିର ଉଚ୍ଚତା ୬ ଆଙ୍ଗୁଳିରୁ ଛୋଟ ହେବା ଉଚିତ। ଘରେ କାଳୀ ହନୁମାନ ଶିବ ବା ନୃସିଂହ ମୂର୍ତି ପୂଜା ନିଷେଧ କରାଯାଇଅଛି। ଯଦି ଘରେ ବଡ଼ ମୂର୍ତି ରଖି ପୂଜା କରିବାକୁ ଇଛାଥାଏ ତେବେ ଘର ବାହାରେ ଘରର ଉତ୍ତର ପୂର୍ବ କୋଣରେ ଏକ ଅଲଗା ଘର ତିଆରି କରି ମୂର୍ତି ସ୍ଥାପନା କରାଯାଇପାରେ ଏବଂ ଏହାକୁ ବ୍ରାହ୍ମଣ ପୂଜା କରିବା ବିଧେୟ।

ଠାକୁର ଘରର ଆସ୍ଥାନ ବା ପୂଜା ସ୍ଥାନ କେମିତି ହେବା ଦରକାର।

ଠାକୁର ଫୋଟ ବା ମୂର୍ତିକୁ କାନ୍ଥକୁ ଲଗେଇ ରଖିବା ବା ଟାଙ୍ଗିବା ଉଚିତ ନୁହେଁ। କେବେବି ଆପଣ କେଉଁ ଫୋଟକୁ ପୂଜା କରୁଛନ୍ତି ତାକୁ କାନ୍ଥକୁ ଟାଙ୍ଗି ରଖନ୍ତୁ ନାହିଁ କି ପୂଜା କରନ୍ତୁ ନାହିଁ। ଏଥିପାଇଁ ସ୍ୱତନ୍ତ୍ର ଆସ୍ଥାନ ବିମାନ ବା ପୀଠ କରାଯିବା ଉଚିତ। ପୂଜା ଘରର ଠାକୁର ଫୋଟ ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଏହି କଥାର ଧ୍ୟାନ ଦିଅନ୍ତୁ ଯେ ପୂଜା ଘରର ସାମ୍ନାରେ ବା ଠିକ ସିଧାରେ ଠାକୁର ଫୋଟ ରଖନ୍ତୁ ନାହିଁ। ଠାକୁରଙ୍କ ଆସ୍ଥାନ ବା ବସିବା ସ୍ଥାନ କାନ୍ଥକୁ ନଲଗେଇ ଟିକେ ଛାଡିକି ରଖନ୍ତୁ। ଠାକୁର ବସିବା ସ୍ଥାନକୁ କେବଳ ମାର୍ବଲ କରନ୍ତୁ କିନ୍ତୁ ପୁରା ଠାକୁର ଘରର ମେଜିଆ ପୁରା ମାର୍ବଲ କରନ୍ତୁ ନାହିଁ।

ଏବେ ଆସନ୍ତୁ ଜାଣିବା ଠାକୁରଙ୍କର ମୁହଁ କେଉଁ ଦିଗକୁ ରଖିବା ଉଚିତ।

ଠାକୁରଙ୍କର ମୂର୍ତି ବା ଫୋଟକୁ ପଶ୍ଚିମ ଦିଗକୁ ମୁହଁ କରି ରଖିବା ଉଚିତ। କେବଳ ମନ୍ଦିରର ଠାକୁର ପୂର୍ବ ମୁହାଁ କରି ରହିବେ।

ପୂଜା କରିବା ସମୟରେ ଯିଏ ପୂଜା କରୁଛନ୍ତି ସେ କେଉଁ ଦିଗକୁ ମୁହଁ କରି ପୂଜା କରିବା ଉଚିତ। ଘରେ ପୂଜା କରିବା ସମୟରେ ନିଜର ଡାହାଣ ପାଖରେ ଠାକୁରଙ୍କୁ ରଖି ଉତ୍ତର ମୁହଁ କରି ପୂଜା କରାଯାଏ। କିନ୍ତୁ ମନ୍ଦିର କିମ୍ବା ପୀଠ ସ୍ଥାନରେ ପୂଜା କରିବା ସମୟରେ ତେବେ ନିଜର ବାମ ପାଖରେ ଠାକୁର ରହିବେ ଏବଂ ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ।

ପୂଜା ଘରେ ଯଦି ଯୋଗ ଏବଂ ବ୍ୟାୟାମ ଆଦି କରୁଛନ୍ତି ବା ଯଦି କରାଯାଏ ତେବେ ଠାକୁରଙ୍କ ସମୁଖରେ ବସି ନକରିବା ଉଚିତ। ପୂଜା ଘରେ ଯଦି ହୋମ କୁଣ୍ଡ କରାଯାଏ ତ ଏହା ସେହି ଘରର ଦକ୍ଷିଣ-ପୂର୍ବ/ ଆଗ୍ନେୟ କୋଣରେ ହେବା ଉଚିତ।

ପୂଜା ଘରର ଛାତ ପିରାମିଡ ଭଳି ହେଲେ ଭଲ ଭୂତଳ କୋଠରୀରେ ଠାକୁର ଘର କରିବା ନିଷେଧ।

ପୂଜା ଘରେ ଆକମିରା ବାକ୍ସ ଆଦି ଦକ୍ଷିଣ ବା ପଶ୍ଚିମ କାନ୍ଥକୁ ଲାଗି ରହିବା ଉଚିତ। ପୂଜା ଘରେ କୌଣସି ଅନାବଶ୍ୟକ ଜିନିଷ ରଖିବା ଅନୁଚିତ। କେବଳ ପୂଜା ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖିବା ଅନୁଚିତ। ପୂଜା ଘରେ ଟଙ୍କା ରଖିବା ନିଷେଧ। କିନ୍ତୁ ମାନସିକ ଟଙ୍କା ରଖାଯାଇପାରିବ।

ପୂଜା ଘରେ ଯଦି ଆପଣ ଇଲେକ୍ଟ୍ରି ଜିନିଷ ରଖୁଛନ୍ତି ସୁଇଜ ବଲ ଓ ଦୀପ ଆଦି ଦକ୍ଷିଣ ପୂର୍ବ/ ଆଗ୍ନେୟ କୋଣରେ ରଖିବେ। ପୂଜା ଘରେ ଭଙ୍ଗା ହୋଇଥିବା କାଚ ଫୋଟ ଉଇ ଲଗା ଫୋଟ କିମ୍ବା ପୁରୁଣା ମନ୍ଦିରରେ ପୂଜା ପାଉଥିବା ଫୋଟ ମୂର୍ତ୍ତିକୁ ଆଣି ପୂଜା କରିବା ଅନୁଚିତ।

ପୂଜା ଘରେ ମନ୍ଦିର ସଦୃଶ ଆସ୍ଥାନ ବା ବିଜୟ ସ୍ତମ୍ଭ ଆଦି କରିବା ଅନୁଚିତ। ଠାକୁର ଘରକୁ ଲାଗି କିମ୍ବା ଏହା ଉପର ମହଲାରେ ବା ତଳେ ରୋଷେଇ ଘର ପାଇଖାନା ସିଡି ଘର କରିବା ନିଷେଧ।

ଏବେ ଆସନ୍ତୁ ଜାଣିବା ତୁଳସୀ ଗଛ ବିଷୟରେ।

ସାଧାରଣତଃ ହିନ୍ଦୁ ପରିବାରରେ ବା ଭାରତୀୟ ପରମ୍ପରାରେ ପ୍ରତ୍ୟକ ଘର ସାମ୍ନାରେ ଏକ ତୁଳସୀ ଚଉରା ଥାଏ। ତୁଳସୀ ଚଉରା ଘରର ଉତ୍ତର ପୂର୍ବ ବା ଐଶ୍ଵନ୍ୟ କୋଣରେ ରହିବା ଉଚିତ। ଏହା ଘରର ମୁଖ୍ୟ ଦ୍ଵାରର ଡାହାଣ ପଟେ ରଖିବା ଉଚିତ। ଯେମିତି ଘରୁ ବାହାରିବା ସମୟରେ ତୁଳସୀ ଚଉରା ଡାହାଣକୁ ରହିବ ଏବଂ ତୁଳସୀ ଚଉରା ସବୁବେଳେ ପଶ୍ଚିମ ମୁଖା ହେବା ଉଚିତ। ଯେମିତି ପୂଜା କରିବା ସମୟରେ ସୂର୍ଯ୍ୟଙ୍କୁ ପାଣି ଅର୍ପଣ କରିବା ସମୟରେ ପୂର୍ବକୁ ମୁହଁ କରି ପୂଜା କରାଯାଇପାରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *